/odishatv-khabar/media/post_attachments/uploadimage/library/16_9/16_9_0/pm_yojona_1628154765.jpg)
pm yojona
ନୂଆଦିଲ୍ଲୀ: କରୋନାରେ ଅନାଥ ହୋଇଥିବା ପିଲାଙ୍କ ପାଇଁ ମୋଦି ସରକାରଙ୍କର ବଡ଼ ଘୋଷଣା । ଅନାଥ ପିଲାଙ୍କ ପାଇଁ କରିବେ ୫ଲକ୍ଷ ଟଙ୍କାର ହେଲ୍ଥ ଇନସୁରାନ୍ସ। ଏନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଟୁଇଟ କରି ସିବିଶେଷ ତଥ୍ୟ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ, ୧୮ ବର୍ଷ ମଧ୍ୟରେ ଥିବା ଅନାଥ ଶିଶୁଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ।
ଏଥିପାଇଁ ଆବଶ୍ୟକ ଅର୍ଥ ପିଏମ୍ କେୟାର ଫଣ୍ଡରୁ ଯୋଗାଇ ଦିଆଯିବ। ଏଥିସହ ଏହି ଛୁଆଙ୍କୁ ମାସିକ ଷ୍ଟାଇପେଣ୍ଡ ମିଳିବ ଏବଂ ୨୩ ବର୍ଷ ବେଳକୁ ୧୦ ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଟ୍ୱିଟ୍ କରି କହିଛନ୍ତି ଅନୁରାଗ ଠାକୁର।
कोविड से प्रभावित बच्चों के देखभाल हेतु उठाए कदमों के तहत 18 साल तक के बच्चों को आयुष्मान भारत के तहत 5 लाख रुपये का मुफ्त स्वास्थ्य बीमा दिया जाएगा और इसके प्रीमियम का भुगतान पीएम केयर्स द्वारा किया जाएगा। #MonsoonSessionhttps://t.co/Gxpj7sFlYVpic.twitter.com/kfa7fTWigq
— Office of Mr. Anurag Thakur (@Anurag_Office) August 4, 2021
ଆୟୁଷ୍ମାନ ଭାରତ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା ମଧ୍ୟରୁ ଅନ୍ୟତମ । ଯାହା ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ଏବଂ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ନେଇ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଲାଙ୍କ ପାଇଁ ପିଏମ-କେୟାର୍ସ ଯୋଜନା ମେ ୨୯ ତାରିଖରେ ଆରମ୍ଭ କରିଥିଲେ। ଯେଉଁମାନେ କରୋନା ମହାମାରୀରେ ନିଜ ପରିବାର ତଥା ବାପା ମାଆଙ୍କୁ ହରାଇଛନ୍ତି ଏହି ଯୋଜନାରେ ସେହି ପିଲାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଉଭୟ ପିତାମାତା କିମ୍ବା ଆଇନଗତ ଅଭିଭାବକ କିମ୍ବା ପୋଷ୍ୟ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯବ ।
ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଶିଶୁମାନଙ୍କର ଯତ୍ନ ଏବଂ ନିରନ୍ତର ସୁରକ୍ଷାକୁ ସୁନିଶ୍ଚିତ କରିବା । ଏହା ସହ ଶିକ୍ଷା ମାଧ୍ୟମରେ ସେମାନଙ୍କୁ ସଶକ୍ତ କରିବା ଏବଂ ୨୩ ବର୍ଷ ବୟସରେ ଆର୍ଥିକ ସହାୟତା ସହିତ ଆତ୍ମନିର୍ଭରଶୀଳ କରାଇବା।
ସୂଚନାଥାଉ କି, ଜୁନ୍ ୫ସୁଦ୍ଧା COVID-19 ମହାମାରୀ ହେତୁ ଦେଶର ମୋଟ ୩୦,୦୭୧ ଶିଶୁ ପିତାମାତାଙ୍କୁ ହରାଇ ଅନାଥ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)