Advertisment

ହକିରେ ଭାରତକୁ ଐତିହାସିକ ବ୍ରୋଞ୍ଜ

୪୧ ବର୍ଷ ପରେ ହକିରେ ଇତିହାସ ରଚିଲା ଭାରତ।  ଟୋକିଓ ଅଲମ୍ପିକରେ ପୁରୁଷ ହକିର ଐତିହାସିକ ବିଜୟ। ଭାରତ ପାଇଁ ଆଉ ଏକ ପଦକ ଆଣି ଦେଇଛି ଭାରତର ପୁରୁଷ ହକି ଟିମ୍‌।

author-image
Minati Mishra
ଅଦ୍ୟତନ ହୋଇଛି
ହକିରେ ଭାରତକୁ ଐତିହାସିକ ବ୍ରୋଞ୍ଜ

India won bronze

ଟୋକିଓ: ୪୧ ବର୍ଷ ପରେ ହକିରେ ଇତିହାସ ରଚିଲା ଭାରତ।  ଟୋକିଓ ଅଲମ୍ପିକରେ ପୁରୁଷ ହକିର ଐତିହାସିକ ବିଜୟ। ଭାରତ ପାଇଁ ଆଉ ଏକ ପଦକ ଆଣି ଦେଇଛି ଭାରତର ପୁରୁଷ ହକି ଟିମ୍‌।  ଏଥି ସହିତ ପୁଣି ଏକ ବ୍ରୋଞ୍ଜ ପଡିଛି ଭାରତ ଖାତାରେ । ଏହାକୁ ମିଶାଇ ଭାରତ ପଦକ ସଂଖ୍ୟା ୪ରେ ପହଞ୍ଚିଛି। ଆଜି ଭାରତ ପୁରଷ ହକିରେ ଜର୍ମାନକୁ ହରାଇ ଏହି ଗୌରବ ହାସଲ କରିଛି। ଟୋକିଓ ଅଲମ୍ପିକ୍‌ର ବ୍ରୋଞ୍ଜ ପଦକ ପାଇଁ ଆଜି ଭାରତ- ଜର୍ମାନ କଡା ମୁକାବିଲା ହୋଇଥିଲା। ହେଲେ ଭାରତ ୫-୪ ଗୋଲରେ ଜର୍ମାନକୁ ହରାଇ ଏହି ପଦକ ଛଡ଼ାଇ ନେଇଛି। 

Advertisment

ପ୍ରଥମ ପର୍ଯ୍ୟାୟରେ ଜର୍ମାନ ଚମତ୍କାର ପ୍ରଦର୍ଶନ କରି ୩-୧ରେ ଆଗୁଆ ଥିଲା। ଭାରତ ସେମି ଫାଇନାଲରୁ ହାରି ସ୍ୱର୍ଣ୍ଣ ପଦକ ଆଶା ହାତଛଡ଼ା କରିଥିଲା। ହେଲେ ଏଥର ଦର୍ଶକଙ୍କୁ ନିରାଶ ନ କରି ଜୀ-ଜାନ ଦେଇ ଖେଳିଥିଲା ଆଉ ଶେଷରେ ୫-୪ରେ ଜର୍ମାନକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲା।  ତୃତୀୟ କ୍ୱାର୍ଟର ଆରମ୍ଭରେ ପେନାଲ୍‌ଟି ଷ୍ଟ୍ରୋକକୁ ଗୋଲ୍‌ରେ ବଦଳାଇ ଦେଇ ଜବରଦସ୍ତ ଫର୍ମକୁ ଆସିଥିଲା ଭାରତ।

