• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ : ଆତଙ୍କବାଦୀରୁ ଗୃହମନ୍ତ୍ରୀ । ହକ୍କାନୀ ନେଟୱର୍କକୁ ତାଲିବାନ୍ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦବୀ । ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀଙ୍କୁ ତାଲିବାନ୍ ସରକାରରେ ମିଳିଲା ଗୃହମନ୍ତ୍ରୀ ପଦ । ଆଫଗାନିସ୍ତାନ ଦଖଲ କରିବାର ୨୨ ଦିନ ପରେ ମଙ୍ଗଳବାର ଦିନ ନୂଆ ସରକାର ଘୋଷଣା କରିଛି ତାଲିବାନ୍ । ତାଲିବାନ ଆମେରିକାର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ସିରାଜୁଦ୍ଦିନ ହକ୍କାନୀଙ୍କୁ ଆଫଗାନିସ୍ତାନର ନୂଆ ଗୃହମନ୍ତ୍ରୀ ଭାବରେ ନିଯୁକ୍ତ କରିଛି ତାଲିବାନ୍ ସଂଗଠନ । ଗ୍ଲୋବାଲ ଆତଙ୍କବାଦୀ ତାଲିକାରେ ସିରାଜୁଦ୍ଦିନ ହକ୍କାନୀ ଙ୍କ ନାମ ମଧ୍ୟ ରହିଛି । ସିରାଜୁଦ୍ଦିନ ହକ୍କାନୀଙ୍କ ବିଷୟରେ ସୂଚନା ଦେଲେ ୫ମିଲିୟନ ଡଲାର ପୁରସ୍କାର ଘୋଷଣା କରିଛି ଆମେରିକା ।

ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନ ହକ୍କାନି ନେଟୱାର୍କ ଚଳାଉଥିବା ସିରାଜୁଦ୍ଦିନ ହକାନୀ ପାକିସ୍ତାନର ଉତ୍ତର ୱାଜିରିସ୍ତାନର ମିରାମ ଶାହା ଅଞ୍ଚଳରେ ରୁନ୍ତି । ହକ୍କାନୀ ନେଟୱାର୍କର ଏହି ଶୀର୍ଷ ଆତଙ୍କବାଦୀଙ୍କ ନାମ ଏଫବିଆଇର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଅନ୍ତର୍ଭୁକ୍ତ ।

ହକ୍କାନୀ ନେଟୱାର୍କ ସହିତ ଜଡିତ ୧୫ ହଜାର ଆତଙ୍କବାଦୀ

ହକ୍କାନି ନେଟୱାର୍କର ଅପରେସନର କମାଣ ଜଲାଲୁଦ୍ଦିନ ହକାନୀଙ୍କ ପୁଅ ସିରାଜୁଦ୍ଦିନ ହକ୍କାନୀଙ୍କ ଉପରେ । କ୍ରରତା ତଥା ବର୍ବରତା ମାମଲାରେ ବାପାଙ୍କ ଠାରୁ ମଧ୍ୟ ଦୁଇପାଦ ଆଗରେ ଜଲାଲୁଦ୍ଦିନ । ୨୦୦୮ ରୁ ୨୦୨୦ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ଅନେକ ବଡ଼ ଆତଙ୍କବାଦୀ ଆକ୍ରମଣରେ ସିରାଜୁଦ୍ଦିନଙ୍କ ହାତ ଥିଲା । ହକ୍କାନୀ ନେଟୱାର୍କ ସହିତ ୧୫ ହଜାର ଆତଙ୍କବାଦୀ ଜଡିତ ବୋଲି ମଧ୍ୟ କୁହାଯାଏ ।

ସିରାଜୁଦ୍ଦିନ ହକ୍କାନୀଙ୍କୁ ସବୁଠାରୁ ବଡ ଶତ୍ରୁ ଭାବରେ ବିବେଚନା କରେ ଆମେରିକା । ୨୦୦୮ରେ ଆଫଗାନିସ୍ତାନ ରାଷ୍ଟ୍ରପତି ହମିଦ କରଜାଇଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ରଚିବା ପଛରେ ଏହି ଦୁର୍ଦ୍ଦଶ ଆତଙ୍କବାଦୀର ନାଁ ସାମ୍ନାକୁ ଆସିଥିଲା । ଜାନୁଆରୀ ୨୦୦୮ରେ ସିରାଜୁଦ୍ଦିନ କାବୁଲର ଏକ ହୋଟେଲ ଉପରେ ବୋମା ବିସ୍ଫୋରଣ କରିଥିବା ଅଭିଯୋଗ ହୋଇଥିଲା । ଏହି ଆକ୍ରମଣରେ ଆମେରିକୀୟଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା । ୟୁନାଇଟେଡ୍ ଷ୍ଟେଟ୍ ବିରୋଧରେ ଆଫଗାନିସ୍ତାନରେ କ୍ରସ ବୋଡର୍ ଆଟାକରେ ମଧ୍ୟ ସିରାଜୁଦ୍ଦିନଙ୍କ ହାତ ଥିବା କୁହାଯାଏ ।