/odishatv-khabar/media/post_attachments/uploadimage/library/16_9/16_9_0/IMAGE_1628324801.jpg)
Bell Bottom
ମୁମ୍ବାଇ : ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ବାଣୀ କପୁରଙ୍କ ବହୁ ଅପେକ୍ଷିତ ଫିଲ୍ମ ‘ବେଲ୍ ବଟମ୍’କୁ ନେଇ ଲୋକଙ୍କ ଉତ୍ସାହ ବଢିଯାଇଛି। ନିକଟରେ ଫିଲ୍ମର ପ୍ରଥମ ଗୀତ 'ମର୍ଜାୱାଁ'ର ରିଲିଜ ହୋଇଛି। ଗୀତରେ ଅକ୍ଷୟ ଏବଂ ବାଣୀଙ୍କ ରୋମାଣ୍ଟିକ୍ କେମେଷ୍ଟ୍ରିକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। କିନ୍ତୁ ପରିତାପର ବିଷୟ ଯେ ରୋମାନ୍ସରେ ପରିପୂର୍ଣ୍ଣ ଏହି ଗୀତଟି ରିଲିଜ୍ ହେବା ମାତ୍ରେ ବିବାଦ ଘେରକୁ ଚାଲିଯାଇଛି। ଏହି ଫିଲ୍ମ ଉପରେ ଚୋରିର ଅଭିଯୋଗ ଲାଗିଛି।
'ମର୍ଜାୱାଁ' ଉପରେ ଚୋରି ଅଭିଯୋଗ'ବେଲ୍ ବଟମ୍'ର ଟ୍ରେଲର ରିଲିଜ୍ ହେବା ଦିନଠାରୁ ଫିଲ୍ମଟି ଚର୍ଚ୍ଚାରେ ରହିଛି। ଏହି ଚଳଚ୍ଚିତ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଲୁକ୍ ଯୋଗୁଁ ଲାରା ଦତ୍ତ ଆଗରୁ ଚର୍ଚ୍ଚାରେ ଅଛନ୍ତି। ଏହାରି ଭିତରେ ଫିଲ୍ମର ପ୍ରଥମ ଗୀତ ଶୁକ୍ରବାର ମୁକ୍ତିଲାଭ କରିଥିଲା। ଗୀତ 'ମର୍ଜାୱାଁ' ସ୍କଟ୍ଲ୍ୟାଣ୍ଡ୍ରେ ସୁଟିଂ କରାଯାଇଥିଲା ଏବଂ ଏଥିରେ ପ୍ରେମର କାହାଣୀ ପ୍ରଦର୍ଶିତ ହୋଇଥିଲା। ଏହି ଗୀତକୁ ଦର୍ଶକେ ବହୁତ ପସନ୍ଦ କରୁଥିବା ବେଳେ ଏହାର ପୋଷ୍ଟର୍କୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି।
Also Read
କିଛି ସୋସିଆଲ ମିଡିଆ ଉପଭୋକ୍ତା କହିଛନ୍ତି ଯେ ‘ମର୍ଜାୱାଁ’ ଗୀତର ପୋଷ୍ଟର ଇନ୍ଷ୍ଟାଗ୍ରାମ୍ ଇନ୍ଫ୍ଲୁଏନ୍ସରରୁ ଚୋରି ହୋଇଛି। ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ମଧ୍ୟରେ ଟ୍ରେନ୍ ଫଶିଯିବା ପୋଜ୍ ବହୁତ ଲୋକପ୍ରିୟ। ବିନା ସୁରକ୍ଷାରେ ଟ୍ରେନରେ ଝୁଲିବା ଅବସ୍ଥାରେ ରୋମାଣ୍ଟିକ୍ ପୋଜ୍ ଦେବା କେବଳ ଇନ୍ଫ୍ଲୁଏନ୍ସର ହିଁ କରିପାରେ।
‘ମର୍ଜାୱାଁ’ ଗୀତ ପୂର୍ବରୁ ପ୍ରଭାସ ଏବଂ ପୂଜା ହେଗ୍ଡେଙ୍କର ଏକ ପୋଷ୍ଟର୍ ମଧ୍ୟ ରିଲିଜ୍ ହୋଇଥିଲା ଯେଉଁଥିରେ ଉଭୟ ଟ୍ରେନ୍ରେ ଏଭଳି ସମାନ ପୋଜ୍ ଦେଇଥିବା ନଜର ଆସିଥିଲେ। ଏହି ପୋଷ୍ଟର୍ ରିଲିଜ୍ ହେବା ପରେ ମଧ୍ୟ ଲୋକମାନେ ଏହାକୁ ଚୋରି କରାଯାଇଥିବା ଅଭିଯୋଗ କରିଥିଲେ।
'ମର୍ଜାୱାଁ' ଉପରେ ଚୋରି ଅଭିଯୋଗଯଦି ଗୀତର କଥା କୁହାଯାଏ ତେବେ ଏହି ଗୀତରେ ଅକ୍ଷୟ କୁମାର ଓ ବାଣୀ କପୁର ରେଟ୍ରୋ ଲୁକ୍ରେ ନଜର ଆସିଛନ୍ତି। ଗୀତଟିକୁ ଶୁଣିବାକୁ ଚାହୁଥିଲେ ଏଠି ଶୁଣନ୍ତୁ-
ଏହି ଗୀତରେ ଗୁରନାଜର ଏବଂ ଆସିସ୍ କୌର ନିଜର ସ୍ୱର ଦେଇଥିବା ବେଳେ ଗୀତର ଗୌରବ ଦେବ ଏବଂ କାର୍ତ୍ତିକ ଦେବନ ସଂଗୀତ ପ୍ରଦାନ କରିଛନ୍ତି। ଏଥି ସହିତ ଗୀତର ଲିରିକ୍ସ ଗୁରନାଜର ଲେଖିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)