Advertisment

ତାଲିବାନୀ ନାଲିଆଖିକୁ ଡ଼ରୁନାହାନ୍ତି ଆଫଗାନୀ ମହିଳା?

ପାକିସ୍ତାନ ମୁର୍ଦ୍ଦାବାଦ୍, ISI ମୁର୍ଦ୍ଦାବାଦ୍, ଆମେ ଚାହୁଁ ସ୍ୱାଧୀନତା, ପାକିସ୍ତାନୀ ତୁରନ୍ତ ଆଫଗାନିସ୍ତାନ ଛାଡ଼, ଏଭଳି ପାକ୍ ବିରୋଧୀ ନାରାବାଜି ସହ କାବୁଲରେ ଥିବା ପାକିସ୍ତାନ ଦୂତାବାସ ଆଗରେ ଆଫଗାନିସ୍ତାନ୍ ନାଗରିକଙ୍କ ଜୋରଦାର ବିକ୍ଷୋଭ।

author-image
Sarbeswar
Taliban

Taliban

ନୂଆଦିଲ୍ଲୀ: ପାକିସ୍ତାନ ମୁର୍ଦ୍ଦାବାଦ୍, ISI ମୁର୍ଦ୍ଦାବାଦ୍, ଆମେ ଚାହୁଁ ସ୍ୱାଧୀନତା, ପାକିସ୍ତାନୀ ତୁରନ୍ତ ଆଫଗାନିସ୍ତାନ ଛାଡ଼, ଏଭଳି ପାକ୍ ବିରୋଧୀ ନାରାବାଜି ସହ କାବୁଲରେ ଥିବା ପାକିସ୍ତାନ ଦୂତାବାସ ଆଗରେ ଆଫଗାନିସ୍ତାନ୍ ନାଗରିକଙ୍କ ଜୋରଦାର ବିକ୍ଷୋଭ। ଆଫଗାନିସ୍ତାନ ବ୍ୟାପାରରେ ପାକିସ୍ତାନର ହସ୍ତକ୍ଷେପ ପ୍ରତିବାଦରେ ତାତିଛନ୍ତି କାବୁଲ ବାସିନ୍ଦା। ତେବେ ଗଲା କିଛି ଦିନ ହେଲା ମହିଳାମାନେ ତାଲିବାନର ନାଲି ଆଖିକୁ ନଡରି ରାସ୍ତାକୁ ଓହ୍ଲାଉ ଥିବା ବେଳେ ଆଜି ବି ଥିଲା ସମାନ ଚିତ୍ର। ଶତାଧିକ ମହିଳା ପ୍ରଥମେ ପାକିସ୍ତାନ ଦୂତାବସ ସାମ୍ନାକୁ ଆସି ସ୍ଲୋଗାନ ଦେଇଥିଲେ। ପରେ ଶହ ଶହ ପୁରୁଷ ସେମାନଙ୍କ ସହ ସାମିଲ ହୋଇଥିଲେ। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ତାଲିବାନ ଲଢ଼ାକୁ ଶୂନ୍ୟରେ ଗୁଳି ଚଳାଇଥିବା ଜଣାପଡିଛି।

Advertisment

ତେଣେ କ୍ଷମତା କନ୍ଦଳକୁ ନେଇ ଏଯାଏଁ ଘୋଷଣା ହୋଇପାରିନି ନୂଆ ତାଲିବାନରେ ସରକାର ପାକିସ୍ତାନ ଓ ଆଇଏସଆଇ, ହକାନୀ ନେଟଓ୍ୱର୍କକୁ କ୍ଷମତା କେନ୍ଦ୍ର କରି ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣରେ ରଖିବାକୁ ମସୁଧା କରିଛି। ଦୋହା ରାଜିନାମା ଅନୁଯାୟୀ ସବୁ ପକ୍ଷଙ୍କୁ ନେଇ ଇନକ୍ଲୁସିଭ ସରକାର ଗଠନ ଲାଗି ଚାହୁଁଛି ମୁଲ୍ଲା ବରାଦର ଗୋଷ୍ଠୀ। ତେବେ ଏହାକୁ ଜୋରଦାର ବିରୋଧ କରୁଛି ସିରାଜୁଦ୍ଦିନ ନେତୃତ୍ୱାଧୀନ ହକାନୀ ନେଟଓ୍ୱର୍କ। ସରକାରରେ ଅନ୍ୟ କୌଣସି ଗୋଷ୍ଠୀର ଭାଗିଦାରୀକୁ ଏହି କୁଖ୍ୟାତ ଆତଙ୍କୀ ସଂଗଠନ ଅଗ୍ରାହ୍ୟ କରିଦେଇଛି। ସେହିପରି ଉଦାରବାଦୀ ପରିବର୍ତ୍ତେ ସୁନ୍ନି ପସ୍ତୁନ ନେତାଙ୍କୁ ନେଇ କଠୋର ମଧ୍ୟଯୁଗୀୟ ସରକାର ଗଠନ ସପକ୍ଷରେ ରହିଛି ସଂଗଠନ। ଏମିତିକି ତାଲିବାନର ସର୍ବୋଚ୍ଚ ଧାର୍ମିକ ନେତା ହିବାତୁଲ୍ଲା ଅଖୁନଜାଦାଙ୍କୁ ସରକାରର ମୁଖିଆ ମାନିବାକୁ ବି ହକାନୀ ନେଟଓ୍ୱର୍କ ମନା କରିଦେଇଥିବା ସୂଚନା ମିଳିଛି।

