Advertisment

ଆଫଗାନିସ୍ତାନ ସେନାର ବଡ଼ ଅପରେସନ୍ : ୨୪ଘଣ୍ଟା ମଧ୍ୟରେ ୩୦୦ରୁ ଅଧିକ ତାଲିବାନୀ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଲା

ଆଫଗାନିସ୍ତାନରେ ତାଲିବାନ ଏବଂ ଆଫଗାନିସ୍ତାନ ସେନା ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଆମେରିକାର ସେନା ପ୍ରତ୍ୟାହାର ପରଠାରୁ ତାଲିବାନୀ ଆତଙ୍କୀ ଦେଶକୁ କବଜା କରିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
undefined

afghanistan-army

କାବୁଲ : ଆଫଗାନ ସେନା ଗୁଳିରେ ୩୦୦ରୁ ଅଧିକ ତାଲିବାନୀ ଆତଙ୍କୀ ମୃତ । ଆଫଗାନିସ୍ତାନରେ ତାଲିବାନ ଏବଂ ଆଫଗାନିସ୍ତାନ ସେନା ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଆମେରିକାର ସେନା ପ୍ରତ୍ୟାହାର ପରଠାରୁ ତାଲିବାନୀ ଆତଙ୍କୀ ଦେଶକୁ କବଜା କରିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି । ତେବେ ଆଫଗାନିସ୍ତାନ ସେନାର ପାଲଟା ଆକ୍ରମଣ ପରେ ଏବେ ସେଠାରେ ଗୃହଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି ହୋଇଛି ।

Advertisment

ଗତ ୨୪ଘଣ୍ଟା ମଧ୍ୟରେ ଆଫଗାନିସ୍ତାନ ସେନା ୩୦୦ରୁ ଅଧିକ ତାଲିବାନୀ ଆତଙ୍କୀଙ୍କୁ ଏନକାଉଣ୍ଟରରେ ମାରିଛି । ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ନଙ୍ଗରହାର, ଲାଗମାନ, ଗଜନୀ, ପାକ୍ଟିକା, କାନ୍ଦାହାର, ଜାବୁଲ, ହେରାଟ, ଜୋଜାନ, ସମାଙ୍ଗନ, ଫରୟାବ, ସର-ଏ-ପୋଲ, ହେଲମାଣ୍ଡ, କୁନ୍ଦୁଜ, ବଲଗାନରେ ଅପରେସନ କରିଥିଲା ସେନା । ଏହି ଅପରେସନରେ ୩୦୩ ତାଲିବାନ ଆତଙ୍କବାଦୀ ପ୍ରାଣ ହରାଇ ଥିବାବେଳେ ୧୨୫ରୁ ଅଧିକ ଆହତ ହୋଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ସର-ଏ-ପୋଲରେ ଏକ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । ଯେଉଁଥିରେ ୩୪ ତାଲିବାନୀ ଯୁଦ୍ଧ ବିମାନ ନଷ୍ଟ କରିଦିଆଯାଇଛି । ଏହା ବ୍ୟତୀତ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧବିମାନର ରଖାଯାଉଥିବା ଠିକଣା ମଧ୍ୟ ନଷ୍ଟ କରାଯାଇଛି ।

Advertisment

ଏୟାରଷ୍ଟ୍ରାଇକର ଗୋଟିଏ ଦିନ ପୂର୍ବରୁ ଆଫଗାନିସ୍ତାନର କାର୍ଯ୍ୟନିର୍ବାହୀ ପ୍ରତିରକ୍ଷା ମନ୍ତ୍ରୀ ବିସମିଲ୍ଲା ଖାନ ମହମ୍ମଦଙ୍କୁ ଟାର୍ଗେଟ କରିଥିଲେ ଆତଙ୍କୀ । ତେବେ ମନ୍ତ୍ରୀ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ତାଙ୍କ ଘରେ ଆକ୍ରମଣ କରାଯାଇଥିଲା, କିନ୍ତୁ ସେତେବେଳେ ପ୍ରତିରକ୍ଷା ମନ୍ତ୍ରୀ ଘରେ ନଥିଲେ । ପ୍ରାୟ ପାଞ୍ଚ ଘଣ୍ଟା ଧରି ଚାଲିଥିବା ଏହି ଏନକାଉଣ୍ଟରରେ ଚାରି ଜଣ ଆହତ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଥିଲେ । ସେପଟେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ମଙ୍ଗଳବାର ଦିନ ଆଫଗାନିସ୍ତାନରେ ସାଧାରଣ ନାଗରିକଙ୍କ ଉପରେ ହେଇଥିବା ଆକ୍ରମଣ ଏବଂ ଆତଙ୍କବାଦ ଘଟଣାକୁ କଡ଼ା ଶବ୍ଦରେ ଦୃଢ଼ ନିନ୍ଦା କରିଛି । ତାଲିବାନ ଦ୍ୱାରା କ୍ଷମତା ଦଖଲ ଉଦ୍ୟକମକୁ ବିରୋଧ ମଧ୍ୟ କରିଛି ।

ସେପଟେ ଆଫଗାନିସ୍ତାନରେ ତାଲିବାନକୁ ସହଯୋଗ ଲାଗି ଯାଉଥିବା ବହୁସଂଖ୍ୟାରେ ପାକିସ୍ତାନୀ ଯୁବକଙ୍କ ମୃତ୍ୟୁକୁ ନେଇ ସୂଚନା ମିଳିଛି। ଆମେରିକା ଓ ନାଟୋ ସୈନ୍ୟ ଫେରିଯିବାର ସୁଯୋଗ ନେଇ ଆଫଗାନିସ୍ତାନ ଉପରେ କବଜା କରିବା ଚକ୍କରରେ ରହିଛନ୍ତି ତାଲିବାନ ଆତଙ୍କବାଦୀ। ଆଉ ସେମାନଙ୍କୁ ସହାୟତା କରିବାକୁ ପାକିସ୍ତାନ ମଦ୍ରାସାରୁ ବହୁସଂଖ୍ୟା ଯୁବକ ଆଫଗାନିସ୍ତାନ ଯାଉଥିବା ଜଣାପଡିଛି। ସେହିପରି ପାକିସ୍ତାନ ସରକାର ମଧ୍ୟ ତାଲିବାନକୁ ସହାୟତା କରୁଥିବା ଅଭିଯୋଗ ହୋଇ ଆସୁଛି। ମାତ୍ର ଇମ୍ରାନ ଖାନ୍ ପ୍ରଶାସନ ଏହାକୁ ଖଣ୍ଡନ କରିଆସୁଛି

Afghanistan Army Taliban Terrorist
Advertisment
Advertisment