/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679483495.jpg)
tragic story
ସାମାନ୍ୟ କେଇଟା ଟଙ୍କା ପାଇଁ ପୁଅ ହୋଇଗଲା ପର । ୨ ବର୍ଷର ଶିଶୁପୁତ୍ରକୁ ନିଜ ବାପା ହିଁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ତାହା ପୁଣି ମାତ୍ର ୧୮ ହଜାର ଟଙ୍କାରେ . . .ବାଲେଶ୍ୱର ଜାମୁଝାଡ଼ିର ଜଣେ ବ୍ୟକ୍ତିଙ୍କୁ ଅଭିଯୁକ୍ତ ଶିଶୁପୁତ୍ର ବିକିଥିବା ସୂଚନା ମିଳିଛି । ଏନେଇ ବାସୁଦେବପୁର ଥାନାରେ କୁନି ପୁଅର ମା’ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ତନାଘନା ଆରମ୍ଭ କରିଛି ପୋଲିସ୍ ।
ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଚନ୍ଦନପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । କୁନି ପୁଅକୁ ବାପା ବିକ୍ରି କରିଦେଇଥିବା ନେଇ ତା’ର ମା’ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ମହିଳାଙ୍କୁ ତାଙ୍କ ସ୍ୱାମୀ ପ୍ରାୟ ସମୟରେ ମାରଧର କରୁଥିଲେ । ନିର୍ଯାତନା ଅସହ୍ୟ ହେବାରୁ ସେ କିଛି ଦିନ ପାଇଁ ଅନ୍ୟତ୍ର ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ବ୍ୟକ୍ତି ଜଣକ ନିଜ ପୁଅକୁ ବିକ୍ରି କରିଦେଇଥିଲେ ।
ସ୍ତ୍ରୀ ଘରକୁ ଫେରିବା ପରେ ପିଲାକୁ ଖୋଜିଥିଲେ । ହେଲେ ପୁଅ ଆଉ ଘରେ ନଥିଲା । ସ୍ୱାମୀ ମଧ୍ୟ ଓଲଟା ପାଲଟା କଥା କହିଥିଲେ । ଶେଷରେ ମହିଳା ଜଣକ ଥାନାର ଆଶ୍ରୟ ନେଇଥିଲେ । ମହିଳାଙ୍କ ଅଭିଯୋଗ ପରେ ବାସୁଦେବପୁର ପୋଲିସ ବେତଡ଼ା ଅଞ୍ଚଳରେ ଚଢାଉ ପରେ ବାଟି ଓ ସୋର ଥାନା ବିଲବାଙ୍କିଆ ଅଞ୍ଚଳର ଶତୃଘ୍ନ ବେହେରାଙ୍କ ଘରୁ ଶିଶୁ ପୁତ୍ରକୁ ଉଦ୍ଧାର କରିଛି । ଏହି ଘଟଣା ପରେ୨ ମହିଳା ସମେତ ୩ ଜଣଙ୍କୁ ପଚରାଉଚରା କରୁଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)