ଦିଲ୍ଲୀର ସବଜି ମଣ୍ଡି ଅଞ୍ଚଳ ନିକଟରେ ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିଛି । କୋଠା ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ପଠାଯାଇଛି । ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି ଅଗ୍ନିଶମ ବାହିନୀ । ଅନେକ ଲୋକ ଏବେ ବି ମାଟି ତଳେ ଦବି କି ଅଛନ୍ତି ବୋଲି ପ୍ରତ୍ୟେକ୍ଷଦର୍ଶୀ କହୁଛନ୍ତି ।
ତାଲିବାନକୁ ହାତ କରି ଆଫଗାନିସ୍ତାନରେ ନିଜର ରାଜ ଚଳାଇବା ପାଇଁ ମସୁଧା କରିଥିବା ପାକିସ୍ତାନର ଚାଲ ଫସର ଫାଟି ଯାଇଛି। ତାଲିବାନିଙ୍କୁ ସହାୟତାର ହାତ ବଢାଇ ସେଠିକାର ଅର୍ଥବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାର ଯୋଜନା ରଖିଥିଲା। ହେଲେ ପାକିସ୍ତାନର ଏପରି ପ୍ରସ୍ତାବକୁ ତାଲିବାନ ଅଗ୍ରାହ୍ୟ କରି ଦେଇଛି।
ରୋଡ୍ ଓପନିଂ ପାର୍ଟିର ଯବାନମାନେ ଜାତୀୟ ରାଜପଥ -୪୪ରେ ଥିବା ଏକ ଡିଭାଇଡର୍ ନିକଟରେ ବାଲି ବ୍ୟାଗରେ ରଖାଯାଇଥିବା ୬ଟି ଗ୍ରେନେଡ୍ ଉଦ୍ଧାର କରିଛନ୍ତି । ଉଦ୍ଧାର ଗ୍ରେନେଡ୍ ଗୁଡ଼ିକ ଚାଇନିଜ୍ ବୋଲି ଜଣାପଡ଼ିଛି ।
ଘରକୁ ଆସିଲା କନ୍ୟା ରତ୍ନ, ଖୁସିରେ ଗଦଗଦ୍ ବାପା । ସାହି ପଡ଼ିଶାଙ୍କୁ ମାଗଣାରେ ଗୁପଚୁପ୍ ଖୁଆଇଲେ । ସମାଜରେ ପୁଅ ଏବଂ ଝିଅ ମଧ୍ୟରେ ଭେଦଭାବ କରୁଥିବା ଭଳି ଅନେକ ଖବର ଶୁଣିଥିବେ । କିନ୍ତୁ କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ଏହି ବିଚାରଧାରାରେ ପରିବର୍ତ୍ତନର ଧାରା ଆଣୁଛନ୍ତି ।
୨୦୧୮ରେ ଏକ ଦୁର୍ଘଟଣା ଯୋଗୁଁ ଦ୍ୱାରକା ପ୍ରସାଦ କଂୱର ଗୁରୁତର ଆହତ ହେବାସହ ପକ୍ଷାଘାତରେ ଆକ୍ରାନ୍ତ ହୋଇଥିଲେ । ସ୍ଥିତି ଭଲ ନଥିବାରୁ ଶୁଣାଣି ଦିନ ସେ କୋର୍ଟ ପରିସରକୁ ଯିବାକୁ ଅସମର୍ଥ ଥିଲେ । ଏହା ପରେ ସେସନ୍ କୋର୍ଟର ବିଚାରପତି ବିପି ଭର୍ମା ନିଜେ ବାହାରକୁ ଆସିଥିଲେ ଏବଂ ଲୋକ ଅଦାଲତରେ ଦ୍ୱାରକା ପ୍ରସାଦଙ୍କ କ୍ଷତିପୂରଣ ସମ୍ମର୍କିତ ଆବେଦନର ଶୁଣାଣି କରିଥିଲେ ।
