ଦିନ ପ୍ରାୟ ସାଢେ ୧୨ ଟା। କଂଗ୍ରେସ ଭବନରୁ ପିସିସି ସଭାପତି, ପ୍ରଭାରୀ, ବିଧାୟକ ତଥା ବରିଷ୍ଠ ନେତାଙ୍କ ନେତୃତ୍ୱରେ ଲୋକ ସେବା ଭବନ ଆଡକୁ ବଢିଥିଲା କଂଗ୍ରେସ ରାଲି। ଚାଷୀ ଆତ୍ମହତ୍ୟା, ବେକାରୀ, ମହିଳା ନିର୍ଯାତନା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାକୁ ମୁଦ୍ଦା କରି ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧରେ କଂଗ୍ରେସ୍ ଲୋକସେବା ଭବନ ଘେରାଉ ପାଇଁ ଡାକରା ଦେଇଥିଲା।
ଯେଉଁଠି ପୁଲିସର ବର୍ବରତା ଲାଠିମାଡ ଖାଇ ପିଲାରୁ ବୁଢ଼ା ଶହ ଶହ ଲୋକ ଲହୁଲୁହାଣ ହୋଇଥିଲେ ଇଏ କ’ଣ ସେହି ଢିଙ୍କିଆ? ଜୀବନ ଜୀବୀକା ପାଇଁ ପ୍ରକୃତି ପ୍ରଦତ୍ତ ଜଳ, ଜମି, ଜଙ୍ଗଲର ସୁରକ୍ଷା ଲାଗି ଦୀର୍ଘ ଦୁଇ ଦଶନ୍ଧି ଧରି ଶିଳ୍ପ ବିରୋଧରେ ସଂଗ୍ରାମ ଚଳାଇଥିବା ଏ କ’ଣ ସେହି ଅଞ୍ଚଳ?
୨୪ରେ ଡିଭାଇଡ୍ ହେବ କି ମହିଳା ଭୋଟ୍? ଭାଙ୍ଗିବ କି ବିଜେଡିର SHG ଭୋଟ୍ ବ୍ୟାଙ୍କ୍ ? ମହିଳାଙ୍କ ପାଇଁ ୧୯ ନିର୍ବାଚନୀ ପ୍ରତିଶ୍ରୁତି ପୂରା କରିପାରିନି ବିଜେଡି! ଆରପଟେ ଏସ୍ଏଚ୍ଜି ଭୋଟ୍ ପାଇଁ ପଦ୍ମ ଦଳର କସରତ।
କେଉଁଠି ପୋଡାଜଳା ତ କେଉଁଠି ରାସ୍ତାରୋକ। ଚକ ଅଖ ସବୁ ବନ୍ଦ। ଦୋକାନ ବଜାର ସବୁଠି ତାଲା ଝୁଲୁଛି। ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜୁଛନ୍ତି ଆନ୍ଦୋଳନକାରୀ। ଆଉ ଏ ଆନ୍ଦୋଳନ ନିଜ ହକ୍ ପାଇଁ, ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ।
ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଆଜି ପୋଖରୀପୁଟରେ ବିଶାଳ ମହିଳା ସମାବେଶ କରିଛନ୍ତି । ଯେଉଁଥିରେ ଭୁବନେଶ୍ୱର ମେୟର ଓ ମଧ୍ୟ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ ।
ନିର୍ବାଚନ ଯେତେ ପାଖଉଛି ଶଙ୍ଖ ଛାଡ଼ୁଛନ୍ତି ଅସନ୍ତୋଷ ନେତା । ଦେବାଶିଷ ଦଳ ବିରୋଧରେ ସେପରି କିଛି ଆପତ୍ତି ଜନକ ମନ୍ତବ୍ୟ ନଦେଇଥିଲେ ମଧ୍ୟ ତାଙ୍କ ଇସ୍ତଫା BJD ଉପରେ ଭାରି ପଡ଼ିବ ବୋଲି କୁହାଯାଉଛି ।
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଖଣ୍ଡୋକଟାଠାରେ ଆୟୋଜିତ ୩୧ ତମ ବିରାଟ ଧନୁଯାତ୍ରାର ଉଦଯାପନୀ ଦିବସରେ ଏଭଳି କହିଛନ୍ତି ରବି ନାରାୟଣ ନାୟକ ।
ଦେବାଶିଷ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଇସ୍ତଫା ପତ୍ରରେ ସୁପ୍ରିମୋଙ୍କୁ ଦେବାଶିଷ ଧନ୍ୟବାଦ ଦେବା ସହ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରିଛନ୍ତି ।
