Advertisment

ନରମିଲା ଟ୍ୱିଟର: ନୂଆ ଆଇଟି ନିୟମ ମାନିବା ସହ ସ୍ଥାୟୀ ଅଧିକାରୀ ନିଯୁକ୍ତ କଲା

ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟର ଭାରତର ନୂଆ ଆଇଟି ନିୟମକୁ ମାନି ନେଇଛି। ଏଥିସହିତ କମ୍ପାନୀ ଭାରତରେ ସ୍ଥାୟୀ ଅଧିକାରୀଙ୍କୁ ନିଯୁକ୍ତି ଦେଇଛି ।

author-image
Minati Mishra
ନରମିଲା ଟ୍ୱିଟର: ନୂଆ ଆଇଟି ନିୟମ ମାନିବା ସହ ସ୍ଥାୟୀ ଅଧିକାରୀ ନିଯୁକ୍ତ କଲା

twitter complied with new it rules

ନୂଆଦିଲ୍ଲୀ:ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟର ଭାରତର ନୂଆ ଆଇଟି ନିୟମକୁ ମାନି ନେଇଛି। ଏଥିସହିତ କମ୍ପାନୀ ଭାରତରେ ସ୍ଥାୟୀ ଅଧିକାରୀଙ୍କୁ ନିଯୁକ୍ତି ଦେଇଛି । ଏ ସମ୍ପର୍କିତ ତଥ୍ୟ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟରେ ଉପସ୍ଥାପନ କରିଛି । ସୂଚନାଥାଉ କି, ସରକାର ମେ’ ୨୫ ତାରିଖ ସମସ୍ତ ସୋଶିଆଲ ମିଡ଼ିଆ କମ୍ପାନୀଙ୍କୁ ନୂଆ ଆଇଟି ନିୟମ ଅନୁପାଳନ କରିବାକୁ କହିଥିଲା। ଆରମ୍ଭରୁ ଟ୍ୱିଟର ଏହି ନିୟମ ମାନିବାକୁ ନେଇ ହିଚ୍‌କିଚ୍‌ ହେଉଥିଲା। ହେଲେ ସରକାରଙ୍କ କଡା ଆଭିମୁଖ୍ୟ ପରେ ବାଧ୍ୟ ହୋଇ ଟ୍ୱିଟର ଏସବୁ ନିୟମକୁ ମାନି ନେଇଛି। ତେବେ ସରକାରଙ୍କ ପକ୍ଷରୁ କୁହାଯାଇଛି, ଟ୍ୱିଟର ପକ୍ଷରୁ ଦିଆଯାଇଥିଲା ପ୍ରମାଣପତ୍ର ଯାଞ୍ଚ କରିବା ପାଇଁ ସମୟ ଲାଗିବ। 

Advertisment

ନୂଆ ସୋଶିଆଲ ମିଡିଆ ନିୟମ ଅନୁଯାୟୀ, ଜଣେ Permanent Grievance Officer (RGO), Chief Compliance Officer (CCO) ଏବଂ ଜଣେ ନୋଡାଲ ଅଧିକାରୀଙ୍କୁ (NCO) ନିଯୁକ୍ତି ଦେବାଲାଗି କୁହାଯାଇଥିଲା।   ଏହି ସମସ୍ତ ନିଯୁକ୍ତି ଅଗଷ୍ଟ ୪ରେ ଦିଆଯାଇଛି।  

ସୋସିଆଲ ମିଡିଆ ପକ୍ଷରୁ ସୂଚନା ଦିଆଯାଇଛି, ଟୁଇଟର ଜଣେ  ସ୍ଥାୟୀ ଅଭିଯୋଗ ଅଧିକାରୀ (ଆରଜିଓ), ମୁଖ୍ୟ ଅନୁପାଳନ ଅଧିକାରୀ (ସିସିଓ) ଏବଂ ନୋଡାଲ୍ ଯୋଗାଯୋଗ ଅଧିକାରୀ (ଏନସିଓ) ନିଯୁକ୍ତ କରିଛି। ଏହି ସମସ୍ତ ନିଯୁକ୍ତି ଅଗଷ୍ଟ ୪ ରେ କରାଯାଇଛି। ଏଠି କହିରଖିବୁ, ଜଷ୍ଟିସ ପାଲ ସୋସିଆଲ ମିଡିଆ ଫର୍ମକୁ ଚଳିତ ବର୍ଷ ଫେବୃଆରୀ ସୁଦ୍ଧା ନୂତନ ଆଇଟି ନିୟମ ମାନିବାକୁ ଶେଷ ସୁଯୋଗ ଦେଇଥିଲେ।

