• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Taliban
ସରକାର କରିବା ପୂର୍ବରୁ ନିଜର ପ୍ରକୃତ ଛବି ଦେଖାଉଛି କି ତାଲିବାନ?

ଆଫଗାନିସ୍ତାନର ଅଖଣ୍ଡ କ୍ଷମତା ହାସଲ ସହ ବର୍ବର ଆଚରଣ ବି ଜାରି ରଖିଛି ତାଲିବାନ୍ । ରାଜଧାନୀ କାବୁଲ୍ ସମେତ ଦେଶର ବିଭିନ୍ନ ସ୍ଥାନରେ ଉଠୁଥିବା ମହିଳାଙ୍କ ପ୍ରତିବାଦର ସ୍ୱରକୁ ପାଦତଳେ ମକଚି ଦେବାକୁ ବଳ ପ୍ରୟୋଗ କରିବାକୁ ପଛାଇନି ଏହି ସଂଗଠନ

Anushka Sharma congratulates Team India
ଟିମ୍ ଇଣ୍ଡିଆର ବିଜୟରେ ଖୁସିରେ ଝୁମିଲେ ଅନୁଷ୍କା, ବିରାଟଙ୍କ ସହ ପୂରା ଟିମ୍‌କୁ ଦେଲେ ଶୁଭେଚ୍ଛା

ଅଭିନେତ୍ରୀ ଅନୁଷ୍କା ଶର୍ମା ଭାରତୀୟ କ୍ରିକେଟ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡ ବିପକ୍ଷରେ ଚମତ୍କାର ବିଜୟ ପ୍ରଦର୍ଶନ କରିଥିଲା । ତେବେ ଏନେଇ ଅନୁଷ୍କାଙ୍କ ଖୁସିର ସୀମା ନ ଥିଲା । ଭାରତୀୟ ଦଳ ଓଭାଲ ଟେଷ୍ଟ ଜିତିଛି। ଏଭଳି ପରିସ୍ଥିତିରେ ଅନୁଷ୍କା ସୋସିଆଲ ମିଡିଆରେ ବିରାଟଙ୍କ ଫଟୋ ଏବଂ ପୁରା ଟିମର ଫଟୋ ସେୟାର କରିଛନ୍ତି ।

Taliban
ଆଫଗାନ୍‌ରେ ସରକାର କରିବ ତାଲିବାନ: ଚୀନ ଓ ପାକିସ୍ତାନକୁ ଦିଆଗଲା ନିମନ୍ତ୍ରଣ

ପଞ୍ଜଶିର ଦଖଲ ପରେ ଯୁଦ୍ଧ ସମାପ୍ତି ଘୋଷଣା କରିଛି ତାଲିବାନ । କହିଲା ଏବେ ପୂରା ଆଫଗାନିସ୍ତାନ ଆମ କବଜାରେ ରହିଛି । ତାରିଖ ଧାର୍ଯ୍ୟ ହୋଇନଥିଲେ ବି, ଖୁବଶୀଘ୍ର ଆଫଗାନ୍‌ବାସୀଙ୍କୁ ଦେବୁ ଇସ୍ଲାମିକ୍, ଉତ୍ତରଦାୟୀ ଓ ସ୍ଥିର ସରକାର

21 gram theory
ଆତ୍ମାର ଓଜନ ୨୧ ଗ୍ରାମ୍ !

