Advertisment

ଟାଙ୍କେ ମଦ ପିଇ ରାସ୍ତା ଉପରେ ଡ୍ରାମା କଲେ ଯୁବତୀ, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ

ଆଉ ମାତାଲ ଯୁବତୀ ଜଣକ ରାସ୍ତା ଉପରେ ଯେଉଁ ହରକତ୍‌ କରିବା ଆରମ୍ଭ କଲେ ତାହା ଆହୁରି ଚିନ୍ତା ଜନକ ଥିଲା। କେତେବେଳେ ରାସ୍ତା ଉପରେ ବସିପଡ଼ୁଥିଲେ ପୁଣି କେତେବେଳେ ଶୋଇ ପଡ଼ୁଥିଲେ। କେବଳ ଏତିକି ନୁହେଁ ବରଂ ରାସ୍ତାରେ ଯାଉଥିବା ଗାଡ଼ି ଗୁଡ଼ିକୁ ଅଟକାଇବା ଲାଗି ଚେଷ୍ଟା ମଧ୍ୟ କରୁଥିଲେ। ଆଉ ଏହାରି ମଧ୍ୟରେ ଯୁବତୀଙ୍କର ଏପରି କାର୍ଯ୍ୟର କେହି ଜଣେ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଦେଲା। ଆଉ ଏହି ଭିଡ଼ିଓ ବର୍ତ୍ତମାନ ସମୟରେ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

author-image
Sarbeswar
ଅଦ୍ୟତନ ହୋଇଛି
ଟାଙ୍କେ ମଦ ପିଇ ରାସ୍ତା ଉପରେ ଡ୍ରାମା କଲେ ଯୁବତୀ, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ

drunk-girl

ମୁମ୍ବାଇ: ମାତାଲ ଯୁବତୀଙ୍କ ପାଇଁ ଘଂଟା ଘଂଟା ଧରି ହେଲା ଟ୍ରାଫିକ୍‌ ଜାମ୍‌। ରାସ୍ତାରେ ଅଟକି ରହିଲା ଶତାଧିକ ଗାଡ଼ି। ଯେତେ ହର୍ଣ୍ଣ ମାରକିଲେ ମଧ୍ୟ ଉଠିଲେ ନାହିଁ କି ରାସ୍ତା ଦେଲେ ନାହିଁ। ମଦର ନିଶା ଏମିତି ଥିଲା କି ରାସ୍ତା ଉପରେ ହିଁ ଶୋଇ ପଡ଼ିଥିଲେ ଯୁବତୀ। ଏମିତି ଘଟଣା ଘଟିଛି ମହାରାଷ୍ଟ୍ରରେ। ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି। କାରଣ ବର୍ତ୍ତମାନ ଟ୍ରାଫିକ୍‌ କଟକଣା ଯେମିତି ଭାବରେ ରହିଛି, ରାସ୍ତା ଉପରେ ଏମିତି କାମ କରିବାକୁ କେମିତି ସାହାସ କଲେ ଯୁବତୀ। ଏହା ଆପଣମାନେ ଭାବୁଥିବେ କିନ୍ତୁ ହୋସ୍‌ରେ ନଥିବା କାରଣରୁ ଏମିତି କାଣ୍ଡ କରିଛନ୍ତି ସମ୍ପୃକ୍ତ ଯୁବତୀ।

Advertisment

ମାତାଲ ଯୁବତୀଙ୍କୁ ରାସ୍ତା ଉପରେ ଏମିତି ଅବସ୍ଥାରେ ଦେଖି ଗାଡ଼ି ଚାଳକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କଣ କରିବେ, କେମିତି ତାଙ୍କୁ ରାସ୍ତା ଉପରୁ ଉଠାଇବେ ସେନେଇ ତାଙ୍କ କାହାର ମୁଣ୍ଡ କିଛି କାମ କରୁନଥିଲା। ଆଉ ମାତାଲ ଯୁବତୀ ଜଣକ ରାସ୍ତା ଉପରେ ଯେଉଁ ହରକତ୍‌ କରିବା ଆରମ୍ଭ କଲେ ତାହା ଆହୁରି ଚିନ୍ତା ଜନକ ଥିଲା। କେତେବେଳେ ରାସ୍ତା ଉପରେ ବସିପଡ଼ୁଥିଲେ ପୁଣି କେତେବେଳେ ଶୋଇ ପଡ଼ୁଥିଲେ। କେବଳ ଏତିକି ନୁହେଁ ବରଂ ରାସ୍ତାରେ ଯାଉଥିବା ଗାଡ଼ି ଗୁଡ଼ିକୁ ଅଟକାଇବା ଲାଗି ଚେଷ୍ଟା ମଧ୍ୟ କରୁଥିଲେ। ଆଉ ଏହାରି ମଧ୍ୟରେ ଯୁବତୀଙ୍କର ଏପରି କାର୍ଯ୍ୟର କେହି ଜଣେ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଦେଲା। ଆଉ ଏହି ଭିଡ଼ିଓ ବର୍ତ୍ତମାନ ସମୟରେ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

ନିଜର ଭିଡ଼ିଓ ହେଉଥିବା କଥା ଜାଣିବା ପରେ ଜୋରରେ ପାଟି କରିବାକୁ ଲାଗିଥିଲେ। କେବଳ ପାଟି କରିଥିଲେ ତାହ ନୁହେଁ ବରଂ ଭିଡ଼ିଓ ବନ୍ଦ କରିବାକୁ କହୁଥିଲେ। କିଛି ଲୋକ ତଙ୍କୁ ରାସ୍ତାରୁ ହଟିଯିବା ପାଇଁ ବାରମ୍ବାର କହୁଥିଲେ କିନ୍ତୁ କୌଣସି ଲାଭ ହେଲା ନାହିଁ। କାରଣ ସେ ଉଠିକି ଯିବାର ଅବସ୍ଥାରେ ହିଁ ନଥିଲେ। ନିଶାର ମାତ୍ରା ଏତେ ଅଧିକ ରହିଥିଲା ଯେ, ନିଜେ ଚାଲିବା ତାଙ୍କ ପକ୍ଷରେ ସମ୍ଭବ ନଥିଲା। ଆଶ୍ଚର୍ଯ୍ୟର କଥା, ଯେତେବେଳେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା ପୋଲିସ ଉତ୍ତରରେ କହିଥିଲା ଘଟଣା କେତେବେଳୁ ହୋଇଛି? ଆମ ପାଖରେ ତ କିଛି ଖବର ନାହିଁ...ପୋଲିସର ଏହି ଉତ୍ତର ସାଧାରଣ ଜନତା ନାପସନ୍ଦ କରିଛନ୍ତି। ସେ ଯାହା ବି ହେଉ ନିଶାଶକ୍ତ ଯୁବତୀଙ୍କ ଭିଡ଼ିଓ ଏବେ ଜୋରଦାର୍‌ ଭାଇରାଲ ହେବାରେ ଲାଗିଛି।

Advertisment
Mumbai Trafic Drunk Girl Lying
Advertisment
Advertisment