Advertisment

ଆମେ କ’ଣ ପ୍ରକୃତ ସ୍ୱାଧୀନ!

ଦେଶ ପାଳନ କରିବାକୁ ଯାଉଛି ଏହାର ୭୫ତମ ସ୍ୱାଧୀନତା ଦିବସ। ଯେଉଁ ସ୍ୱାଧୀନତାକୁ ଆମେ ଆଜି ଉପଭୋଗ କରୁଛେ, ସେହି ସ୍ୱାଧୀନତାର ସ୍ୱପ୍ନ କ’ଣ ଆମ ମନୀଷିମାନେ ଦେଖିଥିଲେ, ଯେଉଁମାନେ ହସି ହସି ବର୍ବର ବ୍ରିଟିଶ ଗୁଳି ଆଗରେ ଛାତି ପାତି ଦେଇଥିଲେ? “ସ୍ୱାଧୀନତା ଏକ ଜନ୍ମ ପରି। ଯେପର୍ଯ୍ୟନ୍ତ ଆମେ ପୂର୍ଣ୍ଣ ସ୍ୱାଧୀନତା ପାଇନେ ସେପର୍ଯ୍ୟନ୍ତ ଆମେ ଦାସ ଅଟୁ।” ପୂର୍ଣ୍ଣ ସ୍ୱାଧୀନତାର ସ୍ୱପ୍ନ ଦେଖି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦିନେ ମହାତ୍ମା ଗାନ୍ଧୀ ଏହି ଆହ୍ୱାନ ଦେଇଥିଲେ। ମହାତ୍ମାଙ୍କ ସେହି ଆହ୍ୱାନକୁ ଆଜି ବି ଯଦି ବିଶ୍ଳେଷଣ କରାଯାଏ ତେବେ ତାହା ସାକାର ହୋଇନି ବୋଲି ମନେହୁଏ।

author-image
Pramod Behera
ଆମେ କ’ଣ ପ୍ରକୃତ ସ୍ୱାଧୀନ!

Independence Day 2021

ଦେଶ ପାଳନ କରିବାକୁ ଯାଉଛି ଏହାର ୭୫ତମ ସ୍ୱାଧୀନତା ଦିବସ। ଯେଉଁ ସ୍ୱାଧୀନତାକୁ ଆମେ ଆଜି ଉପଭୋଗ କରୁଛେ, ସେହି ସ୍ୱାଧୀନତାର ସ୍ୱପ୍ନ କ’ଣ ଆମ ମନୀଷିମାନେ ଦେଖିଥିଲେ, ଯେଉଁମାନେ ହସି ହସି ବର୍ବର ବ୍ରିଟିଶ ଗୁଳି ଆଗରେ ଛାତି ପାତି ଦେଇଥିଲେ? “ସ୍ୱାଧୀନତା ଏକ ଜନ୍ମ ପରି। ଯେପର୍ଯ୍ୟନ୍ତ ଆମେ ପୂର୍ଣ୍ଣ ସ୍ୱାଧୀନତା ପାଇନେ ସେପର୍ଯ୍ୟନ୍ତ ଆମେ ଦାସ ଅଟୁ।” ପୂର୍ଣ୍ଣ ସ୍ୱାଧୀନତାର ସ୍ୱପ୍ନ ଦେଖି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦିନେ ମହାତ୍ମା ଗାନ୍ଧୀ ଏହି ଆହ୍ୱାନ ଦେଇଥିଲେ। ମହାତ୍ମାଙ୍କ ସେହି ଆହ୍ୱାନକୁ ଆଜି ବି ଯଦି ବିଶ୍ଳେଷଣ କରାଯାଏ ତେବେ ତାହା ସାକାର ହୋଇନି ବୋଲି ମନେହୁଏ।

Advertisment
ଆମେ କ’ଣ ପ୍ରକୃତ ସ୍ୱାଧୀନ!

ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଅନେକ ସମୟରେ ଶୁଣାଯାଏ ଯେ ସାମାଜିକ, ଅର୍ଥନୈତିକ ଏବଂ ପ୍ରଶାସନିକ ସ୍ତରରେ ଭାରତର ସ୍ଥିତିରେ କୌଣସି ବିଶେଷ ଉନ୍ନତି ହୋଇ ନାହିଁ। ଆମେ ପରାଧୀନତାରୁ ସ୍ୱାଧୀନତା ପାଇଛୁ ସତ କିନ୍ତୁ ଆମେ କ’ଣ ସାମାଜିକ ତଥା ରାଜନୈତିକ ଶିକୁଳିରୁ ନିଜକୁ ମୁକ୍ତ କରିବାରେ ସକ୍ଷମ ହୋଇଛେ? ଏଭଳି ପରିସ୍ଥିତିରେ ଏକ ସମୃଦ୍ଧ ତଥା ଉଜ୍ଜ୍ୱଳ ଭାରତର ସ୍ୱପ୍ନ ଦେଖିଥିବା ମହାନ ଚିନ୍ତକଙ୍କ ସ୍ମୃତି ସ୍ମରଣୀୟ ନୁହେଁ କି?

Advertisment

ବ୍ରିଟିଶ ଶାସନ ବିରୁଦ୍ଧରେ ଭାରତୀୟ ଜାତୀୟ ଆନ୍ଦୋଳନର ନେତା ତଥା ବିଂଶ ଶତାବ୍ଦୀର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ମହାତ୍ମା ଗାନ୍ଧୀ ତାଙ୍କ ପୁସ୍ତକ 'ହିନ୍ଦ୍‌ ସ୍ୱରାଜ'ରେ ପାଶ୍ଚାତ୍ୟ ଆଧୁନିକତାକୁ ବିରୋଧ କରି ବାସ୍ତବତାକୁ ଚିହ୍ନିବାର ମାର୍ଗ ଦେଖାଇଥିଲେ। ଗ୍ରାମାଞ୍ଚଳର ବିକାଶକୁ କେନ୍ଦ୍ରରେ ରଖି ସେ ବିକଳ୍ପ ପ୍ରଯୁକ୍ତିବିଦ୍ୟା ସହିତ ସ୍ୱଦେଶୀ ଏବଂ ସର୍ବୋଦୟଙ୍କ ମହତ୍ୱ ବିଷୟରେ କହିଥିଲେ। କେବଳ ଏହି ଆଦର୍ଶ ମଡେଲକୁ ଅନୁସରଣ କରି ଏକ ନୈତିକ, ଆର୍ଥିକ, ଆଧ୍ୟାତ୍ମିକ ଓ ଶକ୍ତିଶାଳୀ ଭାରତର ନିର୍ମାଣ ସମ୍ଭବ ହୋଇପାରେ।

ସ୍ୱାଧୀନତା ଦ୍ୱାରା କେବଳ ବ୍ରିଟିଶ ଶାସନରୁ ମୁକ୍ତ ନୁହେଁ ବରଂ ଦାରିଦ୍ର, ଅଶିକ୍ଷା ଏବଂ ଅସ୍ପୃଶ୍ୟତା ଭଳି ମନ୍ଦତାରୁ ମୁକ୍ତି ପାଇବାକୁ ମହାତ୍ମା ଗାନ୍ଧୀ ସ୍ୱପ୍ନ ଦେଖିଥିଲେ। ସେ ଚାହୁଁଥିଲେ ଦେଶର ସମସ୍ତ ନାଗରିକ ସମାନ ଭାବରେ ସ୍ୱାଧୀନତା ଏବଂ ସମୃଦ୍ଧିକୁ ଉପଭୋଗ କରନ୍ତୁ। ସେ କେବଳ ରାଜନୈତିକ ସ୍ୱାଧୀନତା ନୁହେଁ, ଲୋକଙ୍କ ଆର୍ଥିକ, ସାମାଜିକ ଏବଂ ଆଧ୍ୟାତ୍ମିକ ପ୍ରଗତି ମଧ୍ୟ ଚାହୁଁଥିଲେ। ଏହି ଭାବନା ​​ତାଙ୍କୁ 'ଗ୍ରାମ ଉଦ୍ଦ୍ୟୋଗ ସଂଘ', 'ତାଲିମି ସଂଘ' ଏବଂ 'ଗୋ ରକ୍ଷା ସଂଘ' ପ୍ରତିଷ୍ଠା କରିବାକୁ ପ୍ରେରଣା ଦେଇଥିଲା।

ସମାଜରେ ପ୍ରଚଳିତ ଶୋଷଣ ନୀତିକୁ ଦୂରକରିବା ପାଇଁ ଗାନ୍ଧୀ ଜମି ଓ ପୁଞ୍ଜିକୁ ସାମାଜିକରଣ କରିବା ପରିବର୍ତ୍ତେ ଆର୍ଥିକ କ୍ଷେତ୍ରରେ ବିକେନ୍ଦ୍ରୀକରଣକୁ ଗୁରୁତ୍ୱ ଦେଇଥିଲେ। ତାଙ୍କ ଚିନ୍ତାଧାରାରେ କେବଳ ଛୋଟ ଏବଂ କୁଟୀର ଶିଳ୍ପ ଦେଶର ପ୍ରକୃତ ଅଗ୍ରଗତି କରିପାରିବ।

ଆମେ କ’ଣ ପ୍ରକୃତ ସ୍ୱାଧୀନ!

ମହାତ୍ମା ଗାନ୍ଧୀଙ୍କ ଆନ୍ଦୋଳନରେ ମହିଳାମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଦେଶ ସହିତ ସେ ମହିଳା ସ୍ୱାଧୀନତାର ସମର୍ଥକ ମଧ୍ୟ ଥିଲେ। ତେଣୁ ମହିଳାଙ୍କ ଅବସ୍ଥା ସୁଧାରିବା ପାଇଁ ଯୌତୁକ ବ୍ୟବସ୍ଥାକୁ ହଟାଇବା ନେଇ ସେ ନିରନ୍ତର ପରିଶ୍ରମ କରୁଥିଲେ। ସେ ବାଲ୍ୟ ବିବାହ ଏବଂ ପରଦା ପ୍ରଥାର କଟୁ ସମାଲୋଚକ ଥିଲେ। ସେ ବିଧବା ପୁନଃବିବାହର ସମର୍ଥକ ମଧ୍ୟ ଥିଲେ। ସାମ୍ପ୍ରଦାୟିକ ଶକ୍ତିକୁ ଘୃଣା କରୁଥିବା ଗାନ୍ଧୀ ସର୍ବଦା ଦ୍ୱେଷଧର୍ମ ପରିବର୍ତ୍ତେ ପ୍ରେମଧର୍ମ ଅନୁସରଣ କରୁଥିଲେ। ସେ ବିଶ୍ୱାସ କରୁଥିଲେ ଯେ ଅହିଂସା ଅନୁସରଣ କରି ଭାରତ ଖୁବ ଶୀଘ୍ର ସ୍ୱରାଜ ହାସଲ କରିପାରିବ।

ମହାତ୍ମା ଗାନ୍ଧୀଙ୍କ ଅନେକ କ୍ରାନ୍ତୀକାରୀ ଚିନ୍ତାଧାରା ଯାହା ସେତେବେଳେ ପ୍ରତ୍ୟାଖ୍ୟାନ କରାଯାଇଥିଲା, ତାହା ଆଜି ନା କେବଳ ସ୍ୱୀକାର କରାଯାଉଛି ବରଂ ଗ୍ରହଣ ମଧ୍ୟ କରାଯାଉଛି। ଆଜିର ପିଢି ପାଇଁ ଏହା ସ୍ପଷ୍ଟ ହୋଇଯାଉଛି ଯେ ଗାନ୍ଧୀଙ୍କ ବିଚାର ଆଜି ବି ସେତିକି ପ୍ରାସଙ୍ଗିକ, ଯେତିକି ସେ ସମୟରେ ଥିଲା। ସାମ୍ପ୍ରତିକ ରାଜନୈତିକ ବ୍ୟବସ୍ଥା ପାଇଁ ଗାନ୍ଧିଗିରି ଆଜିର ସମୟର ମନ୍ତ୍ର ପାଲଟିଯାଇଛି।

Independence Day 2021 India Of Mahatma Gandhi Hind Swaraj
Advertisment
Advertisment