ସତରେ କ’ଣ ଆତ୍ମା ଅଛି? ଭୂତ-ପ୍ରେତ କ’ଣ ସତରେ ଅଛନ୍ତି? ଏହି ପ୍ରଶ୍ନର ଠୋସ୍ ଉତ୍ତର ଆଜିଯାଏ ମିଳିନି। କିନ୍ତୁ ଧର୍ମ କୁହେ ଯେ ଆତ୍ମା ଅଛି। ଏହାର ଅସ୍ତିତ୍ୱ କେବଳ ଆମ ଭିତରେ ହିଁ ବିଦ୍ୟମାନ। କିନ୍ତୁ ଧର୍ମର ଏହି ଦାବିକୁ ବିଜ୍ଞାନ ସ୍ୱୀକାର କରୁନି। ବିଜ୍ଞାନର କହିବା କଥା ଆଜିଯାଏ ଏହି ରହସ୍ୟର କୌଣସି ବୈଜ୍ଞାନିକ ପ୍ରମାଣ ମିଳିପାରିନି। ଏନେଇ ଏହାର ଅସ୍ଥିତ୍ୱକୁ ସ୍ୱୀକାର କରାଯାଇ ପାରିବ ନାହିଁ। ଶତାବ୍ଦୀର ସବୁଠାରୁ ଲୋକପ୍ରିୟ ବୈଜ୍ଞାନିକ ଆଲ୍‌ବର୍ଟ ଆଇନ୍‌ଷ୍ଟାଇନଙ୍କୁ ଯେତେବେଳେ ଭୂତ୍-ପ୍ରେତ ବିଷୟରେ ପଚରା ଯାଇଥିଲା, ସେ କହିଥିଲେ ଯେ ଉର୍ଜା ଏହି ବ୍ରହ୍ମାଣ୍ଡରୁ ନଷ୍ଟ ହୋଇ ନ ଥାଏ।

Red Ladyfinger That Costs
ଆଶ୍ଚର୍ଯ୍ୟ ହେଲେ ବି ସତ ! ଲାଲ୍‌ ଭେଣ୍ଡି କିଲୋକୁ ୮ ଶହ ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ

ବଜାରର ଚାହିଦାକୁ ଦେଖି ଚାଷ । ଯେଉଁ ଜମିରେ ଚାଷ କରି ପରିବାର ପୋଷିବା କଷ୍ଟକର ହୋଇପଡିଥିଲା ସେହି ଜମିରେ ଚାଷ କରି ଭଲ ରୋଜଗାର କରିଛନ୍ତି ଭୋପାଳର ଚାଷୀ । ଆଉ ଏହି ଚାଷ ହେଉଛି ନାଲି ଭେଣ୍ଡି

corona virus
ଦେଶରେ କମୁଛି ସଂକ୍ରମଣ। ୨୪ ଘଂଟାରେ ୩୧ ହଜାର ଆକ୍ରାନ୍ତ ଚିହ୍ନଟ

ଦେଶରେ ଆଜି ସାମାନ୍ୟ କମିଛି ସଂକ୍ରମଣ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଂଟାରେ ଦେଶରେ ୩୧,୨୨୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନା ମହାମାରୀରେ ୨୯୦ ଜଣଙ୍କ ପ୍ରାଣ ଯାଇଛି

KBC
କେବିସିରେ ଆରାଧ୍ୟାଙ୍କ ପାଠ ପଢା କଥା କହିଲେ ଅମିତାଭ

ଟିଭିର ଲୋକପ୍ରିୟ କ୍ୱିଜ୍ ଆଧାରିତ ରିଏଲିଟି ଶୋ’ ‘କୌନ୍ ବନେଗା କରୋଡ ପତି ୧୩’ ର ହଟ୍ ସିଟ୍‌ରେ ଥିଲେ କଳ୍ପନା ସିଂହ ବୈଠୀ। କଳ୍ପନା ଗ୍ୱାଲିଅର୍‌ର ଏକ ସ୍କୁଲରେ ଅଧ୍ୟକ୍ଷା ଅଛନ୍ତି। ସେ ଗେମ୍‌ ସମୟରେ ଅମିତାଭ ବଚ୍ଚନଙ୍କ ସହିତ ଅନ୍‌ଲାଇନ୍ କ୍ଲାସ୍‌ର ଚ୍ୟାଲେଞ୍ଜକୁ ନେଇ କଥା ହୋଇଥିଲେ। ଏହା ଉପରେ ବିଗ୍ ବି ନିଜ ନାତୁଣୀ ଆରାଧ୍ୟାଙ୍କ ଅନ୍‌ଲାଇନ୍ କ୍ଲାସ ସହ ଜଡିତ କିଛି କଥା ଖୁଲାସା କରି କହିଛନ୍ତି ଯେ ଆରାଧ୍ୟା ମଧ୍ୟ ନୂଆ ଜିନିଷ ସହିତ ଆଡଜଷ୍ଟ କରିବା ନେଇ ଚେଷ୍ଟା କରୁଛି।

foods for diabetics
ଏହି ସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ ମଧୁମେହ ରୋଗୀ

