Advertisment

ଅଭିନେତ୍ରୀ ଶର୍ଲିନଙ୍କ ଚାଞ୍ଚଲ୍ୟକର ଖୁଲାସା- ‘ଶିଳ୍ପା ମୋ ଭିଡିଓ ପସନ୍ଦ କରୁଥିଲେ’

ସାକ୍ଷାତକାରରେ ଶର୍ଲିନ ଚୋପ୍ରା ରାଜ୍‌ କୁନ୍ଦ୍ରାଙ୍କୁ ନେଇ ଅନେକ କିଛି ଖୁଲାସା କରିଛନ୍ତି। ଶିଳ୍ପାଙ୍କୁ ତାଙ୍କ ଭିଡିଓ ଓ ଫଟୋ ଭଲ ଲାଗେ ବୋଲି କହି ରାଜ୍‌ କୁନ୍ଦ୍ରରା ତାଙ୍କୁ ବିଭ୍ରାନ୍ତ କରିଥିଲେ ବୋଲି ଶର୍ଲିନ କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଅଭିନେତ୍ରୀ ଶର୍ଲିନଙ୍କ ଚାଞ୍ଚଲ୍ୟକର ଖୁଲାସା- ‘ଶିଳ୍ପା ମୋ ଭିଡିଓ ପସନ୍ଦ କରୁଥିଲେ’

sherlyn chopra on porn film shooting

ମୁମ୍ବାଇ: ପର୍ଣ୍ଣୋଗ୍ରାଫିକ ଫିଲ୍ମ ନିର୍ମାଣ ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍‌ନେସ୍‌ ମ୍ୟାନ୍‌ ରାଜ୍‌ କୁନ୍ଦ୍ରାଙ୍କୁ କ୍ରାଇମବ୍ରାଞ୍ଚ ଜୁଲାଇ ୧୯ରେ ଗିରଫ କରିଥିଲା। ଏହାପରେ ରାଜ୍‌ କୁନ୍ଦ୍ରାଙ୍କୁ ନେଇ ଅନେକ ଖୁଲାସା ହେବାରେ ଲାଗିଛି। ଏହି ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ପ୍ରପୋଟି ସେଲ୍‌ ଅଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କୁ ଗତକାଲି ୮ ଘଣ୍ଟା ଜେରା କରି ତାଙ୍କର ବୟାନ ରେକର୍ଡ କରିଥିଲା। ଜେରା ପୂର୍ବରୁ ତାଙ୍କୁ ସମନ ଜାରି କରାଯାଇଥିଲା। ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ନିଜ ବୟାନ ଦେବା ପରେ ଶର୍ଲିନ ଜାତୀୟ ଗଣମାଧ୍ୟମ ସଂସ୍ଥା India Todayକୁ ଏକ ସାକ୍ଷାତକାର ଦେଇଥିଲେ। ସାକ୍ଷାତକାରରେ ସେ ରାଜ୍‌ କୁନ୍ଦ୍ରାଙ୍କୁ ନେଇ ଅନେକ କିଛି ଖୁଲାସା କରିଛନ୍ତି। ଶିଳ୍ପାଙ୍କୁ ତାଙ୍କ ଭିଡିଓ ଓ ଫଟୋ ଭଲ ଲାଗେ ବୋଲି କହି ରାଜ୍‌ କୁନ୍ଦ୍ରା ତାଙ୍କୁ ବିଭ୍ରାନ୍ତ କରିଥିଲେ ବୋଲି ଶର୍ଲିନ କହିଛନ୍ତି।

Advertisment

ରାଜ୍‌ କୁନ୍ଦ୍ରାଙ୍କ ବିରୋଧରେ ଅଭିଯୋଗ ଆଣି ଶର୍ଲିନ କହିଛନ୍ତି, ରାଜ୍‌ ମୋ ମେଣ୍ଟର ଥିଲେ। ଯାହାବି କିଛି ମୁଁ ଶୁଟିଂ କରୁଛି, ତାହା କେବଳ ଗ୍ଲାମର ପାଇଁ। ଏହା ରାଜ୍ କହିଥିଲେ। ସେ ମୋତେ ଭରସା ଦେଇଥିଲେ ସେମି ନ୍ୟୁଡ୍‌ ଓ ପର୍ଣ୍ଣ କାଜୁଆଲ୍‌ ଅଟେ। ଏହା ସମସ୍ତ କରିଥାନ୍ତି। ତେଣୁ ମୁଁ ବି କରିବା ଉଚିତ୍‌ ବୋଲି କହିଥିଲେ। ହେଲେ ଏସମ୍ପର୍କରେ ମୋତେ କିଛି ବି ଜଣା ନଥିଲା। ମୁଁ ଜାଣିନଥିଲି କେଉଁଠୁ ଆରମ୍ଭ କରିବି ଓ କ’ଣ କରିବି। ମୁଁ କେବେବି ଭାବିନଥିଲି ଏଭଳି କାମ କରି ମୁଁ ଦିନେ ଏମିତି ଫସି ଯିବି ଓ ମୋତେ କ୍ରାଇମବ୍ରାଞ୍ଚ ସାମ୍ନାରେ ବୟାନ ଦେବାକୁ ପଡ଼ିବ। 

