ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନର ପ୍ରତିକ୍ରିୟା ରଖିଛନ୍ତି ବଲିଉଡ ଅଭିନେତା ନସିଋଦ୍ଦୀନ ଶାହ। ଯୋଗୀ ଆଦିତ୍ୟନାଥଙ୍କ ‘ଅବ୍ବା ଜାନ’ ବୟାନକୁ ନେଇ ପ୍ରତିକ୍ରିୟା କରିଛନ୍ତି ନସିଋଉଦ୍ଦୀନ। ସେ ଏହି ବୟାନକୁ ଅପମାନଜନକ ବୋଲି କହିଛନ୍ତି। ପୂର୍ବରୁ ସୋସିଆଲ ମିଡିଆରେ ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ‘ଅବ୍ବା ଜାନ’ ଶବ୍ଦ ବ୍ୟବହାର କରିଥିଲେ।
ଏଆଇଏମଆଇଏମ୍ର ପୂର୍ବତନ ନେତା ରିୟାଜୁଦ୍ଦିନ ଖାନ୍ ତାଙ୍କ ପୂର୍ବତନ ପତ୍ନୀଙ୍କୁ ବିବାହ କରିବାକୁ ଯାଇ ଅଡ଼ୁଆରେ ଫସି ଯାଇଛନ୍ତି । ଇସଲାମ ଧର୍ମ ଅନୁଯାୟୀ ପୂନର୍ବାର ବିବାହ ବା ନିକାହ କରିବା ପାଇଁ ‘ହଲାଲା’ ଜରୁରୀ ଅଟେ । ଏନେଇ ରିୟାଜୁଦ୍ଦିନ ତାଙ୍କୁ ବନ୍ଧୁଙ୍କ ସହ ପୂର୍ବତନ ପତ୍ନୀଙ୍କ ସହ ହଲାଲା ପାଇଁ ବାଧ୍ୟ କରିଥିଲେ । ଏ ନେଇ ଦିଲ୍ଲୀ ଜାମିଆ ନଗର ପୋଲିସ ଷ୍ଟେସନରେ ତାଙ୍କ ପୂର୍ବତନ ପତ୍ନୀ ଅଭିଯୋଗ କରିଛନ୍ତି ।
ମହାରାଷ୍ଟ୍ରର ଅମରାବତୀର ଏକ ନଦୀରେ ଡଙ୍ଗା ବୁଡ଼ିଯିବା ନେଇ ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ମୋଟ୍ ୧୧ ଜଣ ଲୋକ ବୁଡ଼ି ଯାଇଥିବା ବେଳେ ତିନିଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଏବେ ବି ୮ ଜଣ ଲୋକ ନିଖୋଜ ରହିଛନ୍ତି
ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ଏବଂ ୪ ଥର ରାଷ୍ଟ୍ରୀୟ ପୁରଷ୍କାର ଜିତିଥିବା କଙ୍ଗନା ରଣୱତ ପର୍ଦାରେ ଜୟଲଳିତାଙ୍କ ଭୂମିକା ନିଭେଇବା ପରେ ବର୍ତ୍ତମାନ ଆଉ ଏକ ବଡ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। କଙ୍ଗନା ବର୍ତ୍ତମାନ ଏପିକ୍ ଡ୍ରାମା ‘ଦ ଇନ୍କାର୍ନେସନ୍-ସୀତା’ ରେ ମୁଖ୍ୟ ଭୂମିକା କରିବାକୁ ଯାଉଥିବା ବେଳେ ସେ ଏଥିରେ ସୀତା ଭୂମିକାରେ ନଜର ଆସିବେ। ଅଫିସିଆଲି ଏହାର ଘୋଷଣା କରାଯାଇଛି।
ଅଡ଼ୁଆରେ ଏଲଜେପି ସାଂସଦ ତଥା ଚିରାଗ ପାସୱାନଙ୍କ ଭାଇ । ଚିରାଗ ପାସୱାନଙ୍କ ସଂପର୍କୀୟ ଭାଇ ପ୍ରିନ୍ସ ରାଜ୍ଙ୍କ ନାଁରେ ଦିଲ୍ଲୀ କନଟ ପ୍ଲେସ୍ ଥାନାରେ ଗୁରୁତର ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଦୁଷ୍କର୍ମ ଅଭିଯୋଗରେ ତାଙ୍କ ନାଁ ରେ ଏତଲା ଦିଆଯାଇଛି
