• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସିଧା ନିଶାନା । ସୋସିଆଲ ମିଡଆ ଏକ୍ସରେ ଏକ ଭିଡିଓ ପୋଷ୍ଟ କରି ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି ଲେଖିଛନ୍ତି । ଷ୍ଟେଜରେ ଭାଷଣ ଦେବା ବେଳେ ନବୀନଙ୍କ ହାତକୁ ବି ନିୟନ୍ତ୍ରଣ କରୁଛନ୍ତି ପାଣ୍ଡିଆନ । ସଭାରେ ନବୀନଙ୍କ ପାଖରେ ମାଇକ ଧରି ଛିଡ଼ା ହେବା ସହ ନବୀନଙ୍କ ହାତକୁ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି ।

ତାମିଲନାଡ଼ୁରୁ ଆସିଥିବା ଜଣେ ପୂର୍ବତନ ବ୍ୟୁରୋକ୍ରାଟ୍ କିଭଳି ବର୍ତ୍ତମାନ ନିୟନ୍ତ୍ରଣ କରୁଛନ୍ତି ତାହା ଦେଖି ଓଡ଼ିଶାର ଭବିଷ୍ୟତ କଥା ଭାବି ମୁଁ ଶିହରୀ ଯାଉଛି ବୋଲି ଲେଖିଛନ୍ତି ହିମନ୍ତ । ଓଡ଼ିଶାବାସୀଙ୍କୁ ସୁଶାସନ ଦେବାକୁ ବିଜେପି ସଂକଳ୍ପବଦ୍ଧ ବୋଲି କହିଛନ୍ତି ହିମନ୍ତ । ଏହି ଭିଡିଓକୁ ଅମିତ ମାଲବ୍ୟଙ୍କ ସମେତ ବିଜେପିର ଅନ୍ୟ କେନ୍ଦ୍ରୀୟ ନେତା ବି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ପଢ଼ନ୍ତୁ: ‘EVM ଭାଙ୍ଗିବାର ପ୍ରମାଣ ନାହିଁ, ଥାର୍ଡ ଫ୍ଲୋର୍‌ ନିର୍ଦ୍ଦେଶରେ ଜଗଦ୍ଦେବ ଗିରଫ’

ସେପଟେ ଆଜି ଅମିତ ଶାହ ମଧ୍ୟ ଓଡ଼ିଶା ଆସି ନବୀନ ଓ ପାଣ୍ଡିଆନଙ୍କୁ କଡ଼ା ଟାର୍ଗେଟ୍ କରିଛନ୍ତି । ଅମିତ୍ ଶାହଙ୍କ ଗର୍ଜନରେ କମ୍ପିଲା ପାଣିକୋଇଲି ସଭା । କୋରେଇ ପାଣିକୋଇଲି ସଭାରେ ଅମିତ ଶାହ କହିଲେ ଚିଟଫଣ୍ଡ ଘୋଟାଲାକାରୀଙ୍କୁ ଜେଲ୍‌ରେ ପୂରାଯିବ । ଏ ନବୀନ ବାବୁ ଘୋଟାଲାକାରୀଙ୍କୁ ଜେଲ୍ ପୂରାଇ ପାରିବେ କି ବୋଲି ପଚାରିଲେ ? ବିଜେପି ସରକାର ବନାନ୍ତୁ, ଘୋଟାଲାକାରୀଙ୍କୁ ଜେଲ୍‌ ପୂରାଇବୁ । ଘୋଟାଲା କରିଥିବା ଲୋକଙ୍କୁ ଓଲଟା ଲଟକାଇ ଦିଆଯିବ ବୋଲି ଶାହ କହିଛନ୍ତି ।

ନବୀନ ଜଣେ ତାମିଲ ଲୋକକୁ ଉତ୍ତରାଧିକାରୀ କରିବାକୁ ଯାଉଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ତାମିଲନାଡୁ ଲୋକକୁ କରାଯିବ କି ? ବିଜେପିକୁ ଜିତାନ୍ତୁ, ଜଣେ ଓଡ଼ିଆ ସନ୍ତାନକୁ ମୁଖ୍ୟମନ୍ତ୍ରୀ କରାଯିବ । ବିଜେପି ସରକାର ଆସିଲେ ଦୁର୍ନୀତିଗ୍ରସ୍ତ ସବୁ ବାବୁ ଜେଲରେ ପଶିବେ ବୋଲି କହିଛନ୍ତି ଶାହ ।

ଅଧିକ ପଢ଼ନ୍ତୁ: ବାଣ୍ଟୁଥିଲେ ଟଙ୍କା, ଉଠାଇ ନେଲା ପୋଲିସ୍; ଗାଁ ପାଲଟିଲା ପୁରୁଷ ଶୂନ୍ୟ

ସେପଟେ ଚାନ୍ଦବାଲିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଜେଡି ସରକାର ବିରୋଧରେ ଆରମ୍ଭରୁ ବର୍ଷିଛନ୍ତି । ୪ ଜୁନ୍‌ରେ ନବୀନ ହେବେ ‘ପୂର୍ବତନ ମୁଖ୍ୟମନ୍ତ୍ରୀ’ ବୋଲି କହିଲେ । ୬ ପର୍ଯ୍ୟାୟ ସରିଲାଣି, ୫ ପର୍ଯ୍ୟାୟ ରିପୋର୍ଟ ଅଛି । ୫ ପର୍ଯ୍ୟାୟରେ ମୋଦିଜୀ ୩୧୦ ସିଟ୍‌ ଜିତି ସାରିଲେଣି ବୋଲି କହିଛନ୍ତି ଅମିତ୍ ଶାହ ।

ସପ୍ତମ ପର୍ଯ୍ୟାୟ ଶେଷ ସୁଦ୍ଧା ଚାର୍‌ଶୋ ପାର୍‌ କରିବାକୁ ପଡ଼ିବ । ଓଡ଼ିଶାରେ ବି ମୋଦିଙ୍କ ସରକାର ବନାଇବାକୁ ପଡ଼ିବ । ୭୫ରୁ ଅଧିକ ସିଟ୍‌ ଜିତି ଡବଲ ଇଂଜିନ ସରକାର କରିବ ବିଜେପି । ୪ ଜୁନ୍‌ରେ ରେଜଲ୍ଟ ଆସିବ, ନବୀନ ବାବୁ ପୂର୍ବ ମୁଖ୍ୟମନ୍ତ୍ରୀ ହୋଇଯିବେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ଭକ୍ତ ହିଁ ହେବ ବୋଲି କହିଛନ୍ତି ଶାହ ।

OTV is now on Whatsapp

Join and get latest news update delivered to you via whatsapp

Join Now