Advertisment

ପୁଣି ବିଧାନସଭା ମଙ୍ଗ ସମ୍ଭାଳିବେ ଜଣେ ମହିଳା ବାଚସ୍ପତି

ପ୍ରମିଳା ମଲ୍ଲିକଙ୍କ ପରେ ବିଧାନସଭା ପରିଚାଳନାର ମଙ୍ଗ ଧରିବେ ସୁରମା ପାଢୀ। ରଣପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ସୁରମା ଆଜି ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Assembly Speaker

ସୁରମା ପାଢ଼ୀ ହେବେ ପରବର୍ତ୍ତୀ ବାଚସ୍ପତି। ଆଜି ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ହେବା ପରେ, ସୁରମା ବାଚସ୍ପତି ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀ, ଯେମିତିକି ଉପବାଚସ୍ପତି, ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟସଚେତକ କାହାକୁ ମିଳିବ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ଖାଲି ପଡ଼ିଥିବା ୬ ମନ୍ତ୍ରୀ ପଦବିରେ କିଏ ବସିବେ ତାକୁ ନେଇ ବି ସସପେନ୍ସ ଜାରି।

Advertisment

ପୁଣି ବିଧାନସଭା ଦେଖିବ ମହିଳା ବାଚସ୍ପତି। ପ୍ରମିଳା ମଲ୍ଲିକଙ୍କ ପରେ ବିଧାନସଭା ପରିଚାଳନାର ମଙ୍ଗ ଧରିବେ ସୁରମା ପାଢୀ। ରଣପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ସୁରମା ଆଜି ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୨୦୦୪ରୁ ୨୦୦୯ ଯାଏ ସୁରମା ବିଜେପି-ବିଜେଡି ମେଣ୍ଟ ସରକାରରେ ସମବାୟ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଲମ୍ବା ରାଜନୈତିକ କ୍ୟାରିୟରରେ ସୁରମାଙ୍କ ରହିଛି ଭରପୁର ଅଭିଜ୍ଞତା।

ସୁରମାଙ୍କୁ ସମର୍ଥନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ସେ ମଧ୍ୟ ସହମତି ପ୍ରକାଶ କରିଥିବା ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ବିଜେପି ପାଖରେ ସଂଖ୍ୟାଗରିଷ୍ଠତା ଥିବାରୁ ସୁରମା ବାଚସ୍ପତି ଭାବେ ଆସନ୍ତାକାଲି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବାକୁ ଯାଉଛନ୍ତି।

Advertisment

ବାଚସ୍ପତି କିଏ ହେବେ ସେନେଇ ସସପେନ୍ସ ହଟିବା ପରେ ଏବେ କିଏ ହେବେ ଉପବାଚସ୍ପତି, ସରକାରୀ ଦଳ ମୁଖ୍ୟସଚେତକ ଓ ଉପମୁଖ୍ୟ ସଚେତକ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉପ ବାଚସ୍ପତି ଓ ଉପମୁଖ୍ୟ ସଚେତକ ରେସରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ନାଁ ଅଧିକ ଚର୍ଚ୍ଚାରେ ଅଛି। ସେହିପରି ସରକାରୀ ଦଳ ମୁଖ୍ୟସଚେତକ ଭାବେ ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ନାଁ ଆଗରେ ଅଛି। ଏହାବାଦ ବି ଦଳ ସରପ୍ରାଇଜ୍ କାର୍ଡ ଖେଳିପାରେ। ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମନ୍ତିମଣ୍ଡଳରେ ୧୬ ଜଣଙ୍କୁ ସାମିଲ କରାଯିବା ପରେ ଏବେ ବି ଆହୁରି ୬ ଜଣଙ୍କ ସ୍ଥାନ ଖାଲି ପଡିଛି। ନିୟମ ଅନୁଯାୟୀ ୨୨ ଜଣ ମନ୍ତ୍ରୀ ରହିପାରିବେ। ଖାଲି ଥିବା ଆଉ ୬ ମନ୍ତ୍ରୀ ପଦରେ କାହାକୁ ଦାୟିତ୍ୱ ମିଳୁଛି ସେନେଇ ମଧ୍ୟ ଦଳ ପର୍ଯ୍ୟାଲୋଚନା କରୁଛି।

ବିଜେପିର ମୋଟ୍ ୫ ଜଣ ନେତ୍ରୀ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ପୂର୍ବରୁ ପ୍ରଭାତୀ ପରିଡ଼ାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ଦଳ ବସାଇ ସାରିଛି। ଏବେ ସୁରମା ହେବାକୁ ଯାଉଛନ୍ତି ବାଚସ୍ପତି।

Odisha Assembly Odisha Speaker
Advertisment
Advertisment