Advertisment

ଭାରତ ପ୍ରତି ମନୋଭାବ ବଦଳାଇଲା ତାଲିବାନ, ବଢାଇଲା ବନ୍ଧୁତାର ହାତ

ଆଫଗାନିସ୍ତାନରେ ଆତଙ୍କ ସୃଷ୍ଟି କରିଥିବା ତାଲିବାନ ତାର ମନୋଭାବରେ ପରିବର୍ତ୍ତନ ଆଣିବା ପରି ମନେ ହେଉଛି। ଭାରତ ପ୍ରତି ବନ୍ଧୁତାର ସଙ୍କେତ ଦେଇଛି ତାଲିବାନ।

author-image
Minati Mishra
ଅଦ୍ୟତନ ହୋଇଛି
ଭାରତ ପ୍ରତି ମନୋଭାବ ବଦଳାଇଲା ତାଲିବାନ, ବଢାଇଲା ବନ୍ଧୁତାର ହାତ

taliban in afganistan

କାବୁଲ: ଆଫଗାନିସ୍ତାନରେ ଆତଙ୍କ ସୃଷ୍ଟି କରିଥିବା ତାଲିବାନ ତାର ମନୋଭାବରେ ପରିବର୍ତ୍ତନ ଆଣିବା ପରି ମନେ ହେଉଛି। ଭାରତ ପ୍ରତି ବନ୍ଧୁତାର ସଙ୍କେତ ଦେଇଛି ତାଲିବାନ। ତାଲିବାନ ପକ୍ଷରୁ କୁହାଯାଇଛି, ସେମାନେ ଭାରତକୁ ପାକିସ୍ତାନ ଦୃଷ୍ଟିରେ ଦେଖନ୍ତି ନାହିଁ। ଆଫଗାନିସ୍ତାନରେ ଭାରତ ସମେତ ଅନ୍ୟ କୌଣସି ଦେଶକୁ ଅର୍ଥନୈତିକ ଦୃଷ୍ଟି କୋଣରୁ ଭୟର ଆଶଙ୍କା ନାହିଁ। ତେବେ ତାଲିବାନ ପକ୍ଷରୁ ଏଥିପାଇଁ କିଛି ସର୍ତ୍ତ ରଖାଯାଇଛି। ଆତଙ୍କୀ ସଂଗଠନ ପକ୍ଷରୁ କୁହାଯାଇଛି, ଭାରତ ଯଦି ଅଶରଫ ଗନି ସରକାର (Ashraf Ghani-led Government)ଙ୍କ ପକ୍ଷରୁ ହେଉଥିବା ଗୁଳିମାଡ ପ୍ରତି ସମର୍ଥନ ବନ୍ଦ କରି ଦେବ ତେବେ ଆଫଗାନିସ୍ତାନରେ  ଭାରତ ନିବେଶ କରିଥିବା କୌଣସି ପ୍ରୋଜେକ୍ଟ ପ୍ରତି  ବିପଦ ରହିବ ନାହିଁ। 

Advertisment

ପ୍ରଥମ ଥର ପାଇଁ ତାଲିବାନ ଭାରତ ସହ ବୁଝାମଣାଭିତ୍ତିକ କଥା ହୋଇଛି। ‘ ଦ ଟ୍ରିବ୍ୟୁନ’ ରିପୋର୍ଟ ଅନୁସାରେ, ତାଲିବାନ ପ୍ରତିନିଧିମଣ୍ଡଳ ଇରାନ, ଋଷ, ଚୀନ ଆଦି କେତେକ ଦେଶ ସହ ଆଲୋଚନା କରି ଏପରି ପ୍ରସ୍ତାବ ଦେଇଛି। 
ତାଲିବାନ ପ୍ରବକ୍ତା ଜବିଉଲ୍ଲାହ ମୁଜାହିଦ ସଂଗଠନର ଏହି ବାର୍ତ୍ତାକୁ ଅନ୍ତରାଷ୍ଟ୍ରୀୟ ମିଡିଆ ସାମ୍ନାରେ ପହଞ୍ଚାଇଛି। ସେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ଆମେ କୌଣସି ଦେଶକୁ ଆର୍ଥିକ ଯୋଜନାକୁ ନେଇ ଧମକ ଦେଉନାହୁଁ କିମ୍ବା ବିରୋଧ କରୁନାହୁଁ। ଆମେ ଆଫଗାନିସ୍ତାନରେ ନିବେଶ କରିଥିବା ଦେଶର ସମର୍ଥକ ଅଟୁ। ଆମେ କିଛି ଦିନ ତଳେ ଚୀନ ଯାତ୍ରା କରୁଥିଲୁ। ଚୀନ ପାଖରେ ଆମେ କରିଥିବା ବିଭିନ୍ନ ଦାବି ମଧ୍ୟରୁ ଗୋଟିଏ ପ୍ରମୁଖ ଦାବି ଥିଲା ଏବଂ ତାହା ହେଉଛି ସେ ଆଫଗାନିସ୍ତାନ ସହ ବ୍ୟାବସାୟିକ ଏବଂ ନିବେଶରେ ସହଯୋଗ କରୁ। 

Advertisment

ସାକ୍ଷତକାରରେ ଜବିଉଲ୍ଲାହ ଏକଥାକୁ ଅସ୍ୱୀକାର କରିଛନ୍ତି ଯେ, ତାଲିବାନ ଭାରତକୁ ପାକିସ୍ତାନ ଚଷମାରେ ଦେଖୁଛି। ଜବିଉଲ୍ଲାହ କହିଛନ୍ତି, ତାଲିବାନ ଏ କ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ଦେଶ ଭାବେ ଭାରତ ସହ ଉତ୍ତମ ସମ୍ପର୍କ ରଖିବାକୁ ଚାହେଁ। 
ସୂଚନାଥାଉ କି, ଆମେରିକା ତାର ସେନାକୁ ଆ‍ଫଗାନିସ୍ତାନରୁ ପ୍ରତ୍ୟାହାର କରିନେବାପରେ ତାଲିବାନ ଆଫଗାନିସ୍ତାନରେ ଆତଙ୍କ ସୃଷ୍ଟି କରିଚାଲିଛନ୍ତି। ସେମାନେ ଦେଶର ଅନେକ ପ୍ରମୁଖ ଅଞ୍ଚଳକୁ ନିଜ କବ୍‌ଜାକୁ ନେଇ ଗଲେଣି। ତାଲିମାନର ଏପରି କାର୍ଯ୍ୟକଳାକୁ ଦେଖି ଭାରତ ଚିନ୍ତା ପ୍ରକଟ କରିଥିଲା। କାରଣ ଭାରତ ଆଫଗାନିସ୍ତାନରେ ବଡ ଧରଣର ନିବେଶ କରିଛି। 

India News Afghanistan Taliban Militants
Advertisment
Advertisment