• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Narendra Modi
ଯିଏ ଯେତେ ଗାଳି ଦିଅନ୍ତୁ ସବୁ ସହିବି, ଭାରତ ମାଆର ସେବା କରିବି: ପ୍ରଧାନମନ୍ତ୍ରୀ

ଆଜି ମଧ୍ୟପ୍ରଦେଶର ମୋରେନାରେ ବିଜୟ ସଙ୍କଳ୍ପ ରାଲିରେ ସମ୍ବୋଧିତ କରି କଂଗ୍ରେସ "ଶେହଜାଦା" ରାହୁଲ ଗାନ୍ଧିଙ୍କୁ ନେଇ ମନ୍ତବ୍ୟ ଦେଇଛନ୍ତି । ମୋଦିଙ୍କ ପାଇଁ ରାହୁଲଙ୍କ ଦ୍ୱାରା ପ୍ରୟୋଗ ହୋଇଥିବା ଅପମାନଜନକ ଶବ୍ଦକୁ ନେଇ ବିବ୍ରତ ନହେବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।

Amit Shah
‘ମୋଦି ସରକାର ଚାଉଳ ଦେଉଛନ୍ତି, ନବୀନ ସେଥିରେ ଷ୍ଟାମ୍ପ ମାରି ମିଛ କହୁଛନ୍ତି’

ନବୀନଙ୍କ ୨୫ ବର୍ଷ ଶାସନ କାଳରେ ଓଡ଼ିଶା ଅନେକ ପଛକୁ ଚାଲିଯାଇଛି। ଯେଉଁଠି ଡବଲ ଇଂଜିନ ସରକାର ହୋଇଛି, ସେଠି ବିକାଶ ହୋଇଛି। ନବୀନ ବାବୁଙ୍କୁ ୨୫ ବର୍ଷ ଦେଲେ, ବିଜେପିକୁ ୫ ବର୍ଷ ଦିଅନ୍ତୁ, ଓଡ଼ିଶାକୁ ଦେଶରେ ଏକ ନମ୍ବର କରିବୁ ବୋଲି ଶାହ କହିଛନ୍ତି।

Amit Shah
ଆସୁ ଆସୁ ବର୍ଷିଲେ ଶାହ; କହିଲେ, ଅଫିସରଙ୍କ ମାଧ୍ୟମରେ ଭ୍ରଷ୍ଟାଚାର ଚଳାଇଛି ନବୀନ ସରକାର

ସୋନପୁରରେ ଜନସଭାରେ ଯୋଗ ଦେଇଛନ୍ତି ଶାହ। ସାରା ପଶ୍ଚିମ ଓଡ଼ିଶାରୁ ବିଜେପି କର୍ମୀ ଆଜି ଶାହଙ୍କୁ ଶୁଣିବାକୁ ସୋନପୁର ଆସିଛନ୍ତି। ରାମେଶ୍ୱରମ ଷ୍ଟାଡିୟମରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି ଶାହ। ଏହି ଅବସରରେ ଶାହ ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କରିଛନ୍ତି।

Amit Shah
ଝାରସୁଗୁଡ଼ାରେ ଶାହ, ଅଳ୍ପ ସମୟରେ ସୋନପୁରରେ କର୍ମୀଙ୍କ ମନରେ ଭରିବେ ଜୋଶ୍...

ଓଡିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଝାରସୁଗୁଡ଼ା ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିଲେ ଶାହ । ସେଠାରୁ ସ୍ୱତନ୍ତ୍ର  ହେଲିକପ୍ଟର ଯୋଗେ ସୋନପୁରରେ ପହଞ୍ଚିବେ ।

Laxmipur constituency assembly
ଏଥର ଲକ୍ଷ୍ମୀପୁରରେ କିଏ, କଂଗ୍ରେସ ଗଡ଼ରେ ବାଜି ମାରିବେ କି ବିଜେଡି-ବିଜେପି

କୋରାପୁଟ ସଂସଦୀୟ କ୍ଷେତ୍ର ଅଧିନସ୍ଥ ପ୍ରମୁଖ ବିଧାନସଭା ଆସନ ଲକ୍ଷ୍ମୀପୁର । ଏଠାରେ ମୋଟ ଭୋଟର ସଂଖ୍ୟା ୧ ଲକ୍ଷ ୫୩ ହଜାର ୫୩୮ । ଏହି ଆସନଟି ଅନୁସୂଚିତ ଜାତି ବର୍ଗ ଲାଗି ସଂରକ୍ଷିତ ।

Election, Husband Wife Face to face
ରାଜନୀତି ଏମିତି ବି ହୋଇପାରେ ! ଭୋଟ ପାଇଁ ମୈଦାନରେ ସ୍ୱାମୀ-ସ୍ତ୍ରୀ ମୁହାଁମୁହିଁ

ଗଣତନ୍ତ୍ରରେ ସମସ୍ତେ ନିର୍ବାଚନ ଲଢ଼ିବା ଅଧକାର ରହିଛି, ତେଣୁ ସେ ବି ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ମୃଦୁଳା।

JDU Leader Killed
ସକାଳୁ ସକାଳୁ ବିଚ୍ ରାସ୍ତାରେ ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା, ପାଟନାରେ ଉତ୍ତେଜନା

ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରାଜନୈତିକ ଆକ୍ରୋଶ ରଖି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବର ଲେଖା ହେବା ସୁଦ୍ଧା ଅଭିଯୁକ୍ତମାନେ ଧରାପଡି ନାହାନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

Sofia Firdous
ବାରବାଟୀ-କଟକରୁ ଲଢ଼ିବେ କି ମୋକିମଙ୍କ ଝିଅ ସୋଫିଆ ?

ଦଳୀୟ କର୍ମକର୍ତ୍ତା ବୈଠକରେ ଯୋଗଦେଲେ ସୋଫିଆ ଫିର୍ଦ୍ଦୋସ । ସୋଫିଆଙ୍କ ପ୍ରାର୍ଥୀତ୍ବ ପ୍ରସ୍ତାବକୁ ସର୍ବସମ୍ମତି: ମହମ୍ମଦ ମୋକିମ ।

Politics
ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ, ୧୨୦୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା

୧୩ ରାଜ୍ୟର ୧୨ ଶହ ୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । ରାହୁଲ ଗାନ୍ଧୀ, ଅରୁଣ ଗୋବିଲ୍, ଶଶି ଥରୁର, ହେମାମାଳିନୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ ।

Amit Shah
ଅପରାହ୍ନ ୩.୪୫ରେ ଝାରସୁଗୁଡ଼ାରେ ପହଞ୍ଚିବେ ଶାହ, ରାତିରେ ଭୁବନେଶ୍ୱର ଆସିବେ

ଓଡ଼ିଶାରେ ଶାସନ ପରିବର୍ତ୍ତନର ମୂଳଦୁଆ ପକାଇବେ। ଲଢେଇ ପାଇଁ ବିଗୁଲ ବଜାଇବେ ଶାହ।

Digapahandi Congress
ଅଜବ ରାଜନୀତି ! ନାମାଙ୍କନ ଭରିସାରିଥିଲେ କଂଗ୍ରେସ ପ୍ରାର୍ଥୀ, ସନ୍ଧ୍ୟାରେ କଟିଲା ଟିକେଟ...

କାହିଁକି ପ୍ରାର୍ଥୀ ବଦଳାଇଥିଲା କଂଗ୍ରେସ, ସେନେଇ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Baijayant Panda
ମାହାଙ୍ଗାରେ ବୈଜୟନ୍ତଙ୍କ ପାୱାର ସୋ’, ଧର୍ମଶାଳାରେ ସ୍ମୃତିରେଖାଙ୍କ ବିଶାଳ ରାଲି

ଧର୍ମଶାଳା ବିଜେପି ନେତ୍ରୀ ତଥା ବିଧାୟକ ପ୍ରାର୍ଥୀ ସ୍ମୃତିରେଖା ପହିଙ୍କ ସହ ଯାଜପୁର ଲୋକସଭା ପ୍ରାର୍ଥୀ ଡ଼.ରବୀନ୍ଦ୍ର ନାରାୟଣ ବେହେରା, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିଲେ।

Vote
‘ଆମେ ଭୋଟ ଦେବା, ଅନ୍ୟମାନଙ୍କୁ ଦେବା ପାଇଁ ବି ପ୍ରବର୍ତ୍ତାଇବା’

ବୁଥ ଗହଳି ତଥା ବୁଥ ସମ୍ବନ୍ଧୀୟ ଅନ୍ୟ ତଥ୍ୟ ଜାଣିବା ପାଇଁ ଆପ୍ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି। ଭୁବନେଶ୍ୱରର ସମସ୍ତ ବୁଥରେ ସକ୍ଷୀ ବୁଥ ବାହ ମହିଳା ବୁଥ କରାଯାଇଛି।

Odisha Politics
୨୪ ମହାସଂଗ୍ରାମ ପାଇଁ ପ୍ରଚାର ମୈଦାନରେ ନବୀନ, ସମରଝୋଳ-ଶେରଗଡ଼ରୁ ବିରୋଧୀଙ୍କୁ ଟାର୍ଗେଟ୍

ବିରୋଧୀ ବିକାଶ ବିରୋଧୀ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ବିଧାନସଭା ସହ ଲୋକସଭାରେ ବି ଭଲ ରେଜଲଟ ନେଇ ନବୀନଙ୍କ ଦୃଢ଼ୋକ୍ତି ।

Odisha Politics, BJP
ବିଜେଡିର ୨୫ ବର୍ଷ ଶାସନର କଳାପେଡ଼ି ଖୋଲିଲା ବିଜେପି

ବିଜେଡି ସରକାର ବିରୋଧରେ ବିଜେପିର ୬୦ ପୃଷ୍ଠିଆ ଚାର୍ଜସିଟ୍ । ଓଡ଼ିଆ ଅସ୍ମିତାକୁ ମୁଖ୍ୟ ମୁଦ୍ଦା କଲା ରାଜ୍ୟ ବିଜେପି ।

Sofia Firdous
ବାରବାଟୀ-କଟକରୁ ଲଢ଼ିବେ କି ମୋକିମଙ୍କ ଝିଅ ? ସୋଫିଆଙ୍କୁ ପ୍ରାର୍ଥୀ କରିପାରେ କଂଗ୍ରେସ

ବାପାଙ୍କ ଜାଗାରେ ନିର୍ବାଚନୀ ମୈଦାନକୁ ଓହ୍ଲାଇପାରନ୍ତି ଝିଅ । ସୋଫିଆଙ୍କ କଂଗ୍ରେସ ପ୍ରାର୍ଥୀତ୍ୱକୁ ନେଇ ଆରମ୍ଭ ହେଲାଣି କସରତ ।

Politics on ‘lungi’
ରାଜ୍ୟ ରାଜନୀତିରେ ‘ଲୁଙ୍ଗି’ ତଡ଼କା, ଶାସକ ଦଳ ନେତାଙ୍କ ଦକ୍ଷିଣୀ ଅବତାରକୁ ନେଇ ଚର୍ଚ୍ଚା

ଧର୍ମେନ୍ଦ୍ରଙ୍କ କଟାକ୍ଷ ପରେ ଗତକାଲି ସଂଧ୍ୟାରେ ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଅବସରରେ ବିଜେଡିର ମୁଖପାତ୍ର ଏବଂ ପାନେଲିଷ୍ଟ ଲୁଙ୍ଗି ପିନ୍ଧି ମଞ୍ଚ ଉପରକୁ ଆସି କାଉଣ୍ଟର କରିଥିଲେ ।

Raghunathpali
ସରଗରମ ହେଉଛି ନିର୍ବାଚନୀ ମଇଦାନ, ରଘୁନାଥପାଲିରେ ତିନି ପ୍ରମୁଖ ଦଳର ମୁକାବିଲ

କଂଗ୍ରେସ ଗୋପାଲ ଦାସ ପ୍ରାର୍ଥୀ ହୋଇଥିବା ବେଳେ ନିଜ ସମର୍ଥକଙ୍କ ସହିତ କରୁଛନ୍ତି ପ୍ରଚାର ।

Akhilesh Yadav
କନୌଜରୁ ଲଢିବେ ଅଖିଳେଶ ଯାଦବ, କାଲି କରିବେ ପ୍ରାର୍ଥିପତ୍ର ଦାଖଲ

ପୂର୍ବରୁ କନୌଜ ସିଟ୍ ପାଇଁ ତେଜ ପ୍ରତାପ ଯାଦବଙ୍କ ନାଁ ଘୋଷଣା କରାଯାଇଥିଲା । ଏବେ କିନ୍ତୁ ନିଜେ ସପା ମୁଖ୍ୟ ଅଖିଳେଶ ଯାଦବ ଏହି ସିଟରୁ ନିର୍ବାଚନ ଲଢିବେ ।

Sura Routray
ଜଟଣୀ ବିଜେଡି କାର୍ଯ୍ୟାଳୟରେ ସୁରଙ୍କ ପୋଷ୍ଟର, ଫଟୋ ଭାଇରାଲ୍‌ ପରେ ହଟିଲା ପୋଷ୍ଟର

ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସୁର ରାଉତରାୟ । କିଛି ଲୋକ ବଦନାମ କରିବାକୁ ଏପରି କରୁଥିବା ସେ କହିଛନ୍ତି । ସେ ଘଟଣା ସମ୍ପର୍କରେ ଜାଣିବା ପରେ ଏହାକୁ ବାହାର କରିବାକୁ କହିଥିଲେ।

BJP Chargesheet
ବିଜେଡି ବିରୋଧରେ ‘ଚାର୍ଜସିଟ୍’ ଆଣିଲା ବିଜେପି, ‘୨୫ ବର୍ଷର ପାପ ପେଡ଼ି’ ନାଁରେ କଲା ରିଲିଜ୍‌

ଚାର୍ଜସିଟ୍ ଲୋକାର୍ପଣ କରି ବିଜେଡି ଓ ରାଜ୍ୟ ସରକାରଙ୍କୁ ବଡ଼ ପ୍ରଶ୍ନ ପଚାରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ।

sofia firdous
ନିର୍ବାଚନ ଲଢ଼ିବେ ମୋକିମ୍‌ଙ୍କ ଝିଅ !

କଟକ-ବାରବାଟୀ ବିଧାନସଭା ଆସନରେ ମହମ୍ମଦ ମୋକିମଙ୍କ ସ୍ଥାନରେ ତାଙ୍କ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରିବାକୁ ସହମତି ମିଳିଛି ।

Naveen Patnaik
ନିର୍ବାଚନୀ ମଇଦାନରେ ମୁଖ୍ୟମନ୍ତ୍ରୀ; ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ

ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିରୋଧୀ ଅପପ୍ରଚାର କରୁଥିବା କହିଛନ୍ତି ନବୀନ ପଟ୍ଟନାୟକ। ବିରୋଧୀ ଦଳ ବିକାଶ କାମରେ ବାଧା ସୃଷ୍ଟି କରୁଛନ୍ତି। ଏଭଳି କରି କେହି କେବେ ସଫଳ ହେବେନି ବୋଲି ସେ କହିଛନ୍ତି।

Naveen Patnaik
ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ; କାଲି ଓଡ଼ିଶା ଆସିବେ ଅମିତ ଶାହା

ସାଧାରଣ ନିର୍ବାଚନ ପାଇଁ ପ୍ରଥମଥର ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବେ । ମୋଦିଙ୍କ ଗ୍ୟାରେଣ୍ଟି ଏବଂ ଓଡ଼ିଆ ଅସ୍ମିତା ତଥା ସ୍ବାଭିମାନକୁ ନେଇ ବିଜେପି ପକ୍ଷରୁ ଅମିତ ଶାହା ପ୍ରଚାର ଆରମ୍ଭ କରିବେ ବୋଲି ବିଜେପି କହିଛି।

udala
ଉଦଳାରେ ସରଗରମ ରାଜନୈତିକ ପାଣିପାଗ; ବିଜେପି- ବିଜେଡି କଡ଼ାଫାଇଟ୍ ନେଇ ଚର୍ଚ୍ଚା

ସ୍ଥାନୀୟ ଅଞ୍ଚଳରେ କୌଣସି ଶିଳ୍ପ କିମ୍ବା ନିଯୁକ୍ତିର ସୁଯୋଗ ନଥିବାରୁ ବେକାରୀ ସମସ୍ୟା ବି ଏଠାକାର ଏକ ମୁଖ୍ୟ ମୁଦ୍ଦା । ଏଣୁ ଏଥର ଭୋଟର ସଫାସଫା ଶୁଣାଇଛନ୍ତି, ଏଥର ଯିଏ ଅଞ୍ଚଳର ବିକାଶ କରିବ, ତାଙ୍କୁ ଭୋଟ ଦେବୁ ।