Advertisment

“କେନ୍ଦ୍ରର ଆଇନ କଳା ଆଇନ, ପଞ୍ଜାବରେ ତାହାକୁ ଆମେ ଲାଗୁ କରିବୁ ନାହିଁ”

ଏହାସହ ସିଦ୍ଧୁ କହିଛନ୍ତି ଯେ ଜନତାଙ୍କ କଥା ଶୁଣିବା ଏବଂ ତାହାକୁ କାର୍ଯ୍ୟକାରୀ କରିବା ଆମର ପ୍ରାଥମିକତା। ଏଥିପାଇଁ ସିଏମ ଅମରିନ୍ଦରଙ୍କ ସହ ବୈଠକ ହେଉଛି। ଯେତେ ବଡ଼ ସମସ୍ୟା ହେଲେ ବି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ତାହାର ସମାଧାନ ହେବ।

author-image
Sarbeswar
undefined

Navjot Singh Sidhu

ଅମୃତସର: କୃଷି ଆଇନ କଳା ଆଇନ୍‌। ଆମେ କେବେ ବି ତାହାକୁ ପଞ୍ଜାବରେ ଲାଗୁ କରିବାକୁ ଦେବୁ ନାହିଁ। ଏପରି କହିଛନ୍ତି ନୂଆ ନୂଆ ରାଜ୍ୟ କଂଗ୍ରେସର ସଭାପତି ହୋଇଥିବ ନବଜ୍ୟୋତ୍‌ ସିଂ ସିଦ୍ଧୁ। ପଟିଆଲାସ୍ଥିତ ଜଲାଲପୁରର ଭବନରେ ବସିଥିବା ବୈକରେ ରାଜ୍ୟର ସମସ୍ତ କଂଗ୍ରେସ ବିଧାୟକ ଏବଂ ମନ୍ତ୍ରୀଙ୍କ ସମେତ ଅନେକ ନେତା ମଧ୍ୟ ଉପସ୍ଥିତ ଥିଲେ। ଆଉ ସିଦ୍ଧୁ ସେଠାରେ କହିଥିଲେ, ଆମ ରାଜ୍ୟରେ କେନ୍ଦ୍ ସରକାରଙ୍କ ତିନୋଟି କଳା ଆଇନ କେବେ ବି ଲାଗୁ ହେବ ନାହିଁ। କାରଣ କୃଷକଙ୍କ ପାଇଁ ସରକାର ଯେଉଁ ଆଇନ କରିଛନ୍ତି ତାହା ଚାଷୀଙ୍କ ଅନେକ ସମସ୍ୟାରେ ପକାଉଛି। ତେଣୁ ତାହାକୁ କେବେ ବି ପଞ୍ଜାବରେ ଲାଗୁ କରାଯିବ ନାହିଁ।

Advertisment

ଏହାସହ ସିଦ୍ଧୁ କହିଛନ୍ତି ଯେ ଜନତାଙ୍କ କଥା ଶୁଣିବା ଏବଂ ତାହାକୁ କାର୍ଯ୍ୟକାରୀ କରିବା ଆମର ପ୍ରାଥମିକତା। ଏଥିପାଇଁ ସିଏମ ଅମରିନ୍ଦରଙ୍କ ସହ ବୈଠକ ହେଉଛି। ଯେତେ ବଡ଼ ସମସ୍ୟା ହେଲେ ବି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ତାହାର ସମାଧାନ ହେବ।

Advertisment

ତେବେ ଏଠାରେ କହିରଖୁଛୁ, କ୍ଷମତା ଯୁଦ୍ଧକୁ ନେଇ ଲାଗିରହିଥିବା ଛକାପଞ୍ଝା ଭିତରେ ପଞ୍ଜାବ କଂଗ୍ରେସର ନୂଆ ମୁଖିଆ ଭାବରେ ଜୁଲାଇ ୧୮ରେ ଦାୟିତ୍ୱ ନେଇଥିଲେ ନବଜ୍ୟୋତ ସିଂ ସିଦ୍ଧୁ। ପଞ୍ଜାବ ପିସିସି ସଭାପତି ଭାବେ ତାଙ୍କୁ ନିଯୁକ୍ତ କରିଥିଲେ ଏଆଇସିସିର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ତାଙ୍କ ସହ ପବନ ଗୋୟଲ, ସୁଖବିନ୍ଦର ସିଂ, କୁଲଜିତ ନାଗରା ଏବଂ ସଂଗତ ସିଂଙ୍କୁ ପଞ୍ଜାବ ପିସିସିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି।

ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଅସନ୍ତୋଷ ବ୍ୟକ୍ତ କରିବା ସହ ନିର୍ବାଚନ ପୂର୍ବରୁ ସମ୍ଭାବ୍ୟ ଅଦଳବଦଳ ରାଜ୍ୟରେ କଂଗ୍ରେସକୁ କ୍ଷତି ପହଞ୍ଚାଇବ ବୋଲି କହିଥିଲେ। ଏସବୁ ଭିତରେ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସରେ ନୂଆ ମଙ୍ଗୁଆଳ କରିବା ପରେ ପଞ୍ଜାବ ରାଜନୀତିକୁ ନେଇ ଚର୍ଚ୍ଚା ଲାଗିରହିଛି। ସେ ଯାହା ବି ହେଉ କୃଷି ଆଇନକୁ ନେଇ ସଂସଦରେ ବିରୋଧୀମାନେ ମଧ୍ୟ ପ୍ରବଳ ହୋହାଲ୍ଲା କରୁଛନ୍ତି।

Congress Navjot Singh
Advertisment
Advertisment