ଶନିବାର ରାତି ୧୦ଟାରେ ଏହି ବର୍ବର କାଣ୍ଡ ଘଟାଇଛନ୍ତି ତାଲିବାନୀ ସଂଗଠନ । ମହିଳା ପୋଲିସ୍ ଅଧିକାରୀ କାର୍ଯ୍ୟରତ ଥିବା ଅଞ୍ଚଳରେ ତାଲିବାନର ଭୟ ଏତେ ଅଧିକ ଯେ ଏହି ଘଟଣା ବିଷୟରେ କେହି ଖୋଲାଖୋଲି କରିବାକୁ ପ୍ରସ୍ତୁତ ନାହାନ୍ତି । ଆଫଗାନିସ୍ତାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବଢ଼ୁଥିବା ବେଳେ ଏପରି ନାରକୀୟ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି ।
ପଞ୍ଜଶିର ପ୍ରୋଭିନ୍ସର ପାରିୟାନ୍, ସୋତୁଲ୍, ଖେଞ୍ଜ୍ ଓ ଅବଶାର୍ ଆଦି ୪ଟି ଜିଲ୍ଲାକୁ ଦଖଲ କରିସାରିଥିବା ଦାବି କରିଛି ତାଲିବାନ୍ ।। ଅନ୍ୟପକ୍ଷରେ ପଞ୍ଜଶିର ରେଜିଷ୍ଟାଣ୍ଟ୍ ଫ୍ରଣ୍ଟ ଦାବି କରିଛି ଏପର୍ଯ୍ୟନ୍ତ ସେମାନେ ସ୍ୱାଧୀନ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ପଞ୍ଜଶୀର ପ୍ରଦେଶ ବ୍ୟତୀତ ସମଗ୍ର ଆଫଗାନିସ୍ତାନ ତାଲିବାନ ଦ୍ୱାରା ଅଧିକୃତ ହୋଇସାରିଛି
ସାରା ଦେଶ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଥିବା ବେଳେ ଏବେ ପୁଣି ନିପା ଭାଇରସ୍ ଭୟ। କେରଳରେ ଏହି ଭାଇରସ୍ ଜଣେ ୧୨ ବର୍ଷର ନାବାଳକର ଜୀବନ ନେଇଥିବା ବେଳେ ଆଉ ୨ ଜଣ ଏହି ଭାଇରସ୍ରେ ସଂକ୍ରମିତ ହୋଇଛନ୍ତି।
ଆଫଗାନିସ୍ତାନ ପଞ୍ଜଶିରରେ ଚାଲିଛି ଘମାଘୋଟ ଲଢ଼େଇ । ତାଲିବାନ ଓ ନର୍ଦନ ଆଲାଏନ୍ସ ମଧ୍ୟରେ ଯୁଦ୍ଧ ଚାଲିଛି । ଏଥିରେ ଜଣେ ବିଶିଷ୍ଟ ସାମ୍ବାଦିକ ତଥା ନର୍ଦନ ଆଲାଏନ୍ସର ମୁଖପାତ୍ର ଫହିମ ଦଷ୍ଟିଙ୍କ ମୃତ୍ୟୁ ହୋଇଥିବାର ରିପୋର୍ଟ ପ୍ରକାଶ ପାଇଛି । ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଦେଶର ବହୁ ଧର୍ମଗୁରୁ
ଗତ ୧୦ ଦିନ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ କୌଣସି ହ୍ରାସ ଦେଖିବାକୁ ମିଳୁନାହିଁ । ଦ୍ୱିତୀୟ ଲହରୀ ଦୁର୍ବଳ ହେଉଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ହେବା ପରିବର୍ତ୍ତେ ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ୁଛି । ସାତୋଟି ସଂକ୍ରମଣ ପ୍ରବଣ ଜିଲ୍ଲାରେ ସାମିଲ ଅଛନ୍ତି ପୁଣେ, ଅହମ୍ମଦନଗର, ସତାରା, ସୋଲାପୁର, ସାଙ୍ଗଲି, ରତ୍ନାଗିରି ଏବଂ ସିନ୍ଧୁଦୁର୍ଗ
ମମତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ପାଇଁ ନଭେମ୍ବର ୪ ପୂର୍ବରୁ ଯେକୌଣସି ବିଧାନସଭା ଆସନରେ ନିର୍ବାଚନ ଜିତିବାକୁ ପଡ଼ିବ। ଭବାନୀପୁରରେ ସେପ୍ଟେମ୍ବର ୩୦ରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଓ ଅକ୍ଟୋବର ୩ରେ ଗଣତି ହେବ। ସେପଟେ ବିଜେପି, କଂଗ୍ରେସ ସେଠାରେ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି।
ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୨୭୦ ରନ୍ କରିଥିଲା। ପୂର୍ବଦିନ ଅପରାଜିତ ଥିବା କ୍ୟାପଟେନ୍ ବିରାଟ୍ କୋହଲି ଓ ରବୀନ୍ଦ୍ର ଜାଡେଜା ଅର୍ଦ୍ଧଶତକୀୟ (୫୯) ଭାଗିଦାରୀ କରିଥିଲେ। ଜାଡେଜା ୧୭ ରନ୍ କରି କ୍ରିସ୍ ଓକ୍ସଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଜିଙ୍କ୍ୟ ରାହାଣେ ପୁଣି ନିରାଶ କରି ଖାତା ଖୋଲିପାରିନଥିଲେ।
ବନ୍ଧୁକ ବଳରେ ଦେଶ ଦଖଲ, ଆଉ ଦେଶ ପାଇଁ ସରକାର ଗଠନ। ୨ଟି ପୂରାପୂରି ଅଲଗା ପାଠ। ଏକଥାକୁ ମର୍ମେ ମର୍ମେ ଅନୁଭବ କରିସାରିଲାଣି ତାଲିବାନ। ବୋଧହୁଏ ସେଇଥିପାଇଁ ଦିନ ପରେ ଦିନ ଗଡ଼ି ଚାଲିଥିଲେ ବି, ଆଫଗାନିସ୍ତାନର ନୂଆ ସରକାର ଘୋଷଣା କରିପାରୁନି ସଂଗଠନ। ସରକାର ଘୋଷଣା ପରେ କାବୁଲ୍ ଓ ରାଷ୍ଟ୍ରପତି ପ୍ୟାଲେସକୁ ଧଳା ପତାକାରେ ପୋତି ପକାଇବାକୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି
ପାରାଲିମ୍ପିକ୍ସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଟୋକିଓରେ ଭାରତୀୟ ଖେଳାଳି ଦେଶ ପାଇଁ ଜିତିଛନ୍ତି ୧୯ ଟି ପଦକ। ୫ ଟି ସ୍ୱର୍ଣ୍ଣ , ୮ଟି ରୌପ୍ୟ ଏବଂ ୬ଟି ବ୍ରୋଞ୍ଚ ପଦକ ସହ ୨୪ ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି ଭାରତ।
ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ଆୟକର ରିଟର୍ଣ୍ଣ (ITR) ଦାଖଲ କରିବାକୁ ୭୫ ବର୍ଷରୁ ଅଧିକ ବୟସର ନାଗରିକଙ୍କ ଛାଡ ପାଇଁ ଆୟକର ବିଭାଗ ଘୋଷଣା ଫର୍ମକୁ ସୂଚିତ କରିଛି। ବରିଷ୍ଠ ନାଗରିକମାନଙ୍କୁ ଏହି ଫର୍ମ ବ୍ୟାଙ୍କଗୁଡିକରେ ଦାଖଲ କରିବାକୁ ପଡିବ।
