Advertisment

କିଏ କରିଥିଲେ ତ୍ରିରଙ୍ଗାର ଡିଜାଇନ ?

ସ୍କୁଲ,କଲେଜ ହେଉ, ୟୁନିଭର୍ସିଟି, ଅଫିସ ହେଉ.. ଫର ଫର ଉଡ଼ିଥିବା ତ୍ରିରଙ୍ଗାକୁ ଦେଖିଲେ ମନେପଡ଼ିଯାଏ ଆଜି ସ୍ୱାଧୀନତା ଦିବସ କିମ୍ବା ସାଧାରଣତନ୍ତ୍ର ଦିବସ। ତିନି ରଙ୍ଗର ସମାହାର ତ୍ରିରଙ୍ଗା। କୋଟି ଭାରତୀୟଙ୍କ ସ୍ୱାଭିମାନ, ଗର୍ବ, ସମ୍ମାନର ପ୍ରତୀକ ।

author-image
Minati Mishra
ଅଦ୍ୟତନ ହୋଇଛି
କିଏ କରିଥିଲେ ତ୍ରିରଙ୍ଗାର ଡିଜାଇନ ?

tricolour designer

ସ୍କୁଲ,କଲେଜ ହେଉ, ୟୁନିଭର୍ସିଟି, ଅଫିସ ହେଉ.. ଫର ଫର ଉଡ଼ିଥିବା ତ୍ରିରଙ୍ଗାକୁ ଦେଖିଲେ ମନେପଡ଼ିଯାଏ ଆଜି ସ୍ୱାଧୀନତା ଦିବସ କିମ୍ବା ସାଧାରଣତନ୍ତ୍ର ଦିବସ। ତିନି ରଙ୍ଗର ସମାହାର ତ୍ରିରଙ୍ଗା। କୋଟି ଭାରତୀୟଙ୍କ ସ୍ୱାଭିମାନ, ଗର୍ବ, ସମ୍ମାନର ପ୍ରତୀକ। ଫର ଫର ତ୍ରିରଙ୍ଗାକୁ ଦେଖିଦେଲେ ଭକ୍ତିରେ ମୁଣ୍ଡ ନଇଁଯାଏ ଭାରତୀୟଙ୍କର। ହେଲେ ଜାଣନ୍ତି, ଆମ ଜାତୀୟ ପତାକା ତ୍ରିରଙ୍ଗାକୁ କିଏ ଡିଜାଇନ କରିଥିଲେ ? କେବେ କରିଥିଲେ ? ଏଇ ମହାନ ବ୍ୟକ୍ତି ଜଣକ ହେଉଛନ୍ତି ପିଙ୍ଗଲି ଭେଙ୍କୟା। ।
 ୧୮୭୬ ମସିହାର ଜନୁଆରୀ ୨ ତାରିଖରେ ଆନ୍ଧ୍ର ପ୍ରଦେଶର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ ପିଙ୍ଗଳି ଭେଙ୍କୟା। ଯୁବାବସ୍ଥାରେ ପିଙ୍ଗଳି ବ୍ରିଟିଶ ସେନାରେ ସାମିଲ ହୋଇଥିଲେ। ହେଲେ ଗାନ୍ଧିଜୀଙ୍କ ସହ ସାକ୍ଷାତ ତାଙ୍କ ଜୀବନର ଗତି ବଦଳାଇ ଦେଇଥିଲା। ୧୯ ବର୍ଷ ବୟସରେ ପିଙ୍ଗଳି ବ୍ରିଟିଶ ସେନାରେ ସାମିଲ ହୋଇଥିଲେ। ହେଲେ ତାଙ୍କର ମନ କାନ୍ଦୁଥିଲା ଦେଶ ପାଇଁ। ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କ ସହ ପିଙ୍ଗଳିଙ୍କର ପ୍ରଥମ ସାକ୍ଷାତ ହୋଇଥିଲା।  ଗାନ୍ଧିଜୀଙ୍କ ଆଦର୍ଶରେ ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ, ସବିଦିନ ପାଇଁ ଭାରତରେ ଫେରି ଆସିଥିଲେ। ପରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। 
ପିଙ୍ଗଳି ଜଣେ ଭାଷା ବିଷାରଦ ତଥା ଲେଖକ ଥିଲେ। ।୧୯୧୩ରେ ସେ ଜାପାନୀ ଭାଷାରେ ଲମ୍ବା ଭାଷଣ ପଢିଥିଲେ। ତାଙ୍କର ଏହି ବିଶେଷ ଗୁଣ ପାଇଁ ଅନେକ ନାମରେ ପରିଚିତ ଥିଲେ। ସେତେବେଳେ ମସଲନ-ଜାପାନ ଭେଙ୍କୟା, ପଟ୍ଟି ଭେଙ୍କୟା ଏବଂ ଝଣ୍ଡା ଭେଙ୍କୟା ନାମରେ ଲୋକେ ତାଙ୍କୁ ଜାଣୁଥିଲେ। 
୩୦ଟି ଦେଶର ଜାତୀୟ ପତାକାକୁ ଅନୁଧ୍ୟାନ କରିବା ପରେ ଭାରତର ଜାତୀୟ ପତାକାର ଡିଜାଇନ କରିଥିଲେ ଭେଙ୍କୟା। ଏଥିପାଇଁ ସେ ୧୯୧୬ରୁ ୧୯୨୧ ପର୍ଯ୍ୟନ୍ତ ଗବେଷଣା କରିଥିଲେ।୧୯୧୬ରେ ଭାରତୀୟ ଜାତୀୟ ପତାକାକୁ ନେଇ ସେ ଏକ ପୁସ୍ତକ ମଧ୍ୟ ରଚନା କରିଥିଲେ। 
ସେତେବେଳେ ତ୍ରିରଙ୍ଗା ପତାକାର ରଙ୍ଗ ଥିଲା ନାଲି ଯାହା ହିନ୍ଦୁମାନଙ୍କ ପାଇଁ ଥିଲା। ସବୁଜ ରଙ୍ଗ ମୁସ୍‌ଲିମ୍‌ ଧର୍ମର ପ୍ରତୀକ ଥିଲା। ଧଳା ରଙ୍ଗ ଅନ୍ୟ ସମସ୍ତ ଧର୍ମର ପ୍ରତୀକ ଥିଲା। ମଝିରେ ଥିଲା ଚରଖା । ୧୯୨୧ରେ ମହାତ୍ମାଗାନ୍ଧି କଂଗ୍ରାସର ବିଜୟୱାଡ଼ା ଅଧିବେଶନରେ ପିଙ୍ଗଳି ଭେଙ୍କୟା ଡିଜାଇନ କରିଥିବା ତ୍ରିରଙ୍ଗାକୁ ଜାତୀୟ ପତାକା ଭାବେ ମଞ୍ଜୁରି ଦେଇଥିଲେ। 