ମାନହାନୀ ମାମଲାରେ କୋର୍ଟରେ ପହଞ୍ଚିଲେ ନାହିଁ କଙ୍ଗନା ରଣୱତ। ବଲିଉଡ୍ ଗୀତିକାର ଜାଭେଦ ଅଖତର ଅଭିନେତ୍ରୀ କଙ୍ଗନା ରଣୱତଙ୍କ ନାମରେ ମାନହାନୀ କେସ୍ ଦାଖଲ କରିଥିଲେ। ଏହି ମାମଲାରେ ଆଜି ଅନ୍ଧେରୀ କୋର୍ଟରେ ଶୁଣାଣି ଥିଲା। ମାମଲା ଶୁଣାଣି ନେଇ ଜାଭେଦ ଅଖତର୍ ପତ୍ନୀ ଓ ବଲିଉଡ୍ର ବରିଷ୍ଠ ଅଭିନେତ୍ରୀ ଶବାନା ଆଜାମୀଙ୍କ ସହିତ କୋର୍ଟକୁ ଆସିଥିଲେ। କିନ୍ତୁ କଙ୍ଗନା ରଣୱତ କୋର୍ଟରେ ଉପସ୍ଥିତ ହୋଇ ନ ଥିଲେ।
ସୁନା ଓ ରୂପା ଦରରେ ଆଜି ମଧ୍ୟ ହ୍ରାସ ଘଟିଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ୦.୧% ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୬,୮୬୦ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ୦.୨୩% ହ୍ରାସ ପାଇ ପ୍ରତି କିଲୋକୁ ୬୩,୧୫୫ ଟଙ୍କାରେ କାରବାର ହୋଇଥିଲା।
ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୩୭,୬୮୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ଆଜିର ସୁସ୍ଥଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍ ସୁସ୍ଥତାସଂଖ୍ୟା ୩,୨୪,୮୪,୧୫୯ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶରେ ଏବେ ବି ୩,୬୨,୨୦୭ ଆକ୍ଟିଭ୍ କେସ୍ ରହିଛି।
ଆଫଗାନିସ୍ତାନକୁ ଆର୍ଥିକ ସହାୟତା ଯୋଗାଇବ ଆମେରିକା । ତାଲିବାନ ସରକାର ଗଠନ ପରେ ଆମେରିକା ଆଫଗାନ୍ ବାସୀଙ୍କୁ ଆର୍ଥିକ ସହାୟତା କରିବ ବୋଲି ଘୋଷଣା କରିଛି ବାଇଡେନ୍ ପ୍ରଶାସନ । ସଂଯୁକ୍ତ ରାଷ୍ଟ୍ରରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥମ୍ପସନ-ଗ୍ରୀନଫିଲ୍ଡ ଆଫଗାନିସ୍ତାନକୁ ଆର୍ଥିକ ସହାୟତା କଥାକୁ ସ୍ପଷ୍ଟ କରିଛନ୍ତି
କରୋନା ମହାମାରୀକୁ ରୋକିବା ପାଇଁ ପ୍ରଭାବଶୀଳ ଔଷଧ ନିହାତି ଆବଶ୍ୟକ । ବର୍ତ୍ତମାନ ଅଧିକାଂଶ ଭାରତୀୟଙ୍କ ମନରେ ଗୋଟିଏ ପ୍ରଶ୍ନ କରୋନାର ତୃତୀୟ ଲହରୀ ଆସିବ କି ? ଆଉ ଏହାର ଉତ୍ତରରେ ସେ କହିଛନ୍ତି, କୌଣସିମତେ ତୃତୀୟ ଲହରୀକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ।
ଦକ୍ଷିଣ ଏସିଆର ୬ଟି ଦେଶକୁ ଆତ୍ମଘାତୀ ଆକ୍ରମଣ ଆଶଙ୍କା । ଜାପାନର ବୈଦେଶିକ ମନ୍ତ୍ରଣାଳୟ ସୋମବାର ଦିନ ନିଜ ନାଗରିକମାନଙ୍କୁ ଦକ୍ଷିଣ ଏସିଆର ୬ଟି ଦେଶରେ ଧାର୍ମିକ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛି । ଏହି ସ୍ଥାନରେ ଆତ୍ମଘାତୀ ଆକ୍ରମଣ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି
ତାଲିବାନୀ ଶାସନ ଭୟ, କୌଣସି ମତେ ଦେଶ ଛାଡ଼ିବାକୁ ଚାହୁଁଛନ୍ତି ଆଫଗାନ୍ ନାଗରିକ । ତାଲିବାନ୍ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ ଜାରି ରହିଛି ଦେଶ ଛାଡ଼ିବା ଅଭିଯାନ । ଏବେ ବି ଶହ ଶହ ଲୋକେ ଆଫଗାନିସ୍ତାନ ଛାଡ଼ିବାକୁ ପ୍ରତିଦିନ ପାକିସ୍ତାନ ସୀମାରେ ପହଞ୍ଚୁଛନ୍ତି । ଏହାର ଏକ ସାଟେଲାଇଟ୍ ଚିତ୍ର ସାମ୍ନାକୁ ଆସିଛି ।
ଜାରି ହୋଇଥିବା ଡାଟା ଅନୁସାରେ ମୋଟ ସକ୍ରିୟ ମାମଲାରେ ୧ ରୁ ୧୦ ବର୍ଷ ବୟସର ପିଲାଙ୍କ ସଂଖ୍ୟା ମାର୍ଚ୍ଚରେ ୨.୮୦ ଥିଲା, ଯାହା ଅଗଷ୍ଟରେ ୭.୦୪ କୁ ବୃଦ୍ଧି ପାଇଛି । ଏହାର ଅର୍ଥ ହେଉଛି ୧୦୦ ସକ୍ରିୟ ମାମଲାରେ ପ୍ରାୟ ୭ ପିଲା ଅଛନ୍ତି । NITI ଆୟୋଗ ସଦସ୍ୟ ଭି.କେ ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ EG-1 ବୈଠକରେ ଏହି ତଥ୍ୟ ଦିଆଯାଇଥିଲା ।
ମଧ୍ୟପ୍ରଦେଶ ସରକାର ନେଇଛି ନୂଆ ପଦକ୍ଷେପ। ଇଂଜିନିୟରିଂ ପାଠ୍ୟକ୍ରମରେ ମହାଭାରତ ଓ ରାମାୟଣ ମହାକାବ୍ୟକୁ ସାମିଲ୍ କରିବାକୁ ନିର୍ଣ୍ଣୟ ନେଇଛି। ବୈଷୟିକ ଶିକ୍ଷାରେ ସାଂସ୍କୃତିକ ସିଦ୍ଧାନ୍ତକୁ ଯୋଡିବା ନେଇ ଏଭଳି ପ୍ରୟାସ କରାଯାଇଥିବା ସରକାର କହିଛି। ଉଚ୍ଚ ଶିକ୍ଷା ବିଭାଗ କରିଛି ଯେ ଇଂଜିନିୟରିଂ ଛାତ୍ରଙ୍କ ପାଠ୍ୟକ୍ରମରେ ରାମାୟଣ, ମହାଭାରତ ଓ ରାମଚରିତମାନସକୁ ସାମିଲ କରାଯାଇଛି।
ଭାରତର ପ୍ରସିଦ୍ଧ ଐତିହାସିକ ମନ୍ଦିର ତାଲିକାରେ ରହିଛି କର୍ଣ୍ଣାଟକର ହାମ୍ପିରେ ଅବସ୍ଥିତ ବିରୁପାକ୍ଷ ମନ୍ଦିର। ବିଶ୍ୱାସ କରାଯାଏ ଯେ ହାମ୍ପି ହେଉଛି ରାମାୟଣ ସମୟର କିଷ୍କିନ୍ଧା। ଏହି ମନ୍ଦିରରେ ଭଗବାନ ଶିବଙ୍କ ବିରପାକ୍ଷ ରୂପକୁ ପୂଜା କରାଯାଏ। ଏହି ପ୍ରାଚୀନ ମନ୍ଦିର ୟୁନେସ୍କୋର ବିଶ୍ୱ ଐତିହ୍ୟରେ ମଧ୍ୟ ଅନ୍ତର୍ଭୁକ୍ତ। ଏହି ମନ୍ଦିରର ଅନେକ ବିଶେଷତା ରହିଥିବା ବେଳେ ଏହାର ରହସ୍ୟ ମଧ୍ୟ ରହିଛି। ବ୍ରିଟିଶମାନେ ମଧ୍ୟ ଏହି ମନ୍ଦିରର ରହସ୍ୟକୁ ଜାଣିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ଏ ଦିଗରେ ସଫଳ ହୋଇ ପାରି ନଥିଲେ।
ଶେରିଲ ଏବଂ କୁରାନଙ୍କ ବିବାହକୁ ନେଇ ସୋସିଆଲ୍ ମିଡିଆରେ ଏବେ ଚର୍ଚ୍ଚା ଚାଲିଛି। ଏହାକୁ ନେଇ ଉପଭୋକ୍ତା ମାନେ ସୋସିଆଲ୍ ମିଡିଆରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ମଧ୍ୟ ଦେଉଛନ୍ତି। କିନ୍ତୁ ଏସବୁ ତାଙ୍କ ବୈବାହିକ ଜୀବନରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଦମ୍ପତିଙ୍କ ପକ୍ଷରୁ କୁହାଯାଇଛି।
ବଲିଉଡ୍ର ଟପ୍ ଓ ଷ୍ଟାଇଲିସ୍ ଅଭିନେତ୍ରୀଙ୍କ କଥା ଯଦି ଉଠେ ତେବେ ଆଲିଆ ଭଟ୍ଟ ଏଥିରୁ ବାଦ ପଡିବେନି। ଆଲିଆ ଫିଟ୍ ରହିବା ନେଇ ସବୁବେଳେ ୱାର୍କଆଉଟ୍ ଓ ଯୋଗକୁ ପ୍ରାଥମିକତା ଦେଇଥାନ୍ତି। ସେ ସବୁବେଳେ ପାଇଲେଟ୍ସ, ଯୋଗ ଓ ଜିମ୍ ସେଶନର ଫଟୋ ସେୟାର କରନ୍ତି। ଏଥିରୁ ଜଣାଯାଏ ଯେ ସେ ତାଙ୍କ ଜୀବନଶୈଳୀକୁ ନେଇ କେତେ ସଚେତନ।
ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି । ସେଠାରେ ରହୁଥିବା ଜଣେ ସ୍ଥାନୀୟ ବାସିନ୍ଦାଙ୍କର ଆଭ୍ୟନ୍ତରୀଣ ଅଙ୍ଗ ଶରୀରର ବିପରୀତ ପାର୍ଶ୍ୱରେ ରହିଛି। କୁହାଯାଇଛି ଯେ, ଏହା ହେଉଛି ବିଶ୍ୱର ଷଷ୍ଠ ମାମଲା ଏବଂ ଦେଶରେ ଚତୁର୍ଥ ମାମଲା। କିନ୍ତୁ ନିଜର ଏପରି ଅବସ୍ଥା ପରେ ନିଜ ବାପାଙ୍କ ଜୀବନ ବଂଚାଇ ଚର୍ଚ୍ଚାରେ ଏହି ଯୁବକ।
ବଲିଉଡ୍ ଅଭିନେତା ବିଦ୍ୟୁତ୍ ଜାମୱାଲ୍ ତାଙ୍କ ପ୍ରେମିକା ଫେସନ୍ ଡିଜାଇଜର୍ ନନ୍ଦିତା ମେହତାନୀଙ୍କ ସହ ନିଜ ସଂପର୍କର ନୂଆ ନାମ ଦେଇଛନ୍ତି। ନନ୍ଦିତା ଜଣେ ଫେସନ ଡିଜାଇନର ହୋଇଥିବା ବେଳେ ସେ ବଡ ବଡ ସେଲିବ୍ରିଟିମାନଙ୍କ ପାଇଁ ଡ୍ରେସ୍ ଡିଜାଇନ୍ କରିଥାନ୍ତି। ଏବେ ସୋସିଆଲ ମିଡିଆରେ ବିଦ୍ୟୁତ ଜାମୱାଲା ତାଙ୍କ ନିର୍ବନ୍ଧ କଥାକୁ ସ୍ପଷ୍ଟ କରିଛନ୍ତି। ବାସ୍ତବ କଥା ହେଉଛି ସେପ୍ଟେମ୍ବର ୧ରେ ବିଦ୍ୟୁତଙ୍କ ନିର୍ବନ୍ଦ ନନ୍ଦିତାଙ୍କ ସହ ହୋଇଥିଲା। କିନ୍ତୁ ସେତେବେଳେ ସେ ଏହା ନ କହି ବର୍ତ୍ତମାନ ଘୋଷଣା କରିଛନ୍ତି।
ରାଜକୋଟ ସହରର ରାସ୍ତା ଉପରେ ଅଣ୍ଟାଏ ଉଚ୍ଚର ପାଣି ଜମି ରହିଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘର ଭିତରେ ପାଣି ଜମି ରହିଥିବାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡିଛି ।
‘ରକ୍ଷ୍ଟାର୍’ ଅଭିନେତ୍ରୀ ନର୍ଗିସ୍ ଫକ୍ରି ଏବେ ୟୁଏସ୍ରେ ରହୁଛନ୍ତି। କିନ୍ତୁ ସେ ସୋସିଆଲ୍ ମିଡିଆରେ ତାଙ୍କ ଭାରତୀୟ ପ୍ରଶଂସକଙ୍କ ସହ ଜଡିତ ରହୁଛନ୍ତି। ଗୋଟିଏ ସମୟ ଥିଲା ଯେତେବେଳେ ନର୍ଗିସ ଓ ଅଭିନେତା-ପ୍ରଯୋଜକ ଉଦୟ ଚୋପ୍ରାଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାରେ ଥିଲା। ଏବେ ଏକ ସାକ୍ଷାତକାରରେ ନର୍ଗିସ୍ ଉଦୟଙ୍କ ସହ ତାଙ୍କ ସଂପର୍କକୁ ନେଇ ଖୁଲାସା କରିଛନ୍ତି।
ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଭୂପେନ୍ଦ୍ର ପଟେଲ। ରାଜଭବନରେ ଚାଲିଛି ଶପଥ ଗ୍ରହଣ କାର୍ଯ୍ୟକ୍ରମ। ହେଲେ ଭୂପେନ୍ଦ୍ରଙ୍କ ମନ୍ତ୍ରୀମଣ୍ଡଳରେ ପରେ କାହାକୁ ମନ୍ତ୍ରୀ ପଦ ଦିଆଯିବ ସେନେଇ ଦଳୀୟ ପଦାଧିକାରୀ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି
ହିନ୍ଦୀ ଭାଷାର ତିନୋଟି ବହି ଶୁବ୍ ଶୀଘ୍ର ସିଲାବସରେ ଅନ୍ତର୍ଭୁକ୍ତ କରାଯିବ । ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଉଥିବା ଛାତ୍ରଛାତ୍ସମାନେ ବର୍ତ୍ତମାନ ହିନ୍ଦୀ ଭାଷାରେ ନିଜ କୋର୍ସ କରିପାରିବେ । ହିନ୍ଦୀ ଭାଷାଭାଷୀ ଅଞ୍ଚଳର ମେଧାବୀ ଛାତ୍ରମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଭାଷା ସଂସ୍ଥା ପକ୍ଷରୁ ପ୍ରଥମ ଥର ପାଇଁ ଏହି ତିନୋଟି ପୁସ୍ତକ ପ୍ରକାଶ କରାଯାଇଛି । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ମେଡିକାଲ ପାଠ୍ୟକ୍ରମରେ ଏହି ବହିକୁ ଅନ୍ତର୍ଭୁକ୍ତ କରିବା ପାଇଁ ହିନ୍ଦୀ ଭାଷା ସଂସ୍ଥାର ଅଧ୍ୟକ୍ଷ ଡ.ରାଜନାରାୟଣ ଶୁକ୍ଲା ୟୁପି ସରକାରଙ୍କ ନିକଟରେ ଏକ ପ୍ରସ୍ତାବ ରଖିଛନ୍ତି । ଏ
ଏଣିକି ଜମିରେ ଡ୍ରୋନ ସାହାଯ୍ୟରେ କୀଟନାଶକ ସିଞ୍ଚନ କରାଯିବ। ଡ୍ରୋନ କେମିତି ଜମିରେ କୀଟନାଶକ ପକାଇବ ନିକଟରେ ତାହାର ଡେମୋ ପ୍ରଦର୍ଶନ କରାଯାଇଛି। ଭାରତୀୟ କୃଷି ଗବେଷଣା ପରିଷଦ (Indian Council of Agricultural Research) ନିର୍ଦ୍ଦେଶ ଅନୁଯାୟୀ ଗରୁଡା ଏୟାର ସ୍ପେସ୍ ପକ୍ଷରୁ ଗୋଡ୍ଡା କୃଷି ବିଜ୍ଞାନ କେନ୍ଦ୍ରରେ ଏପରି ଡ୍ରୋନ୍ ପ୍ରଦର୍ଶନ କରାଯାଇଛି ।
ଦେଶରେ କରୋନାର ତୃତୀୟ ଲହରୀର ଆଶଙ୍କା ଖୁବ୍ କମ୍ । ଯଦିଓ ତୃତୀୟ ଲହରୀ ଆସେ, ତେବେ ଦ୍ୱିତୀୟ ଲହରୀ ଅପେକ୍ଷା ଦୁର୍ବଳ ସାବ୍ୟସ୍ତ ହେବ ବୋଲି ଦାବି କରିଛନ୍ତି ପୂର୍ବତନ ଆଇସିଏମଆର ବୈଜ୍ଞାନିକ ଡଃ ରମଣ ଗଙ୍ଗାଖେଡକର (Dr Raman Gangakhedkar) । ତୃତୀୟ ଲହରୀ ଦୁର୍ବଳ ହେଲେ ସୁଦ୍ଧା ତୁରନ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେବା ଉଚିତ୍ ନୁହେଁ