ଚୁକ୍ତିଭିତ୍ତିକ ଭିତ୍ତିରେ ଓଡିଶା ପୋଲିସ୍ ସିଗ୍ନାଲ୍ ସେବା ପାଇଁ ୨୪୪ କନଷ୍ଟେବଳ ପଦବୀ (ଯୋଗାଯୋଗ) ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନକୁ ଓଡିଶା ପୋଲିସ ଚୟନ ବୋର୍ଡ ଆମନ୍ତ୍ରଣ କରିଛି।
ରୋଷେଇ ଘରେ ଯେଉଁ ମସଲା ଆମେ ବ୍ୟବହାର କରୁ ବାସ୍ତୁ ଅନୁଯାୟୀ, ବିଭିନ୍ନ ମସଲା ରାଶିଫଳରେ ଅବସ୍ଥିତ ଗ୍ରହ ସହିତ ଜଡ଼ିତ ବୋଲି ବିଶ୍ୱାସ କରାଯାଏ । ତେଣୁ ଏଥି ସହ ଜଡିତ କିଛି ବିଶେଷ ଉପାୟ ଗ୍ରହଣ କରିବା ଦ୍ୱାରା, ଗ୍ରହ ଦୋଷ ଦୂର ହୋଇଥାଏ ଓ ଭାଗ୍ୟ ପରିବର୍ତ୍ତନ ହୋଇପାରିବ । ଚାଲନ୍ତୁ ଜାଣିବା ମସଲାର ବିଶେଷତ୍ୱ ବିଷୟରେ.
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି । ପୁଣି ଥରେ ଉତ୍ତରପ୍ରଦେଶକୁ ଗେରୁଆ ରଙ୍ଗରେ ରଙ୍ଗେଇବାକୁ ଚକ୍ରବ୍ୟୁହ ରଚନା କରୁଛି ବିଜେପି । ଏଥିପାଇଁ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ଆଉ ଏଥିପାଇଁ ବୁଧବାର ଦିନ ବିଜେପି ପକ୍ଷରୁ ନିର୍ବାଚନ ପ୍ରଭାରୀ, ସହ-ପ୍ରଭାରୀ ଓ ଏବଂ ସଂଗଠନ ପ୍ରଭାରୀ ନିଯୁକ୍ତ କରାଯାଇଛି
ହ୍ୱାଟସଆପରେ ଆପଣଙ୍କର ବ୍ୟକ୍ତିଗତ ମେସେଜ ଓ ଭିଡିଓ ସୁରକ୍ଷିତ କି ? ବାରମ୍ବାର ୟୁଜରଙ୍କ ମନରେ ଏହି ପ୍ରଶ୍ନ ଉଠେ । ତେବେ ଏନେଇ କମ୍ପାନୀ ଅନେକ ଥର ନିଜର ସ୍ପଷ୍ଟୀକରଣ ରଖିଛି । କମ୍ପାନୀ ନିଜେ ଚାହିଁଲେ ବି ୟୁଜରଙ୍କ ବ୍ୟକ୍ତିଗତ ମେସେଜ ପଢ଼ିପାରିବ ନାହିଁ ବୋଲି ଅନେକ ଥର କୁହାଯାଇଛି । କିନ୍ତୁ ନୂତନ ରିପୋର୍ଟ ଏପରି ଦାବିକୁ ଖଣ୍ଡନ କରୁଛି ।
ଭାରତୀୟ କ୍ରିକେଟ ଟିମ୍ର ଓପନର ଶିଖର ଧୱନ୍ ଓ ତାଙ୍କ ସ୍ତ୍ରୀ ଆୟେଶା ମୁଖାର୍ଜୀ ଏବେ ଅଲଗା ହୋଇ ଯାଇଛନ୍ତି । ୮ ବର୍ଷର ସଂପର୍କରେ ପଡିଯାଇଛି ଫାଟ । ଏବେ ୨ ଜଣଙ୍କର ଛାଡ଼ପତ୍ର ହେବା ନେଇ ଚର୍ଚ୍ଚା ହେଉଛି । ତେବେ ଏନେଇ ଶିଖର ଧୱନଙ୍କ ପତ୍ନୀ ଆୟେଶା ମୁଖାର୍ଜୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।
ମେକ୍ସିକୋରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରେକର୍ଡ କରାଯାଇଛି । ଭୂମିକମ୍ପ ପ୍ରଭାବରେ ମେକ୍ସିକୋ ସହର ପ୍ରାୟ ଏକ ମିନିଟ ପର୍ଯ୍ୟନ୍ତ ଥରି ଉଠିଥିଲା ।
