/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716898534.jpg)
Narendra Modi
ତପସ୍ୟାରେ ବସିବେ ମୋଦି । ନିର୍ବାଚନ କ୍ୟାମ୍ପେନ୍ ସରୁ ସରୁ ଗତ ଥର ଭଳି ଏଥର ମଧ୍ୟ ତପସ୍ୟାରେ ବସିବେ । ୪୮ ଘଣ୍ଟା ପର୍ଯ୍ୟନ୍ତ କରିବେ ତପସ୍ୟା । ତାମିଲନାଡ଼ୁ କନ୍ୟାକୁମାରୀ ଜିଲ୍ଲାରେ ଥିବା ବିବେକାନନ୍ଦ ରକ୍ ମେମୋରିଆଲରେ ୩୦ ତାରିଖଠାରୁ ତପସ୍ୟା କରିବେ । କନ୍ୟାକୁମାରୀ କୂଳରେ ଏହି ମେମୋରିଆଲ ରହିଛି । ଏହି ସ୍ଥାନରେ ସ୍ୱାମୀ ବିବେକାନନ୍ଦ ବି ତପସ୍ୟା କରୁଥିଲେ । ପାଖରେ ତାମିଲ ସନ୍ଥ ତିରୁଭଲ୍ଲୁଭାରଙ୍କ ପ୍ରତିମୂର୍ତ୍ତୀ ମଧ୍ୟ ରହିଛି ।
ଦୁଇ ଥର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟକାଳ ପୂରା କରିବା ପରେ ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଆଶା ରଖିଛନ୍ତି । ଆଉ ଶେଷ ପର୍ଯ୍ୟାୟ ନିର୍ବାଚନ ଜୁନ୍ ୧ ତାରିଖରେ ରହିଛି । ସେ ଶେଷ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର କରିସାରିବା ପରେ ତାମିଲନାଡ଼ୁ ଯାଇ ତପସ୍ୟାରେ ବସିବେ । ଆଉ ନିର୍ବାଚନ ସରିବା ପରେ ତପସ୍ୟା ଭଙ୍ଗ କରିବେ ।
ଅଧିକ ପଢ଼ନ୍ତୁ: ମୋଦିଙ୍କ ଦୃଢୋକ୍ତି; ଖୁବଶୀଘ୍ର ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ ହେବ, ବଦଳିବ ସରକାର
ଜୁନ୍ ୧ ତାରିଖରେ ତପସ୍ୟା ସରିବା ପରେ ସେ ତାମିଲନାଡ଼ୁରୁ ଦିଲ୍ଲୀ ଅଭିମୁଖେ ବାହାରିବେ । ଜୁନ୍ ୪ ରେ ନିର୍ବାଚନ ଫଳାପଳ ପ୍ରକାଶ ପାଇବ ।
ଗତଥର ମଧ୍ୟ ଏହିଭଳି ଭାବେ ମୋଦି ତପସ୍ୟାରେ ବସିଥିଲେ । ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରି ମୋଦି ଉତ୍ତରାଖଣ୍ଡର କେଦାରନାଥଙ୍କ ମନ୍ଦିର ପାଖରେ ଥିବା ଏକ ପବିତ୍ର ଗୁମ୍ଫାରେ ତପସ୍ୟା କରିଥିଲେ । ସେତେବେଳର ଫଟୋ, ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ।
ତେବେ କିଛି ଦିନ ପୂର୍ବରୁ ମୋଦି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ କହିଥିଲେ, ସାରା ଦେଶରେ ଏବେ ନିର୍ବାଚନ ମାହୋଲ ସରଗରମ ରହିଛି । ଆଉ ଏହି ନିର୍ବାଚନୀ ମାହୋଲ ଭିତରେ ଆମର ପଲ୍ଲା ଭାରି ରହିଛି । ଏଥିରେ କାହାର ସନ୍ଦେହ ନାହିଁ । ଏହା ସମସ୍ତେ ଜାଣିଛନ୍ତି ଆମର ପଲ୍ଲା ଭାରି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)