Advertisment

ଲକ୍‌ଜୁରି ହୋଟେଲରୁ ଗିରଫ ହେଲେ ମଡେଲ୍‌, ଚଲାଉଥିଲେ ଦେହ ବ୍ୟବସାୟ

ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ଜଣେ ୩୨ ବର୍ଷୀୟ ମଡେଲ୍‌ଙ୍କୁ ଏକ ଲକ୍‌ଜୁରି ହୋଟେଲରୁ ପୋଲିସ୍‌ ଗିରଫ କରିଛି। ମଡେଲ୍‌ ଜଣକ ଟିଭିରେ ଅଭିନୟ କରୁଥିବା ଅଭିନେତା ଓ ମଡେଲ୍‌ଙ୍କୁ ଦେହ ବ୍ୟବସାୟ କାର୍ଯ୍ୟରେ ଲିପ୍ତ କରିଥିଲେ ବୋଲି ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଲକ୍‌ଜୁରି ହୋଟେଲରୁ ଗିରଫ ହେଲେ ମଡେଲ୍‌, ଚଲାଉଥିଲେ ଦେହ ବ୍ୟବସାୟ

Model Arrested For Allegedly Running Prostitution Racket

ମୁମ୍ବାଇ: ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ଜଣେ ୩୨ ବର୍ଷୀୟ ମଡେଲ୍‌ଙ୍କୁ ଏକ ଲକ୍‌ଜୁରି ହୋଟେଲରୁ ପୋଲିସ୍‌ ଗିରଫ କରିଛି। ମଡେଲ୍‌ ଜଣକ ଟିଭିରେ ଅଭିନୟ କରୁଥିବା ଅଭିନେତା ଓ ମଡେଲ୍‌ଙ୍କୁ ଦେହ ବ୍ୟବସାୟ କାର୍ଯ୍ୟରେ ଲିପ୍ତ କରିଥିଲେ ବୋଲି ଅଭିଯୋଗ ହୋଇଛି। ମୁମ୍ବାଇର ଜୁହୁ  ସ୍ଥିତ ଏକ ଲକ୍‌ଜୁରି ହୋଟେଲରୁ ସମ୍ପୃକ୍ତ ମଡେଲ୍‌ଙ୍କୁ ପୋଲିସ୍‌ ଗିରଫ କରିଛି। ଏନେଇ କ୍ରାଇମ୍‌ ବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି।

Advertisment

ସୂଚନା ଅନୁସାରେ, ବୁଧବାର ଅପରାହ୍ନରେ ହୋଟେଲ୍‌ରେ ରେଡ୍‌ ସମୟରେ ଟିଭିରେ ଅଭିନୟ କରୁଥିବା ଜଣେ ଅଭିନେତା ଓ ମଡେଲ୍‌ ଧରାପଡ଼ିଥିଲେ। ଉଭୟ ଏକ ଜଣାଶୁଣା ଏଣ୍ଟରଟେନ୍‌ମେଣ୍ଟ ଚ୍ୟାନେଲରେ ଅଭିନୟ କରୁଥିଲେ ବୋଲି ଜଣାପଡ଼ିଛି। ଉଭୟ ଏକ ସାବୁନର ବିଜ୍ଞାପନରେ ମଧ୍ୟ କାମ କରିଥିଲେ। ସମ୍ପୃକ୍ତ ଅଭିନେତା ଓ ମଡେଲ୍‌ଙ୍କ ପାଇଁ ୪ ଲକ୍ଷ ଟଙ୍କା ଡିଲ୍‌ ସାଇନ୍‌ ହୋଇଥିଲା। ତେବେ କୌଣସି ସୂତ୍ରରୁ ଖବରପାଇ କ୍ରାଇମ୍‌ ବ୍ରାଞ୍ଚର ୟୁନିଟ୍‌ VII ଟିମ୍‌ ରେଡ୍‌ କରି ଦେହ ବ୍ୟବସାୟ ଚଳାଉଥିବା ଉକ୍ତ ମଡେଲ୍‌ଙ୍କୁ ଗିରଫ କରିବା ସହ ସମ୍ପୃକ୍ତ ଅଭିନେତା ଓ ମଡେଲ୍‌ଙ୍କୁ ଉଦ୍ଧାର କରିଥିଲେ।

Advertisment

ସମ୍ପୃକ୍ତ ମଡେଲ୍‌ଙ୍କ ବିରୋଧରେ IPC ଓ Immoral Activities (Prevention) Act ଆଧାରରେ ଅଭିଯୋଗ ହୋଇଛି। ଏହାସହ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। ଅନ୍ୟ କେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି କି ନାହିଁ ? କେବେଠୁ ମଡେଲ୍‌ ଜଣକ ଏଭଳି କାର୍ଯ୍ୟ ଚଳାଇ ଆସୁଥିଲେ ? ଏସବୁକୁ ନେଇ ପୋଲିସ୍‌ ଛାନ୍‌ଭିନ୍‌ କରୁଛି। 

Mumbai Sex Racket Model Arrested
Advertisment
Advertisment