• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ପାଟକୁରାରେ ହିମନ୍ତ ବିଶ୍ୱଶର୍ମା । ସେ କହିଛନ୍ତି, ଏ ରାଜ୍ୟକୁ ଯଦି ଭଲ ସରକାର ମିଳେ, ଓଡ଼ିଶା ୧ ନମ୍ବର ହୋଇପାରିବ । ଏବେ ଓଡ଼ିଶାର ହାଲତ କଣ ଅଛି ସମସ୍ତେ ଦେଖିପାରୁଥିବେ । କାମ ଧନ୍ଦା ତଲାସ ପାଇଁ ଓଡ଼ିଶାର ଯୁବକ ବାହାରକୁ ପଳାଉଛନ୍ତି । ଓଡ଼ିଶାରେ ଥିବା ଶିଳ୍ପରେ ଓଡ଼ିଆ ପିଲାଙ୍କୁ କାମ ମିଳୁନାହିଁ । ଓଡ଼ିଶାର ସଂପଦ ବାହାର ଲୋକଙ୍କୁ ଟ୍ରାନ୍ସଫର କରାଯାଉଛି । ରାଜ୍ୟରେ ୧ ଲକ୍ଷ ଚାକିରି ଖାଲିପଡ଼ିଛି, ଯୁବକଙ୍କୁ ଚାକିରି ମିଳୁନି । ନବୀନ ବାବୁ ଚାହିଁଥିଲେ, ୧ ବର୍ଷରେ ୧ ଲକ୍ଷ ଚାକିରି ଦେଇପାରିଥାନ୍ତେ । ଓଡ଼ିଶାରେ ବିଜେପି ସରକାର ଆସିଲେ ପ୍ରଥମ ବର୍ଷ ୧ ଲକ୍ଷ ଚାକିରି ମିଳିବ । ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଲେ ହିମନ୍ତ ବିଶ୍ୱଶର୍ମା ।

ଅଧିକ ପଢ଼ନ୍ତୁ: ‘ପାଣ୍ଡିଆନ ଓଡ଼ିଶାରେ ଆତଙ୍କରାଜ ସୃଷ୍ଟି କରିବାକୁ ଚାହୁଁଛନ୍ତି'

ଅନ୍ୟପଟେ ପାଟକୁରା ସଭାରେ ପାଣ୍ଡିଆନ୍‌ଙ୍କୁ ଆଟାକ୍ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା । ସେ କହିଛନ୍ତି, ‘ଓଡ଼ିଶାରେ ଜଣେ ଲୋକ ରାଜା ମହାରାଜା ଭଳି ବସିଛି । ଓଡ଼ିଶାର ସବୁ ଚାକିରି ପାଣ୍ଡିଆନ ପାଖରେ ରହିଛି । ଓଡ଼ିଶାର ଯୁବକଙ୍କୁ କାହିଁକି ଚାକିରି ଦିଆଯାଉନି । ରତ୍ନଭଣ୍ଡାର ଚାବି ମିଳୁନାହିଁ, ତଦନ୍ତ କମିଶନ ରିପୋର୍ଟ ଚାପିଛନ୍ତି । ମୋର ବିଶ୍ୱାସ ରତ୍ନଭଣ୍ଡାର ଚାବି ପାଣ୍ଡିଆନ ଲୁଚାଇ ରଖିଛନ୍ତି। ପାଣ୍ଡିଆନ ଚାବି ପାତାଳରେ ରଖିଥିଲେ ବି ବିଜେପି ଖୋଜିଆଣିବ’ ।

‘୪ ଜୁନ୍ ପୂର୍ବରୁ ରତ୍ନଭଣ୍ଡାର ଚାବି ହାଇକୋର୍ଟରେ ଦେଇଦିଅନ୍ତୁ । ନହେଲେ ଆପଣଙ୍କ ହିସାବ ଆମେ ବରାବର କରିଦେବୁ । ଫାଇଭ୍ ଟି କହୁଛନ୍ତି, କୌଣସି ଟିମ୍ ୱାର୍କ ଅଛି କି ଓଡ଼ିଶାରେ । ଏଠାରେ କେବଳ ଗୋଟିଏ ଟିମ୍ ପାଣ୍ଡିଆନ ଓ ତାଙ୍କ ପତ୍ନୀଙ୍କ ଟିମ୍ । ଏଠି କୌଣସି କ୍ୟାବିନେଟ କି ଅଫିସରଙ୍କ ପାୱାର ନାହିଁ । ଏଠି ଗୋଟିଏ ଟି ଅଛି, ସେ ଟି’ର ନାଁ ତାମିଲନାଡୁ’ ବୋଲି କହିଛନ୍ତି ବିଶ୍ୱଶର୍ମା । 

ଅଧିକ ପଢ଼ନ୍ତୁ: ‘ଚାଷୀଙ୍କ ପ୍ରତି ବିଜେଡି କରିଛି ବିଶ୍ୱାସଘାତ, ୧୦ ହଜାର ଦେବେ କହି ଦେଲେ ୪ ହଜାର’

‘୧ ଟଙ୍କା ଲେଖାଏଁ ଚାନ୍ଦା କରି ପାଣ୍ଡିଆନଙ୍କ ପାଇଁ ଟିକେଟ କିଣନ୍ତୁ । ପାଣ୍ଡିଆନଙ୍କ ପାଇଁ ଟିକେଟ କିଣି ତାମିଲନାଡୁ ପଠାଇ ଦିଅନ୍ତୁ । ପାଣ୍ଡିଆନ ନବୀନ ବାବୁଙ୍କୁ ହୋଷ୍ଟେଜ ରଖିଛନ୍ତି । ନବୀନ ବାବୁଙ୍କ ମାଇକ୍ କାହିଁକି ପାଣ୍ଡିଆନ ଧରୁଛନ୍ତି । ମାଇକ୍ ଧରି ନବୀନ ବାବୁଙ୍କୁ ନଚାଉଛନ୍ତି ପାଣ୍ଡିଆନ । ନିଜ ଇସାରାରେ ନବୀନ ବାବୁଙ୍କୁ ନଚାଉଛନ୍ତି ପାଣ୍ଡିଆନ । ଯାହା ପାଣ୍ଡିଆନ କହୁଛନ୍ତି, ତାହା କରୁଛନ୍ତି ନବୀନ ବାବୁ’ । 

ସେପଟେ ପାଟକୁରା ସଭାରେ ଆସାମ ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ଆହୁରି କହିଛନ୍ତି, ମୋ ବିଶ୍ୱାସ ଆମେ ଏପର୍ଯ୍ୟନ୍ତ ୩୬୦ ସିଟ୍ ପାର୍ କରିସାରିଲୁଣି । ସାତ ଫେଜ୍ ସରିବା ପରେ ମୋଦିଜୀ ୪ଶହ ପାର୍ କରିଯିବେ । ମୋଦିଜୀଙ୍କୁ ୩ଶହ ସିଟ୍ ଦେଲେ, ସେ ରାମ ମନ୍ଦିର କଲେ, ୩୭୦ ହଟାଇଲେ । ମୋଦିଜୀଙ୍କୁ ଏଥର ୪ଶହ ସିଟ୍ ଦିଅନ୍ତୁ, ପିଓକେ ଭାରତକୁ ଆଣିବୁ । ୪ ଶହ ସିଟ୍ ଆଣିଲେ ଜ୍ଞାନବ୍ୟାପି ମନ୍ଦିର ନିର୍ମାଣ କରାଯିବ ।

OTV is now on Whatsapp

Join and get latest news update delivered to you via whatsapp

Join Now