ଟି-20 ବିଶ୍ୱକପ ପରେ ବିରାଟ କୋହଲି ଟିମ ଇଣ୍ଡିଆର କ୍ୟାପଟେନ୍ସିପ୍ରୁ ଇସ୍ତଫା ଦେଇ ପାରନ୍ତି । ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ୱାନଡେ ଟିମ୍ ଏବଂ ଟି-20 ଦଳର ଦାୟିତ୍ୱ ଦିଆଯାଇପାରେ। ନିଜର ବୋଲିଂ ଉପରେ ଫୋକସ୍ କରିବା ପାଇଁ କୋହଲି ଏପରି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ଦଳ ଓ ଟିମ୍ ମ୍ୟାନେଜମେଣ୍ଟ ସହ ମଧ୍ୟ ସେ ଆଲୋଚନା କରିଛନ୍ତି ।
ଏହି ଗାଁରେ ବ୍ୟାପିଛି ଅଜଣା ଜ୍ୱର। ୧୦ ଦିନ ମଧ୍ୟରେ ଗଲାଣି ୮ ଶିଶୁଙ୍କ ଜୀବନ। ଆହୁରି ଅନେକ ଶିଣୁ ସଂକ୍ରମିତ ହୋଇଛନ୍ତି। ଗାଁରେ ଖେଳି ଯାଇଛି ଆତଙ୍କ
ତାଲିବାନ ସରକାରରେ କୌଣସି ମହିଳାଙ୍କୁ ସ୍ଥାନ ମିଳିନଥିବା ବେଳେ ସେମାନଙ୍କ କାମ କରିବା ଉପରେ ବି କଟକଣା ଲଗାଇଛି ତାଲିବାନ। ତେବେ ଅନେକ ମହିଳା ତାଲିବାନର ନିର୍ଦ୍ଦେଶ ଅମାନ୍ୟ କରି କାମକୁ ଯାଉଥିବା ଦେଖିବାକୁ ମିଳୁଛି। ସେପଟେ ପୂର୍ବତନ ରାଷ୍ଟ୍ରପତି ହମିଦ୍ କାର୍ଜାଇ ଆଫଗାନିସ୍ତାନର ବରିଷ୍ଠ ଆଦିବାସୀ ନେତାଙ୍କୁ ଭେଟିଛନ୍ତି। ମହିଳା ଓ ସଂଖ୍ୟାଲଘୁକୁ ସାମିଲ କରି ତାଲିବାନ ଏକ ଇନକ୍ଲୁସିଭ୍ ସରକାର ଗଢିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଆଇସିଏମଆର୍ ସର୍ଭେ ଅନୁଯାୟୀ ୯୫ ପ୍ରତିଶତ ମୃତ୍ୟୁ ସଂକ୍ରମିତ ହେବାର ୨୫ ଦିନ ମଧ୍ୟରେ ହିଁ ହୋଇଛି। ତେଣୁ ବ୍ୟବସ୍ଥାରେ ଅଧିକ ସ୍ୱଚ୍ଛତା ରଖିବାକୁ ସଂକ୍ରମଣଠାରୁ ମୃତ୍ୟୁ ମଧ୍ୟର ବ୍ୟବଧାନକୁ ୩୦ ଦିନ ରଖାଯାଇଛି।
ଆତଙ୍କବାଦୀର ଶୀକାର ହେଲେ ଜାମ୍ମୁ-କାଶ୍ମୀର ପୋଲିସ। ରବିବାର ଜଣେ ପ୍ରୋବେସନାରୀ ସବ୍-ଇନ୍ସପେକ୍ଟରଙ୍କୁ ଜାମ୍ମୁ କାଶ୍ମୀରର ପୁରୁଣା ଶ୍ରୀନଗର ସହରର ଖାନୟାର ଅଞ୍ଚଳରେ ଆତଙ୍କବାଦୀ ଗୁଳି କରି ହତ୍ୟା କରିଛନ୍ତି। ଘଟଣାର ସିସିଟିଭି ଫୁଟେଜ ଅନୁଯାୟୀ ଅର୍ଶୀଦ ଅହମ୍ମଦଙ୍କ ଉପରକୁ ଆତଙ୍କବାଦୀ ଅତି କମରେ ଦୁଇଥର ଗୁଳି ଚଳାଇ ଆହତ କରିଥିଲେ। ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର ବାସିନ୍ଦା ଅହମ୍ମଦଙ୍କୁ ତୁରନ୍ତ ସୋରାର ଏସକେଆଇଏମ୍ଏସ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।
ସମାଜବାଦୀ ପାର୍ଟି ପାଇଁ କାର୍ଯ୍ୟ କରୁଥିବା ରିତୁ ସିଂହ ବର୍ତ୍ତମାନ କଂଗ୍ରେସ ଦଳ ପାଇଁ ସଞ୍ଜୀବନୀ ପାଲଟିଛନ୍ତି। ଶନିବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଉପସ୍ଥିତିରେ ସେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଶୁଣିବାକୁ ମିଳୁଛି ଯେ ପ୍ରିୟଙ୍କା ଗାନ୍ଧୀ ରିତୁ ସିଂହଙ୍କ ସହ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଏବଂ ସମ୍ମାନ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଧାନସଭା ନିର୍ବାଚନ ରାଲିରେ ମଧ୍ୟ ଯୋଗ ଦେବେ।
ଛତିଶଗଡର ରାୟଗଡ ଜିଲ୍ଲାରେ ହୋଇଥିବା ଏକ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବିବାହ କୌଣସି ମଣିଷର ନୁହେଁ। ଏହା ହେଉଛି ବେଙ୍ଗ ଓ ବେଙ୍ଗୁଲୀ ବିବାହ। ଏହାକୁ ପୁଣୀ ହିନ୍ଦୁ ପରମ୍ପରାର ରୀତିନୀତି ଅନୁସାରେ କରାଯାଇଛି। ସେପ୍ଟେମ୍ବର ୧୧ରେ, ରାୟଗଡର ଲାଲୁଙ୍ଗା ଠାରେ ବେଙ୍ଗ-ବେଙ୍ଗୁଲୀ ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ବିବାହ ଉତ୍ସବରେ ବର ଓ କନ୍ୟା ପକ୍ଷରୁ ଏକ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ।
ଭାରତର ପୌରାଣିକ ଧାର୍ମ ଗ୍ରନ୍ଥରେ କୈଳାଶ ପର୍ବତର ଏକ ବିଶେଷ ସ୍ଥାନ ରହିଛି। ଭଗବାନ ଶିବଙ୍କ ସହିତ ଏହି ସ୍ଥାନର ଏକ ବିଶେଷ ସମ୍ପର୍କ ଅଛି। ଧାର୍ମିକ ଗ୍ରନ୍ଥ ଅନୁଯାୟୀ, କୈଳାଶ ପର୍ବତ ଭଗବାନ ଶିବଙ୍କ ବାସସ୍ଥାନ ବୋଲି କୁହାଯାଏ। ଏହି କାରଣରୁ, ପ୍ରତିବର୍ଷ ଅନେକ ଭକ୍ତ ଏହି ପବିତ୍ର ସ୍ଥାନକୁ ଭଗବାନଙ୍କ ଦର୍ଶନ ପାଇବାକୁ ଆସନ୍ତି। ବିଶ୍ୱାସ ରହିଛି ଯେ ଭଗବାନ ଶିବ ଏବେ ମଧ୍ୟ ନିଜ ପରିବାର ସହିତ ଏହି ପର୍ବତରେ ରୁହନ୍ତି। ଏହି ପର୍ବତକୁ ସ୍ୱର୍ଗର ସିଡି ବୋଲି ମଧ୍ୟ କୁହାଯାଏ।