Advertisment

୧୯୩୧ରେ ତ୍ରିରଙ୍ଗକୁ ଜାତୀୟ ପତାକା କରିବାର ପ୍ରସ୍ତାବ ପାସ ହୋଇଥିଲା। ତେବେ ଏଥିରେ କିଛି ସଂଶୋଧନ କରାଯାଇଥିଲା। ନାଲି ରଙ୍ଗ ବଦଳରେ କମଳା ରଙ୍ଗ ରଖାଗଲା। ୧୯୪୭ ଜୁଲାଇ ୨୨ ତାରିଖରେ ଏହି ପତାକାକୁ ଜାତୀୟ ପତାକାର ମାନ୍ୟତା ଦିଆଗଲା। କିଛି ଦିନ ପରେ ପୁଣି ଏହାର ପରିବର୍ତ୍ତନ କରାଗଲା। ଚରଖା ଜାଗାରେ ଅଶୋକଚକ୍ର ରଖାଯାଇଥିଲା। କୁହାଯାଏ, ଚରଖା ହଟାଇବାକୁ ନେଇ ମହାତ୍ମାଗାନ୍ଧି କ୍ଷୁବ୍ଧ ହୋଇଥିଲେ। ଏବେ ତ୍ରିରଙ୍ଗାର ତିନି ରଙ୍ଗର ଅର୍ଥ ବି ବଦଳି ଯାଇଛି। କମଳା ରଙ୍ଗ ସମୃଦ୍ଧି, ଧଳା ରଙ୍ଗ ଶାନ୍ତି ଏବ ସବୁଜ ରଙ୍ଗ ପ୍ରଗତିର ସଙ୍କେତ ବୋଲି କୁହାଯାଉଛି। 
ଦେଶକୁ ତ୍ରିରଙ୍ଗା ଦେଇଥିବା ପିଙ୍ଗଳିଙ୍କ ଶେଷ ଜୀବନ ବହୁତ ଦାରିଦ୍ର୍ୟ କଟିଥିଲା। ଏକ ଝୁମ୍ପୁଡ଼ି ଘରେ ୧୯୬୩ ମସିହାରେ  ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଏହା ପରେ ଲୋକେ ପିଙ୍ଗଳିଙ୍କୁ ଭୁଲି ଯାଇଥିଲେ। ୨୦୦୯ରେ ପ୍ରଥମ ଥର ପାଇଁ ପିଙ୍ଗଳିଙ୍କ ନାଁରେ ଡାକ ଟିକେଟ ହୋଇଥିଲା। 

Advertisment
India Independence Day 2021
Advertisment
Advertisment