Advertisment

ଆଇଏଏସ୍‌ ପାଇଁ ପ୍ରସ୍ତୁତ ହେଉଥିଲେ, ଚା’ ଦୋକାନୀ ପାଲଟିଲେ: ବାର୍ଷିକ ଆୟ ୧୦୦ କୋଟିରୁ ଅଧିକ

ବେଳେବେଳେ ଲାଗେ ‘ଭାଗ୍ୟରେ ଯାହା ଥିବ ହେବ, ତାହାକୁ କେହି ବଦଳାଇ ପାରିବେନି।’  ହେଲେ ଏମିତି ଭାବନା ମଧ୍ୟପ୍ରଦେଶର ଦୁଇଜଣ ଯୁବକଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ସତ ହୋଇଛି।

author-image
Minati Mishra
ଅଦ୍ୟତନ ହୋଇଛି
ଆଇଏଏସ୍‌ ପାଇଁ ପ୍ରସ୍ତୁତ ହେଉଥିଲେ, ଚା’ ଦୋକାନୀ ପାଲଟିଲେ: ବାର୍ଷିକ ଆୟ ୧୦୦ କୋଟିରୁ ଅଧିକ

Tea shop

ଇନ୍ଦୋର: ନିଜ ଉପରେ ଯେତେ ବିଶ୍ୱାସ ଥିଲେ ବି ବେଳେବେଳେ ଲାଗେ ‘ଭାଗ୍ୟରେ ଯାହା ଥିବ ହେବ, ତାହାକୁ କେହି ବଦଳାଇ ପାରିବେନି।’  ହେଲେ ଏମିତି ଭାବନା ମଧ୍ୟପ୍ରଦେଶର ଦୁଇଜଣ ଯୁବକଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ସତ ହୋଇଛି। ଏହି ଦୁଇ ଯୁବକଙ୍କ ବାପା-ମା’ ଚାହୁଁଥିଲେ ପିଲାମାନେ ତାଙ୍କର ବଡ଼ ହୋଇ ଭଲ ପାଠ ପଢି ଆଇଏଏସ ଅଫିସର ହେବେ କିମ୍ବା ସେପରି କିଛି ଭଲ ଚାକିରୀ କରିବେ। ହେଲେ ଭାଗ୍ୟ ତାଙ୍କୁ ସାଥ ଦେଇ ନ ଥିଲା। ପିଲାମାନେ ହେଲେ ଚା’ ବିକାଳି । ତେବେ କଥା ଏତିକି ନୁହେଁ, ଏହି ଚା’ ଦୋକାନରୁ ଦୁଇ ଯୁବକ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା। 
ଭାରତରେ ସାଧାରଣତଃ ପ୍ରତି ଘରେ ଚା’ ପିଉଥିବା ଲୋକ ଅଛନ୍ତି। ଖାଲି ପିଅନ୍ତି ନାହଁ। ଚା’ ପାଇଁ ପାଗଳ ହୋଇଯାଆନ୍ତି। ଅନୁଭବ ଏବଂ ଆନନ୍ଦ ଏହି ଚା ପ୍ରେମକୁ ବ୍ୟବସାୟରେ ପରିଣତ କରିଦେଲେ ଆଉ ଏଥିରୁ ଏବେ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା। 
ଅନୁଭବ ଦୁବେଙ୍କ ମାତାପିତା ଗାଁରେ ରୁହନ୍ତି। ହେଲେ ପୁଅକୁ ଉଚ୍ଚଶିକ୍ଷା ପାଇଁ ଇନ୍ଦୋର ପଠାଇଥିଲେ। ସେଠାରେ ତାଙ୍କର ସାକ୍ଷାତ ଆନନ୍ଦ ନାମକ ଜଣେ ଯୁବକଙ୍କ ସହ ହୋଇଥିଲା। ଦୁଇଜଣ ସହପାଠୀ ଥିଲେ। ହେଲେ କିଛିଦିନ ପରେ ଆନନ୍ଦ ପାଠପଢା ଛାଡ଼ି ତାଙ୍କ ସମ୍ପର୍କୀୟଙ୍କ ସହ ବ୍ୟବସାୟ କରିବା ପାଇଁ ଚାଲିଗଲେ। ଇତିମଧ୍ୟରେ UPSC ପ୍ରସ୍ତୁତି