ଡାଇବେଟିସ ହେବା ଦ୍ୱାରା ହୃଦଘାତ,ନର୍ଭ ଡ୍ୟାମେଜ୍,କୀଡନୀ ରୋଗ ଭଳି ଅନେକ ସମସ୍ୟା ଦେଖାଦେଇଥାଏ । ତେଣୁ ମଧୁମେହ ରୋଗୀ ମାନଙ୍କର ବିଶେଷ ଧ୍ୟାନ ଓ ଯତ୍ନ ନେବା ଆବଶ୍ୟକ ରହିଛି । ବିଶେଷ କରି ଖାଦ୍ୟ ଓ ପାନୀୟର ବିଶେଷ ଭାବେ ଧ୍ୟାନ ଦେବା ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା ମଧୁମେହ ରୋଗୀମାନେ କେଉଁ ଖାଦ୍ୟରୁ ଦୂରେଇ ରହିବା ଆବଶ୍ୟକ ।

Friendship
ହରଭଜନଙ୍କ ‘ଫ୍ରେଣ୍ଡସିପ୍’ ଟ୍ରେଲର ରିଲିଜ୍

ଭାରତୀୟ କ୍ରିକେଟର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ହରଭଜନ ସିଂହ ଫିଲ୍ମ ଦୁନିଆରେ ପାଦ ଦେଇ ସାରିଛନ୍ତି। ବର୍ତ୍ତମାନ ତାଙ୍କର ନୂଆ ତାମିଲ ଫିଲ୍ମ ‘ଫ୍ରେଣ୍ଡ୍‌ସିପ୍‌’ର ଟ୍ରେଲର ମଧ୍ୟ ରିଲିଜ୍ ହୋଇସାରିଛି। ଏହି ଫିଲ୍ମରେ ଆପଣଙ୍କ କଲେଜ ବେଳର ଜୀବନ ନିଶ୍ଚିତ ମନେ ପଡିଯିବ। ହରଭଜନଙ୍କ ଏହି ଫିଲ୍ମକୁ ଦର୍ଶକେ ବହୁଦିନ ଧରି ଅପେକ୍ଷା କରିଛନ୍ତି। ଏବେ ଯେତେବେଳେ ଏହାର ଟ୍ରେଲର ରିଲିଜ୍ ହୋଇଯାଇଛି ସେମାନଙ୍କ ଉତ୍ସାହ ଦୁଇଗୁଣା ବଢିଯାଇଛି।

afghanistan
ପାକ୍ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ମହିଳା : କାବୁଲରେ ଶୁଭିଲା ପାକିସ୍ତାନ ମୁର୍ଦ୍ଦାବାଦ ନାରା

ନର୍ଦ୍ଦନ ଆଲାଏନ୍ସ ବିରୋଧରେ ପାକିସ୍ତାନୀ ବାୟୁସେନା ଦ୍ୱାରା ହୋଇଥିବା ଆକ୍ରମଣ ପରେ ଆଫଗାନିସ୍ତାନରେ ଏହାର ଖୋଲାଖୋଲି ବିରୋଧ ଆରମ୍ଭ ହୋଇଛି । ପଞ୍ଜଶିରରେ ପାକିସ୍ତାନ ବାୟୁ ସେନା ଅହମ୍ମଦ ମାସୁଦ୍ ଓ ନର୍ଦ୍ଦନ ଆଲାଏନ୍ସର ସେନା ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି

forest department team frees baby monkey
ବନ ବିଭାଗ ଛଡାଇନେଲା ପୋଷା ମାଙ୍କଡ; ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି

 ଗ୍ରେଟର ନୋଏଡାରେ ବନବିଭାଗ ଟିମ୍ ଏକ ପୋଷା ମାଙ୍କଡ ଛୁଆକୁ ଉଦ୍ଧାର କରିଛି । ଆଇନ ପାଠ ପଢେଇ ବନବିଭାଗ ମାଙ୍କଡ଼ଟିକୁ ସିନା ନେଇଗଲା, ହେଲେ ପୋଷା ମାଙ୍କଡକୁ ଝୁରି ଝୁରି ଉକ୍ତ ପରିବାର ଲୋକଙ୍କ ଅବସ୍ଥା ଏବେ ବେହାଲ। ସେମାନଙ୍କ ଆଖିରୁ ଲୁହର ଧାର ଶୁଖୁନି।