ଭାରତ ୪-୩ ଗୋଲ୍‌ରେ ଲିଡ୍‌ କରୁଥିଲା। କିଛି ସମୟ ପରେ ସିମରନଜୀତ ଆଉ ଏକ ଗୋଲ  କରି ଭାରତକୁ ୫-୩ରେ ଆଗେଇ ନେଇଥିଲେ।  ଶେଷ ଅର୍ଥାତ ୪ର୍ଥ କ୍ୱାର୍ଟର ଆରମ୍ଭରେ ଜର୍ମାନ ପେନାଲ୍‌ଟି କଣ୍ଣରରେ ଏକ ଗୋଲ ଦେଇ ଭାରତ ଉପରେ ଚାପ ପକାଇବା ସହ ବିଜୟ ବ୍ୟବଧାନ କମାଇ ଦେଇଥିଲେ । ଖେଳର ୫୧ ମିନିଟ୍‌ରେ ଭାରତକୁ ସୁଯୋଗ ମିଳିଥିଲା। ମନପ୍ରୀତ ଏକୁଟିଆ ବଲକୁ ନେଇ ଜମାର୍ନ ଡିରେ ପହଞ୍ଚି ଯାଇଥିଲେ। ସେତେବେଳେ ମନପ୍ରୀତଙ୍କ ପାଖରେ କୌଣସି ଖେଳାଳି ନ ଥିଲେ। ହେଲେ ଡି ପାଖରେ ପହଞ୍ଚିବା ପରେ ଳକ୍ଷ୍ୟଚ୍ୟୁତ ହୋଇଥିଲେ। ଶେଷ କିଛି ସମୟ ବେଶ ସଂଘର୍ଷ ପୂର୍ଣ୍ଣ ଥିଲା। ତେବେ ଭାରତୀୟ ଟିମ୍‌ ଚମତ୍କାର ପ୍ରଦର୍ଶନ କରି ଜର୍ମାନଠାରୁ ୫-୪ରେ ଜିତିଥିଲା।

Advertisment

ସୂଚନାଥାଉ କି, ଭାରତ ୧୯୬୮ରେ ଜର୍ମାନକୁ ୨-୧ରେ ହରାଇଥିଲା। ୧୯୭୨ରେ ହଲାଣ୍ଡକୁ ୨-୧ରେ ହରାଇଥିଲା।  

ଏଠି କହିରଖିବୁ, ଟୋକିଓ ଅଲିମ୍ପିକ୍ସରେ ଭାରତ-ବେଲଜିୟମ ମଧ୍ୟରେ ଚାଲିଥିବା ଟକ୍କରରେ ଭାରତ ପରାସ୍ତ ହୋଇଥିଲା। ବେଲଜିୟମ ଠାରୁ ୫-୨ ଗୋଲ୍‌ରେ ହାରି ଯାଇଥିଲା ଭାରତ। ଭାରତକୁ ହରାଇ ଫାଇନାଲରେ ବେଲଜିୟମ ପହଞ୍ଚିଥିବାବେଳେ ଭାରତ ପାଖରେ କେବଳ ରହି ଯାଇଥିଲା ବ୍ରୋଞ୍ଜ ଆଶା। ଯାହା ବି ହେଉ, ଏହି ଆଶା ଆଜି ସତ ହୋଇଥିବାବେଳେ ଭାରତ ଦୀର୍ଘ ବର୍ଷ ପରେ ହକିରେ ପଦକ ହାସଲ କରିଛି। 

ଏହି ଐତିହାସିକ ବିଜୟ ପରେ ସାରା ଦେଶ ଉତ୍ସବ ମୁଖର ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।ଭାରତ ହକି ଟିମ୍‌କୁ ଶୁଭେଚ୍ଛା ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଏକ ଐତିହାସିକ ଦିନ। ଦେଶବାସୀଙ୍କ ସ୍ୱପ୍ନକୁ ସାକାର କରିବାରେ ସଫଳ ହୋଇଛି ହକି ଟିମ୍। ହକି ଟିମ୍ ପାଇଁ ଭାରତବାସୀ ଆଜି ଗର୍ବିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

2020 Tokyo Olympics Tokyo Olympic
Advertisment
Advertisment