Advertisment

ଆଫଗାନିସ୍ତାନରେ ତାଲିବାନ ସରକାରର ନେତୃତ୍ୱ ନେବେ ମହମ୍ମଦ ହାସନ

ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ହେବେ ତାଲିବାନ ସରକାରର ମୁଖ୍ୟ। ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ତାଲିବାନର ସବୁ ନିଷ୍ପତ୍ତି ନେଉଥିବା କମିଟି ରେବାରି ସୁରାର ମୁଖ୍ୟ ହେଉଛନ୍ତି ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ

author-image
Sarbeswar
Taliban

Taliban

କାବୁଲ: ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ହେବେ ତାଲିବାନ ସରକାରର ମୁଖ୍ୟ। ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ତାଲିବାନର ସବୁ ନିଷ୍ପତ୍ତି ନେଉଥିବା କମିଟି ରେବାରି ସୁରାର ମୁଖ୍ୟ ହେଉଛନ୍ତି ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ। ତେବେ ଉପପ୍ରଧାନମନ୍ତ୍ରୀ ହେବେ ଅବଦୁଲ ଘନି ବରାଦର। ନୂଆ ଆଫଗାନିସ୍ତାନ ସରକାର ଗଠନ ନେଇ ଏହି ସୂଚନା ଦେଇଛନ୍ତି ସଂଗଠନର ମୁଖ୍ୟ ମୁଖପାତ୍ର ଜବିହୁଲ୍ଲା ମୁହାଜିଦ ।

Advertisment

ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ସରକାର ବର୍ତ୍ତମାନ ପାଇଁ କେବଳ ଏକ କାମଚଳା ସରକାର ହେବ। ମୁଜାହିଦ ଏକ ପ୍ରେସମିଟ୍‌ରେ କହିଛନ୍ତି, ସିରାଜୁଦ୍ଦିନ ହକାନିଙ୍କୁ ଗୃହମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିବା ବେଳେ ମୁଲ୍ଲା ୟାକୁବଙ୍କୁ ପ୍ରତିରକ୍ଷା ମନ୍ତ୍ରୀର ଦାୟିତ୍ୱ ମିଳିଛି। ଅବାସ ଷ୍ଟାନିକ୍ଜାଇ ହେବେ ଉପ ବୈଦେଶିକ ମନ୍ତ୍ରୀ। ଅଗଷ୍ଟ ୧୫ରେ କାବୁଲ ଦଖଲ ସହିତ ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସରକାର ଗଠନକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। କେମିତି ହେବ ତାଲିବାନ ସରକାର ସ୍ୱରୂପ, ସେ ନେଇ ନାନା ଆକଳନ କରାଯାଉଥିଲା।

Advertisment
Taliban Taliban Announce New Government
Advertisment
Advertisment