Advertisment

କଥା ହେବାବେଳେ ଫାଟିଗଲା ବ୍ଲୁ ଟୁଥ ଇୟରଫୋନ, ଚାଲିଗଲା ଯୁବକଙ୍କ ଜୀବନ

କାନରେ ଇୟରଫୋନ ଦେଇ କଥା ହେବା, ଗୀତ ଶୁଣିବା ଆଜିକାଲି ଯୁବପିଢିଙ୍କର ଭାରି ପସନ୍ଦ। ରାସ୍ତାରେ ଚାଲିବା ବେଳେ, ଗାଡି ଚଲାଇବା ବେଳେ ଅଧିକାଂଶ ଯୁବକଯୁବତୀଙ୍କ କାନରେ ଇୟରଫୋନ ଲାଗିଥିବା ଦେଖିବାକୁ ମିଳେ। ହେଲେ ସାବଧାନ...

author-image
Minati Mishra
ଅଦ୍ୟତନ ହୋଇଛି
କଥା ହେବାବେଳେ ଫାଟିଗଲା ବ୍ଲୁ ଟୁଥ ଇୟରଫୋନ, ଚାଲିଗଲା ଯୁବକଙ୍କ ଜୀବନ

bluetooth earphone device explodes

ଜୟପୁର: କାନରେ ଇୟରଫୋନ ଦେଇ କଥା ହେବା, ଗୀତ ଶୁଣିବା ଆଜିକାଲି ଯୁବପିଢିଙ୍କର ଭାରି ପସନ୍ଦ। ରାସ୍ତାରେ ଚାଲିବା ବେଳେ, ଗାଡି ଚଲାଇବା ବେଳେ ଅଧିକାଂଶ ଯୁବକଯୁବତୀଙ୍କ କାନରେ ଇୟରଫୋନ ଲାଗିଥିବା ଦେଖିବାକୁ ମିଳେ। ତେବେ ଇୟରଫୋନରେ ରୁଚି ରଖିଥିବା ବ୍ୟକ୍ତିଙ୍କ ପାଇଁ ଏକ ଚେତାବନୀ। ଯଦି ଏମିତି କରୁଥାନ୍ତି ତେବେ ଅଭ୍ୟାସ ବଦଳାଇ ଦିଅନ୍ତୁ। କାରଣ ଏଇ ସୌକ କେତେବେଳେ ଯେ କାହାପାଇଁ ମୃତ୍ୟୁ ଦୂତ ସାଜିବ କିଏ କହିବ ? ଏପରି ଏକ ଦୁଃଖଦ ଘଟଣା ଘଟିଛି ରାଜସ୍ଥାନର ଜୟପୁର ଜିଲ୍ଲା ରାକେଶ ନଗର ଅଞ୍ଚଳରେ।

Advertisment

ଯୁବକ ଜଣକ କାନରେ ବ୍ଲୁଟୁଥ ଇୟଫୋନ ଦେଇ କଥା ହେଉଥିଲେ। ଗପସପ ଭିତରେ ସେ ହଜି ଯାଇଥିଲେ । ହେଲେ କିଏ ଜାଣିଥିଲା ହଠାତ୍ ଏତେବଡ ବିପର୍ଯ୍ୟୟ ଆସିବ ବୋଲି ! ଗୀତ ଶୁଣୁ ଶୁଣୁ ହଠାତ୍ ଫାଟିଗଲା ମୋବାଇଲ। ଚାଲିଗଲା ଯୁବକଙ୍କ ଜୀବନ। ଉଦୟପୁର ଅଞ୍ଚଳର ଏହି ଯୁବକ ଜଣକ ମୃତ୍ୟୁ ହୃଦଘାତ ଯୋଗୁ ହୋଇଥାଇ ପାରେ ବୋଲି ଡାକ୍ତର କହିଛନ୍ତି। 

Advertisment

ଯୁବକ ଜଣକ ତାଙ୍କ ସମ୍ପର୍କୀୟଙ୍କ ସହ କଥା ହେଉଥିଲେ। ହଠାତ୍‌ ମୋବାଇଲଟି ଜୋର ଶବ୍ଦ ହେବା ସହ ଫାଟି ଯାଇଥିଲା। ରାକେଶ ଘଟଣାସ୍ଥଳରେ ଅଚେତ ହୋଇପଡ଼ିଥିଲେ। ଯୁବକଙ୍କର ୨ଟି ଯାକ କାନ ଆଘାତପ୍ରାପ୍ତ ହୋଇଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ସିଦ୍ଧି ବିନାୟକ ହସ୍‌ପିଟାଲକୁ ନେଇଥିଲେ। ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। 

ଯୁବକଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଡ.ଏଲଏନ ରୁନ୍‌ଡଲା କହିଛନ୍ତି, ଦେଶରେ ଏପରି ଘଟଣା ଘଟିବା ପ୍ରଥମ। ବିସ୍ଫୋରଣ ଯୋଗୁ ଯୁବକ ଜଣ ହୃଦଘାତର ଶିକାର ହୋଇଥିଲେ ଯେଉଁଥିପାଇଁ ତାଙ୍କର ମୃତ୍ୟୁ ଘଟିଥିଲା। 

ଯୁବକ ଜଣକ ଚଳିତ ବର୍ଷ ଫେବୃଆରୀରେ ବିବାହ କରିଥିଲେ। ଯୁବକ ଜଣକ କମ୍ପ୍ୟୁଟରରେ କାମ କରୁଥିଲେ।  ଶୁକ୍ରବାର ଅପରାହ୍ନରେ ସେ କଥା ହେଉଥିବା ସମୟରେ ମୋବାଇଲ କମ୍ପ୍ୟୁଟର ସହିତ ସଂଯୋଗ ହୋଇଥିଲା। ପରିବାର ଲୋକ ବିଲକୁ କାମ କରିବା ପାଇଁ ଯାଇଥିବାବେଳେ ଯୁବକ ଜଣକ ଏକୁଟିଆ ଘରେ କମ୍ପ୍ୟୁଟରରେ କାମ କରୁଥିଲେ। ବିସ୍ଫୋରଣ ସମୟରେ ଯୁବକ ଜଣକ ଚିତ୍କାର କରିଥିଲେ। ପାଟି ଶୁଣୁ ପରିବାର ଲୋକେ ଓ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। 

ଏ ନେଇ ପୋଲିସରେ କୌଣସି ଅଭିଯୋଗ ହୋଇନାହିଁଁ। ଏପରିକି ଯୁବକ ଜଣକ କେଉଁ କମ୍ପାନୀର କମ୍ପ୍ୟୁଟର ଏବଂ ମାଇକ୍ରୋ ଫୋନ ବ୍ୟବହାର କରୁଥିଲେ ତାହା ମଧ୍ୟ ଜଣାପଡ଼ି ନାହିଁ।  

Rajasthan Bluetooth Device
Advertisment
Advertisment