Advertisment

Protest for Medical: ନିର୍ମାଣାଧୀନ ଡାକ୍ତରଖାନା ସ୍ଥାନାନ୍ତରକୁ ବିରୋଧ...ସରପଞ୍ଚଙ୍କ ସ୍ୱାମୀ ନିଜ ଗାଁକୁ ନେବାକୁ କରୁଛନ୍ତି ମସୁଧା !

ଲୋକଙ୍କ କହିବା କଥା, ଅଧିକ ଲୋକ ରହୁଥିବା ଅଞ୍ଚଳରେ ଡାକ୍ତରଖାନା ନିର୍ମାଣ ହେଲେ ଅଧିକ ଲୋକ ଉପକୃତ ହେବେ। ମାତ୍ର ଏହି ଡାକ୍ତରଖାନାକୁ କମ୍ ଜନସଂଖ୍ୟା ଅଞ୍ଚଳକୁ ସ୍ଥାନାନ୍ତର ପାଇଁ ମସୁଧା ଚାଲିଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।

author-image
Prasan Subudhi
ଡାକ୍ତରଖାନା ସ୍ଥାନାନ୍ତରକୁ ବିରୋଧ

ଡାକ୍ତରଖାନା ସ୍ଥାନାନ୍ତରକୁ ବିରୋଧ

ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ନୁଆଗାଁ ପଞ୍ଚାୟତ ଜନ୍ତୁଆଳି ଗ୍ରାମ ଠାରେ ୨୦୨୪ ମସିହାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଏକ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଚାଲୁ ରହି ଥିଲା । ଗତ ୨୧ ତାରିଖରେ ସିଡିଏମଓ ଭଦ୍ରକ ଏକ ଚିଠି ଜରିଆରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ କାମ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି l ଏହି ସ୍ୱାସ୍ଥ୍ୟ ଉପ କେନ୍ଦ୍ର କାମ ପ୍ରାୟ ପଚାଶ ଭାଗ କାମ ସରିବା ସହ ଛାତ ମଧ୍ୟ ପଡି ସାରିଛି l ତେବେ ଏହାକୁ ନେଇ ଜନ୍ତୁଆଳି ଗ୍ରାମବାସୀ ମାନେ ତୀବ୍ର ପ୍ରତିକ୍ରିୟା କରିଛନ୍ତି ।

Advertisment

ଶତାଧିକ ମହିଳା ଓ ପୁରୁଷ ଏହି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଏକାଠି ହେବା ସହ ଏହାକୁ ସ୍ଥାନାନ୍ତରକୁ ବିରୋଧ କରିଥିଲେ l ଗ୍ରାମବାସୀଙ୍କ ଅଭିଯୋଗ ଯେ ନୂଆଗାଁ ପଞ୍ଚାୟତ ୬ ଗୋଟି ଗ୍ରାମକୁ ନେଇ ଗଠିତ। କେବଳ ଜନ୍ତୁଆଳି ଗ୍ରାମର ଲୋକସଂଖ୍ୟା ଦୁଇ ହଜାରରୁ ଉର୍ଦ୍ଧଥିବା ବେଳେ ଅନ୍ୟ ଗ୍ରାମମାନଙ୍କ ଲୋକ ସଂଖ୍ୟା ଏକ ହଜାରରୁ କମ l ଏହି କାମ ପ୍ରାୟ ପଚାଶ ଭାଗ ସରିଥିବା ବେଳେ ନୂଆଗାଁ ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ସୁଶାନ୍ତ ମହାପାତ୍ର ଏବେ ଏହି ପ୍ଲଟରେ ତ୍ରୁଟି ଦର୍ଶାଇ ଉପ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଜ ଗାଁ ହଟପୁରକୁ ସ୍ଥାନାନ୍ତର କରିବାକୁ ମସୁଧା ଚଳାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି l

ପୂର୍ବରୁ ପ୍ରଶାସନିକ ଅଧିକାରୀମାନେ ଏହି ସ୍ଥାନରେ ଉପ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ଜାଗା ଚିହ୍ନଟ କରିଥିଲେ l କାର୍ଯ୍ୟ ପଚାଶ ଭାଗ ଶେଷ ହେବା ପରେ ପୁଣି କାହା ଇଂଗିତରେ କାମ ବନ୍ଦ କରିବା ସହ ଏହି କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଜନ୍ତୁଆଳି ଗ୍ରାମବାସୀ l

Advertisment

ତୁରନ୍ତ ବନ୍ଦ ଥିବା କାମକୁ ଯଦି ପୁନର୍ବାର ଆରମ୍ଭ କରି ସ୍ଥାନାନ୍ତରିତ ପ୍ରକ୍ରିୟାକୁ ବନ୍ଦ ନ କରାନଯାଏ ତେବେ ଆଗାମୀ ଦିନରେ ଜନ୍ତୁଆଳି ଗ୍ରାମବାସୀ ପଞ୍ଚାୟତ ଅଫିସ ତାଲା ପକାଇବା ସହ ଧାମରା ଚାନ୍ଦବାଲି ମୁଖ୍ୟ ରାସ୍ତାରୋକ କରି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଏ ବାବଦରେ ସରପଞ୍ଚଙ୍କ ସ୍ଵାମୀ ସୁଶାନ୍ତ ମହାପାତ୍ରଙ୍କର କୋୖଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଲୋକଙ୍କ କହିବା କଥା, ଅଧିକ ଲୋକ ରହୁଥିବା ଅଞ୍ଚଳରେ ଡାକ୍ତରଖାନା ନିର୍ମାଣ ହେଲେ ଅଧିକ ଲୋକ ଉପକୃତ ହେବେ। ମାତ୍ର ଏହି ଡାକ୍ତରଖାନାକୁ କମ୍ ଜନସଂଖ୍ୟା ଅଞ୍ଚଳକୁ ସ୍ଥାନାନ୍ତର ପାଇଁ ମସୁଧା ଚାଲିଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। 

(ରିପୋର୍ଟ- ତ୍ରିଲୋଚନ ସାହୁ, ଚାନ୍ଦବାଲି)

Health Department Agitation Chandabali Health Service
Advertisment
Advertisment