ଫ୍ଲିପକାର୍ଟ ସ୍ମାର୍ଟଫୋନ୍ କାର୍ନିଭାଲ୍ ବିକ୍ରୟ ଚାଲିଛି ଏବଂ ଏହାର ଶେଷ ଦିନ ସେପ୍ଟେମ୍ବର ୮ ରହିଛି। ବିକ୍ରିରେ ସାମସଙ୍ଗ, ରିୟଲମି, ମୋଟରୋଲା ଫୋନ୍ ଭଲ କାରବାର ପାଇଁ ଅଣାଯାଇପାରିବ ଏବଂ ଏଭଳି ପରିସ୍ଥିତିରେ ଯଦି ଆମେ କିଛି ସର୍ବୋତ୍ତମ ଅଫର ବିଷୟରେ ଜାଣିବା, ତେବେ ଗ୍ରାହକମାନେ ବିକ୍ରୟରେ ରିଅଲ୍ C20 ଶସ୍ତା କିଣି ପାରିବେ। ଫ୍ଲିପ୍କାର୍ଟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଫୋନ୍କୁ ୭,୯୯୯ ଟଙ୍କା ବଦଳରେ ମାତ୍ର ୭,୪୯୯ ଟଙ୍କାରେ କ୍ରୟ କରାଯାଇପାରିବ। ଆସନ୍ତୁ ଜାଣିବା ଏହି ବଜେଟ୍ ଫୋନର ସମ୍ପୂର୍ଣ୍ଣ ଫିଚର ଶିଷ୍ଟ୍ୟଗୁଡିକ ବିଷୟରେ।
ବର୍ତ୍ତମାନ UPI ମାଧ୍ୟମରେ ପେମେଣ୍ଟ ଦେବାର ଧାରା ମଧ୍ୟ ବହୁତ ବୃଦ୍ଧି ପାଇଛି । ବେଳେବେଳେ ଇଣ୍ଟରନେଟ୍ ସ୍ଲୋ କିମ୍ବା ନେଟ୍ ସଂଯୋଗର ଅଭାବ ହେତୁ UPI ଦେୟ କରାଯାଇପାରେ ନାହିଁ । କିନ୍ତୁ ବିନା ଇଣ୍ଟରନେଟରେ ଆପଣ UPI ପେମେଣ୍ଟ କରିପାରିବେ ।
ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ପରେ ଅନେକ ଲୋକ ଓ କଳାକାର ତାଙ୍କ ସହିତ ଯଡ଼ିତ ଥିବା ପୁରୁଣା ସ୍ମୃତି ବାଣ୍ଟୁଛନ୍ତି । ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ବିଗ୍ ବସ୍ ୧୪ରେ ନଜର ଆସିଥିବା ଗାୟକ ରାହୁଲ ବୈଦ୍ୟ ନିକଟରେ ସେ ଏକ ଗୀତ ଗାଇ ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଶିକ୍ଷକର କାମ ଯେ କେବଳ ପିଲାଙ୍କୁ ଭଲ ପାଠ ପଢେଇବା ତାହା ନୁହେଁ, ବରଂ ସମାଜରେ ଏକ ନାଗରିକର କର୍ତ୍ତବ୍ୟ କ’ଣ ହୋଇଥାଏ ତାହା ମଧ୍ୟ ଜଣେଇବା। ଠିକ ଏହିଭଳି କାମ କରୁଛନ୍ତି ଅଲ୍ମୋଡାରେ କଣ୍ଟରମ୍ୟାନ ଭାବେ ବେଶ ଜଣାଶୁଣା ଜମୁନା ପ୍ରସାଦ ତିୱାରୀ। ତେବେ ଆସନ୍ତୁ ଜାଣିନେବା ଏହି ଭିନ୍ନ ଶିକ୍ଷକ ଓ ତାଙ୍କ ମହାନତା ବିଷୟରେ।
ଆମେରିକା କଥା ମିଛ ସାବ୍ୟସ୍ତ ହେଲା। ଆଫଗାନିସ୍ତାନରେ ଛାଡ଼ି ଦେଇ ଆସିଥିବା ବିମାନରେ ଏବେ ମନଖୋଲା ଆକାଶରେ ଉଡୁଛନ୍ତି ତାଲିବାନୀ ଆତଙ୍କୀ। ପ୍ରାୟ ୨୦ ବର୍ଷ ପରେ ଅଗଷ୍ଟ ୩୦ ତାରିଖ ରାତି ପ୍ରାୟ ୧୧ ଟା ୫୫ ମିନିଟ୍ରେ କାବୁଲ ଏୟାରପୋର୍ଟରୁ ଉଡ଼ିଥିଲା ଆମେରିକାର ଶେଷ ବିମାନ
ଶୁଭ ଓ ମଙ୍ଗଳର ଦେବତା ହେଲେ ଶ୍ରୀଗଣେଶ। ସେ ଆଦିପୂଜ୍ୟ। ସେ ବିଘ୍ନ ନାଶକ। ସାରା ଭାରତରେ ଗଣେଶ ପୂଜାକୁ ଖୁବ ଧୂମଧାମରେ ପାଳନ କରାଯାଏ। ୧୦/୧୧ ଦିନ ଧରି ସହର ଉତ୍ସବମୁଖର ହୋଇ ରହେ। ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟୀ ସଂଘ ଗଣେଶ ପୂଜା ପାଳନ କରିଥାନ୍ତି। ତେବେ ଗଣେଶଙ୍କୁ ନେଇ ଶାସ୍ତ୍ର କ’ଣ କୁହେ ସେ ବିଷୟରେ ନଜର ପକେଇ ନେବା।
ବୋର୍ଡ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ବିସିସିଆଇ ମେଡିକାଲ୍ ଟିମ୍ ଶନିବାର ସନ୍ଧ୍ୟାରେ ଶାସ୍ତ୍ରୀଙ୍କର ଲାଟେରାଲ୍ ଫ୍ଲୋ ଟେଷ୍ଟ ପଜିଟିଭ୍ ଆସିଥିଲା। ଯାହା ପରେ ସତର୍କତା ଦୃଷ୍ଟିରୁ ଶାସ୍ତ୍ରୀଙ୍କ ସମେତ ୪ ଜଣଙ୍କୁ ଆଇସୋଲେଟ୍ କରିଦିଆଯାଇଛି। ତେବେ ଟିମର ବାକି ଦୁଇ ସଦସ୍ୟଙ୍କର ରାପିଡ୍ ଟେଷ୍ଟ ହୋଇଛି। ଗୋଟିଏ ଶନିବାର ରାତିରେ ଏବଂ ଅନ୍ୟଟି ଆଜି ସକାଳେ ହୋଇଛି।
ବେଲୁଚିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ। ବିସ୍ଫୋରଣରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏଥି ସହିତ ଏହି ବିସ୍ଫୋରଣରେ ୧୮ ଜଣ ସୁରକ୍ଷା କର୍ମୀଙ୍କ ସମେତ ୨୦ ଜଣ ଆହତ ହୋଇଛନ୍ତି।
ସାବଧାନ ଶତ୍ରୁ। ଏବେ ଆଉ କାହାରିକୁ ଡରିବ ନାହିଁ ଭାରତ। ଏଣିକି ଭାରତୀୟ ଜଳସୀମାରେ କାମ ଦେବନାହିଁ ପରମାଣୁ କ୍ଷେପଣାସ୍ତ୍ର। କାରଣ ଭାରତୀୟ ନୌସେନାକୁ ମିଳିବାକୁ ଯାଉଛି ଏମିତି ଘାତକ ହତିଆର, ଯାହା ଜରିଆରେ ସମୁଦ୍ରରେ ଚୀନ ଓ ପାକିସ୍ତାନକୁ ଦୃଢ ଜବାବ ଦେଇ ହେବ
ସେ ନିଜେ ଥିଲେ ଜଣେ ଶ୍ରେଷ୍ଠ ଗୁରୁ, ଆଉ କହୁଥିଲେ ଗୁରୁମାନେ ହିଁ ନିଜର ମେଧାଶକ୍ତି ବଳରେ ଏ ଦେଶକୁ ଦିଶା ଓ ଦିଗ ଦେଖାଇ ପାରିବେ। ଏମିତି ଜଣେ ମଣିଷ ଥିଲେ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ଦେଶର ପ୍ରଥମ ଉପରାଷ୍ଟ୍ରପତି ଏବଂ ଦ୍ୱିତୀୟ ରାଷ୍ଟ୍ରପତି
ଦେଶରେ ଦୋଳି ଖେଳୁଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୪୨,୭୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦୮ ଜଣଙ୍କ ପ୍ରାଣ ନେଇ ମହାମାରୀ। ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ୩,୨୯,୮୮,୬୭୩୭ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪,୪୦,୫୩୩ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା।
