• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କନ୍‌ମ୍ୟାନ୍‌ ସୁକେଶ । ୟାକୁ ଏବେ ଦେଶରେ କିଏ ବା ନଜାଣେ । ବଡ଼ ବଡ଼ିଆଙ୍କୁ ଠକିବାରେ ସୁକେଶ ମାହିର ବୋଲି ସମସ୍ତେ ଜାଣନ୍ତି । ପ୍ରାୟ ୨୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ସୁକେଶ ଏବେ ଜେଲ୍‌ରେ । ସେ ତିହାର ଜେଲ୍‌ରେ ଥିବା ବେଳେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଥିଲା । ଯାହାକି ସାରା ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବଡ଼ ବଡ଼ ସେଲିବ୍ରିଟିଙ୍କଠାରୁ ଠକେଇ କରିଥିବା ଘଟଣା ସାମ୍ନାକୁ ଆସିବା ସହ ବଲିଉଡ୍‌ ସୁନ୍ଦରୀଙ୍କୁ ସେ ଡେଟ୍‌ କରୁଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଏମିତିକି ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିସ୍‌ଙ୍କ ସହ ତାର ଅନ୍ତରଙ୍ଗ ଫଟୋ ଭାଇରାଲ ହୋଇଥିବା ବେଳେ ନୋରା ଫତେହୀଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଥିଲା ।

ଏବେ କିନ୍ତୁ ଆଉ ବଲିଉଡ୍ ହିରୋଇନ୍ ନୁହେଁ । ଏବେ ନେତାଙ୍କୁ ଚିଠି ଲେଖି ଚର୍ଚ୍ଚାରେ ମହାଠକ ସୁକେଶ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିବା ପର ଦିନ ସେ ତାଙ୍କ ଉଦେଶ୍ୟରେ ଲେଖିଛି, ‘ୱେଲକମ୍‌ ଟୁ ତିହାର ଜେଲ’ । ଖାଲି ସେତିକି ନୁହେଁ ‘ଏବେ କେଜ୍ରିୱାଲଙ୍କ ପର୍ଦ୍ଦାଫାସ୍ କରିବି’ ଆଉ କେଜ୍ରିୱାଲଙ୍କ ବିରୋଧରେ ସରକାରୀ ସାକ୍ଷୀ ହେବି ବୋଲି କହିଛି ସୁକେଶ । ସବୁ ଭୁଲର ତଥ୍ୟ ପ୍ରମାଣ ଦିଆସରିଛି ।

ଏହା ପୂର୍ବରୁ ଯେତେବେଳେ ଇଡି BRS ନେତା କେ. କବିତାଙ୍କୁ ଗିରଫ କରିଥିଲା ସେତେବେଳେ ମଧ୍ୟ ସୁକେଶ ଏମିତି ଏକ ମେସେଜ୍ ଦେଇଥିଲା । ଏହା ମାର୍ଚ୍ଚ ୧୧ ତାରିଖର ଘଟଣା । କବିତାଙ୍କ ପାଇଁ ସୁକେଶ ଦକ୍ଷିଣୀ ଭାଷା ବ୍ୟବହାର କରି ବଡ଼ ଭଉଣୀ ବୋଲି ସମ୍ବୋଧନ କରିଥିଲା, ଆଉ କହିଥିଲା ‘ଏବେ ମିଛ କେସ୍‌, ଡ୍ରାମା ଆଉ ମିଛ ଅଭିଯୋଗ... ସବୁ ସରିଗଲା । ତୁମେ ଯାହା ସବୁ କୁକର୍ମ କରିଛ ଏବେ ତାର ଫଳ ଭୋଗୁଛ । ଭଗବାନ ତୁମ କର୍ମର ଫଳ ତୁମକୁ ଦେଉଛନ୍ତି ।’

ଏହାସହ ସେ ଅରବିନ୍ଦ କେଜ୍ରିୱାଲଙ୍କୁ କେ. କବିତାଙ୍କ କରପ୍‌ସନ୍‌ ସହଯୋଗୀ ବୋଲି କହିଛି । ଆଉ କେଜ୍ରିୱାଲ ‘କରପ୍‌ସନ୍‌ର ରାଜା’ ବୋଲି ସମ୍ବୋଧନ କରିଛି । ଖୁବ୍‌ଶୀଘ୍ର ତାଙ୍କର ପର୍ଦ୍ଦାଫାସ୍‌ କରିବ ବୋଲି ମଧ୍ୟ ଚିଠିରେ ସେ ଉଲ୍ଲେଖ କରିଛି ।