Advertisment

ଚିନି ଛାଡି ପ୍ରତିଦିନ ଖାଆନ୍ତୁ ଗୁଡ, ଜାଣନ୍ତୁ ଫାଇଦା

ଚିନିକୁ କରନ୍ତୁ ବାଏ ବାଏ। ଚିନି ଛାଡି ଖାଆନ୍ତୁ ଗୁଡ। ଆଉ ଖାଇଲା ପରେ ଜାଣି ପାରିବେ ଗୁଡର ଫାଇଦା। ଯେତେବେଳେ ବିଶୋଧିତ ଚିନି ସହ ଗୁଡକୁ ତୁଳନା କରାଯାଇଥାଏ, ସେତେବେଳେ ଗୁଡ ଏକ ସ୍ୱାସ୍ଥ୍ୟକର ବିକଳ୍ପ ବୋଲି କୁହାଯାଏ। କାରଣ ଚିନି ଅପେକ୍ଷା ଗୁଡ ଆପଣଙ୍କୁ ଅଧିକ ଲାଭ ଦେଇଥାଏ। ଏବେ ଚିନିର ଅଭ୍ୟାସ ଛାଡିବା ପାଇଁ ଆସନ୍ତୁ ଜାଣିବା ଗୁଡର ଲାଭ ବିଷୟରେ।

author-image
Sarbeswar
Jaggery

Jaggery

ଭୁବନେଶ୍ୱର: ଚିନିକୁ କରନ୍ତୁ ବାଏ ବାଏ। ଚିନି ଛାଡି ଖାଆନ୍ତୁ ଗୁଡ। ଆଉ ଖାଇଲା ପରେ ଜାଣି ପାରିବେ ଗୁଡର ଫାଇଦା। ଯେତେବେଳେ ବିଶୋଧିତ ଚିନି ସହ ଗୁଡକୁ ତୁଳନା କରାଯାଇଥାଏ, ସେତେବେଳେ ଗୁଡ ଏକ ସ୍ୱାସ୍ଥ୍ୟକର ବିକଳ୍ପ ବୋଲି କୁହାଯାଏ। କାରଣ ଚିନି ଅପେକ୍ଷା ଗୁଡ ଆପଣଙ୍କୁ ଅଧିକ ଲାଭ ଦେଇଥାଏ। ଏବେ ଚିନିର ଅଭ୍ୟାସ ଛାଡିବା ପାଇଁ ଆସନ୍ତୁ ଜାଣିବା ଗୁଡର ଲାଭ ବିଷୟରେ।

Advertisment

ଗୁଡ ହେଉଛି ଚିନି ତିଆରି ପ୍ରକ୍ରିୟାର ଏକ ପୁଷ୍ଟିକର ଉପାଦାନ। ବିଶୋଧିତ ଚିନି ତିଆରି କରିବା ସମୟରେ ଏହା ଅପସାରିତ ହୋଇଥାଏ। ଗୁଡରେ ଥିବା ଶୀରା ପରିମାଣ ଗୁଡକୁ ଅଧିକ ପୁଷ୍ଟିକର କରିଥାଏ ବୋଲି ଗବେଷଣାରୁ ଜଣାପଡିଛି। ଭିଟାମିନ ଏବଂ ମିନେରାଲ୍ସରେ ଭରପୂର ହୋଇଥାଏ ଗୁଡ। କିନ୍ତୁ ଚିନିରେ ଅର୍ଥାତ୍ କୌଣସି ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, ଫ୍ୟାଟ୍, ଫାଇବର କିମ୍ବା ଅନ୍ୟାନ୍ୟ ଉପକାରୀ କ୍ୟାଲୋରୀ ନ ଥାଏ।

Advertisment

ବିଶୋଧିତ ଚିନି ବ୍ୟକ୍ତିର ରୋଗ ପ୍ରତିରୋଧକ କ୍ଷମତାକୁ ଦମନ କରିଥାଏ। ଯାହା ଦ୍ୱାରା ମଣିଷକୁ ରୋଗ ହେବାର ସମ୍ଭାବନା ବଢି ଯାଇଥାଏ। ଫଳରେ ଶରୀରରେ ରୋଗ ପତିଷେଧକ କ୍ଷମତା କମ ହୋଇଯାଇଥାଏ। କିନ୍ତୁ ଗୁଡ ଇମ୍ୟୁନିଟି ବଢାଇଥାଏ ଏବଂ କାଶ-ଥଣ୍ଡା ଭଳି ରୋଗ ବିରୋଧରେ ଲଢିଥାଏ। ଗୁଡ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ବଢିଥାଏ। ଏହା ସହ ରକ୍ତହୀନତା ସମସ୍ୟା ଦୂର ହୋଇଥାଏ। କିନ୍ତୁ ବିଶୋଧିତ ଚିନି ମେଦବହୁଳତା, ଟାଇପ୍-୨ ମଧୁମେହ, ହୃଦ ରୋଗ, ଯକୃତ ରୋଗର ଆଶଙ୍କା ବଢାଇଥାଏ।

ଖାଇବାରେ ଚିନି ବଦଳରେ ଗୁଡ ବ୍ୟବହାର କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ । ଏହା ଓଜନ କମ୍ କରିବାଠୁ ଆରମ୍ଭ କରି ଅନେକ ରୋଗ ପାଇଁ ଲାଭ ଦାୟକ ହୋଇଥାଏ। କିନ୍ତୁ ଲୋକେ ଗୁଡ ବଦଳରେ ଚିନିକୁ ଅଧିକ ବ୍ୟବହାର କରିବାକୁ ଭଲ ପାଇଥାନ୍ତି।

India Sugar
Advertisment
Advertisment