ଆସନ୍ତା ୨୯ ତାରିଖ ଗୁରୁବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ। ଆଉ ଏହି ବୈଠକ ପରେ ଦଳ ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣିଆ ତାଲିକା ଘୋଷଣା କରିପାରେ ।
ଆଜି ଦୁଇ ଦଳ ମଧ୍ୟରେ ହୋଇଥିବା ସିଟ୍ ବୁଝାମଣାରେ ଦିଲ୍ଲୀରେ ଆପ୍ ୪ଟି ଲୋକସଭା ଆସନରେ ଲଢ଼ିବାକୁ ଥିବାବେଳେ କଂଗ୍ରେସ ୩ଟି ଆସନରେ ପ୍ରାର୍ଥୀ ଦେବ ବୋଲି ଚୁଡ଼ାନ୍ତ ହୋଇଛି।
ସାଧାରଣ ନିର୍ବାଚନ ସହିତ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ୍ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ହେବ।
୧୦ ଦିନ ଜେଲରେ ରହିବା ପରେ ଆଜି ସେ ସଂଧ୍ୟାରେ ଜେଲରୁ ମୁକୁଳିଛନ୍ତି । ଗତ ଫେବ୍ରୁଆରୀ ୧୪ ତାରିଖ ସନ୍ଧ୍ୟାରେ ତାଙ୍କୁ ଜେଲ୍ ପଠାଇଥିଲା କବିସୂର୍ଯ୍ୟନଗର ପୋଲିସ ।
୭୦ ପ୍ରତିଶତ ଘରେ ବିଶୁଦ୍ଧ ପାନୀୟ ଜଳ । ଅଯୋଧ୍ୟାରେ ତିଆରି ହୋଇଛି ରାମ ମନ୍ଦିର ।
ବଢିଲା କାଳିଆ ଯୋଜନା ଅବଧି। ତେଜିଲା ରାଜନୀତି। ଭୋଟ ହାତେଇବା ଆଶାରେ ଏହା ସରକାରଙ୍କ ନିର୍ବାଚନୀ ଥୋପ ବୋଲି କହିଛନ୍ତି ବିରୋଧୀ। ତେଣେ କେନ୍ଦ୍ର ପରିସଂଖ୍ୟାନ ସଂସ୍ଥା- NSO ରିପୋର୍ଟରେ ଓଡ଼ିଶାର ଚାଷୀଙ୍କ ଆର୍ଥିକ ଅବସ୍ଥା ନେଇ ଯେଉଁ ରିପୋର୍ଟ ଆସିଛି ତାହା ଅତି ଚିନ୍ତାଜନକ।
ଏତେ ମାତ୍ରାର ଫରକକୁ ନେଇ ଦ୍ୱନ୍ଦ୍ୱରେ ମତଦାତା । ରାଜନୈତିକ ସମୀକ୍ଷକ କହିଲେ, ଭୋଟ୍ ପୂର୍ବରୁ ହଟଚମଟ ଚାଲ୍ ।
ଓଡ଼ିଶା ଚାଷୀଙ୍କ ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାଜନକ ତଥ୍ୟ । ଜାତୀୟ ପରିସଂଖ୍ୟାନ ସଂସ୍ଥା ରିପୋର୍ଟରେ ଚିନ୍ତାଜନକ ତଥ୍ୟ ।
ବର୍ତ୍ତମାନ ନିର୍ବାଚନ କମିଶନ ବିଭିନ୍ନ ରାଜ୍ୟ ବୁଲି ନିର୍ବାଚନ ସମୀକ୍ଷା କରୁଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ନିର୍ବାଚନ ଆୟୋଗ ସୂତ୍ରରୁ ଜଣାପଡ଼ିଛି।
ନିର୍ବାଚନ କମିଶନଙ୍କ ଗାଇଡ୍ଲାଇନ୍ ଉଲ୍ଲଂଘନ କରି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦଳୀୟ ପ୍ରଚାର ପାଇଁ ଯେଉଁ ସବୁ ପୋଷ୍ଟର ବ୍ୟାନର ଲାଗିଛି, ତାକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି।
ପ୍ରଦୀପଙ୍କ ପାୱାର ସୋ' । ପଦ୍ମ ଧରୁ ଧରୁ ଗଞ୍ଜାମରେ ଦମ୍ ଦେଖାଇଲେ ପ୍ରଦୀପ ପାଣିଗ୍ରାହୀ..