Advertisment

ଟ୍ୱିଟର ପକ୍ଷରୁ ଜଣେ ବରିଷ୍ଠ ଆଇନଜୀବୀ ସାଜନ ପୁବୈୟା କହିଛନ୍ତି, କମ୍ପାନୀର ନୂଆ ଆଇଟି ନିୟମ ଅନୁସାରେ ଅଗଷ୍ଟ ୪ରେ ଜଣେ ସିସିଓ, ଆରଜିଓ ଏବଂ ଜଣେ ଏନ୍‌ସିଓ ନିଯୁକ୍ତି ଦିଆଯାଇଛି। ଏହା ପୂର୍ବରୁ କୋର୍ଟ ଟ୍ୱିଟରର ଅସ୍ଥାୟୀ କମୀଚାରୀଙ୍କୁ ସିସିଓ ଭାବେ ନିଯୁକ୍ତି କରିବାଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଟ୍ୱିଟର ନୂଆ ଆଇଟି ନିୟମ ମାନୁ ନ ଥିବା କହିଥିଲେ। 

କୋର୍ଟ ଟୁଇଟରକୁ କେବଳ ସିସିଓ ନିଯୁକ୍ତି ସମ୍ପର୍କିତ ତଥ୍ୟ ଦେବାକୁ କହି ନ ଥିଲେ ବରଂ ଆରଜିଓ ବିଷୟରେ ସୂଚନା ଦେବାକୁ ମଧ୍ୟ କହିଥିଲେ। ଏଥିସହିତ ନୋଡାଲ ସମ୍ପର୍କ ଅଧିକାରୀ ଏ ଯାଏ କାହିଁକି ନିଯୁକ୍ତି ହୋଇ ନାହାଁନ୍ତି ଏବଂ କେବେ ହେବେ ସେ ବିଷୟରେ ସ୍ପଷ୍ଟ କରିବାକୁ କହିଥିଲେ। 

ସୂଚନାଥାଉ କି, ନୂଆ ଆଇଟି ନିୟମକୁ ନେଇ  କେନ୍ଦ୍ର ଏବଂ ଟ୍ୱିଟର ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଆସୁଥିଲା। ନୂଆ ନିୟମ ମାନିବାକୁ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରକୁ ସରକାରଙ୍କ ପକ୍ଷରୁ ଅନ୍ତିମ ଚେତାବନୀ ଦିଆଯାଇଥିଲା ।  ଭାରତୀୟ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ଟ୍ୱିଟରକୁ ଶେଷ ସୁଯୋଗ ଦେଇଥିଲେ ସରକାର । ଏଥିସହିତ ସରକାର ସ୍ପଷ୍ଟ କରିଥିଲେ , ଟ୍ୱିଟର ଏପରି ନକଲେ କମ୍ପାନୀ ପରିଣାମ ପାଇଁ ପ୍ରସ୍ତୁତ ହେବା ଉଚିତ।  ନିୟମ ଉଲ୍ଲଂଘନ କଲେ ଆଇଟି ଆକ୍ଟ ୨୦୦୦ ର ଧାରା ୭୯ ଅନୁଯାୟୀ କୋହଳ ସୀମାକୁ ବାତିଲ କରାଯିବ ଏବଂ ଆଇଟି ଆକ୍ଟ ଏବଂ ଅନ୍ୟାନ୍ୟ ନିୟମ ଅନୁଯାୟୀ ଦଣ୍ଡବିଧାନ ପାଇଁ ଦାୟୀ ରହିବ ଟ୍ୱିଟର । ଏହାପୂର୍ବରୁ ମଧ୍ୟ କମ୍ପାନୀକୁ ଭାରତୀୟ ଅଧିକାରୀଙ୍କ ନିଯୁକ୍ତି ଓ ସବିଶେଷ ବିବରଣୀ ଦେବାପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଗୁଗୁଲ ଓ ଫେସବୁକ୍ ଗାଇଡଲାଇନ୍ ମାନିବାକୁ ରାଜି ଥିବାବେଳେ ନୂଆ ନିୟମ ମାନିବାକୁ ଅମଙ୍ଗ ହେଉଥିଲା ମାଇକ୍ରୋ ବ୍ଲଗିଂ କମ୍ପାମୀ ଟ୍ୱିଟର ।

Twitter India New IT Rules
Advertisment
Advertisment