ବୁଧବାର ସକାଳେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ମା ଅରୁଣା ଭାଟିଆଙ୍କ ଦେହାନ୍ତ ହୋଇଛି । ଗତ କିଛି ଦିନ ହେବ ଅକ୍ଷୟଙ୍କ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଆଦୌ ଭଲନଥିଲା । ଏଥିପାଇଁ ତାଙ୍କୁ ମୁମ୍ବାଇର ହିରାନନ୍ଦାନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀଙ୍କୁ ତାଲିବାନ୍ ସରକାରରେ ମିଳିଲା ଗୃହମନ୍ତ୍ରୀ ପଦ । ଆଫଗାନିସ୍ତାନ ଦଖଲ କରିବାର ୨୨ ଦିନ ପରେ ମଙ୍ଗଳବାର ଦିନ ନୂଆ ସରକାର ଘୋଷଣା କରିଛି ତାଲିବାନ୍ । ତାଲିବାନ ଆମେରିକାର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ସିରାଜୁଦ୍ଦିନ ହକ୍କାନୀଙ୍କୁ ଆଫଗାନିସ୍ତାନର ନୂଆ ଗୃହମନ୍ତ୍ରୀ ଭାବରେ ନିଯୁକ୍ତ କରିଛି ତାଲିବାନ୍ ସଂଗଠନ ।
କିଛି ଦିନ ପୂର୍ବରୁ ଅବଦୁଲ ଘନି ବରଦାର ତାଲିବାନ୍ ସରକାରରେ ବରିଷ୍ଠ ନେତା ଦାୟିତ୍ୱ ତୁଲାଇବେ ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ନୂତନ ସରକାରରେ ସେ ଦୁଇ ନମ୍ବର ପଦବୀରେ ରହୁଛନ୍ତି । ଜବିହୁଲ୍ଲା ଏକ ପ୍ରେସମିଟରେ ସ୍ପଷ୍ଟ କରିଛନ୍ତି ଏହି ସରକାର ବର୍ତ୍ତମାନ ପାଇଁ କେବଳ ଏକ କାମଚଳା ସରକାର ହେବ ମୁଜାହିଦ । ସିରାଜୁଦ୍ଦିନ ହକାନିଙ୍କୁ ଗୃହମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିବା ବେଳେ ମୁଲ୍ଲା ୟାକୁବଙ୍କୁ ପ୍ରତିରକ୍ଷା ମନ୍ତ୍ରୀର ଦାୟିତ୍ୱ ମିଳିଛି ।
ଜେଲ ଗଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାପା ନନ୍ଦ କୁମାର ବଘେଲ । ଜାତିଆଣ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଗିରଫ ପରେ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେପ୍ଟେମ୍ବର ୨୧ ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ମଙ୍ଗଳବାର ଦିନ ନନ୍ଦ କୁମାର ବଘେଲଙ୍କ ଜାମିନ ପାଇଁ କୌଣସି କାଗଜପତ୍ର ଉପସ୍ଥାପନ କରାଯାଇ ନାହିଁ
