Advertisment

୫୦୦ କୋଟିର ହିଲ୍ ପ୍ୟାଲେସ୍ ! ମାଟିରେ ମିଶିବ ନା ଲୋକଙ୍କ ମନ ଜିଣିବ?

ଏଥିରେ ବିନିଯୋଗ ହୋଇଥିବା ଟଙ୍କା କଳାଧନ ବୋଲି ଅଭିଯୋଗ କରିଛି ଟିଡିପି। ଗତଥର ଜଗନ୍ କ୍ଷମତାକୁ ଆସିବା ପରେ ଚନ୍ଦ୍ରବାବୁଙ୍କ ଘରକୁ ବେଆଇନ ଦର୍ଶାଇ ଭଙ୍ଗା ଯାଇଥିଲା ତେଣୁ ଏଥର ଜଗନଙ୍କ ଘର କଣ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

author-image
Satyendu Shekher Mishra
Jagan Reddy Hill Top Palace

Jagan Reddy Hill Top Palace

କଣ ହେବ ୫୦୦ କୋଟିର ହିଲ୍ ପ୍ୟାଲେସ୍ ? ମାଟିରେ ମିଶିବ ନା ଲୋକଙ୍କ ମନ ଜିଣିବ? ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାର ରୁଷିକୋଣ୍ଡା ହିଲ୍ ପ୍ୟାଲେସକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏହି ହିଲ୍ ଟପ୍ ପ୍ୟାଲେସ୍‌ର ନିର୍ମାଣ କରିଥିଲେ।

Advertisment

ଇଟାଲିୟନ୍ ମାର୍ବଲ, ୨୬ ଲକ୍ଷର ବାଥ୍ ଟ୍ୟାବ୍, ବଡ଼ ସୁଇମିଂ ପୁଲ୍, ଯାହା ଖୋଜିବେ, ତାହା ପାଇବେ ଏହି ହିଲ୍ ଟପ୍ ପ୍ୟାଲେସରେ। ବିଶାଖାପାଟଣାକୁ  ଜଗନ୍ ଦ୍ୱିତୀୟ ରାଜଧାନୀ ଭାବେ ଘୋଷଣା କରିଥିଲେ। ତେଣୁ ଏଠି ଏକ ବିଶାଳ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହ ନୂଆ ସହର ଭାବେ ନିର୍ମାଣ କରିବାକୁ ସ୍ୱପ୍ନ ରଖିଥିଲେ।

ତେବେ ଏଥିରେ ବିନିଯୋଗ ହୋଇଥିବା ଟଙ୍କା କଳାଧନ ବୋଲି ଅଭିଯୋଗ କରିଛି ଟିଡିପି। ଗତଥର ଜଗନ୍ କ୍ଷମତାକୁ ଆସିବା ପରେ ଚନ୍ଦ୍ରବାବୁଙ୍କ ଘରକୁ ବେଆଇନ ଦର୍ଶାଇ ଭଙ୍ଗା ଯାଇଥିଲା ତେଣୁ ଏଥର ଜଗନଙ୍କ ଘର କଣ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

Advertisment

Advertisment
Advertisment