/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711102862.jpg)
Manmohan Samal
ରାଜ୍ୟରେ ବିଜେପି ଏକାକୀ ଲଢ଼ିବ ବିଜେପି। ଏନେଇ ସ୍ପଷ୍ଟ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ‘ଏକ୍ସ’ ଜରିଆରେ ସ୍ପଷ୍ଟ କଲେ ମନମୋହନ ସାମଲ। ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ ଏକା ଲଢ଼ିବୁ ବୋଲି ସେ ଟ୍ୱିଟ୍ ଜରିଆରେ କହିଛନ୍ତି। ବିକଶିତ ଓଡ଼ିଶା ଗଠନ ନିମନ୍ତେ ବିଜେପି ଏକା ଲଢ଼ିବ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ମୋଦି ସରକାରଙ୍କ ଅନେକ ଯୋଜନା ତୃଣମୂଳସ୍ତରରେ ପହଞ୍ଚି ପାରୁନି। ଓଡ଼ିଶାର ଗରିବ ଲୋକେ କେନ୍ଦ୍ରୀୟ ଯୋଜନାର ଫାଇଦା ପାଉନାହାନ୍ତି। ଅନେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ସହମତ ହୋଇପାରୁନୁ। ଓଡ଼ିଶାବାସୀଙ୍କ ସ୍ୱାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ସହମତ ହୋଇପାରୁନୁ। ଯେଉଁଠି ଡବଲ ଇଂଜିନ ସରକାର ଅଛି, ସେଠି ବିକାଶ ତ୍ୱରାନ୍ୱିତ ହୋଇଛି। ଏହି ଅବସରରେ ବିଜେଡି ସରକାରକୁ ଧନ୍ୟବାଦ ଦେଲେ ମନମୋହନ। ମୋଦି ସରକାରକୁ ଅନେକ ପ୍ରସଙ୍ଗରେ ସମର୍ଥନ ଦେଇଥିବାରୁ ଧନ୍ୟବାଦ ଜଣାଇଲେ ମନମୋହନ।
ଅଧିକ ପଢ଼ନ୍ତୁ: ବିଜେଡି ଛାଡ଼ିଲେ ୬ ଥରର ସାଂସଦ ଭର୍ତ୍ତୃହରି ମହତାବ, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
विगत 10 वर्षों से, श्री नवीन पटनायक जी के नेतृत्व में ओडिशा की बीजू जनता दल (बीजेडी) पार्टी केंद्र की माननीय प्रधानमंत्री श्री नरेंद्र मोदी जी की सरकार के अनेक राष्ट्रीय महत्व के प्रसंगों में समर्थन देती आई है, इसके लिए हम उनका आभार व्यक्त करते हैं।
अनुभव में आया है कि देशभर…
— Manmohan Samal (Modi Ka Parivar) (@SamalManmohan7) March 22, 2024
ସମୟ ଯେତେ ଗଡୁଥିଲା, ସେତେ କମୁଥିଲା ମେଣ୍ଟ ସମ୍ଭାବନା। ଛିଡୁନି ଅଙ୍କ, ମେଣ୍ଟ ଆଶା କ୍ଷୀଣ। ଉଭୟ ବିଜେଡି ଓ ବିଜେପି ଚଳାଇଛନ୍ତି ଏକାକୀ ନିର୍ବାଚନୀ କସରତ। ଅଧିକାଂଶ ସିଟରେ ପ୍ରାର୍ଥୀ ଫାଇନାଲ କରିସାରିଲାଣି ବିଜେପି। ସଭାପତି ଧରି ଯାଇଥିବା ରାଜ୍ୟ ନିର୍ବାଚନ କମିଟି ରିପୋର୍ଟ ଉପରେ ହୋଇଛି ବିଚାର ବିମର୍ଶ। କୁହାଯାଉଛି ବିଧାନସଭାରେ ପ୍ରାୟ ୧୦୦ ସିଟରେ ଦଳ ପ୍ରାର୍ଥୀ ଚୂଡାନ୍ତ କରି ଦେଇଛି।
ସେହିପରି ପ୍ରାୟ ୧୬ ଲୋକସଭା ଟିକେଟ ବି ଫାଇନାଲ। କିନ୍ତୁ ମୟୁରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଆଉ କଟକରେ ଲୋକସଭା ପ୍ରାର୍ଥୀ କିଏ ହେବେ ତାକୁ ନେଇ ଏବେ ବି ଅଙ୍କକଷା ଚାଲିଛି। ଏପଟେ ଦୀର୍ଘ ଦିନର ଗୁମ୍ ପରେ ପୁଣି ଆରମ୍ଭ ହୋଇଛି ଆରୋପ, ପ୍ରତ୍ୟାରୋପ ରାଜନୀତି। ବିଜେଡି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେପିର ପ୍ରତିନିଧି ଦଳ। ନିର୍ବାଚନ ଆଚରଣ ବିଧି ଲାଗୁ ସତ୍ତ୍ୱେ ବି ଅନେକ ସ୍ଥାନରେ ଏବେ ବି ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ପୋଷ୍ଟର ବ୍ୟାନର ଲାଗିଥିବା ଅଭିଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)