• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କାବୁଲରୁ ୧୫୦ ଜଣଙ୍କୁ ଉଠାଇ ନେଲେ ତାଲିବାନ ଆତଙ୍କୀ

  • ୧୫୦ ଜଣଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ଥିବା ସୂଚନା ଦେଲା ବିଦେଶୀ ଗଣମାଧ୍ୟମ

  • କାବୁଲ ଏୟାରପୋର୍ଟ ଗେଟ୍ ବାହାରୁ ଉଠାଇ ନେଇଥିବା ସୂଚନା

  • ଅପହରଣ ଘଟଣାକୁ ଖଣ୍ଡନ କଲା ତାଲିବାନ୍

କାବୁଲ : ଆଫଗାନିସ୍ତାନରେ ତାଲିବାନ୍ କହର ଜାରି । କାବୁଲରୁ ୧୫୦ ଜଣଙ୍କୁ ଉଠାଇ ନେଲେ ତାଲିବାନ ଆତଙ୍କୀ । ୧୫୦ ଜଣଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ଥିବା ନେଇ ବିଦେଶୀ ଗଣମାଧ୍ୟମରୁ ସୂଚନା ମିଳିଛି । କାବୁଲ ଏୟାରପୋର୍ଟ ବାହାରୁ ଲୋକଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି । ସୂତ୍ର ଅନୁସାରେ ଆଫଗାନୀ ନାଗରିକ ଏବଂ ଆଫଗାନିସ୍ତାନ ଶିଖଙ୍କ ବ୍ୟତୀତ ଅଧିକାଂଶ ସାଧାରଣ ଭାରତୀୟ ନାଗରିକ ଏଥିରେ ସାମିଲ ଅଛନ୍ତି । ତେବେ ଅପହରଣ ଘଟଣାକୁ ଖଣ୍ଡନ କରିଛି ତାଲିବାନ୍ ।

ତେବେ ସେହି ଲୋକଙ୍କ ମଧ୍ୟରେ ସାମିଲ ଜଣେ ଲୋକ ନିଜ ସ୍ତ୍ରୀ ସହ ଏୟାରପୋର୍ଟରେ ବିମାନ ଅପେକ୍ଷାରେ ଥିଲେ । ହେଲେ ସୌଭାଗ୍ୟବଶତଃ ସେ ତାଲିବାନଙ୍କ ଚକ୍ରବ୍ୟୁହରୁ ବାହାରିବାରେ ସଫଳ ହୋଇଛନ୍ତି । ରାତି ଗୋଟାଏରେ ଲୋକମାନେ ଏକ ଗାଡିରେ ବିମାନବନ୍ଦରରେ ପହଞ୍ଚିଥିଲେ, କିନ୍ତୁ ସମନ୍ୱୟ ଅଭାବରୁ ବିମାନବନ୍ଦରରେ ପ୍ରବେଶ କରିପାରି ନଥିଲେ ।

ସମସ୍ତେ ତାଲିବାନ କବଳରୁ ମୁକ୍ତି ପାଇବା ପାଇଁ ଚାହିଁ ବସିଥିବା ବେଳେ ବିନା ଅସ୍ତ୍ରଶସ୍ତ୍ରରେ କିଛି ତାଲିବାନୀ ପହଞ୍ଚିଥିଲେ । ଆଉ ସେଠାରେ ଅପେକ୍ଷାରତ ଲୋକଙ୍କୁ ମାଡ ମାରିବା ସହ ସେମାନଙ୍କୁ କାବୁଲରୁ ତାରଖିଲକୁ ନେଇ ଯାଇଛନ୍ତି । ତାଲିବାନ କବଳରୁ ଫେରାର ମାରିଥିବା ବ୍ୟକ୍ତି ଜଣକ କହିଛନ୍ତି ସେ ଏବଂ ତାଙ୍କ ପତ୍ନୀ କାରରୁ ଡେଇଁ ପଳାଇବାରେ ସଫଳ ହୋଇଛନ୍ତି । କେବଳ କିଛି ଲୋକ କାରରୁ ଡେଇଁବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଲୋକଙ୍କ ସହ କଣ ହେବ ସେ ଜାଣି ନାହାଁନ୍ତି ବୋଲି କହିଛନ୍ତି ।

ସେପଟେ ତାଲିବାନଙ୍କ କବଳରୁ ଖସି ଆବୁଧାବିରେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି ଶରଣ ନେଇଥିବାବେଳେ ତାଙ୍କ ଭାଇ ହଶମତ ଘନି ଅହମଜଇ ତାଲିବାନଙ୍କ ହାତ ଧରିଛନ୍ତି । ଅଲ୍‌ହାଜ ଖଲିଲ-ଉର ରହମାନ ହକ୍କାନୀଙ୍କ ସହ ଆଲୋଚା ପରେ ତାଲିବାନକୁ ସମର୍ଥନ କରିବାର ନିଷ୍ପତ୍ତି ନେଇଛନ୍ତି ଅସରଫ ଘନିଙ୍କ ଭାଇ ବୋଲି କୁହାଯାଉଛି ।