Varun Dhawan
ବିବାଦରେ ବରୁଣ ଧାୱନ : ଅଣ୍ଡରୱିୟର ବିଜ୍ଞାପନ ହେଲା କାଳ

ବିବାଦରେ ବଲିଉଡ ଅଭିନେତା ବରୁଣ ଧାୱନ। ବରୁଣଙ୍କ ଏକ କମରସିଆଲ୍ ବିଜ୍ଞାପନକୁ ନେଇ ହଇଚଇ ସୃଷ୍ଟି ହୋଇଛି। ବରୁଣଙ୍କ Lux Cozi ବିଜ୍ଞାପନ ଦୁଇଟି କାରଣଙ୍କୁ ନେଇ ବିବାଦ ଘେରକୁ ଆସିଛି। ପ୍ରଥମ ବିବାଦ ହେଉଛି ଅମୂଲ ମାଚୋ କମ୍ପାନୀର ଏକ ବିଜ୍ଞାପନକୁ କପି କରାଯାଇଛି ବୋଲି କମ୍ପାନୀ ଅଭିଯୋଗ କରିଛି। ଅମୂଲ ମାଚୋ ଅଭିଯୋଗ କରିଛି ଯେ ବରୁଣ ଧାୱନଙ୍କ ଏହି ବିଜ୍ଞାପନ ଏହାର ପ୍ରସିଦ୍ଧ ୨୦୦୭ ଟୋଇଙ୍ଗ ଅଣ୍ଡରୱିୟର୍ ବିଜ୍ଞାପନ ସହିତ ମେଳ ଖାଇଯାଉଛି।

Taliban Finalise its Leadership
ମୁଲ୍ଲା ବରାଦରଙ୍କ ପତା କଟିଲା ! ତାଲିବାନୀ ସରକାରରେ କମାଣ ସମ୍ଭାଳିପାରନ୍ତି ମୁଲ୍ଲା ହସନ୍ ଅଖୁନ୍ଦ

ମୁଲ୍ଲା ହସନ୍ ଅଖୁନ୍ଦ ବର୍ତ୍ତମାନ ତାଲିବାନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣକାରୀ ନୃତୃତ୍ୱ ପରିଷଦର(ରହବରୀ ଶୁରା) ମୁଖ୍ୟ ଅଛନ୍ତି । ସେ ତାଲିବାନର ଜନ୍ମସ୍ଥାନ କାନ୍ଦାହାର ସହ ତାଙ୍କର ଗଭୀର ସମ୍ପର୍କ ରହିଛି । ତାଲିବାନ ଆନ୍ଦୋଳନର ଅନ୍ୟତମ ପ୍ରତିଷ୍ଠାତା ହେଲେ ମୁଲ୍ଲା ହସନ୍ ଅଖୁନ୍ଦ । ସେ ୨୦ ବର୍ଷ ଧରି ରହବରୀ ଶୁରାର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ ଏବଂ ତାଲିବାନ ନେତୃତ୍ୱ ମଧ୍ୟରେ ନିଜକୁ ଉଚ୍ଚ ପ୍ରତିଷ୍ଠିତ କରିପାରିଛନ୍ତି

Iran Slams Pakistan Military's Role
ପଞ୍ଜଶିରରେ ପାକ୍‌ର ବାୟୁସେନା ଆକ୍ରମଣକୁ ନିନ୍ଦା କଲା ଇରାନ୍

ଇରାନ, ପାକିସ୍ତାନର ବ୍ୟବହାର ଓ ଆଚରଣକୁ କଡ଼ା ବିରୋଧ କରିଛି । ତାଲିବାନଙ୍କୁ ସମର୍ଥନ, ପଞ୍ଜଶିରରେ ପାକିସ୍ତାନ ବାୟୁ ସେନାର ଆକ୍ରମଣକୁ କଡ଼ା ନିନ୍ଦା କରିଛି ଇରାନ । ଆଫଗାନିସ୍ତାନରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ତାକୁ ସମାଧାନ କରିବା କଥା, ନା କି ସାମରିକ ବଳ ପ୍ରୟୋଗ କରିବା ଉଚିତ୍ ବୋଲି ପ୍ରଶ୍ନ କରାଯାଇଛି

