• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବେଗୁନିଆ କାଉଁରୀପାଟଣା ବୁଥ୍ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବୟାନ ଦେବାକୁ ପୋଲିସର ଜୁଲମ୍ ଅଭିଯୋଗ। ଏମିତିକି ଏଥିପାଇଁ ପୋଲିସ୍ ଧମକ ଚମକ ଦେବା ସହ ମାଡ଼ ମାରିଥିବା ମଧ୍ୟ ସାଂଘାତିକ ଅଭିଯୋଗ ଆଣିଛନ୍ତି ଘଟଣା ଦିନ ଅପରାଜିତା ଓ ଜଗଦ୍ଦେବଙ୍କୁ ନେଇ ବେଗୁନିଆ ଯାଇଥିବା ଏକ ଘରୋଇ ଗାଡ଼ିର ମାଲିକ ତଥା ଡ୍ରାଇଭର ବନମାଳି ବେହେରା ।

Also Read

ବନମାଳି ଗଣମାଧ୍ୟମ ଆଗରେ ଖୋଲାଖୋଲି କହିଛନ୍ତି- ଜଗଦ୍ଦେବ ଇଭିଏମ୍ ଭାଙ୍ଗିଥିବା ବୟାନ ଦେବାକୁ ପୋଲିସ୍ ତାଙ୍କ ଉପରେ ଜୁଲମ କରିଛି ଓ ଡରରେ ସେ ଜଗଦ୍ଦେବଙ୍କ ବିରୋଧରେ ମନ୍ତବ୍ୟ ରଖିଛନ୍ତି, ଯାହାକୁ ପୋଲିସ୍ ମୋବାଇଲରେ ବି ରେକର୍ଡ କରିଛି । ହେଲେ ଘଟଣା ସମୟରେ ସେ ବୁଥ୍ ଭିତରେ ନଥିଲେ କି କିଛି ଦେଖିନଥିଲେ । କିନ୍ତୁ ପୋଲିସ ତାଙ୍କୁ ବାରମ୍ବାର ଧମକ ଦେବାରୁ ସେ ଭୟଭୀତ ହେବା ସହ ଅନ୍ୟ ଉପାୟ ନପାଇ ଜଗଦେବଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା କହିଛନ୍ତି।

ଏପରିକି ପୋଲିସ ମାଡ଼ ମାରିବା ସହ ମିଥ୍ୟା କେଶରେ ଫସାଇଦେବା ଡରରେ ସେ ଓ ତାଙ୍କ ପରିବାର ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗତ ୨୫ ତାରିଖ ଦିନ କାଉଁରିପାଟଣା ବୁଥ୍ ରେ ଇଭିଏମ୍ ଭଙ୍ଗାରୁଜା ବେଳେ ସେ ସେଠାରେ ନଥିଲେ, ବରଂ ଗାଡ଼ି ଭିତରେ ଅପେକ୍ଷା କରିଥିଲେ ବୋଲି ବାରମ୍ବାର କହିଥିଲେ ମଧ୍ୟ ପୋଲିସ୍ ତାଙ୍କ କଥା ଆଦୌ ଶୁଣିନଥିଲା। ତେବେ କେଉଁଠିକାର ପୋଲିସ ତାଙ୍କ ଉପରେ ଚାପ ପକାଇଥିଲା, ସେ ନେଇ କିଛି ଜାଣିପାରି ନଥିବାବେଳେ ଗତକାଲି ରାତିରେ ତାଙ୍କୁ ଧମକାଇଥିବା ୪ଜଣ ପୋଲିସ କର୍ମଚାରୀଙ୍କୁ ଦେଖିଲେ ନିଶ୍ଚେ ଚିହ୍ନି ପାରିବେ ବୋଲି କହିଛନ୍ତି। ବନମାଳିଙ୍କ ନିଜ ଘର ଭାପୁରରେ ହୋଇଥିବାବେଳେ ସେ ଭୁବନେଶ୍ୱର ଘାଟିକିଆ ଅଞ୍ଚଳରେ ରହୁଛନ୍ତି। ସେପଟେ ବନମାଳିଙ୍କ ଆରୋପ ନେଇ ପୋଲିସର ପ୍ରତିକ୍ରିୟା ମିଳିନାହିଁ ।