ରାଜନାଥଙ୍କ 'ଡବଲ ଇଞ୍ଜିନ' ଦମ୍ଭୋକ୍ତି । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ବିଜେପି ଭାରତବର୍ଷର ଏକମାତ୍ର ପାର୍ଟି, ଯିଏକି ଯାହା କହେ ସେୟା କରେ । ଓଡ଼ିଶାରେ ଆମ ସରକାର ନଥିଲେ ବି କେବେ ପାତରଅନ୍ତର କରିନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ରାସ୍ତା ନାହିଁ ତ ଭୋଟ୍ ନାହିଁ । ବିକାଶ ନାଁରେ ମିଛ ପ୍ରତିଶ୍ରୁତି ଦେଇଥିବା ସରକାରକୁ ଜବାବ ଦେବାକୁ ବଜ୍ର ଶପଥ ନେଉଛନ୍ତି ଗାଁ ଲୋକେ । ଭୋଟ୍ ବର୍ଜନ ପାଇଁ ଚେତାବନୀ ଦେଉଛନ୍ତି ।
ଏବେ ରାଜ୍ୟ ସରକାରଙ୍କ ଢୋଲପିଟା ଯୋଜନାର ନଗ୍ନଚିତ୍ର ସହ ଦାଉ ଦାଉ ହୋଇ ବାରିହେଉଛି ନିର୍ବାଚନବେଳର ମିଥ୍ୟା ପ୍ରତିଶ୍ରୁତି।
ହଜାର ହଜାର ସମର୍ଥକ, ବିଶାଳ ପଟୁଆର। ବିଜେପିରେ ଯୋଗ ଦେଉ ଦେଉ ବିଜେଡିର ଗଞ୍ଜାମ ଗଡ଼ରେ ପାୱାର ଶୋ‘ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।
ନବରଙ୍ଗପୁର, ବ୍ରହ୍ମପୁର, ବାରିପଦା... ସବୁଠି ରାଜନାଥଙ୍କ ସେଇ ଗୋଟିଏ ହୁଂକାର... ଗୋଟିଏ ଦମ୍ଭୋକ୍ତି... 'ଓଡ଼ିଶାରେ ଏଥର ବନିବ ଡବଲ୍ ଇଞ୍ଜିନ ସରକାର'।
କେହି କେବେ ଭାବିଥିଲେ କି ଜଣେ ଆଦିବାସୀ ଭଉଣୀ ଦେଶରେ ରାଷ୍ଟ୍ରପତି ହେବେ । ଏମିତି ଜଣେ ପ୍ରଧାନମନ୍ତ୍ରୀ ଆସିବେ ଆଉ ଆଦିବାସୀ ଭଉଣୀକୁ ରାଷ୍ଟ୍ରପତି କରିବେ।