ଧୋନିଙ୍କ ଆଉଟଲେଟରେ ବର୍ତ୍ତମାନ ତିନି ପ୍ରକାରର ଦୁଗ୍ଧ ବିକ୍ରି ହେଉଛି । ହୋଜନ ଫ୍ରିଗେନର କ୍ଷୀର ଲିଟର ପିଛା ୫୫ ଟଙ୍କା, ସାହିୱାଲ ପ୍ରଜାତି ଗାଈର କ୍ଷୀର ଲିଟର ପିଛା ୯୦ ଟଙ୍କା ଓ ଗୁଜରାଟର ସ୍ୱର୍ଣ୍ଣଗିରି ପ୍ରଜାତିର ଗାଇର କ୍ଷୀର ଲିଟର ପିଛା ୧୩୦ ଟଙ୍କାରେ ବିକ୍ରି ହେଉଛି । ଏଥିମଧ୍ୟରୁ ଗୁଜୁରାଟର ସ୍ୱର୍ଣ୍ଣଗିରି ଗାଈର କ୍ଷୀର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅତ୍ୟନ୍ତ ପୁଷ୍ଟିକର ଏବଂ ସ୍ୱଚ୍ଛ ବୋଲି ବିବେଚନା କରାଯାଏ
LoC ସେପାରିରୁ ମେ ରୁ ଅଗଷ୍ଟ ମଧ୍ୟରେ ବହୁ ସଂଖ୍ୟକ ବିଦେଶୀ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ସୂଚନା ମିଳିଛି । ଆଗାମୀ ସମୟରେ କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣର ଅନେକ ସମ୍ଭାବନା ରହିଛି । ଭାରତକୁ ଧୋକାରେ ପଶିଥିବା ଆତଙ୍କବାଦୀଙ୍କ ଟାର୍ଗେଟରେ ସୁରକ୍ଷା ବାହିନୀ, ସ୍ଥାନୀୟ ନେତା ତଥା ସରପଞ୍ଚ ରହିପାରନ୍ତି ବୋଲି କୁହାଯାଉଛି ।
ବହୁ ସମୟରେ ନିୟମରେ ପରିବର୍ତ୍ତନ ମଧ୍ୟ କରାଯାଇଥାଏ। ଯଦି କୌଣସି କାରଣରୁ ଆପଣଙ୍କର ଯାତ୍ରା ତାରିଖ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ ନୂଆ ରେଳ ନିୟମ ଅନୁଯାୟୀ, ନିଶ୍ଚିତ/ଆରଏସି/ ଅପେକ୍ଷା ତାଲିକା ଟିକେଟକୁ ବାତିଲ୍ ନକରି, ତାରିଖ ପରିବର୍ତ୍ତନ କରି ଯାତ୍ରାକୁ ସମ୍ପୂର୍ଣ୍ଣ କରନ୍ତୁ। କିନ୍ତୁ ଏହି ସୁବିଧା କେବଳ ଥରେ ହିଁ ଉପଲବ୍ଧ।
ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ହେବେ ତାଲିବାନ ସରକାରର ମୁଖ୍ୟ। ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ତାଲିବାନର ସବୁ ନିଷ୍ପତ୍ତି ନେଉଥିବା କମିଟି ରେବାରି ସୁରାର ମୁଖ୍ୟ ହେଉଛନ୍ତି ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ
ପାକିସ୍ତାନ ମୁର୍ଦ୍ଦାବାଦ୍, ISI ମୁର୍ଦ୍ଦାବାଦ୍, ଆମେ ଚାହୁଁ ସ୍ୱାଧୀନତା, ପାକିସ୍ତାନୀ ତୁରନ୍ତ ଆଫଗାନିସ୍ତାନ ଛାଡ଼, ଏଭଳି ପାକ୍ ବିରୋଧୀ ନାରାବାଜି ସହ କାବୁଲରେ ଥିବା ପାକିସ୍ତାନ ଦୂତାବାସ ଆଗରେ ଆଫଗାନିସ୍ତାନ୍ ନାଗରିକଙ୍କ ଜୋରଦାର ବିକ୍ଷୋଭ।
