ନୂଆଦିଲ୍ଲୀ: ସେମିରେ ହାରିଥିଲେ ମଧ୍ୟ ମହିଳା ହକି ଟିମ୍ ସଦସ୍ୟାଙ୍କ ଖେଳୁଆଡ଼ ମନୋଭାବକୁ ନେଇ ଚାରିଆଡୁ ପ୍ରଶଂସା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମ୍ୟାଚ୍ ସରୁ ସରୁ ଟ୍ୱିଟ୍ କରି ଟିମ୍ ଇଣ୍ଡିଆ ସଦସ୍ୟାଙ୍କୁ ପ୍ରଶଂସା କରିଛନ୍ତି । ବିଗତ ଦିନର ମ୍ୟାଚ ଏବଂ ଆଜିର ମ୍ୟାଚ ସବୁଦିନ ପାଇଁ ମନେ ରହିବ ବୋଲି କହିବା ସହ ସେଥିପାଇଁ ଆମେ ଗର୍ବିତ ବୋଲି ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେହିଭଳି ପୂର୍ବତନ ସାଂସଦ ଦିଲ୍ଲିପ୍ ତିର୍କୀ କହିଛନ୍ତି ମହିଳା ହକି ଦଳ ହାରିଛନ୍ତି ସତ । କିନ୍ତୁ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣିଛନ୍ତି ।
One of the things we will remember #Tokyo2020 for is the stupendous performance by our Hockey teams.
— Narendra Modi (@narendramodi) August 4, 2021
Today and through the Games, our Women’s Hockey team played with grit and showcased great skill. Proud of the team. Best of luck for the game ahead and for future endeavours.
ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସରେ ଭାରତ-ଆର୍ଜେଣ୍ଟିନା ସେମିଫାଇନାଲ ମ୍ୟାଚ୍ ଶେଷ ହୋଇଛି । ଏଥିରେ ୨-୧ରେ ପରାଜୟ ବରଣ କରିଛି ଭାରତ । ଟୋକିଓ ଅଲିମ୍ପିକ୍ସ, ମହିଳା ହକି ମୁକାବିଲାରେ ଭାରତର ସ୍ୱର୍ଣ୍ଣିମ ଆଶା ମଉଳିଯାଇଛି । ଭାରତ-ଆଜେଣ୍ଟିନା ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍ରେ ଭାରତକୁ ୨-୧ରେ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି । ଦୁଇ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିଥିଲେ ମଧ୍ୟ ଭାରତକୁ ନିରାଶ ହେବାକୁ ପଡ଼ିଛି । ଆର୍ଜେଣ୍ଟିନା ପ୍ରଥମ କ୍ୱାର୍ଟର ପରେ ଆକ୍ରମଣାତ୍ମକ ହୋଇପଡ଼ିଥିଲା । ବାରମ୍ବାର ଗୋଲପୋଷ୍ଟକୁ ଆଟାକ୍ କରିଥିଲା ।
ତେବେ ଏହି ମ୍ୟାଚ୍ ଆରମ୍ଭର ପ୍ରଥମ ଦୁଇ ମିନିଟରେ ଭାରତୀୟ ଖେଳାଳିମାନେ ଆର୍ଜେଣ୍ଟିନାକୁ ପ୍ରଥମ ଗୋଲ ଦେଇଥିବା ବେଳେ ଦ୍ୱିତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ପକ୍ଷରୁ ଭାରତକୁ ଗୋଲ ଦେଇଥିଲେ ନୋଏଲ ମାରିଆ । ଏହାର କିଛି ସମୟ ପରେ ଆଜେଣ୍ଟିନା ଆଉ ଏକ ଗୋଲ କରି ଭାରତକୁ ଚାପରେ ପକାଇଥିଲା । ଆର୍ଜେଣ୍ଟିନା ପକ୍ଷରୁ ଦ୍ୱିତୀୟ ଗୋଲ ମଧ୍ୟ ନୋଏଲ ଦେଇଥିଲେ ।
Also Read
ଏବେ ଭାରତ ପାଖରେ ପଦକ ପାଇଁ ଆଉ ଗୋଟିଏ ସୁଯୋଗ ରହିଛି । ଆଗାମୀ ୬ ତାରିଖରେ ବ୍ରୋଞ୍ଜ ପଦକ ପାଇଁ ଗ୍ରେଟ ବ୍ରିଟେନ୍ ସହ ହେବାକୁ ଥିବା ଲଢ଼େଇରେ ଭାରତକୁ ବିଜୟ ହାସଲ କରିବାକୁ ପଡ଼ିବ ।
ତେବେ ଫାଇନାଲରେ ନେଦରଲ୍ୟାଣ୍ଡକୁ ଭେଟିବ ଆର୍ଜେଣ୍ଟିନା । ପୂର୍ବରୁ ସେମିଫାଇନାଲରେ ଗ୍ରେଟ୍ ବ୍ରିଟେନ୍କୁ ୫-୧ ଗୋଲରେ ହରାଇ ନେଦରଲ୍ୟାଣ୍ଡ ଫାଇନାଲରେ ପହଞ୍ଚି ସାରିଛି ।