Advertisment

ତାଲିବାନ ସହ ମିଶିଲେ ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ଭାଇ

ତାଲିବାନଙ୍କ କବଳରୁ ଖସି ଆବୁଧାବିରେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି ଶରଣ ନେଇଥିବାବେଳେ ତାଙ୍କ ଭାଇ ହଶମତ ଘନି ଅହମଜଇ ତାଲିବାନଙ୍କ ହାତ ଧରିଛନ୍ତି।

author-image
Minati Mishra
ତାଲିବାନ ସହ ମିଶିଲେ ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ଭାଇ

ashraf ghani

ଆଫଗାନିସ୍ତାନ: ତାଲିବାନଙ୍କ କବଳରୁ ଖସି ଆବୁଧାବିରେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି ଶରଣ ନେଇଥିବାବେଳେ ତାଙ୍କ ଭାଇ ହଶମତ ଘନି ଅହମଜଇ ତାଲିବାନଙ୍କ ହାତ ଧରିଛନ୍ତି। କୁହାଯାଉଛି, ଅଲ୍‌ହାଜ ଖଲିଲ-ଉର ରହମାନ ହକ୍କାନୀଙ୍କ ସହ ଆଲୋଚା ପରେ ତାଲିବାନକୁ ସମର୍ଥନ କରିବାର ନିଷ୍ପତ୍ତି ନେଇଛନ୍ତି ଅସରଫ ଘନିଙ୍କ ଭାଇ।

Advertisment

ମିଳିଥିବା ଖବର ଅନୁଯାୟୀ, ଗ୍ରାଣ୍ଡ କାଉନ୍‌ସିଲ ଅଫ କୁଚିସ୍‌ର ପ୍ରମୁଖ ହଶମତ ଘନି ତାଲିବାନଙ୍କୁ ସମର୍ଥନ କରିବେ ବୋଲି ତାଲିବାନି ନେତା ଖଲିଲ-ଉର-ରହମାନ ଏବଂ ଧାର୍ମିକ ନେତା ମୁଫ୍‌ତି ମହମୁଦ୍‌ ଜାକିରଙ୍କ ଉପସ୍ଥିତିରେ ଘୋଷଣା କରିଥିଲେ।

ସୂଚନାଥାଉ କି, ଆଫଗାନିସ୍ତାନକୁ ନିଜ କବ୍‌ଜାକୁ ନେବା ପୂର୍ବରୁ ଦେଶ ଛାଡି ପଳାଇଥିଲେ ପୂର୍ବତନ ରାଷ୍ଟ୍ରପତି ଅସ୍‌ରଫ ଘନି। ସାରା ଦେଶରେ ବିଦ୍ୱେଷ ଲାଗି ରହିଥିବାବେଳେ ରାଷ୍ଟ୍ରପତିଙ୍କର ଏପରି ଦେଶ ଛାଡ଼ି ପଳାୟନ କରିବା ଘଟଣାକୁ ସମସ୍ତେ ନାପସନ୍ଦ କରିଥିଲେ।  ଆବୁଧାବିରେ ଥିବା ଘନି ଦେଶ ଛାଡ଼ିବାର ୪ ଦିନ ପରେ ଦେଶବାସୀ ତଥା ସାରା ବିଶ୍ୱକୁ ବାର୍ତ୍ତା ଦେଇ କହିଥିଲେ ଯଦି ମୁଁ ଆଫଗାନିସ୍ତାନ ଛାଡ଼ି ଆସି ନ ଥାନ୍ତି ତେବେ ଦେଶରେ ରକ୍ତପାତ ହୋଇଥାନ୍ତା। ମୋ ଦେଶରେ ଏପରି ଦୃଶ୍ୟ ଘଟିବ, ତାହା ମୁଁ ସହି ପାରିବି ନାହିଁ। ଏପରିକି ମୋତେ ବି ସେମାନେ ଫାଶିରେ ଝୁଲାଇ ଦେଇଥାନ୍ତେ।’

Advertisment

ତେବେ ଘନିଙ୍କ ବିରୋଧରେ ଅଭିଯୋଗ ଆସିଥିଲା, ସେ ୪ଟି ଟଙ୍କା ଭର୍ତ୍ତି ଗାଡ଼ି ସହ ଦେଶ ଛାଡ଼ି ପଳାଇ ଯାଇଛନ୍ତି। ତେବ ଅସରଫ ଘନି ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି।  ଏକ  ବିବୃତ୍ତି ଜାରି କରି ଲେଖିଥିଲେ ଯେ, ଦେଶରେ ରକ୍ତବନ୍ୟାକୁ ରୋକିବା ପାଇଁ ଦେଶ ଛାଡ଼ିବା ଭଳି ସର୍ବୋତ୍ତମ ଉପାୟ ଅବଲମ୍ବନ କରିଛନ୍ତି। ଏହା ତାଙ୍କ ପାଇଁ କଠିନ ନିଷ୍ପତ୍ତି ଥିଲା। ମୋତେ ସଶସ୍ତ୍ର ତାଲିବାନକୁ ସାମ୍ନା କରିବାକୁ ପଡିଥାନ୍ତା।  ନହେଲେ ମୋର ପ୍ରିୟ ଦେଶ ଆଫଗାନିସ୍ତାନ ଛାଡ଼ିବାକୁ ପଡ଼ିଥାନ୍ତା।

ଗତ ୨୦ ବର୍ଷ ଧରି ଯେଉଁ ଦେଶକୁ ସୁରକ୍ଷିତ ରଖିବା ପାଇଁ ନିଜ ଜୀବନକୁ ଉତ୍ସର୍ଗିତ କରିଛି, ସେହି ଦେଶର ଅଗଣିତ ଆଫଗାନବାସୀ ସହିଦ ହୋଇଥାନ୍ତେ ଏବଂ ସେମାନେ କାବୁଲ୍ ସହରର ବିନାଶ ଦେଖିଥାନ୍ତେ। ପରିଣାମ ସ୍ୱରୂପ, ଏହି ସହରରେ ୬୦ ଲକ୍ଷ ଲୋକଙ୍କ ବଡ଼ ମାନବ ବିପର୍ଯ୍ୟୟ ହୋଇଥାନ୍ତା। ତେଣୁ ଦେଶ ଛାଡ଼ିବା ଉଚିତ ବୋଲି ମୁଁ ଚିନ୍ତା କରି ଦେଶ ଛାଡ଼ିଛି ବୋଲି ସୋସିଆଲ୍ ମିଡିଆରେ ଘନି ଲେଖିଥିଲେ।

ଖଣ୍ଡା ଓ ବନ୍ଧୁକର ରାୟରେ ଜିତିଛି ତାଲିବାନ। ଦେଶବାସୀଙ୍କ ସମ୍ମାନ, ଧନ ଓ ଆତ୍ମସମ୍ମାନର ସୁରକ୍ଷା ପାଇଁ ତାଲିବାନ ହିଁ ଦାୟୀ। ଇତିହାସରେ ଶୁଖିଲା ଶକ୍ତି କାହାକୁ ବୈଧତା ଦେଇନାହିଁ। ମୁଁ ମୋ ଦେଶ ପାଇଁ ସେବା ଜାରି ରଖିବି  ବୋଲି ନିଜ ସୋସିଆଲ୍ ମିଡ଼ିଆ ସାଇଟ୍‌ରେ ଲେଖିଥିଲେ ଦେଶଛାଡ଼ି ଥିବା ରାଷ୍ଟ୍ରପତି ଅସରଫ୍ ଘନି।

Afghanistan Taliban Militants Asraf Ghani
Advertisment
Advertisment