ସିଦ୍ଧାର୍ଥ ଶୁଳ୍କାଙ୍କ ମୃତ୍ୟୁ ଖାଲି ଯେ କେବଳ ତାଙ୍କ ପରିବାରକୁ ଦୁଃଖ ଦେଇଛି ତାହା ନୁହେଁ ବରଂ ତାଙ୍କ ପ୍ରଶଂସକ ଓ ବନ୍ଧୁମାନଙ୍କୁ ମଧ୍ୟ ଗଭୀର ମର୍ମାହତ କରିଛି। ନିଜର କଥାବର୍ତ୍ତା ଓ ଅଭିନୟରେ ଲୋକଙ୍କ ହୃଦୟ ଜିତି ପାରୁଥିବା ସିଦ୍ଧାର୍ଥଙ୍କ ମୃତ୍ୟୁରେ ଟିଭି ତାରକାମାନେ ବହୁର ଦୁଃଖରେ ଥିବା ଦେଖାଯାଏ। ନିକଟରେ ବିଗ୍ ବସ୍ ୧୪ର ପ୍ରତିଯୋଗୀ ଥିବା ଇଜାଜ୍ ଖାନ୍ ଅଭିନେତାଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ୍ ସେୟାର କରି ଅଭିନେତାଙ୍କୁ କ୍ଷମା ମାଗିଛନ୍ତି।
ବଲିଉଡର ସଫଳ ଅଭିନେତ୍ରୀ ତାଲିକାରେ କିୟାରା ଆଡଭାନୀ ସାମିଲ୍ ହୋଇଯାଇଛନ୍ତି। ଫିଲ୍ମ୍ ‘କବୀର୍ ସିଂହ’ରୁ କିୟାରାଙ୍କ କେରିୟରକୁ ଏକ ନୂଆ ଦିଗ ମିଳିଛି। ଆଜିକାଲି କିୟାରା ତାଙ୍କ ଫିଲ୍ମ ‘ଶେରଶାହ’ର ସଫଳତାକୁ ଉପଭୋଗ କରୁଛନ୍ତି। ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ଏହା ରିଲିଜ୍ ହୋଇଥିଲା। ଦର୍ଶକ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି। ନିକଟରେ କିୟାରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା ଦ କପିଲ ଶର୍ମା ଶୋରେ ଗେଷ୍ଟ ସେଲିବ୍ରିଟି ଭାବେ ନଜର ଆସିଥିଲେ। ଉଭୟ ଶୋରେ ବହୁତ ମଜ୍ଜା ମସ୍ତି କରିଥିଲେ।
ସ୍ୱାସ୍ଥ୍ୟ ପାଇଁ ଅଖରୋଟ୍ ବହୁତ ଲାଭଦାୟକ ଅଟେ । ଆଜି ଆମେ ଅଖରୋଟ୍ ର ବିଭିନ୍ନ ଲାଭଦାୟକ ଉପକାରିତା ବିଷୟରେ କହିବାକୁ ଯାଉଛୁ । ଯଦି ଆପଣ ପ୍ରତିଦିନ ଅଧା କପ୍ ଅଖରୋଟ୍ ଖାଆନ୍ତି, ତେବେ ହୃଦରୋଗ ହେବାର ଆଶଙ୍କା କମିଯାଏ ଏବଂ କୋଲେଷ୍ଟ୍ରଲ ୮.୫ ପ୍ରତିଶତ କମିଯାଏ । ତେବେ ଚାଲନ୍ତୁ ଜାଣିବା ଅଖରୋଟ୍ ବିଭିନ୍ନ ଉପକାରିତା ବିଷୟରେ.
ପୁତ୍ର ହତ୍ୟା ଘଟଣାରେ ବାପା ଓ ସାବତ ମାଙ୍କୁ ଆଜୀବନ ଜେଲ୍ । ସମସ୍ତ ପ୍ରମାଣ ଓ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କେନ୍ଦୁଝର ଚମ୍ପୁଆ ଅତରିକ୍ତ ଜିଲ୍ଲା ଦୌରା ଜଜ୍ ଦୋଳ ଗୋବିନ୍ଦ ବାରିକ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ମୃତକର ସାବତ ଭାଇକୁ ମଧ୍ୟ ବର୍ଷେ ଜେଲ୍ ଦଣ୍ଡାଦେଶ ହୋଇଛି ।