ପୃଥିବୀରେ ଏପରି ଅନେକ ରହସ୍ୟମୟ ସ୍ଥାନ ଅଛି, ଯାହାକୁ ଅନେକ କାହାଣୀରେ ଶୁଣାଯାଏ। ଅନେକ ଚେଷ୍ଟା ପରେ ମଧ୍ୟ ବୈଜ୍ଞାନିକମାନେ ସେଗୁଡିକର ରହସ୍ୟ ଉପରୁ ପରଦା ଉଠେଇ ପାରି ନାହାନ୍ତି। ଏହି ସ୍ଥାନଗୁଡ଼ିକ ପ୍ରାୟତଃ ସେଗୁଡିକର ଅନନ୍ୟ ଏବଂ କୌତୁକିଆ ଦିଗ ପାଇଁ ଆଲୋଚନାରେ ରହିଥାଏ। ସେଥିରୁ ଆମେରିକାର ଡେଥ୍ ଭ୍ୟାଲି ଅନ୍ୟତମ। କୁହାଯାଏ ଯେ ଏହି ରହସ୍ୟମୟ ସ୍ଥାନରେ ବିରାଟକାୟ ପଥର ବି ନିଜେ ନିଜେ ଶହ ଶହ ଫୁଟ ପର୍ଯ୍ୟନ୍ତ ଗତିକରେ।
ମଦ ନିଶାରେ ଜଣେ ପୋଲିସ୍ ଅଧିକାରୀ ଭୁଲିଗଲେ ଲଜ୍ଜା। ଉଲଗ୍ନ ହୋଇ ସୁପରମାକ୍ରେଟ୍ ଚାଲିଗଲେ ବିୟର କିଣିବା ନେଇ। ତାଙ୍କର ଏହି କାମ ନେଇ ତାଙ୍କୁ ପଶ୍ଚାତାପ କରିବାକୁ ପଡିଛି। ତାଙ୍କର ଏହି ଫଟୋ ଭାଇରାଲ ହେବା ପରେ ଅଭିଯୁକ୍ତ ପୋଲିସ୍ ଅଧିକାରୀଙ୍କୁ ଚାକିରି ହରେଇବାକୁ ପଡିଛି। ଏହି ମାମଲା ଦକ୍ଷିଣ ପଶ୍ଚିମ ପୋଲାଣ୍ଡର।
ମୁମ୍ବାଇର ସାକିନାକା ଅଞ୍ଚଳରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ଆଜି ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ୩୨ ବର୍ଷୀୟ ପୀଡିତା ଘାଟକୋପର ରାଜାୱାଡି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ପୀଡିତାଙ୍କ ମୃତ୍ୟୁକୁ ଡାକ୍ତରଖାନା ପ୍ରଶାସନ ମଧ୍ୟ ନିଶ୍ଚିତ କରିଛି। ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟରେ ହାଜର କରିଛି। ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ କୋର୍ଟ ତାଙ୍କୁ ରିମାଣ୍ଡରେ ପଠାଇଛନ୍ତି। ଶୁକ୍ରବାର ମୁମ୍ବାଇର ସାକିନାକା ଅଞ୍ଚଳରେ ଏହି ଘଟଣା ଘଟିଛି।
ନିକଟରେ ବିବାହ କରିଛନ୍ତି ଅନିଲ କପୁରଙ୍କ ସାନ ଝିଅ ରିୟା କପୁର। ସେ ତାଙ୍କ ବୟ ଫ୍ରେଣ୍ଡ କରଣ ବୁଲାନୀଙ୍କୁ ବିବାହ କରିଛନ୍ତି। ତାଙ୍କ ବିବାହର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ତେବେ ଏବେ କଥା ହେଉଛି ଯେ ଏହି ନବଦମ୍ପତି ହନୀମୁନ୍ ଟ୍ରିପ୍ରେ ଯାଇଛନ୍ତି। ଏନେଇ ସେମାନେ ମାଳଦୀପକୁ ବାଛିଛନ୍ତି। ଏହି ସମୟର ଫଟୋ ମଧ୍ୟ ସେ ସେୟାର କରିବାରେ ଲାଗିଛନ୍ତି।
ବାପା ମାଆଙ୍କର ସ୍ୱପ୍ନ ପୂରଣ କଲେ ନୀରଜ । ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ହରିୟାଣାର ନୀରଜ ଚୋପ୍ରାଙ୍କ ଏକ ଛୋଟ ସ୍ୱପ୍ନ ଆଜି ପୂରଣ ହୋଇଛି । ସେ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ଏକ ଫଟୋ ସେୟାର କରି ଖୁସି ବ୍ୟକ୍ତ କରିଛନ୍ତି । ଏକ ଚାର୍ଟାଡ ଫ୍ଲାଇଟରେ ନୀରଜ ତାଙ୍କ ବାପା ମାଆଙ୍କ ସହିତ ଫଟୋ ସେୟାର କରିଛନ୍ତି ।