afghanistan
ଶେଷ ହୋଇନି ଯୁଦ୍ଧ : ପଞ୍ଜଶିରରେ ତାଲିବାନ ଉପରେ ଅଜ୍ଞାତ ସାମରିକ ବିମାନର ଆକ୍ରମଣ

ପଞ୍ଜଶିର ଦଖଲ କଲା ତାଲିବାନ୍ । ପ୍ରତିରୋଧର ଶେଷଗଡ଼କୁ ସଂପୂର୍ଣ୍ଣ କବଜା କରିଥିବା ଦାବି କରି ଗତକାଲି ପଞ୍ଜଶିର ଗଭର୍ଣ୍ଣର ହାଉସରେ ପତାକା ଉଡ଼ାଇଛି ତାଲିବାନ୍ । ତଥାପି ଶେଷ ହୋଇନି ଯୁଦ୍ଧ । ପଞ୍ଜଶୀର ଘାଟିରେ କିଛି ଅଜ୍ଞାତ ସାମରିକ ବିମାନ ଆକ୍ରମଣ କରିଥିବା ଖବର ମିଳିଛି ।

dengue cases increased
କରୋନାର ପ୍ରାଦୁର୍ଭାବ କମିନି, ରାଜଧାନୀବାସୀଙ୍କୁ ଘାରିଲାଣି ଡେଙ୍ଗୁ ଭୟ

କୋଭିଡ୍ ଭୟ ଦୂର ନହେଉଣୁ, ଭୟ ସୃଷ୍ଟି କରୁଛି ଡେଙ୍ଗୁ ଜ୍ୱର । ଦ୍ରୁତ ବେଗରେ ଜ୍ୱର ବ୍ୟାପୁଥିବାରୁ ଛାନିଆ ରାଜଧାନୀବାସୀ ।  ଦିଲ୍ଲୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ଦିଲ୍ଲୀରେ ଅତି କମରେ ୧୨୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।

Karnal Kisan Mahapanchayat
ଆଜି କର୍ଣ୍ଣାଲ ସମେତ ପାଞ୍ଚଟି ଜିଲ୍ଲାରେ ବନ୍ଦ ରହିବ ଇଣ୍ଟରନେଟ୍ ସେବା, ୧୪୪ ଧାରା ଲାଗୁ

ଅଗଷ୍ଟ ୨୮ରେ କୃଷକଙ୍କ ଉପରେ ପୋଲିସର ଲାଠି ଚାର୍ଜ ଅଭିଯୋଗ ବିରୋଧରେ କର୍ଣ୍ଣାଲରେ ମଙ୍ଗଳବାର ଦିନ ଏକ ମହାପହଞ୍ଚାୟତ ଡକାଯାଇଛି । ଏଥି ସହିତ କୃଷକମାନେ 'ଲଘୁ ସଚିବାଳୟ'କୁ ଘେରିବା ଜିଦରେ ଅଟଳ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ଭାବରେ ୧୪୪ ଧାରା ଲାଗୁ କରିଛି

INS Vikrant
INS ବିକ୍ରାନ୍ତକୁ ବିସ୍ଫୋରଣରେ ଉଡ଼ାଇଦେବାର ଧମକ

ଗତ ୨୦ ଦିନ ଭିତରେ କୋଚିନି ସିପ୍ୟାର୍ଡ ଲିମିଟେଡକୁ ଏହା ଦ୍ୱିତୀୟ ଧମକପୂର୍ଣ୍ଣ ଇମେଲ୍ ବୋଲି ସୂଚନା ମିଳିଛି। ଏହି ଅଜଣା ଇମେଲ ପରେ ସିପ୍ୟାର୍ଡରେ ପୋଲିସ ଓ ସିଆଇଏସଏଫ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

