Advertisment

‘ସେ ପୁରା ଫିଟ୍‌, ଆଗରୁ କାହିଁକି ଏମିତି ହେଉଥିଲେ ମୁଁ ବୁଝିପାରୁନି’

ନବୀନବାବୁଙ୍କ ହାତ କ’ଣ ପାଇଁ ଏମିତି ଥରୁଥିବା ପ୍ରଶ୍ନରେ ତାରା କହିଛନ୍ତି, ଜାଣିଶୁଣି ଏମିତି କରୁଥିବେ ବୋଲି ଭାବୁଛି। ଡ୍ରାମା କରୁଥିଲେ। ଲେଖା ଛିଡିଗଲା। ପାଇଟି ସରିଲାବୋଲି ତାରା କହିଛନ୍ତି।

author-image
Satyendu Shekher Mishra
Taraprasad Bahinipati

Taraprasad Bahinipati

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି, ‘ନବୀନ ପଟ୍ଟନାୟକ ଏବେ ପୁରା ଫିଟ୍। ମୁଁ ତାଙ୍କ ପଛେ ପଛେ ଚାଲୁଥିଲି କାଳେ ପଡ଼ିଯିବେ। ହେଲେ ସେ ଷ୍ଟେପ ପରେ ଷ୍ଟେପ୍ ପକାଇ ଚାଲୁଛନ୍ତି, ତାଙ୍କ ହାତ ବି ହଲୁନି। ଆଗରୁ କାହିଁକି ଥରୁଥିଲା ମୁଁ ବୁଝିପରୁନି। ଜାଣିଶୁଣି ତାଙ୍କୁ ଏମିତି କରାଯାଉଥିଲା ବୋଲି ମୁଁ ଭାବୁଛି।’ ସେପଟେ ତାରାଙ୍କ ଏଭଳି ବୟାନକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ....

Advertisment

ତାରା ଆହୁରି କହିଛନ୍ତି, ‘ବାସ୍ତବ କ୍ଷେତ୍ରରେ ନବୀନବାବୁଙ୍କ ପ୍ରତି ମୋର ବହୁତ ସମ୍ମାନ ରହିଛି। ସିଏ ବୟସ୍କ ଲୋକ କୁଆଡ଼େ ପଡିଯିବେ, ସେଥିପାଇଁ ମୁଁ ତାଙ୍କ ପଛେ ପଛେ ଚାଲୁଥିଲି। ହେଲେ ସିଏ ଭଲ କରି ଚାଲୁଥିଲେ। ଠକ୍‌ ଠକ୍‌ କରି ପାହାଚ ଚଢ଼ି ଚଢ଼ି ଗଲେ। ସମସ୍ତଙ୍କୁ ଅଭିନନ୍ଦନ ଜଣାଇଲେ। ଭଲ କଥାବାର୍ତ୍ତା ହେଲେ। ସେ ମୋତେ ପଚାରିଲେ, ଆପଣ ଖୁସି ତ ? ମୁଁ କହିଲି- ବହୁତ ବଢ଼ିଆ ଖସି, ବ୍ୟୁଟିଫୁଲ୍‌ ।’

ନବୀନବାବୁଙ୍କ ହାତ କ’ଣ ପାଇଁ ଏମିତି ଥରୁଥିବା ପ୍ରଶ୍ନରେ ତାରା କହିଛନ୍ତି, ଜାଣିଶୁଣି ଏମିତି କରୁଥିବେ ବୋଲି ଭାବୁଛି। ଡ୍ରାମା କରୁଥିଲେ। ଲେଖା ଛିଡିଗଲା। ପାଇଟି ସରିଲାବୋଲି ତାରା କହିଛନ୍ତି।

Advertisment

ଅନ୍ୟପଟେ ବିଜେଡି ସହିତ କଂଗ୍ରେସ ହାତ ମିଳାଇବାକୁ ନେଇ ତାରା କହିଛନ୍ତି, କଂଗ୍ରେସ କାହା ସହିତ ହାତ ମିଳାଇନି। କଂଗ୍ରେସ ନିଜ କାମ ନିଜେ କରିବ। ଜନସାଧାରଣଙ୍କ ପାଇଁ କଂଗ୍ରେସର ଯେଉଁ କର୍ତ୍ତବ୍ୟ, ତାହା କରିବ। କାହା ସହିତ କମ୍ପ୍ରମାଇଜ୍‌ କରିବ ନାହିଁ ବୋଲି ତାରା କହିଛନ୍ତି। 

ତେବେ ନବୀନ ସୁସ୍ଥ ନା ଅସୁସ୍ଥ ? ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତା ପଛରେ କିଏ ? କାହାର ହାତ ରହିଛି ? ନିର୍ବାଚନ ବେଳେ କାହିଁକି ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ ନବୀନ ? କାହିଁକି ନିର୍ବାଚନୀ ପ୍ରଚାରରେ ପୂର୍ବ ଭଳି ନଥିଲେ ସକ୍ରିୟ ? ଏହା ପଛରେ କାରଣ କ’ଣ ? କେମିତି ଅଛି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ? ପୂର୍ବତନ ମୁଖ୍ୟମନ୍ତ୍ରୀ ସିଧାସଳଖ ଲୋକଙ୍କ ସାମ୍ନାରେ ଭାଷଣ ନଦେଇ, କାହିଁକି ତାଙ୍କର ରେକର୍ଡିଂ ଭିଡିଓ ବାହାରକୁ ଆସୁଥିଲା ? କ’ଣ ଥିଲା ଉଦେଶ୍ୟ ?

ନିର୍ବାଚନ ପୂର୍ବରୁ ଏମିତି ଅନେକ ପ୍ରଶ୍ନ ଆସିଥିଲା ଲୋକଙ୍କ ମନରେ । ଆଉ ଏହାକୁ ନେଇ ରାଜ୍ୟରେ ରାଜନୈତିକ ଝଡ଼ ମଧ୍ୟ ଉଠିଥିଲା । ରାଜ୍ୟ ରାଜନୀତି ଖୁବ୍‌ ସରଗରମ ଥିଲା ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ । 

BJD BJP Congress Odisha Politics General Election 2024
Advertisment
Advertisment