Advertisment

ପ୍ରଭୁ ଗଣେଶଙ୍କର କେଉଁ ରୂପକୁ ପୂଜା କଲେ ଦୂର ହୁଏ ବାଧା ବିଘ୍ନ?

ବିଘ୍ନ ବିନାଶକ ପ୍ରଭୁ ଶ୍ରୀଗଣେଶ। ଶାସ୍ତ୍ରରେ କୁହାଯାଏ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ଗଣେଷ ମହାପ୍ରଭୁଙ୍କୁ ଆବାହନ କରାଯାଏ। ତାଙ୍କୁ ପୂଜା କରିବା ପରେ ହିଁ ଅନ୍ୟ ଦେବା ଓ ଦେବୀଙ୍କୁ ଆବାହନ କରିବାର ପରମ୍ପରା ରହିଛି।

author-image
Sarbeswar
ଦେଖନ୍ତୁ ସୁନାରେ ଝଟକୁଛନ୍ତି ଗଣେଶ, ଜଗିଛି ଡ୍ରୋନ୍‌ କ୍ୟାମେରା

ganesh

ନୂଆଦିଲ୍ଲୀ: ବିଘ୍ନ ବିନାଶକ ପ୍ରଭୁ ଶ୍ରୀଗଣେଶ। ଶାସ୍ତ୍ରରେ କୁହାଯାଏ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ଗଣେଷ ମହାପ୍ରଭୁଙ୍କୁ ଆବାହନ କରାଯାଏ। ତାଙ୍କୁ ପୂଜା କରିବା ପରେ ହିଁ ଅନ୍ୟ ଦେବା ଓ ଦେବୀଙ୍କୁ ଆବାହନ କରିବାର ପରମ୍ପରା ରହିଛି। ତେବେ ଗଣେଷଙ୍କର ୮ ଟି ରୂପ ରହିଥିବା ଶାସ୍ତ୍ରରେ କୁହାଯାଏ। ଆଉ ବିଭିନ୍ନ ରୂପରେ ଠାକୁରଙ୍କୁ ପୂଜା କରିବା ଦ୍ୱାରା ଜୀବନର ପ୍ରତ୍ୟେକ ସମସ୍ୟାର ସମାଧାନ ହୁଏ ବୋଲି ବିଶ୍ୱାସ ରହିଛି। ଅଷ୍ଟବିନାୟକ ରୂପରେ ସିଦ୍ଧ ବିନାୟକ ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ। ସିଦ୍ଧତେକ ନାମକ ପର୍ବତ ଉପରେ ତାଙ୍କର ରୂପ ଥିବାରୁ ତାଙ୍କୁ ସିଦ୍ଧ ବିନୟକ କୁହାଯାଏ। କେବଳ ସିଦ୍ଧ ବିନୟଙ୍କ ପୂଜା ଦ୍ୱାରା ପ୍ରତ୍ୟେକ ଅସୁବିଧା ଏବଂ ପ୍ରତିବନ୍ଧକ ନଷ୍ଟ ହୋଇପାରିବ ।

Advertisment

ତେବେ ଆସନ୍ତୁ ଜାଣିବା କେଉଁ ରୂପରେ କି ପୂଜା କଲେ ମିଳିବ ଶୁଭଫଳ?

ଯଦି ଆପଣ ନିତିଦିନ ସିଦ୍ଧିବିନାୟକଙ୍କୁ ପୂଜା କରୁଛନ୍ତି ତେବେ ଆପଣଙ୍କର ସବୁ ବାଧାବିଘ୍ନ ଦୂର ହୋଇଯିବ। ଶାସ୍ତ୍ର ଅନୁସାରେ ମଣିଷ ଜୀବନରେ ପ୍ରତ୍ୟେକ ସମୟରେ ବାଧା ଓ ବିଘ୍ନ ଆସିଥାଏ। କିନ୍ତୁ ଗଣେଷକଙ୍କର ଏହି ରୂପକୁ ପୂଜା କଲେ ସବୁ ସମସ୍ୟାର ସମାଧାନ ହୋଇଯାଏ। ପୂଜା ପରେ ବି ଯଦି କୌଣସି ବାଧା ଆସୁଛି ତେବେ ତାହାର ଅତି ସହଜରେ ଆପଣ ସମାଧାନ କରିପାରିବେ ବୋଲି କୁହାଯାଏ। ପୌରାଣିକ ତତ୍ୱ ଅନୁସାରେ, ସୁଦ୍ଧି କରିବା ପାଇଁ ଗଣେଶଙ୍କର ଏହି ମୂର୍ତ୍ତି ନିର୍ମାଣ କରାଯାଇଛି। ତେଣୁ ଏହାର ଏପରି ନାମ କରଣ କରାଯାଇଛି।

କୁହାଯାଏ ସୃଷ୍ଟି ନିର୍ମାଣ ହେବା ପୂର୍ବରୁ ସିଦ୍ଧଟେକ ପର୍ବତରେ ଭଗବାନ ବିଷ୍ଣୁ ସିଦ୍ଧିବିନାୟକଙ୍କର ଉପାସନା କରିଥିଲେ। ଆଜି ଏହି ମନ୍ଦିର ରହିଛି ବୋଲି ସୂଚନା ରହିଛି। ଆଉ ମନ୍ଦିର ନିର୍ମାଣ ପରେ ହିଁ ବ୍ରହ୍ମ ଦେବତା ସୃଷ୍ଟିର ରଚନା କରିଥିଲେ। ଏହି ରୂପରେ ଭଗବାନ ଗଣେଶଙ୍କର ୪ ଟି ଭୂଜା ରହିଛି। ଉପର ହାତରେ ପଦ୍ମ ସହ ଅଙ୍କୁଶ ରହିଥିବା ବେଳେ ତଳ ହାତରେ ମୋତିର ମାଳା ଏବଂ ଅନ୍ୟ ହାତରେ ମୋଦକ ରହିଛି। ଏହି ମୂର୍ତ୍ତି ସହ ପତ୍ନୀ ରିଦ୍ଧି ଓ ସିଦ୍ଧି ବି ରହିଥିବାର ଦେଖାଯ।ଏ। ଭଗବାନ ଏହି ସମୟରେ ଗଳାରେ ସାପ ରଖିଥିବା ଦେଖାଯାଏ। ଏଠାରେ ସର୍ପର ଅର୍ଥ ଇଚ୍ଛା ବୋଲି ଜ୍ୟୋତିର୍ବିଦ୍‌ କହିଛନ୍ତି। କୁହାଯାଇଛି, ଭଗବାନ ମହାଦେବଙ୍କର ଶକ୍ତି ରହିଛି ପ୍ରଭୁ ଗଜାନନଙ୍କ ପାଖରେ। ତେଣୁ ଗଣେଶଙ୍କର ମଧ୍ୟ ତ୍ରୀନେତ୍ର ରହିଥିବା କୁହାଯାଏ। ଏହାସହ ଯଦି ଆପଣ ନିତିଦିନ ମହାପ୍ରଭୁ ବିନାୟକଙ୍କୁ ପୂଜା କରୁଛନ୍ତି ତେବେ ଆପଣ ମଧ୍ୟ ଆଶାର୍ବାଦ ପାଇବେ ବୋଲି ଶାସ୍ତ୍ରରେ କୁହାଯାଇଛି।

Advertisment
Odisha Ganesh Chaturthi
Advertisment
Advertisment