Pubg
ପବ୍‌ଜୀ ନେଲା ଆଉ ଏକ ଜୀବନ

ମୋବାଇଲ୍ ଆତଙ୍କ। ପବ୍‌ଜୀ ନେଲା ଆଉ ଏକ ଜୀବନ। ଗେମ୍‌ ଖେଳୁ ଖେଳୁ ଚିତ୍କାର କଲେ ଯୁବକ। ପରେ ହୋଇଗଲା ମୃତ୍ୟୁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଛି ଶୋକାକୁଳ ପରିବେଶ। ଆଜିକାଲି ଯୁବପିଢି ବିଶେଷ କରି ବଢୁଥିବା ପିଲାମାନଙ୍କ ଉପରେ ପବ୍‌ଜୀ ଗେମ୍‌ର ନିଶା ଏଭଳି ଚଢିଛି ଯେ ନିଜ ଜୀବନକୁ ମଧ୍ୟ ଖାତିର୍ ନାହିଁ। ମୋବାଇଲ୍ ପବଜୀ ମଧ୍ୟ ପ୍ରଦେଶର ଦେୱାସ ଅଞ୍ଚଳର ୧୮ ବର୍ଷ ଯୁବକର ଜୀବନ ନେଇଛି। ମୃତକ ନାମ ଦୀପକ ବୋଲି କୁହାଯାଉଛି।

Team India
ଓଭାଲ ଟେଷ୍ଟରେ ଭାରତର ଐତିହାସିକ ବିଜୟ

ଭାରତର ଏହି ବିଜୟର ଦୁଇ ପ୍ରମୁଖ ନାୟକ ହେଲେ ଯଶପ୍ରୀତ ବୁମ୍‌ରା ଓ ରବୀନ୍ଦ୍ର ଜାଡେଜା। ଉଭୟ ଇଂଲଣ୍ଡର ଦ୍ୱିତୀୟ ଇନିଂସ୍‌ରେ ଦୁଇଟି ଲେଖାଏଁ ୱିକେଟ ଦଖଲ କରି ରେକର୍ଡ ବୁକ୍‌ରେ ନିଜ ନାଁ ଲେଖାଇଛନ୍ତି। ବୁମ୍‌ରା ଭାରତର ପ୍ରଥମ ଦ୍ରୁତ ବୋଲର ଭାବେ ସବୁଠାରୁ କମ ମ୍ୟାଚ୍‌ରେ ନିଜ ଟେଷ୍ଟ କ୍ୟାରିୟରରେ ୧୦୦ତମ ୱିକେଟ ପୂରଣ କରିଛନ୍ତି।

Sandhya Sahani
ଅଦମ୍ୟ ସାହସ : ବନ୍ୟାରେ ଡଙ୍ଗା ଧରି ସ୍କୁଲ ଯାଉଛନ୍ତି ଏହି ଛାତ୍ରୀ

କୁହାଯାଏ କୌଣସି କାମ ପାଇଁ ଯଦି ଇଛା ଅଛି ତେବେ କୌଣସି ସମସ୍ୟା ବି ଆପଣଙ୍କୁ ରୋକି ପାରିବ ନାହିଁ। ଗୋରଖପୁରର ସନ୍ଧ୍ୟା ସାହାଣୀ ଏହି କଥାକୁ ସତ କରି ଦେଖେଇଛନ୍ତି। ସନ୍ଧ୍ୟାଙ୍କୁ ପାଠ ପଢିବାର ଆଗ୍ରହ ଅଛି। ହେଲେ ସ୍କୁଲ୍ ଯିବାକୁ ରାସ୍ତା ନାହିଁ, ଅନ୍‌ଲାଇନ କ୍ଲାସ୍ ପାଇଁ ପାଖରେ ଫୋନ୍ ନାହିଁ। କିନ୍ତୁ ଏହା ବାଦ ବି ସେ ଯେଉଁଭଳି ଭାବେ ପାଠ ପଢୁଛନ୍ତି ତାହା ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବି ତାଙ୍କର ଏହି କାମକୁ ପ୍ରଶଂସା କରିଛନ୍ତି।

ନିପା ଭାଇରସ୍
ତାମିଲନାଡୁରେ ନିପା ଭାଇରସ୍‌ ଆକ୍ରାନ୍ତ ଚିହ୍ନଟକୁ ନେଇ ସ୍ପଷ୍ଟୀକରଣ ରଖିଲେ ଜିଲ୍ଲାପାଳ