ପ୍ରିୟଙ୍କା ଚୋପ୍ରା ଏବେ ଗ୍ଲୋବାଲ୍ ଷ୍ଟାର ହୋଇଯାଇଛନ୍ତି। ଏନେଇ ତାଙ୍କ ପାଖରେ କାମର ଅଭାବ ନାହିଁ। ଏବେ ତାଙ୍କ ପାଖରେ ଅନେକ ଇଣ୍ଟରନେସନାଲ୍ ପ୍ରୋଜେକ୍ଟ ପଡିରହିଛି, ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ପ୍ରିୟଙ୍କାଙ୍କର ଏକ ନୂଆ ଶୋ ସାମ୍ନାକୁ ଆସିଛି। ଏହା ଏକ ରିଏଲିଟି ଶୋ ହେବ, ଯେଉଁଥିରେ ବିଭିନ୍ନ ପ୍ରକାର ସମାଜସେବା ରହିବ। ଏହି ଶୋ’ରେ ପ୍ରିୟଙ୍କାଙ୍କ ସହିତ ସିଙ୍ଗର ଅଶର ଓ ଡାନ୍ସର୍ ଜୁଲିଆନେ ହଗ୍ ଜଜ୍ ଭୂମିକାରେ ନଜର ଆସିବେ।
ଗୁରୁବାର ଦିନ ଭଣ୍ଡବାବା ଚିକିତ୍ସା ନାମରେ ଜଣେ କର୍କଟ ରୋଗୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେବା ପରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଜଟିବୁଟି ଦେଉଥିବା କହି ଜଣେ କର୍କଟ ରୋଗୀଙ୍କୁ ବବୁଲ ପତ୍ର ଖାଇବାକୁ ଦେଇଥିଲା । ଆଉ ସବୁ ଦିନ ପାଇଁ ରୋଗ ଭଲ ହୋଇଯିବ କହି ତାଙ୍କଠାରୁ ୨.୫ ଲକ୍ଷ ଟଙ୍କା ଠକି ନେଇଥିଲେ । ପୋଲିସର ସୂଚନାନୁସାରେ, ମନୋହର ବାବାଙ୍କ ବିରୋଧରେ ବିଭିନ୍ନ ପୋଲିସ ଷ୍ଟେସନରେ ଅନେକ ମାମଲା ରୁଜୁ ହୋଇଛି ।
ଜଳାର୍ଣ୍ଣବ ହେଲା ଦିଲ୍ଲୀ ଆଇଜିଆଇ ଏୟାରପୋର୍ଟ । ପ୍ରବଳ ବର୍ଷା କାରଣରୁ ଦିଲ୍ଲୀ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପାଣି ଜମି ରହିଛି । ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୦୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଗତ ୪୬ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା ପରିମାଣ ।
ଇସ୍ତଫା ଦେଇଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ। ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଗଣମାଧ୍ୟମ ଆଗରେ କହିଛନ୍ତି। ତେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ ଦଳ ନିଷ୍ପତ୍ତି ନେବ। ତା’ ସହ ଦଳ ମୋତେ ଯେଉଁ ଦାୟିତ୍ୱ ଦେବ ତାହା ନିର୍ବାହ କରିବି ବୋଲି କହିଛନ୍ତି ରୁପାଣୀ। ଆଜି ସେ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଥିଲେ। ରୁପାଣୀ ପ୍ରାୟ ୫ ବର୍ଷ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ।