କାନ୍ଦି କାନ୍ଦି ଶର୍ଲିନ କହିଛନ୍ତି, ‘ଯେବେ ମୁଁ ପ୍ରଥମ ଥର ପାଇଁ ରାଜ୍‌ କୁନ୍ଦ୍ରାଙ୍କୁ ଭେଟିଥିଲି, ଭାବିଲି ତାଙ୍କ ସହ କାମ କରି ମୋ ଜୀବନ ପୁରାପୂରି ବଦଳି ଯିବ। ମୋତେ ଲାଗିଥିଲା, ତାଙ୍କ ସହ କାମ କଲେ ମୋତେ ବହୁତ ବଡ଼ ବ୍ରେକ୍‌ ମିଳିବ। ହେଲେ ମୁଁ କେବେବି ଭାବି ନଥିଲି ରାଜ୍‌ ଏଭଳି ଭୁଲ୍‌ ଜିନିଷ ମୋ ଦ୍ୱାରା କରାଇବେ। ମୁଁ କେବେବି ଚାହିଁବି ନାହିଁ ମୋ ପିଲାମାନେ ଏଭଳି ଇଣ୍ଡଷ୍ଟ୍ରିରେ କାମ କରନ୍ତୁ ବୋଲି। ଏମାନେ ସମସ୍ତେ ସ୍ୱାର୍ଥପର। କେବଳ ଟଙ୍କା ଓ ଏଭଳି ଜିନିଷ କରିବା ପାଇଁ ଏମିତି କଥା ଚିନ୍ତା କରିଥାନ୍ତି। 

Advertisment

ଏଗ୍ରିମେଣ୍ଟ୍‌ ସାଇନ୍‌ କରିବା କଥା ଶର୍ଲିନ ସ୍ୱୀକାର କରିଛନ୍ତି। ଏହାପରେ ଭିଡିଓ ଶୁଟିଂ କରିଥିଲି। ପ୍ରାରମ୍ଭରେ ଏହା ଗ୍ଲାମରସ୍‌ ଭିଡିଓ ଥିଲା। ଏହାପରେ ବୋଲ୍ଡ୍‌ ଫିଲ୍ମ, ତା’ରେ ସେମି ନ୍ୟୁଡ୍‌ ଓ ନ୍ୟୁଡ୍‌ ଭିଡିଓ ମୋତେ କରିବାକୁ ପଡ଼ିଥିଲା। ଏଥିରେ କିଛି ଭୁଲ୍‌ ନାହିଁ ବୋଲି ମୋତେ ସବୁବେଳେ କୁହାଯାଉଥିଲା। ସବୁବେଳେ ଏହା ମଧ୍ୟ କୁହାଯାଉଥିଲା, ଶିଳ୍ପା ସେଟ୍ଟୀଙ୍କୁ ମୋର ଭିଡିଓ ଓ ଫଟୋ ବେଶ୍‌ ପସନ୍ଦ ଆସୁଛି। ଏହ ଶୁଣି ମୋତେ କାମ କରିବା ପାଇଁ ପ୍ରେରଣା ମିଳୁଥିଲା। ଯେତେବେଳେ ଆପଣ ଶିଳ୍ପାଙ୍କ ଭଳି ଲୋକଙ୍କଠୁ ପ୍ରେରଣା ପାଇବେ, ତା’ହେଲେ ଆପଣ କେବେ ଭାବି ପାରିବେ ନାହିଁ କ’ଣ ଠିକ୍‌ ଓ କ’ଣ ଭୁଲ୍‌। ଏଭଳି ଭିଡିଓ କରିବା ପାଇଁ ମୋତେ ଯେତବେଳେ ପ୍ରଶଂସା ମିଳିଥିଲା, ଏହାପରେ ଅଧିକରୁ ଅଧିକ ଭିଡିଓ କରିବା ପାଇଁ ଅନୁପ୍ରାଣିତ କରାଯାଇଥିଲା। 

ଶର୍ଲିନ ଆଣିଥିବା ଏଭଳି ଅଭିଯୋଗକୁ ଶିଳ୍ପା ଭୁଲ୍‌ ବୋଲି କହିଛନ୍ତି। ଶିଳ୍ପା କହିଛନ୍ତି, ଏଭଳି କଣ୍ଟେଣ୍ଟ ସମ୍ପର୍କରେ ତାଙ୍କର କୌଣସି ଆଇଡିଆ ନଥିଲା। ଶିଳ୍ପାଙ୍କ ଏହି ଉତ୍ତରରେ ଶର୍ଲିନ କହିଛନ୍ତି, ଶିଳ୍ପା ବହୁତ ବ୍ୟସ୍ତ ରୁହନ୍ତି। ହୁଏତ ସେ ଏସବୁ ଭୁଲି ଯାଇଥିବେ।  ୨୦୦୯ରେ ରାଜ୍‌-ଶିଳ୍ପାଙ୍କ ବିବାହ ହୋଇଥିଲା। ସେମାନଙ୍କର ୨ଟି ସନ୍ତାନ ଅଛି। 

Sherlyn Chopra Shilpa Shetty Raj Kundra Pornography Case
Advertisment
Advertisment