କରୋନା ପରେ ଏବେ ନିପା ଭାଇରସ ସଂକ୍ରମଣ ଭୟକୁ ଦ୍ନିଗୁଣିତ କରିଛି। ରବିବାର କେରଳରେ ନିପା ଭାଇରସ ମାମଲା ଆସିଥିଲା। କେରଳରେ ଏହି ଭାଇରସ ଦ୍ୱାରା ୧୨ ବର୍ଷର ଏକ ପିଲାର ମୃତ୍ୟୁ ଘଟିବା ସହ ୨ ରୋଗୀ ଚିକିତ୍ସାଧିନ ଅଛନ୍ତି। ପରେ ତାମିଲନାଡୁର କୋଏମ୍ବାଟୁର ଠାରେ ଆଉ ଏକ ରୋଗୀ ଚିହ୍ନଟ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା।

Taliban
ସତ କିଏ କହୁଛି? ତାଲିବାନ ନା ନର୍ଦ୍ଦନ ଆଲାଏନ୍ସ

ତାଲିବାନୀ କବଜାକୁ ଚାଲିଗଲା କି ପଞ୍ଜଶିର? ପ୍ରତିରୋଧର ଏଇ ଶେଷଗଡ଼କୁ ସଂପୂର୍ଣ୍ଣ କବଜା କରିଥିବା ଦାବି କରି ଆଜି ପଞ୍ଜଶିର ଗଭର୍ଣ୍ଣର ହାଉସରେ ଝଣ୍ଡା ଉଡ଼ାଇଛି ତାଲିବାନ୍। ହେଲେ ତାଲିବାନର ଏହି ଦାବିକୁ ଅଗ୍ରାହ୍ୟ କରିଛି ନର୍ଦ୍ଦନ ଆଲାଏନ୍ସ ଟୁଇଟ୍ କରି ନ୍ୟାସନାଲ୍‌ ରେଜିଷ୍ଟାନ୍ସ ଫୋର୍ସ କହିଛି ଏହାର ଯୋଦ୍ଧା ଏବେ ବି ପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହି ଲଢ଼େଇ ଜାରି ରଖିଛନ୍ତି

Tokyo 2020 Paralympic
ଆଉ କେତେ ସଫଳତା ପରେ ନିଯୁକ୍ତି କ୍ଷେତ୍ରରେ ମିଳିବ ସମାନ ସୁବିଧା ?

ଆଉ କେତେ ସଫଳତା ପାଇଲେ ପାରା ଆଥ୍‌ଲେଟ୍‌ଙ୍କୁ ଦାବିକୁ ବିଚାରକୁ ନେବେ ରାଜ୍ୟ ସରକାର? ସାଧାରଣ ଆଥ୍‌ଲେଟ୍‌ଙ୍କ ଭଳି ସେମାନଙ୍କୁ କେବେ ମିଳିବ ସମାନ ସୁବିଧା ସୁଯୋଗ? ଏଥର ଟୋକିଓ ପାରାଲିମ୍ପିକ୍ସରେ ଭାରତର ଐତିହାସିକ ସଫଳତା ଏବଂ ଓଡ଼ିଆ ଆଥଲେଟ୍ ପ୍ରମୋଦ ଭଗତଙ୍କ ଗୋଲ୍ଡ ମେଡାଲ ହାସଲ ପରେ ଏ ଦାବିକୁ ପୁଣି ଦୋହରାଇଛି ରାଜ୍ୟ ପାରା ପ୍ଲେୟାର୍ସ ଫୋରମ୍

Shashi Tharoor at Parliament
ଗୀତ ଗାଇ ଚର୍ଚ୍ଚାରେ କଂଗ୍ରେସ ନେତା ଶଶୀ ଥରୁର

ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି କଂଗ୍ରେସ ନେତା ଶଶୀ ଥରୁର୍‌। କେତେବେଳେ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରନ୍ତି ତ ଆଉ କେତେବେଳେ ସମାଲୋଚନା। ନିଜର ରାଜନୈତିକ ଗୋଟି ଚାଳନା ପାଇଁ ସବୁବେଳେ କିନ୍ତୁ ଗଣମାଧ୍ୟମରେ ଚର୍ଚ୍ଚାରେ ରହନ୍ତି ଶଶୀ। ତେବେ ଏବେ ଶଶୀ ରାଜନୈତିକ ଆଲୋଚନା କି ସମାଲୋଚନା ପାଇଁ ନୁହେଁ ମଧ୍ୟ ନିଜର ଗୀତ ପାଇଁ ବେଶ୍‌ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି।