• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଜନସନ୍ ଟିକାକୁ ଅନୁମତି

  • ଜନସନର ସିଙ୍ଗଲ ଡୋଜ୍ ଟିକାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ : ଭାରତରେ ଜନସନ୍ ଟିକାକୁ ମିଳିଲା ଅନୁମତି । ଆମେରିକାର ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନ ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ କରାଯାଇଛି । ଜନସନର ସିଙ୍ଗଲ ଡୋଜ୍ ଟିକାକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇଛନ୍ତି । କୋଭିଡର ଗୁରୁତର ସଂକ୍ରମଣ ପ୍ରତିରୋଧ କରିବାରେ ଜନସନ ଟିକା ୮୫ ପ୍ରତିଶତ ଫଳପ୍ରଦ ହେଉଛି ବୋଲି ଜନସନ ଏବଂ ଜନସନ ଦାବି କରିଛି । ଦିନକ ତଳେ କମ୍ପାନୀ ପକ୍ଷରୁ ଜରୁରୀ ବ୍ୟବହାର ପାଇଁ ଆବେଦନ ହୋଇଥିବା ବେଳେ ଭାରତ ସରକାର ଅନୁମତି ଦେଇଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, 'ଭାରତ ଟିକାକରଣର ପରିସର ବୃଦ୍ଧି କରିଛି । ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଜନସନ ଆଣ୍ଡ ଜନସନଙ୍କ ଏକକ-ଡୋଜ କୋଭିଡ -19 ଟିକାକୁ ଅନୁମୋଦନ କରାଯାଇଛି । ବର୍ତ୍ତମାନ ଭାରତରେ ପାଞ୍ଚଟି ଟିକା ରହିଛି । ନୂଆ ଟିକା ' କୋଭିଡ -19 ବିରୋଧରେ ଭାରତର ମିଳିତ ଲଢ଼େଇକୁ ଆଗକୁ ବଢ଼ାଇବ। ଏହା ହେଉଛି ପଞ୍ଚମ ଟିକା ଯାହା ଭାରତରେ ଅନୁମୋଦିତ ହୋଇଛି । ଅନ୍ୟ ଟିକା ଗୁଡ଼ିକ ହେଲା କୋଭାକ୍ସିନ, କୋଭିସିଲ୍ଡ, ସ୍ପୁଟନିକ, ମଡର୍ଣ୍ଣା । ' ଆମେରିକା, ବ୍ରିଟେନ ସମେତ ଅନେକ ଦେଶରେ ଜନସନ ଏବଂ ଜନସନର ଏହି ଟିକା ବ୍ୟବହାର ହେଉଛି ।

୫ ଅଗଷ୍ଟରେ ଜନସନ୍ EUA ପାଇଁ ଆବେଦନ କରିଥିଲା । କ୍ଲିନିକାଲ ପରୀକ୍ଷଣରେ ଗୁରୁତର ରୋଗରୁ ରକ୍ଷା କରିବାରେ ଏହି ଟିକା ୮୫ ପ୍ରତିଶତ ପ୍ରଭାବଶାଳୀ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏହା ବ୍ୟତୀତ ଏହି ଟିକା ଡେଲଟା ଏବଂ କରୋନା ଭୂତାଣୁର ନୂତନ ଭାରିଏଣ୍ଟ ବିରୋଧରେ ମଧ୍ୟ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲା । ଡେଲଟା ଭାରିଆଣ୍ଟର ବଢ଼ୁଥିବା ବିପଦ ମଧ୍ୟରେ ଏକ ନୂତନ ଟିକାକୁ ଅନୁମତି ଗୁରୁତ୍ୱପୂର୍ଣ୍ଣ ହୋଇପାରେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜନସନ ଏବଂ ଜନସନଙ୍କ ଟିକାକୁ ଅତି ନିମ୍ନ ତାପମାତ୍ରାରେ ରଖିବାର କୌଣସି ଆବଶ୍ୟକତା ନାହିଁ । ଟିକାର ଗୋଟିଏ ଡୋଜ ରୋଗୀଙ୍କ ଚିକିତ୍ସା କରିପାରିବ । କମ୍ପାନୀ ଟିକା ତିଆରିରେ ଆଡେନୋଭାଇରସ୍ ବ୍ୟବହାର କରିଛି । ଏହାର ଶରୀରରେ ପହଞ୍ଚିବା ପରେ କୋଷଗୁଡ଼ିକ ପ୍ରୋଟିନ୍ ପ୍ରସ୍ତୁତ କରନ୍ତି । ଏହି ପ୍ରୋଟିନ୍ ପ୍ରତିରକ୍ଷା ପ୍ରଣାଳୀକୁ ଶକ୍ତ କରିବା ସହ ଭୂତାଣୁ ମୁକାବିଲା କରିବାରେ ସାହାଯ୍ୟ କରେ ।