ଭାଗ୍ୟ ଓ ଭବିଷ୍ୟକୁ ନେଇ ଅନେକ ଲୋକ ଉତ୍ସାହ ଦେଖାନ୍ତି। ନିଜ ଜୀବନକୁ ଜାଣିବା ନେଇ ଇଛା ପ୍ରକାଶ କରନ୍ତି। ତେବେ ଆସନ୍ତୁ ଏ ସପ୍ତାହରେ ଆପଣଙ୍କ ଭାଗ୍ୟରେ କ’ଣ ଅଛି ଜାଣିନେବା।
ଗୁଜୁରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ସାମ୍ନାକୁ ଆସିଛି। ଭୂପେନ୍ଦ୍ର ପଟେଲ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ। ରବିବାର ଗାନ୍ଧିନଗରରେ ବିଧାନସଭା ଦଳର ବୈଠକରେ ଭୂପେନ୍ଦ୍ରଙ୍କ ନାମ ସ୍ଥିର କରାଯାଇଛି। ବର୍ତ୍ତମାନ ଭୂପେନ୍ଦ୍ର ଗୁଜୁରାଟର ଘାଟଲୋଦିଆର ବିଧାୟକ ଅଛନ୍ତି। ୨୦୧୭ ବିଧାନସଭା ନିର୍ବାଚନରେ ଭୂପେନ୍ଦ୍ର ଭାଇ ରଜନୀକାନ୍ତ ପଟେଲ ଅହମ୍ମଦାବାଦ ଜିଲ୍ଲାର ଘାଟଲୋଦିଆ ଆସନରୁ କଂଗ୍ରେସର ଶଶିକାନ୍ତ ଭାସୁଦେବ ଭାଇ ପଟେଲଙ୍କୁ ହରେଇଥିଲେ।
ଟିଭି ଦୁନିଆର ସବୁଠାରୁ ଲୋକପ୍ରିୟ ଗେମ୍ ଶୋ ‘କୌନ୍ ବନେଗା କରୋଡ ପତି ୧୩’କୁ ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି। କେବିସି ଶୋ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି। ଶୋ’ରେ ପ୍ରତି ସପ୍ତାହରେ ଆଗ ଧାଡିର ହସ୍ତୀମାନେ ଯୋଗ ଦେଉଛନ୍ତି। ଏହି କ୍ରମରେ ଆଗାମୀ ଶୁକ୍ରବାର ଦମଦାର ହେବାକୁ ଯାଉଛି। କାରଣ ଏଥିରେ ଅଲମ୍ପିକ୍ରେ ଭାରତର ନାମକୁ ଉଜ୍ଜ୍ୱଳିତ କରିଥିବା ଆଥ୍ଲେଟ୍ ନୀରଜ ଚୋପ୍ରା ଓ ପି ଶ୍ରୀଜେଶ ନଜର ଆସିବେ।
ବର ୨୪ କୁ କନ୍ୟା ୬୧ । ପ୍ରେମ ସମ୍ପର୍କର ଗୋଟିଏ ବର୍ଷ ପରେ ବିବାହ ବନ୍ଧନରେ ବାନ୍ଧିହେଲେ । ଉଭୟଙ୍କ ମଧ୍ୟରେ ୩୭ ବର୍ଷର ବୟସ ବ୍ୟବଧାନ ରହିଛି ଚେରିଲ ଓ କୁରାନଙ୍କ ବିବାହ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପ୍ଟେମ୍ବର ୩ ଉଭୟରେ ଲାଇଭ୍ ଷ୍ଟ୍ରିମ୍ କରି ଉଭେୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି
‘ଦ କପିଲ ଶର୍ମା ଶୋ’ର ଜଣେ ମୁଖ୍ୟ କଳାକାର ହେଲେ କୃଷ୍ଣା ଅଭିଷେକ। ଶୋ’ରେ ଯଦି କୃଷ୍ଣାଙ୍କ ଦେଖା ନ ମିଳେ ତେବେ ଶୋ’ ଅଧୁରା ରହିଯାଏ। କିନ୍ତୁ ପୂର୍ବରୁ ଏକ ଏପିଶୋଡ୍ରେ କୃଷ୍ଣାଙ୍କୁ ଦେଖିବାକୁ ମିଳି ନ ଥିଲା। କାରଣ ଏହି ଶୋ’ରେ ତାଙ୍କ ମାମୁ ଗୋବିନ୍ଦା ଓ ମାଇଁ ସୁନୀତା ଆହୁଜା ମୁଖ୍ୟ ଅତିଥିଭାବେ ସାମିଲ ହୋଇଥିଲେ। ଗତ କିଛି ଦିନ ହେବ କୃଷ୍ଣା ଓ ଗୋବିନ୍ଦାଙ୍କ ସମ୍ପର୍କ ଏତେ ବିଗିଡି ଯାଇଛି ଯେ ଉଭୟ ସର୍ବସମ୍ମୁଖରେ ଜଣେ ଅନ୍ୟ ଜଣକୁ ସାମ୍ନା ସାମ୍ନି ହେବାକୁ ନାପସନ୍ଦ କରୁଛନ୍ତି।
କିଡନୀ ନିଅ . . . କିଡନୀ ନିଅ । ରାସ୍ତାରେ ଜୋର ଜୋରରେ ଚିତ୍କାର କରୁଛନ୍ତି ଯୁବକ । ବିହାରର ରାଜଧାନୀ ପାଟନାରେ ପୋଷ୍ଟର ଲଗାଇ କିଡନୀ ବିକ୍ରି ପାଇଁ ଲୋକଙ୍କ ସାମ୍ନାରେ ନେହୁରା ହେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ଯୁବକ ତାଙ୍କ କିଡନୀ ବିକ୍ରି କରିବା ପାଇଁ ହାତରେ ପୋଷ୍ଟର ଧରି ପାଟନା ରାସ୍ତାରେ ବୁଲୁଛନ୍ତି
ସାଧାରଣ ଜନତାଙ୍କୁ ସାମାନ୍ୟ ଆଶ୍ୱସ୍ତି । ପାର୍ବଣ ଋତୁ ପୂର୍ବରୁ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ଉପହାର । କରୋନା ସମୟରେ ହୋଇଥିବା ଦରବୃଦ୍ଧି ଲୋକେ ଏବେ ଚିନ୍ତାରେ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଖାଇବା ତେଲ ଉପରୁ ବେସ୍ ଇମ୍ପୋର୍ଟ ଡ୍ୟୁଟିକୁ ହ୍ରାସ କରାଯାଇଛି । ଫଳରେ
ବିଗତ କିଛି ଦିନ ହେବ ସହରରେ କୁକୁର କାମୁଡ଼ିବା ସଂଖ୍ୟାରେ ବୃଦ୍ଧି ଘଟିଛି ବୋଲି କହିଛନ୍ତି ଏମସିଡିର ଅଫିସ । ଆଉ କୁକୁର କାମୁଡ଼ାକୁ ନେଇ ପଡ଼ୋଶୀ ପଡ଼ୋଶୀ କଳି ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । କୁକୁର କାମୁଡ଼ିବା କାରଣରୁ ଦୈନନ୍ଦିନ ଜୀବନରେ ଅନେକ ସମସ୍ୟା ଦେଖାଯାଉଛି।
ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବର୍ଷା । ସେପ୍ଟେମ୍ୱର ୧ରୁ ଶନିବାର ଦ୍ୱିପହର ପର୍ଯ୍ୟନ୍ତ ଦିଲ୍ଲୀରେ ମୋଟ ୩୮୦ ମିମି ବର୍ଷା ରେକର୍ଡ ହୋଇଛି , ଯାହା ଗତ ୧୨୧ ବର୍ଷ ମଧ୍ୟରେ ଦ୍ୱିତୀୟ ସର୍ବାଧିକ ରେକର୍ଡ କରିଛି । ରାଜଧାନୀ ଦିଲ୍ଲୀରେ ୧୯୪୪ ପରଠାରୁ ଚଳିତ ବର୍ଷ ସର୍ବାଧିକ ବର୍ଷା ହେବା ସହ ସର୍ବାଧିକ ବର୍ଷା ହୋଇଥିବା ସେପ୍ଟେମ୍ବର ବୋଲି କୁହାଯାଉଛି
କରୋନା ଭାଇରସର ତୃତୀୟ ଲହରୀର ଆଶଙ୍କା ମଧ୍ୟରେ ଦେଶକୁ ମିଳିଲା ଆଉ ଏକ ଟିକା । ଅକ୍ଟୋବର ମାସରେ କୋଭିଡର ତୃତୀୟ ଲହରୀ ଶିଖରରେ ରହିବ ବୋଲି ଆକଳନ କରାଯାଉଛି । ଦେଶରେ ଦୈନିକ କରୋନା ମାମଲାରେ ଯେପରି ଉତଥାନ-ପତନ ଦେଖିବାକୁ ମିଳୁଛି, କିଛି କହି ହେବନାହିଁ ।
ଏପଟେ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଜୟ ରୁପାଣୀ କହିଛନ୍ତି, ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହା ନିର୍ବାହ କରିବେ । ଜେପି ନଡ୍ଡାଙ୍କର ମାର୍ଗଦର୍ଶନ ବି ମିଳିଥିବା ମଧ୍ୟ କହିଛନ୍ତି ରୁପାଣୀ । ସେ ପଦ ନୁହେଁ, ବରଂ ଦାୟିତ୍ୱ ଚାହାନ୍ତି ବୋଲି କହିଛନ୍ତି । ତାଙ୍କୁ ଯେଉଁ ଦାୟିତ୍ୱ ମିଳିଥିଲା ସେ ସବୁ ସୂଚାରୁ ରୂପେ ପାଳନ କରିଥିବା କହିଛନ୍ତି
ଦେଶରେ ପେଟ୍ରୋଲ୍ ଡିଜେଲ୍ ଆକାଶଛୁଆଁ ହୋଇଥିବା ବେଳେ ଗ୍ରାହକଙ୍କ ପାଇଁ ଆସିଛି ଏକ ଖୁସି ଖବର। ଯେଉଁମାନେ ଆଧାର ଓ ପାନ୍ କାର୍ଡ ଦେଖେଇବେ ସେମାନଙ୍କୁ ମିଳିବ ୧ ଲିଟର ମାଗଣା ପେଟ୍ରୋଲ୍। ଏହି ଘୋଷଣା କରିଛି ତାମିଲନାଡୁର କାଞ୍ଚିପୂରମ ଜିଲ୍ଲାରେ ଥିବା ଏକ ଘରୋଇ କମ୍ପାନୀ। ଏହି ଘୋଷଣା ପରେ କାଞ୍ଚିପୂରମ୍ର ଉଥିରମେରୁର୍ ଗାଁର ଶହ ଶହ ବାସିନ୍ଧା ସ୍ଥାନୀୟ ଇଣ୍ଡିଆନ ପେଟ୍ରୋଲ୍ ପମ୍ପରେ ଗହଳି କରିଛନ୍ତି। ସେମାନେ ତାଙ୍କର ଆଧାର ଓ ପାନ୍ କାର୍ଡ ଜେରକ୍ସ ଧରି ସେଠାରେ ପହଞ୍ଚି ୧ ଲିଟର ପେଟ୍ରୋଲ୍ ପାଇଁ ଦାବି କରିଛନ୍ତି।