Advertisment

ମହିଳା ହକି ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଲେ ସୋର୍ଡ ମାରିନ

ଟୋକିଓରେ ମଉଳି ଯାଇଛି ଭାରତୀୟ ମହିଳା ହକି ଟିମ୍‌ର ପଦକ ଆଶା। ବ୍ରୋଞ୍ଜ ମେଡାଲ ପାଇଁ ବ୍ରିଟେନଠାରୁ ହାରି ଇତିହାସ ଲେଖିବାରୁ ଅଳ୍ପକେ ବଞ୍ଚିତ ହୋଇଛି ଦଳ।  ଏହା ପରେ ଇସ୍ତଫା ଦେଇଛନ୍ତି ଟିମ୍‌ର କୋଚ୍‌ ସୋର୍ଡ ମାରିନ।

author-image
Minati Mishra
ମହିଳା ହକି ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଲେ ସୋର୍ଡ ମାରିନ

Indian Women Hockey Team coach shored Marine

ନୂଆଦିଲ୍ଲୀ: ଟୋକିଓରେ ମଉଳି ଯାଇଛି ଭାରତୀୟ ମହିଳା ହକି ଟିମ୍‌ର ପଦକ ଆଶା। ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ରେ ବ୍ରିଟେନଠାରୁ ହାରି ଇତିହାସ ଲେଖିବାରୁ ଅଳ୍ପକେ ବଞ୍ଚିତ ହୋଇଛି ଦଳ।   ଷ୍ଟେଜ୍ ପରାଜୟର ପ୍ରତିଶୋଧ ସହ ବ୍ରୋଞ୍ଜ ମେଡାଲ ହାତେଇବା ଲକ୍ଷ୍ୟରେ ଷ୍ଟାଡିୟମର ବ୍ଲୁ ଟର୍ଫକୁ ଓହ୍ଲାଇଥିଲେ ଓ୍ୱିମେନ୍ ଇନ୍ ବ୍ଲୁ। ଆରମ୍ଭରୁ ସତର୍କ ରହି ଖେଳୁଥିଲା ଭାରତୀୟ ଟିମ୍। ଏହାସତ୍ତ୍ୱେ ବ୍ରିଟେନ ପାଖରୁ ହାରି ଯାଇଥିଲେ।

Advertisment

ମ୍ୟାଚ ହାରିଲେ ବି ଟିମ୍‌ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲା। ତେବେ ହାରିବା ପରେ ନିରାଶ ହୋଇପଡିଥିଲେ ଭାରତୀୟ ଖେଳାଳି। ମେଡାଲ ଜିତିବାରୁ ସୁଯୋଗ ଅଳ୍ପକେ ହାତଛଡ଼ା ହେବା ପରେ ଖେଳାଲିମାନେ ମ୍ରିୟମାଣ ହୋଇପଡିଥିଲେ। 

ଅନ୍ୟପକ୍ଷେ, ମହିଳା ହକି ଦଳ ବ୍ରୋଞ୍ଜ ଜିତିବାରେ ବିଫଳ ହେବା ପରେ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି ସୋର୍ଡ ମାରିନ । ନେଦରଲାଣ୍ଡର ପୂର୍ବତନ ଖେଳାଳି ୪୭ ବର୍ଷୀୟ ସୋର୍ଡ ମାରିନ ମହିଳା ହକି ଦଳକୁ ଅଲିମ୍ପିକସରେ ଭଲ ପ୍ରଦର୍ଶନ କରିବାରେ ସମର୍ଥ କରାଇ ପାରିଥିଲେ ଯାହା ଫଳରେ ମହିଳା ଦଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଏହି ଅଲିମ୍ପିକ୍ସରେ କରିଛନ୍ତି।  ଭାରତୀୟ ଟିମ୍‌କୁ ୪ର୍ଥ ସ୍ଥାନରେ ରହିବାର ଶ୍ରେୟ ଅର୍ଜ୍ଜନ କରିଛି। ବ୍ରିଟେନ ସହ କଡା ମୁକାବିଲା କରି ୩-୪ରେ ହାରି ଯାଇଥିଲା ଭାରତୀୟ ଟିମ୍‌। ହାରିବାର ଅଳ୍ପ ସମୟ ପରେ ମାରିନ ନିଜ ଇସ୍ତଫା ବିଷୟରେ ଘୋଷଣା କରିଥିଲେ।  ଭାରତୀୟ ମିଡିଆକୁ ବାର୍ତ୍ତା ଦେବା ପାଇଁ ଟୋକିଓରୁ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାରିନ ନିଜର ଇସ୍ତଫା ନେଇ ସୂଚନା ଦେଇଥିଲେ ।

Advertisment

ସେ କହିଥିଲେ, ‘ ମୋର କୌଣସି ଯୋଜନା ନାହିଁ। କାରଣ ଭାରତୀୟ ମହିଳାଙ୍କ ସହ ଏହା  ମୋର ଶେଷ ମ୍ୟାଚ୍‌ ଥିଲା। ଏବେ ଟିମର ଦାୟିତ୍ୱ ଶୋପମେନଙ୍କ ହାତରେ।’ ତେବେ ମୁଖ୍ୟ କୋଚ୍ ମାରିନ ଓ ଆନାଲିଟିକାଲ୍ କୋଚ୍ ଜାନେକା ସୋପମ୍ୟାନଙ୍କ କାର୍ଯ୍ୟକାଳ ବଢ଼ାଇବା ଲାଗି ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ କହିଥିଲେ ବି ମାରିନ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି। ମାରିନ ୨୦୧୭ରେ ମହିଳା ଦଳର କୋଚ୍ ନିଯୁକ୍ତି ହୋଇଥିଲେ ତା ପରେ ତାଙ୍କୁ ପୁରୁଷ ହକି ଦାୟିତ୍ୱ ଦିଆଯାଇଥିଲା । ପରେ ପୁଣି ସେ ମହିଳା ହକି ଟିମ୍ ଦାୟିତ୍ୱ ନେଇଥିଲେ ।

Tokyo Olympics 2020 Indian Women Hockey Team
Advertisment
Advertisment