Advertisment

ନିର୍ବାଚନ ରେଜଲ୍ଟ ଯାଏ ରାତି ସାଢ଼େ ୮ଟା ପରେ ଦୋକାନ-ବଜାର ବନ୍ଦ

ଜିଲ୍ଲାରେ ଜୁନ ୪ତାରିଖ ପର୍ଯ୍ୟନ୍ତ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ଭାବରେ ଜାରି କରାଯାଇଛି ଏକାଧିକ କଟକଣା।

author-image
Manoranjan Behera
ଅଦ୍ୟତନ ହୋଇଛି
Ganjam Police Announce To Shut Tea And Liquor Shop To Prevent Political Violence

Odisha Politics

ରାଜନୈତିକ ହିଂସା ରୋକିବାକୁ ଗଞ୍ଜାମ ପୋଲିସର ଆଗୁଆ କଟକଣା। ଆସନ୍ତା ଜୁନ ୪ ତାରିଖ ଯାଏଁ ରାତି ସାଢେ ୮ଟା ପରେ ଖୋଲିବନି ଦୋକାନ ବଜାର। ଖୋଲିବନି ହୋଟଲ, ଢାବା ଓ ଚା’ ଦୋକାନ। ଜିଲ୍ଲାରେ ଜୁନ ୪ତାରିଖ ପର୍ଯ୍ୟନ୍ତ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ଭାବରେ ଜାରି କରାଯାଇଛି ଏକାଧିକ କଟକଣା।

Advertisment

ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁରସ୍ଥିତ ପୋଲିସ ମୁଖ୍ୟାଳୟରେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ଜଗମୋହନ ମୀନା। ଇତି ମଧ୍ୟରେ ଏକ ସପ୍ତାହ ମଧ୍ୟରେ ଜିଲ୍ଲାରେ ପ୍ରାୟ ଶହେ ଜଣ ଅପରାଧୀଙ୍କୁ ପୋଲିସ ବିଭିନ୍ନ ଥାନା ଅଞ୍ଚଳରେ ଗିରଫ କରିଛି। ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ପକ୍ଷରୁ ମିଳିତ ଫ୍ଲାଗମାର୍ଚ୍ଚ କରାଯାଉଛି।

ଅଧିକ ପଢ଼ନ୍ତୁ: ବାଣ୍ଟୁଥିଲେ ଟଙ୍କା, ଉଠାଇ ନେଲା ପୋଲିସ୍; ଗାଁ ପାଲଟିଲା ପୁରୁଷ ଶୂନ୍ୟ

Advertisment

ନିର୍ବାଚନକୁ ନେଇ ଚାରିଆଡ଼େ ରାଜନୈତିକ ହିଂସାକାଣ୍ତ ଦେଖିବାକୁ ମିଳୁଛି। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ବ୍ୟାନର ମରାକୁ ନେଇ ଖଲ୍ଲିକୋଟରେ ରାଜନୈତିକ ହିଂସାକାଣ୍ତ ଦେଖିବାକୁ ମିଳିଥିଲା। ଭୋଟ୍ ପୂର୍ବରୁ ଖଲ୍ଲିକୋଟରେ ଗଡ଼ିଛି ବିଜେପି କର୍ମୀଙ୍କ ମୁଣ୍ଡ। ବ୍ୟାନର ମରାକୁ କେନ୍ଦ୍ର କରି ଜଣେ ବିଜେପି କର୍ମୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି।

ମେ ୧୬ ରାତି ପ୍ରାୟ ୮ଟା। ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେପିର ବ୍ୟାନର୍ ଲଗାଇବାକୁ କେନ୍ଦ୍ର କରି ଉପୁଜିଥିଲା ତୁମୁଳକାଣ୍ଡ। ବାଇକରେ ୧୦ରୁ ଅଧିକ ବିଜେଡି କର୍ମୀ ଆସି ବିଜେପି କର୍ମୀ ଦିଲୀପ ପାହାଣଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡର ପୂର୍ବଦିନ ବ୍ୟାନର ମରାକୁ ନେଇ ଧମକ ଦିଆଯାଇଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ଦିଲୀପ। କିନ୍ତୁ, ପୋଲିସ କୌଣସି ଆକ୍ସନ ନେଇ ନ ଥିବା ଅଭିଯୋଗ ହୋଇଛି।

ସେହିପରି ଗତକାଲି ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସୁବାସ ସାହୁଙ୍କ ମରଣାନ୍ତକ ଆକ୍ରମଣ ହୋଇଛି। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତୋଟାପଡ଼ାରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବିଜେପି ପତାକା ଲାଗିଥିବା କାର୍ ଯାଉଥିବା ଦେଖି, ସୁବାସ ଓ ତାଙ୍କ ୫ ସାଥୀଙ୍କୁ ବିଜେଡି ସମର୍ଥକଙ୍କ ଆକ୍ରମଣ କରିଥିଲେ। ଗାଡ଼ି ଭଙ୍ଗାରୁଜା ସହ ସୁବାସଙ୍କ ହାତକୁ ପଥରରେ ଛେଚି ଭାଙ୍ଗିଦେଇଥିବା ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: ଏପଟେ BJP ଜିଲ୍ଲାସଭାପତିଙ୍କୁ ଆକ୍ରମଣ, ସେପଟେ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗାରୁଜା!

Odisha Election Odisha Politics General Election 2024
Advertisment
Advertisment