ବଲିଉଡ ଜଗତର ଦୁଇ ଆଗ ଧାଡିର ଅଭିନେତ୍ରୀ ହେଲେ ଦୀପିକା ପାଦୁକୋନ୍ ଓ କାଟ୍ରିନା କୈଫ୍। ଏହି ଦୁଇ ଅଭିନେତ୍ରୀଙ୍କୁ ଗୋଟିଏ ଫ୍ରେମ୍ରେ ଦେଖିବା ଏତେ ସହଜ ନୁହେଁ। କେବେ କେବେ ଏମିତି ସୁଯୋଗ ଆସିଥାଏ ଯେତେବେଳେ ଏହି ଦୁଇ ଅଭିନେତ୍ରୀଙ୍କୁ ଗୋଟିଏ ଫ୍ରେମ୍ରେ ଦେଖିବାକୁ ମିଳେ। ତେବେ ଉଭୟଙ୍କ ଏକ ବିଗତ ଦିନର ଫଟୋ ବର୍ତ୍ତମାନ ସୋସିଆଲ୍ ମିଡିଆରେ ହଇଚଇ ଖେଳଉଛି।
ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା କଳାକାର ଶାହିର ଶେଖ୍ ଓ ରୁଚିକା କପୁରଙ୍କ ଘରେ ଏବେ ଖୁସିର ମାହୋଲ । କାହିଁକି ନା ଦୁହେଁ ବାପା ମାଆ ହୋଇ ଯାଇଛନ୍ତି । ରୁଚିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ଏ ନେଇ ଶାହିର ଆନୁଷ୍ଠାନିକ ଭାବେ କୈଣସୀ ସୂଚନା ଦେଇ ନାହାନ୍ତି କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର ୧୦ରେ ରୁଚିକା ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ।
ଆଫଗାନିସ୍ତାନ ବିଜୟ ପରେ ହସ ଖେଳ କରି ମଉଜ ମଜଲିସ କରୁଛନ୍ତି । ଆମେରିକାକୁ ଉପହାସ କରି ଯୁଦ୍ଧ ବିମାନର ପଙ୍ଖାରେ ରଶି ବାନ୍ଧି ଦୋଳି ଖେଳିଛନ୍ତି ତାଲିବାନୀ । ଯାହାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗୁଛି । ତେବେ ଏହି ଭିଡିଓକୁ ଚୀନ୍ ପକ୍ଷରୁ ସେୟାର କରାଯାଇଛି, ଯେଉଁଥିରେ ଏଭଳି ବେଢଙ୍ଗୀ ଦୃଶ୍ୟ ଦେଖିବାକୁ ମିଳୁଛି
ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ Union Public Service Commission (UPSC) ଅନ୍ଲାଇନ୍ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ପ୍ରାର୍ଥୀ Online Recruitment Application ମାଧ୍ୟମରେ ORA ୱେବ୍ସାଇଟ୍ରେ ସେପ୍ଟେମ୍ବର ୩୦ ସୁଦ୍ଧା ଆବେଦନ କରିପାରିବେ।
କାର ଉଭୟ ଡୋଜ ନେଇଥିଲେ ଦେଶକୁ ପ୍ରବେଶ କରିବାରେ କୌଣସି ଅସୁବିଧା ନାହିଁ । ୟୁଏଇର ଏହି ନିଷ୍ପତ୍ତି ଯୋଗୁଁ ଭାରତ, ପାକିସ୍ଥାନ, ବାଂଲାଦେଶ ଏବଂ ନେପାଳ ସମେତ ୧୫ ଟି ଦେଶର ଯାତ୍ରୀଙ୍କୁ ଆଶ୍ୱସ୍ତି ମିଳିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଟିକା ନେବା ସହ ୟୁଏଇରେ ପ୍ରବେଶ ପାଇଁ କରୋନା ଆରଟିପିସିଆର ନେଗେଟିଭ୍ ରିପୋର୍ଟ ମଧ୍ୟ ଦେଖାଇବା ବାଧ୍ୟତାମୂଳକ ।
ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁସାରେ ବଡ ବଡ ସହର ଗୁଡିକରେ ବିଭିନ୍ନ ସମୟରେ କେବଳ ପାଗ ଅଲଗା ରହେନି ବରଂ ସେଠାରେ ଥିବା ଭୌଗୋଳିକ ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ । କରୋନା ଭୂତାଣୁ ବ୍ୟାପିବା ପଛରେ ପାଣିପାଗର ପ୍ରଭାବ ରହିଛି ବୋଲି ଅଧ୍ୟୟନରୁ ସ୍ପଷ୍ଟ ଜଣାପଡ଼ି ନାହିଁ ।
ମୁମ୍ବାଇରେ ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଅଟୋ ଭିତରେ ଦୁଷ୍କର୍ମ କରାଯିବା ପରେ ଅତି ନିର୍ମମ ଭାବେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ପ୍ରତ୍ୟେକ ମଣିଷର ବ୍ଲଡ୍ ଗ୍ରୁପ୍ ଅଲଗା । ମଣିଷ ମଧ୍ୟରେ ୪ ପ୍ରକାରର ବ୍ଲଡ୍ ଗ୍ରୁପ୍ ମିଳିଥାଏ A, B, O ଏବଂ AB, ଯାହା ଆଧାରରେ କିନ୍ତୁ ଆପଣ ଜାଣନ୍ତି କି ବ୍ଲଡ୍ ଗ୍ରୁପ୍ ଦ୍ୱାରା ମଣିଷର ସ୍ୱଭାବ ବିଷୟରେ ଜଣା ପଡିଥାଏ ।
ବିଗତ ୧୨ ବର୍ଷ ମଧ୍ୟରେ ଚଳିତ ବର୍ଷ ଅଗଷ୍ଟ ମାସରେ ସବୁଠୁ କମ୍ ବର୍ଷା ରେକର୍ଡ ହୋଇଛି ବୋଲି ଗତକାଲି ଭାରତର ଆଇଏମ୍ଡି ବିଭାଗ ପକ୍ଷରୁ କୁହାଯାଇଛି । ଅଗଷ୍ଟ ମାସରେ ୨୪ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି । ଦୁର୍ବଳ ମୌସୁମୀ ଯୋଗୁଁ ଅଗଷ୍ଟ ୯ରୁ ୧୬ ଅଗଷ୍ଟ ଓ ୨୩ରୁ ୨୭ ଅଗଷ୍ଟ ମଧ୍ୟରେ କମ୍ ବର୍ଷା ହୋଇଥିବା ବିଭାଗ କହିଛି
ପିଲାଠୁ ଭିଡିଓ ଗେମ୍ ନିଶାଠୁ ଦୂରେଇ ରଖିବା ପାଇଁ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ କଡ଼ା ପଦକ୍ଷେପ ନେଇଛନ୍ତି। ଏଣିକି ଚୀନରେ ଅନିର୍ଦ୍ଦିଷ୍ଟ ପାଇଁ କୌଣସି ନୂଆ ଭିଡିଓ ଗେମ୍କୁ ଲାଇସେନ୍ସ ଦିଆଯିବ ନାହି ବୋଲି ଘୋଷଣା କରାଯାଇଛି। ନୂଆ ଭିଡିଓ ଗେମ୍ ଲଞ୍ଚ୍ କରିବା ପାଇଁ କମ୍ପାନୀମାନଙ୍କୁ ଲାଇସେନ୍ସ ପାଇବାକୁ ଜଟିଳ ସରକାରୀ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ ।
ଆଖିରେ ଧୂଳି ଦେଇ ପାରିଲାନି ମିଛ ପରିଚୟ ପତ୍ର । ଆଫଗାନ୍ରେ ତାଲିବାନୀ ଶାସନ ଚାହୁଁଥିଲା ପାକିସ୍ତାନ ! ଆଫଗାନିସ୍ତାନରେ ତାଲିବାନ ଶାସନ ଗଠନ ପଛରେ ପାକିସ୍ତାନର ହାତ ଥିବା ତଥ୍ୟ ସାମ୍ନାକୁ ଆସିଛି । ତାଲିବାନ୍ ଗଠିତ ନୂତନ ସରକାରଙ୍କ ପାକିସ୍ତାନୀ ପାସପୋର୍ଟ ଏବଂ ପରିଚୟ ପତ୍ର ମିଳିଛି । ଉଭୟ ଦଲିଲରେ ନାମ ମହମ୍ମଦ ଆରିଫ ଆଗା ବୋଲି ଉଲ୍ଲେଖ କରାଯାଇଛି, ହେଲେ ଫଟୋ ଆଉ କିଛି କହୁଛି ।