କରିବା ପାଇଁ ଅନୁଭବଙ୍କ ବାପା-ମା’ ତାଙ୍କୁ ଦିଲ୍ଲୀ ପଠାଇଲେ। ବାପା-ମା’ ଚାହୁଁଥିଲେ ଅନୁଭବ ଆଇଏଏସ ହେଉ। ସମୟ ଗଡି ଚାଲିଲା। ଦୁଇ ବନ୍ଧୁ ନିଜ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚବା ପାଇଁ ଲାଗି ପଡ଼ିଲେ। ହଠାତ୍‌ ଦିନେ ଅନୁଭବଙ୍କ ପାଖକୁ ଆନନ୍ଦ ନାୟକଙ୍କ ଫୋନ ଆସିଲା। ପୁରୁଣା ବନ୍ଧୁ ଫୋନରେ ଯୋଡ଼ି ହୋଇ ଖୁସିରେ ପାଗଳ ହୋଇଗଲେ। ଆନନ୍ଦ ମନଦୁଃଖରେ ତାଙ୍କ ବ୍ୟବସାୟ ଭଲ ଚାଲୁ ନ ଥିବା କହିଥିଲେ। ଦୁଇ ବନ୍ଧୁ ମିଶି କିଛି ନୂଆ ବ୍ୟବସାୟ କରିବାକୁ ପରାମର୍ଶ ଦେଲେ ଆନନ୍ଦ। ଅନୁଭବଙ୍କ ମନରେ ମଧ୍ୟ ବ୍ୟବସାୟ କରିବାର ଇଚ୍ଛା କେଉଁଠି ନା କେଉଁଠି ଲୁଚି ରହିଥିଲା। ତେଣୁ ଆନନ୍ଦଙ୍କ ପ୍ରସ୍ତାବରେ ଉଭୟ ରାଜି ହୋଇଗଲେ। ତା’ ପରେ ଉଭୟ ମିଶି ବିଜିନେସ ପ୍ଲାନିଂ କରିବାକୁ ଲାଗିଲେ। 
ଦୁହେଁ ଚିନ୍ତା କଲେ, ଦେଶରେ ପାଣି ପରେ ଅଧିକ ଯଦି କିଛି ଲୋକ ପିଉଥାନ୍ତି, ତାହେଲେ ସେ ହେଉଛି ଚା’। ସବୁଠି ଚାହାର ଚାହିଦା ରହିଛି। ତା’ଛଡ଼ା ଏପରି ବ୍ୟବସାୟ ଆରମ୍ଭ କରିବାକୁ ହେଲେ ଅଧିକ ପୁଞ୍ଜିର ଆବଶ୍ୟକତା ମଧ୍ୟ ନାହିଁ। ତେଣୁ ଦୁହେଁ ଠିକ୍‌ କଲେ ଚା’ ଦୋକାନ କରିବେ। ହେଲେ ଏହି ଚା’ର ସ୍ୱାଦ ସ୍ୱତନ୍ତ୍ର କରିବାକୁ ଚାହିଲେ ଯାହା କି ଯୁବପିଢିଙ୍କୁ ବେଶି ଆକର୍ଷିତ କରିବ। 
୨୦୧୬ରେ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏମାନେ ଇନ୍ଦୋରରେ ଚା’ ଦୋକାନ ଖୋଲିଥିଲେ। ପୂର୍ବ ବ୍ୟବସାୟରୁ ସଞ୍ଚିତ ଅର୍ଥକୁ ଆନନ୍ଦ ଏଥିରେ ଲଗାଇ ଦେଲେ। ଅନୁଭବ କହିଲେ, ଗର୍ଲସ ହଷ୍ଟେଲ ପାଖରେ ଏକ ରୁମ୍‌ ଭଡାରେ ନେଇ ଚା’ ଦୋକାନ ଖୋଲିଲେ। କିଛି ସେକେଣ୍ଡ ହାଣ୍ଡ ଫର୍ଣ୍ଣିଚର କିଣିଥିଲେ। କିଛି ଟଙ୍କା ଧାର ଆଣି ଟି ଷ୍ଟଲ୍‌ର ଡିଜାଇନ କରିଥିଲେ। ଏଥି ମଧ୍ୟରେ ତାଙ୍କ ପାଖରେ ଥିବା ସବୁ ଟଙ୍କା ଶେଷ ହୋଇ ଯାଇଥିଲା। ବ୍ୟାନର ଲଗାଇବା ପାଇଁ ବି ଅର୍ଥ ନ  ଥିଲା। ଏକ କାଠ ପଟାରେ ନିଜ ହାତରେ ନେମ ପ୍ଲେଟ ତିଆରି କରିଥିଲେ। ଦୋକାନର ନାଁ ‘ ଚା’ ସୁଟ୍ଟା ବାର’ ରଖି ସାମ୍ନାରେ ଝୁଲାଇଲେ। 