ବିଘ୍ନ ବିନାଶକ ପ୍ରଭୁ ଶ୍ରୀଗଣେଶ। ଶାସ୍ତ୍ରରେ କୁହାଯାଏ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ଗଣେଷ ମହାପ୍ରଭୁଙ୍କୁ ଆବାହନ କରାଯାଏ। ତାଙ୍କୁ ପୂଜା କରିବା ପରେ ହିଁ ଅନ୍ୟ ଦେବା ଓ ଦେବୀଙ୍କୁ ଆବାହନ କରିବାର ପରମ୍ପରା ରହିଛି।
ଉଠୁଛି ପଡ଼ୁଛି କଲିକତା। ଉପନିର୍ବାତନ ତାରିଖ ଘୋଷଣା ହେବା ପରେ ଜନମତ ସମର୍ଥନ କରିବାକୁ ଲାଗି ପଡ଼ିଛନ୍ତି ବିଜେପି-ଟିଏମ୍ସି ନେତା। ଆଉ ଏହାରି ମଧ୍ୟରେ ଭବାନୀପୁର ଆସନରେ ଆସନ୍ତାକାଲିଠାରୁ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ପ୍ରଚାର ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ଏଠାରେ ସ୍ପଷ୍ଟ କରୁଛୁ କି ଆସନ୍ତା ୩୦ ତାରିଖରେ ଭବାନୀପୁର ଆସନରେ ନିର୍ବାଚନ ହେବା ପାଇଁ ଯାଉଛି।
କ୍ରମାଗତ ଦ୍ୱିତୀୟ ଦିନ ଭାରତୀୟ ବଜାରରେ ସୁନା ମୂଲ୍ୟରେ ହ୍ରାସ ଘଟିଛି। ଏଥି ସହିତ ଆଜି ରୂପା ମଧ୍ୟ ଶସ୍ତା ହୋଇଛି। ଦୁର୍ବଳ ବିଶ୍ୱସ୍ତରୀୟ ସୂତ୍ର ଯୋଗୁଁ ସୁନା-ରୂପା ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଆଜି, MCX ଉପରେ ସୁନା ମୂଲ୍ୟ ୦.୪ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପ୍ରତି ୪୭,୪୦୬ ଟଙ୍କା ହୋଇଛି। ଏଥି ସହିତ ରୂପା ୦.୧୯ ପ୍ରତିଶତ ହ୍ରାସ ପାଇ କିଲୋଗ୍ରାମ ପିଛା ୬୫,୨୦୮ ଟଙ୍କା ହୋଇଛି।
ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଭଲ ସୁଯୋଗ ଆଣି ଦେଇଛି ରେଳ ବିଭାଗ । କୋଣାର୍କ ରେଲୱେ କର୍ପୋରେସନ୍ ଲିମିଟେଡ୍ ଓ ଜାମ୍ମୁ କାଶ୍ମୀରରେ ପରିଚାଳିତ ହେବାକୁ ଥିବା USBRL ପ୍ରକଳ୍ପ ପାଇଁ ଏକ ବୈଷୟିକ ସହାୟକର ଆବଶ୍ୟକତା ରହିଛି । ଏନେଇ କୋଣାର୍କ ରେଲୱେ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି ।