ତେଲେଙ୍ଗାନା ଏକ୍ସପ୍ରେସରେ ଦୁଇଟି ଅସ୍ତ୍ରଶସ୍ତ୍ର ଭର୍ତ୍ତି ବ୍ୟାଗ୍ ମିଳିବା ପରେ ଆତଙ୍କ ସୃଷ୍ଟି ହୋଇଛି । ସାଧାରଣ କୋଚରେ ଦୁଇଟି ବ୍ୟାଗରୁ ପାଞ୍ଚଟି ବନ୍ଧୁକ ଉଦ୍ଧାର କରିଛି ଆରପିଏଫ୍ । ଏହା ବ୍ୟତୀତ ବ୍ୟାଗରେ ୨୩ଟି ଅଫୁଟା ଗୁଳି ମଧ୍ୟ ଉଦ୍ଧାର ହୋଇଛି । ଏହାସହ ଦୁଇ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ଲାଇସେନ୍ସ ମଧ୍ୟ ଉଦ୍ଧାର ହୋଇଛି
ପୁରୁଣା ଘା’କୁ ଆଉ ଖତାକ୍ତ କରିବା ବିପଦକୁ ଖୋଲାଖୋଲି ଆମନ୍ନଣ କରିବା ସହ ସମାନ୍ । ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେବା ପରେ ନିଜର ସବୁଠାରୁ ବଡ ଶତ୍ରୁ ତଥା ଆମେରିକାର ପୁରୁଣା ଘା’ରେ ଚୂନ ସେକ ଦେକାକୁ ଚାହୁଁନି ତାଲିବାନ୍ । ସହଯୋଗୀଙ୍କ ଚାପରେ ହେଉ କିମ୍ବା ଭୟରେ ହେଉ ଆଜି ତାଲିବାନ୍ ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ହେବନାହିଁ
ଟପିଗଲେ ସବୁ ସୀମା, ସାଜିଲେ ପିଶାଚ। ମହିଳାଙ୍କୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ଲୁହା ରଡ୍ ଭର୍ତ୍ତି କରାଯାଇ ଅତି ନିର୍ମମ ଭାବେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।
ଆଫଗାନିସ୍ତାନର ପୂର୍ବତନ ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ବଡ଼ ଭାଇ ରୋହୁଲ୍ଲା ଅଜିଜିଙ୍କୁ ତାଲିବାନ ଆତଙ୍କୀ ପଞ୍ଜଶିରରେ ହତ୍ୟା କରିଥିବା ସୂଚନା ମିଳିଛି। ଏନେଇ ଅମରୁଲ୍ଲା ସାଲେହଙ୍କ ଭଣଜା ସ୍ପଷ୍ଟ କରିଛନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଅଭିଯୋଗ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି-ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ ଜମ୍ମୁ କଶ୍ମୀରର ମିଶ୍ରିତ ସଂସ୍କୃତିକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ଦୁଇ ଦିନିଆ ଜମ୍ମୁ ଗସ୍ତର ଦ୍ୱିତୀୟ ଦିନରେ ଏଠାରେ କଂଗ୍ରେସ କାର୍ଯ୍ୟକ୍ରମରେ ଦଳର ପଦାଧିକାରୀ ତଥା କର୍ମୀଙ୍କୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ “ଆପଣମାନଙ୍କ ମଧ୍ୟରେ ପ୍ରେମ, ଭାଇଚାରା ଏବଂ ମିଶ୍ରିତ ସଂସ୍କୃତିର ଭାବନା ରହିଛି। ମୁଁ ଦୁଃଖିତ ଯେ ଭାରତୀୟ ଜନତା ପାର୍ଟି ଓ ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍) ଏହି ସଂସ୍କୃତିକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି।”