Advertisment

ପରଲୋକରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପରଲୋକ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ କଲ୍ୟାଣ ସିଂହ । ୮୯ ବର୍ଷ ବୟସରେ କଲ୍ୟାଣ ସିଂହଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

author-image
Sarbeswar
ଅଦ୍ୟତନ ହୋଇଛି
ପରଲୋକରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ

Kalyan Singh

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପରଲୋକ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ କଲ୍ୟାଣ ସିଂହ । ୮୯ ବର୍ଷ ବୟସରେ କଲ୍ୟାଣ ସିଂହଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହିମାଚଳ ପ୍ରଦେଶ ଓ ରାଜସ୍ଥାନର ରାଜ୍ୟପାଳ ମଧ୍ୟ ଥିଲେ କଲ୍ୟାଣ। ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ ସାଇନ୍ସରେ ତାଙ୍କର ପରଲୋକ ହୋଇଛି। ସେ ସେପ୍‌ସିସ୍‌ ରୋଗରେ ଆକ୍ରାନ୍ତ ଥିଲେ ଏବଂ ପରେ ତାଙ୍କର ଅନେକ ଅଙ୍ଗପ୍ରତ୍ୟେଙ୍ଗ ମଧ୍ୟ ଅକାମୀ ହୋଇଯାଇଥିଲା। ଗତ ଜୁଲାଇ ୪ରେ ସେ ମେଡ଼ିକାଲରେ ଭର୍ତି ହୋଇଥିଲେ।

Advertisment

ତେବେ ଜାତୀୟ ଗଣମାଧ୍ୟର ସୂଚନା ଅନୁସାରେ, ମେଡ଼ିକାଲରେ ତାଙ୍କର ପୂରା ଶରୀର ସଂକ୍ରମିତ ଥିଲା ତେଣୁ ତାଙ୍କର ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା ମଧ୍ୟ କରୁଥିଲେ। ଏହାସହ ଗତ କିଛି ଦିନ ହେବ ସେ ଭେଂଟିଲେଟରରେ ମଧ୍ୟ ରହିଥିବା ନେଇ ମେଡ଼ିକାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଆଜି ୮୯ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି। ବିଜେପିର ଜଣେ ଟାଣୁଆ ନେତା ଥିଲେ କଲ୍ୟାଣ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ମେଡ଼ିକାଲରେ ନେତା ଓ ଶୁଭେଚ୍ଛୁଙ୍କ ଭିଡ଼ ଜମିଛି।

India UP Kalyan Singh
Advertisment
Advertisment