Advertisment

ତାଲିବାନରେ ଚାଲିଥିବା କ୍ଷମତା ଯୁଦ୍ଧରେ ମଧ୍ୟସ୍ଥତା ଲାଗି ଆଇଏସ୍ଆଇ ମୁଖ୍ୟ ଫୈଜ୍ ହମିଦ୍ କାବୁଲ ଯାଇଥିଲେ ମଧ୍ୟ ଏହା କେବଳ ଧର୍ମକୁ ଆଖିଠାର ବୋଲି କୁହାଯାଉଛି। ତେଣେ ସରକାର ଗଠନର ଅନିଶ୍ଚିତତା ଭିତରେ ଉଦଘାଟନୀ ଉତ୍ସବେ ସାମିଲ ହେବା ଲାଗି ତାଲିବାନ ପାକିସ୍ତାନ ସମେତ ଚୀନ, ଋଷିଆ, ଇରାନ, କାତାର ଓ ତୁର୍କୀକୁ ନିମନ୍ତ୍ରଣ କରିଛି।

ସେପଟେ ତାଲିବାନ ପାକିସ୍ତାନରୁ ନିୟନ୍ତ୍ରଣ ହେଉଥିବା ନେଇ ପୁଣି ଥରେ ଅଭିଯୋଗ କରିଛନ୍ତି ନ୍ୟାସନାଲ ରେଜିଷ୍ଟାନସ ଫୋର୍ସର ନେତୃତ୍ୱ ନେଉଥିବା ପୂର୍ବତନ ଉପରାଷ୍ଟ୍ରପତି ଅମ୍ରୁଲା ସାଲ୍ହେ। ପଞ୍ଜଶିର ଉପରେ କବଜା ନେଇ ତାଲିବାନର ଦାବିକୁ ସେ ଅଗ୍ରାହ୍ୟ କରିଦେଇଛନ୍ତି । ତେଣେ ପଞ୍ଜଶିର ଲଢ଼େଇରେ ତାଲିବାନକୁ ସହଯୋଗ ପାଇଁ, ପାକିସ୍ତାନ ଏୟାରଫୋର୍ସର ଡ୍ରୋନ ଆକ୍ରମଣ ଅଭିଯୋଗକୁ ନେଇ ତେଜିଛି ବିବାଦ। ଇରାନ୍ ପାକିସ୍ତାନର ପଦକ୍ଷେପକୁ କଡ଼ା ଭାଷାରେ ନିନ୍ଦା କରିଛି ଆଫଗାନିସ୍ତାନ। ବ୍ୟାପାରରେ ଅନ୍ୟ ଦେଶଙ୍କ ହସ୍ତକ୍ଷେପ ଗ୍ରହଣୀୟ ନୁହେଁ ବୋଲି ସଫା ସଫା କହିଛନ୍ତି ଇରାନ ରାଷ୍ଟ୍ରପତି ଇବ୍ରାହିମ୍ ରାଇସି। ପଞ୍ଜଶିରରେ ପାକିସ୍ତାନ ଭୂମିକାର ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି । ଆଫଗାନିସ୍ତାନ ଭବିଷ୍ୟତ ନିର୍ଦ୍ଧାରଣ କରିବା ଲାଗି ସେଠାରେ ପ୍ରଥମେ ନିର୍ବାଚନ ହେବା ଦରକାର ବୋଲି ପୂର୍ବରୁ ରାଇସି ଦାବି କରିଥିଲେ ତେବେ ଭାରତ ଏହି ପ୍ରସଙ୍ଗରେ ଏପର୍ଯ୍ୟନ୍ତ କୌଣସି ବିବୃତି ଦେଇନାହିଁ।

Taliban Taliban Attack Afghanistan
Advertisment
Advertisment