Advertisment

ନବୀନ-ପାଣ୍ଡିଆନଙ୍କୁ ହିମନ୍ତଙ୍କ ଅଲ୍ ଆଉଟ୍ ଆଟାକ୍, 'ମାଇକ୍ ଧରି ତାଙ୍କୁ ନିଜ ଇସାରାରେ ନଚାଉଛନ୍ତି'

'ମନ୍ଦବୁଦ୍ଧି ପାଇଁ ପାଣ୍ଡିଆନଙ୍କୁ ମିଳୁ ନୋବେଲ୍ । 4 ତାରିଖ ପରେ ପଠାଇ ଦିଆଯିବ ତାମିଲନାଡୁ ।'

author-image
Satyendu Shekher Mishra
undefined

Himant Biswasharma

ନବୀନ ଓ ପାଣ୍ଡିଆନଙ୍କୁ ହିମନ୍ତଙ୍କ ଅଲ୍ ଆଉଟ୍ ଆଟାକ୍ । କହିଲେ 'ନବୀନ ବାବୁଙ୍କୁ ମୁଣ୍ଡଜାମିନ ରଖିଛନ୍ତି ପାଣ୍ଡିଆନ' । 'ମାଇକ୍ ଧରି ତାଙ୍କୁ ନିଜ ଇସାରାରେ ନଚାଉଛନ୍ତି' । 'ଏଠି କେବଳ ଗୋଟିଏ 'ଟି' ଅଛି, ସେ ଟି’ର ଅର୍ଥ ତାମିଲନାଡୁ' । 

Advertisment

କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅନ୍ତର୍ଗତ ପାଟକୁରାରେ ବିଜେପର ବିଜୟ ସଂକଳ୍ପ ସମାବେଶରେ ପୁଣି ଗର୍ଜିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଦାଦନ, ନିଯୁକ୍ତି, କୃଷି, ରତ୍ନଭଣ୍ଡାର ଚାବି ଓ ଯୋଜନା ହାଇଜାକ୍ ଆଦି ପ୍ରସଙ୍ଗ ଉଠାଇ, ଓଡ଼ିଶାରେ ପାଣ୍ଡିଆନ ଶାସନ ଶେଷ କରିବାର ଅଛି, ଟିକେଟ୍ କାଟି ତାମିଲନାଡ଼ୁ ପଠାଇବାର ଅଛି ବୋଲି ଆହ୍ୱାନ ଦେଇଛନ୍ତି ବିଜେପିର ଏହି ଫାୟାର୍ ବ୍ରାଣ୍ଡ୍ ନେତା । କଟାକ୍ଷ କରିଛନ୍ତି ଯେ, ଯାହା ପାଣ୍ଡିଆନ କହୁଛନ୍ତି, ନବୀନ ତାହା କରୁଛନ୍ତି।

ମନ୍ଦ ବୁଦ୍ଧି ପାଇଁ ପାଣ୍ଡିଆନଙ୍କୁ ନୋବେଲ ମିଳିବା ଉଚିତ୍। ଏଥିସହ ପୁଣି ରତ୍ନଭଣ୍ଡାର ଚାବି ପାଣ୍ଡିଆନ ଲୁଚାଇଥିବା କହିବା ସହ, ୪ ଜୁନ୍ ପୂର୍ବରୁ ଚାବି ହାଇକୋର୍ଟରେ ନଦେଲେ ଆମେ ଆପଣଙ୍କ ହିସାବ ବରାବର କରିଦେବୁ ବୋଲି ଚେତାବନୀ ଦେଇଛନ୍ତି।

Advertisment

ସେପଟେ ଆଜି ମୁହାଁମୁହିଁ ହୋଇଛନ୍ତି ନବୀନ ଓ ବୈଜୟନ୍ତ। କେନ୍ଦ୍ରାପଡ଼ାରେ ନିର୍ବାଚନୀ ପ୍ରଚାର ବେଳେ ନବୀନ, ବୈଜୟନ୍ତଙ୍କ ନାଁ ନନେଇ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି । ଅଭିଯୋଗ କରିଛନ୍ତି, ସାଂସଦ ଥିବା ବେଳେ ସେ କେବଳ ନିଜ ପାଇଁ ଓ କଂପାନୀ ଲାଭ ପାଇଁ କାମ କରିଥିଲେ।.. ପାଟକୁରା ସଭାମଞ୍ଚରୁ ଏହାର କଡ଼ା ଜବାବ ରଖିଛନ୍ତି ବୈଜୟନ୍ତ ପଣ୍ଡା। କହିଛନ୍ତି- ମୁଖ୍ୟମନ୍ତ୍ରୀ ଇଆଡୁ ସିଆଡୁ କିଛି ଅଭିଯୋଗ କରିଛନ୍ତି, ମୁଁ ତାଙ୍କୁ ଦୋଷ ଦେଉନି। ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି, ତାହା କବଜାକାରୀ ତାମିଲବାବୁଙ୍କ ପ୍ରମ୍ପଟିଂ।

ବିଜୁବାବୁଙ୍କ ଅମଳରୁ ମୋ ପରିବାର ବ୍ୟବସାୟରେ ଅଛନ୍ତି। ହେଲେ ସେମାନଙ୍କ ପ୍ରତି କେହି କେବେ ବି ଆରୋପ ଲଗାଇ ନାହାନ୍ତି। ମୁଁ ରାଜନୀତିକୁ ସଂପତ୍ତି ହାସଲ ପାଇଁ ନୁହେଁ, ଲୋକଙ୍କ ସେବା କରିବାକୁ ଆସିଛି। ଯାହାକୁ ମୁଖ୍ୟମନ୍ତ୍ରୀ 5T ଦେଇଛନ୍ତି, ସେ 5T ନାଁରେ ୫ ଜଣ ତାମିଲଙ୍କୁ ପୂରା ଓଡ଼ିଶା ବିକି ଦେଇଛି। ତାଙ୍କ ସଂପତ୍ତି ବିଷୟରେ ଯାଞ୍ଚ କରନ୍ତୁ ଏବଂ ସେ ସଂପତ୍ତି ଓଡ଼ଆ ଲୋକଙ୍କୁ ଫେରାନ୍ତୁ ବୋଲି ଦାବି ରଖିଛନ୍ତି ବୈଜୟନ୍ତ ।

BJD BJP Congress Odisha Politics General Election 2024
Advertisment
Advertisment