Advertisment

ପୁଣି କମିଲା ସୁନା ଦର

ଗତ ସପ୍ତାହରେ ସୁନା ଓ ରୂପା ଦର ହ୍ରାସ ପାଇଥିବା ବେଳେ ଚଳିତ ସପ୍ତାହରେ ଉଭୟ ଦରରେ ସାମାନ୍ୟ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ହେଲେ ଆଜି Multi Commodity Exchange(MCX)ରେ ସୁନା ଦର ହ୍ରାସ ପାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ପୁଣି କମିଲା ସୁନା ଦର

gold ornaments

ନୂଆଦିଲ୍ଲୀ: ଗତ ସପ୍ତାହରେ ସୁନା ଓ ରୂପା ଦର ହ୍ରାସ ପାଇଥିବା ବେଳେ ଚଳିତ ସପ୍ତାହରେ ଉଭୟ ଦରରେ ସାମାନ୍ୟ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ହେଲେ ଆଜି Multi Commodity Exchange(MCX)ରେ ସୁନା ଦର ହ୍ରାସ ପାଇଛି। ଆଜି ସକାଳ ସାଢ଼େ ୯ଟାରେ MCXରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୦.୦୯% ହ୍ରାସ ସହ ୪୭,୮୪୭ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ୦.୧୯% ହ୍ରାସ ସହ ୬୭,୪୭୧ରେ ପହଞ୍ଚିଥିଲା। 

Advertisment

ଅନ୍ତଃରାଷ୍ଟ୍ରୀୟ ବଜାରରେ ବହୁ ମୂଲ୍ୟ ଧାତୁର ଦର ବୃଦ୍ଧି ଯୋଗୁ ଦିଲ୍ଲୀ ସର୍ରାଫା ବଜାରରେ ବୁଧବାର ସୁନା ପ୍ରତି ୧୦ ଗ୍ରାମକୁ ୧୨୩ ଟଙ୍କା ବୃଦ୍ଧି ସହ ୪୬,୯୯୨ ଟଙ୍କାରେ କାରବାର ବନ୍ଦ ହୋଇଥିଲା।ଏହା ପୂର୍ବରୁ ପ୍ରତି ୧୦ ଗ୍ରାମକୁ ସୁନା ଦର ୪୬,୮୬୯ ଟଙ୍କାରେ ବଜାର ବନ୍ଦ ହୋଇଥିଲା। ସେହିପରି ରୂପା ୭୬୬ ଟଙ୍କା ବୃଦ୍ଧି ସହ ପ୍ରତି କିଲୋକୁ ୬୬,୯୨୬ ଟଙ୍କାରେ ପହଞ୍ଚି ଥିଲା। ଏହା ପୂର୍ବରୁ ପ୍ରତି କିଲୋକୁ ରୂପା ଦର ୬୬,୧୬୦ ଟଙ୍କାରେ ବଜାର ବନ୍ଦ ହୋଇଥିଲା। ହେଲେ ଆଜି ଅନ୍ତଃରାଷ୍ଟ୍ରୀୟ ବଜାରରେ ସୁନା ଦର ହ୍ରାସ ପାଇଛି। 

Good Returns ର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୯୫୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୭,୬୦୦ ଟଙ୍କା ରହିଛି। ଗତକାଲି ରୂପା ଦର ପ୍ରତି କିଲୋକୁ ୬୮ ହଜାର ଟଙ୍କା ଥିଲା।  ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୦୬୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୯,୨୭୦ ଟଙ୍କା ରହିଛି। 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price
Advertisment
Advertisment