ଦୀର୍ଘ ୨୦ ବର୍ଷ ହେଲା ଜୀବତ ହେଉକି ମୃତ ଭାବେ କୁଖ୍ୟାତ ଆତଙ୍କବାଦୀ ସିରାଜୁଦ୍ଦିନ ହକ୍କାନିକୁ ପାଉ ନଥିଲା ଆମେରିକା ସେନା। ସେଥି ପାଇଁ ୧୦ ଲକ୍ଷ ଡଲାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ହେଲେ ହଠାତ୍ ସାମ୍ନାକୁ ଆସିଲା ସିରାଜୁଦ୍ଦିନ୍। ଏହା ପରେ ସାରା ବିଶ୍ୱରେ ଚର୍ଚ୍ଚା
ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀଙ୍କୁ ତାଲିବାନ୍ ସରକାରରେ ମିଳିଲା ଗୃହମନ୍ତ୍ରୀ ପଦ । ଆଫଗାନିସ୍ତାନ ଦଖଲ କରିବାର ୨୨ ଦିନ ପରେ ମଙ୍ଗଳବାର ଦିନ ନୂଆ ସରକାର ଘୋଷଣା କରିଛି ତାଲିବାନ୍ । ତାଲିବାନ ଆମେରିକାର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ସିରାଜୁଦ୍ଦିନ ହକ୍କାନୀଙ୍କୁ ଆଫଗାନିସ୍ତାନର ନୂଆ ଗୃହମନ୍ତ୍ରୀ ଭାବରେ ନିଯୁକ୍ତ କରିଛି ତାଲିବାନ୍ ସଂଗଠନ ।