ଉପହାସ କରୁଥିଲେ ଗାଁ ଲୋକେ । ହେଲେ ନିଜ ଲକ୍ଷ୍ୟ ପଥରୁ ଓହରି ନ ଥିଲେ । ଫଳରେ ଆଜି ସେ ସଫଳତା ସ୍ୱାଦ ଚାଖିବାକୁ ଯାଉଛନ୍ତି। ପ୍ରଥମ ମହିଳା କ୍ରିକେଟ ଖେଳାଳିଭାବେ ଏବେ ଜିଲ୍ଲା ପାଇଁ ଖେଳିବେ। ସେ ରାଜସ୍ଥାନ ବାଡମେରର ଏକ ଛୋଟ ଗାଁ କାନାସରର ଅନୀସା ବାନୋ ମେହତ । ଗତ ଅଗଷ୍ଟ ୨୭ ତାରିଖରେ ଜୟପୁରରେ ହେଉଥିବା ସବାଇ ମାନ ସିଂ ଷ୍ଟାଡିୟମରେ ଖେଳାଯାଉଥିବା ଟ୍ରାଏଲ ମ୍ୟାଚ୍ରେ ଅନୀସାଙ୍କୁ ଭଲ ବୋଲର ଭାବେ ଚୟନ କରାଯାଇଛି ।
ମାୟା ସଭ୍ୟତା ବିଷୟରେ ଆପଣମାନେ ନିଶ୍ଚିତ ଅଳ୍ପ ବହୁତେ ଜାଣିଥିବେ। ଏହି ରହସ୍ୟମୟ ସଭ୍ୟତାକୁ ନେଇ ଦେଶ ଦୁନିଆରେ ଅନେକ ଦାବି ରହିଛି। ଅନେକ ଲୋକ କୁହନ୍ତି ଯେ ମାୟା ସଭ୍ୟତାର ସଂପର୍କ ଏଲିୟନ୍ସ ସହିତ ଥିଲା। ତେବେ ଏହି କଥା କେତେ ସତ ଓ କେତେ ଗୁଜବ ସେ ବିଷୟରେ ଜାଣିବା।
ପୋଲିସ ଅଟୋକୁ ଜବତ କରି ଜରିମାନା ଟଙ୍କା ଜମା କରିବାକୁ କହିଥିଲେ। ଡ୍ରାଇଭର ପାଖରେ ନିର୍ଦ୍ଧାରିତ ଟଙ୍କା ନଥିବାରୁ ଘରୁ ନିଜ ପୁଅର ସଞ୍ଚିତ କୁମ୍ପିକୁ ନେଇ ପୋଲିସ ଷ୍ଟେସନରେ ପହଞ୍ଚିଥିଲା। ଏହାକୁ ଦେଖି ବରିଷ୍ଠ ଥାନା ଅଧିକାରୀ ଚକିତ ହୋଇ ପଡିଲେ ଏବଂ କୁମ୍ପିକୁ ଥାନାକୁ ଆଣିବାର କାରଣ ପଚାରିଲେ।
ସାବଧାନ। ସରକାରୀ ଯୋଜନା ନାଁରେ ଆପଣଙ୍କ ପାଖକୁ କୌଣସି ମେସେଜ ଆସୁଛି କି। ଯଦି ହଁ, ତାହେଲେ ବିଳମ୍ୱ ନ ହୋଇଯାଆନ୍ତୁ ସତର୍କ। ଦେଶରେ ଏମିତି ମାମଲା ବଢିବା ପରେ ଲୋକଙ୍କୁ ସଚେତନ କରିବାକୁ ଆଗେଇ ଆସିଛି ସରକାରୀ ଫ୍ୟାକ୍ଟ ଚେକ ଏଜେନ୍ସି
ଚିନିକୁ କରନ୍ତୁ ବାଏ ବାଏ। ଚିନି ଛାଡି ଖାଆନ୍ତୁ ଗୁଡ। ଆଉ ଖାଇଲା ପରେ ଜାଣି ପାରିବେ ଗୁଡର ଫାଇଦା। ଯେତେବେଳେ ବିଶୋଧିତ ଚିନି ସହ ଗୁଡକୁ ତୁଳନା କରାଯାଇଥାଏ, ସେତେବେଳେ ଗୁଡ ଏକ ସ୍ୱାସ୍ଥ୍ୟକର ବିକଳ୍ପ ବୋଲି କୁହାଯାଏ। କାରଣ ଚିନି ଅପେକ୍ଷା ଗୁଡ ଆପଣଙ୍କୁ ଅଧିକ ଲାଭ ଦେଇଥାଏ। ଏବେ ଚିନିର ଅଭ୍ୟାସ ଛାଡିବା ପାଇଁ ଆସନ୍ତୁ ଜାଣିବା ଗୁଡର ଲାଭ ବିଷୟରେ।
କରୋନାର ମୁକାବିଲା ପାଇଁ ସାରା ବିଶ୍ୱରେ ଟିକାକରଣ ଚାଲିଥିବା ବେଳେ ଏବେ ନକଲି ଟିକାକୁ ନେଇ ଲୋକମାନେ ଅଡୁଆରେ ପଡିଛନ୍ତି । ଦକ୍ଷିଣ-ପୂର୍ବ ଏସିଆ ଓ କେତେକ ଆଫ୍ରିକୀୟ ଦେଶରେ ଠାବ ହୋଇଛି ନକଲି କୋଭିସିଲ୍ଡ ଟିକା