Advertisment

ଦୁଇ ବନ୍ଧୁଙ୍କ ପା ବ୍ୟବସାୟ ଆଗକୁ ବଢାଇବା ଏତେ ସହଜ କଥା ନ ଥିଲା। ପ୍ରାଥମିକ ପର୍ଯ୍ୟାୟରେ ଉଭୟଙ୍କୁ ବେଶ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅନୁଭବ କହନ୍ତି, ପ୍ରଥମେ ପ୍ରଥମେ ଲୋକ ତ ଥଟ୍ଟା କରିବା ଆରମ୍ଭ କରିଦେଲେ। ପରିବାର ଲୋକେ ବି ପସନ୍ଦ କରୁ ନ ଥିଲେ।  ପୁଅ ଆଇଏଏସ୍‌ ହେବାକୁ ଯାଇ ଚା’ ଦୋକାନୀ ହେଲା-ଏକଥାକୁ ଅନୁଭବଙ୍କ ପରିବାର ଲୋକେ ସହଜରେ ଗ୍ରହଣ କରିପାରି  ନଥିଲେ। ହେଲେ ଆସ୍ତେ ଆସ୍ତେ ଗ୍ରାହକ ବଢିଲେ। ଭଲ ରୋଜଗାର ମଧ୍ୟ ହେଲା। 
ଧୀରେ ଧୀରେ ‘ଚା’ ସଟ୍ଟା ବାର’ ଫେମସ ହୋଇଗଲା। ଏପରିକି ମିଡିଆ କଭର ହେଲା। ଏହା ପରେ ପରିବାର ଲୋକଙ୍କ ସମର୍ଥନ ମଧ୍ୟ ମିଳିଲା। ଅନୁଭବ-ଆନନ୍ଦଙ୍କ କହିବା ଅନୁଯାୟୀ ଏବେ ସେମାନଙ୍କର ବାଷିର୍କ ଟର୍ନଓଭର ୧୦୦ କୋଟିରୁ ଅଧିକ। ସାରା ଦେଶରେ ତାଙ୍କର ବର୍ତ୍ତମାନ ୧୫ଟି ରାଜ୍ୟରେ ୧୬୫ ଆଉଟଲେଟ୍‌ସ ରହିଛି। ଏପରିକି ବିଦେଶରେ ମଧ୍ୟ ୫ଟି ଆଉଟଲେଟ ରହିଛି।  ଏଥସହିତ ସେମାନେ ଏକ ରେଜିଷ୍ଟ୍ରାର କରିଛନ୍ତି ଏବଂ ସେଥିରେ କିଛି ଲୋକଙ୍କର ନାଁ ରହିଛି ଯେଉଁମାନେ ତାଙ୍କୁ ଏହା କରିବା ପାଇଁ ମନା କରିଥିଲେ। 
ଆନନ୍ଦ ଏବଂ ଅନୁଭବଙ୍କ କହିବା ଅନୁଯାୟୀ, ପ୍ରଥମେ ଯେଉଁଠି ଦୋକାନ ଖୋଲନ୍ତି ସେଠାରେ ସେମାନେ ସେହିଦିନ ମାଗଣାରେ ଚା’ ଓ କଫି ଲୋକଙ୍କୁ ପିଆନ୍ତି। ସେମାନଙ୍କ କହିବା ଅନୁଯାୟୀ ଏହା ଏକ ବିଜିନେସ ଷ୍ଟ୍ରାଟେଜି। ଏଇ ବାହାନରେ ଲୋକଙ୍କୁ ତାଙ୍କ ଚା’ କଫିର ସ୍ୱାଦ ଚଖାଇ ଥାନ୍ତି। ବ୍ୟବସାୟ ବିଷୟରେ ବି ସୂଚନା ମିଳିଥାଏ।  
ସେତିକି ନୁହେଁ, ସେ ୨୫୦ ଜଣ କୁମ୍ଭାରଙ୍କୁ ମଧ୍ୟ ରୋଜଗାରର ମାଧ୍ୟମ ଯୋଗାଇ ପାରିଛନ୍ତି। ଦିନକରେ ତାଙ୍କ ପାଖକୁ ସାରା ଦେଶରେ ୧୮ ଲକ୍ଷ ଗ୍ରାହକ ଆସିଥାନ୍ତି। ସେ ୯ ପ୍ରକାରର ଭିନ୍ନ ଭିନ୍ନ ସ୍ୱାଦର ଚା’ ବିକିଥାନ୍ତି। ଏଥିରେ ଅଦା, ଅଳେଇଚ, କେସର, ତୁଳସୀ, ଲେମ୍ବୁ ଏବଂ ମସାଲା ଚା’ ରହିଛି। ଦାମ ୧୦ଟଙ୍କାରୁ ଦେଢ ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ଆଉଟ ଲେଟ ସଂଖ୍ୟା ଆହୁରି ବଢାଇବାର ଲକ୍ଷ୍ୟ ରଖିଛନ୍ତି। 
ଏପରିକି ସେମାନେ ଆଉଟଲେଟ ଫ୍ରାଞ୍ଚାଇଜ୍‌ ମଧ୍ୟ ଦେଉଛନ୍ତି। ଏଥିପାଇଁ ୨ରୁ ୬ ଲକ୍ଷ ଟଙ୍କା ରଖୁଛନ୍ତି।  

Advertisment
India News Madhya Pradesh
Advertisment
Advertisment