ଗଛମୂଳେ ଗଢା ଚାଲିଛି ଦେଶର ସୁନେଲି ଭବିଷ୍ୟତ । ନାହିଁ ନାହିଁରେ ଚାଲିଛି ଅଙ୍ଗନବାଡି ଶିକ୍ଷା । ଅଙ୍ଗନବାଡି ଘର ନଥିବାରୁ କେଉଁଠି ଗଛମୂଳେ ତ ଆଉ କେଉଁଠି ଝାଟିମାଟି ଘରେ ଚାଲିଛି ଶିକ୍ଷାଦାନ ।
ନୂଆବର୍ଷକୁ ଶାନ୍ତି ଶୃଙ୍ଖଳାରେ ପାଳନ ପାଇଁ ରାଜଧାନୀ ଭୁବନେଶ୍ୱରର ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଭୁବନେଶ୍ୱରର ବିଭିନ୍ନ ଛକ ଗୁଡ଼ିକରେ ପୋଲିସ ଚେକିଂ କଡ଼ାକଡ଼ି କରା ଯାଇଥିଲା ।
ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ସୋମବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି- ୫ମୀ ଦିବା ୦୨.୨୮ ଗତେ ୬ଷ୍ଠୀ ।
ବଦଳି ଯାଇଛି କ୍ୟାଲେଣ୍ଡର । ସବୁଠି ଖୁସି । ସବୁଠି ଉତ୍ସାହ । ୨୦୨୩କୁ ବିଦାୟ ଦେଇ ୨୦୨୪କୁ ସମସ୍ତେ ସ୍ୱାଗତ କରିଛନ୍ତି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସମସ୍ତେ ଖୁସିରେ ସ୍ୱାଗତ କରିଛନ୍ତି ୨୦୨୪କୁ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ରଙ୍ଗାରଙ୍ଗ ଆତସବାଜି ସହ ଖୁସିରେ ଝୁମୁଛନ୍ତି ଲୋକେ । ବିଶେଷ କରି ନୂଆବର୍ଷର ଆଗମନରେ ଯୁବପିଢ଼ି ଓ ଛୋଟଛୋଟ ପିଲାଙ୍କ ନିକଟରେ ଦେଖିବାକୁ ମିଳିଛି ଉତ୍ସାହ ।
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷା ପାଇଁ ନାହାନ୍ତି ଆବଶ୍ୟକ କର୍ମଚାରୀ । ଫାଙ୍କା ପଡ଼ିଛି ୧୮୧ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦବୀ । ଉତ୍ତର ଶିମିଳିପାଳ ଡିଭିଜନରେ ୪୦ ଫରେଷ୍ଟର ପଦବି ଥିବା ବେଳେ ଅଛନ୍ତି ମାତ୍ର ୧୬ ଜଣ ।
ମନ୍ଦିର ପ୍ରବେଶ ବେଳେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ବି ସଚେତନ କରିଛି ଶ୍ରୀମନ୍ଦିର ପ୍ରଶାସନ । ଯେହେତୁ ନୂଆବର୍ଷରେ ଜଗା ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଲୋକଙ୍କ ଭିଡ଼ ହୋଇଛି ।
ଭଦ୍ରକ ଓ କଟକରେ ଓଡ଼ିଶୀ ନୃତ୍ୟ ପରିବେଷଣ ସହ ଢୋଲ ବାଦ୍ୟରେ କମ୍ପିଥିଲା କଟକର ପ୍ଲାଟଫର୍ମ । ଏହାପରେ ରାଜଧାନୀ ଭୁବନେଶ୍ୱରରେ ପୁଷ୍ପବୃଷ୍ଟି କରି ଏହି ନୂଆ ଟ୍ରେନକୁ ସ୍ୱାଗତ କରିଥିଲେ ଲୋକେ ।
ଭୁବନେଶ୍ୱରରେ ଚାଲିଥିବା ବିଜେପିର ୩ ଦିନିଆ ମାନସ ମନ୍ଥନ ଶେଷ ହୋଇଛି । ପ୍ରଥମ ଦିନ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ସମନ୍ୱୟ ବୈଠକରେ ଯୋଗ ଦେଇଥିବା ବେଳେ, ଶନିବାର ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ସଭାପତି ବୈଠକରେ କର୍ମୀଙ୍କ ମନ୍ତ୍ର ଦେଇଥିଲେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଚାର ପ୍ରସାର ନାଁରେ ବିଜେଡି କରୁଛି କି ଭୋଟ୍ ରାଜନୀତି? ରାମ ମନ୍ଦିର ମୁଦ୍ଦାକୁ କାଉଣ୍ଟର ପାଇଁ ତିଆରି କରିଛି କି ଷ୍ଟ୍ରାଟେଜି? ରାଜ୍ୟରେ ବିଜେଡି ଖେଳୁନି ତ ସଫ୍ଟ ହିନ୍ଦୁତ୍ୱ କାର୍ଡ?
ହକି ବିଶ୍ୱକପ୍ ଥିବାରୁ ସହରର ସୌନ୍ଦର୍ଯ୍ୟ ବଢାଇବା ଲାଗି ହୋଇଥିଲା ନୋ ହୋଡିଂ ଜୋନ ନିୟମ, ଆଉ ହକି ବିଶ୍ୱକପ ସରିବା ପରେ ଯେଶା କୁ ତେଶା। ଆସୁଛି ନୂଆ ବର୍ଷ ଆଉ ନୂଆ ବର୍ଷରେ ଲୋକଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ଆରମ୍ଭ ହୋଇଗଲାଣି ହୋଡିଂ ୱାର ।
ରାଜ୍ୟର ମହିଳା ଓ ଯୁବକ ବିଜେପି ସପକ୍ଷରେ ଅଛନ୍ତି । ଏଠି ଜଣେ ସୁପର୍ ସିଏମ୍ ସରକାର ଚଳାଉଥିବା ଲୋକେ ଜାଣିଲେଣି ବୋଲି କହିଛନ୍ତି ବିଜୟପାଲ ସିଂ ।
ଭାରସାମ୍ୟ ହରାଇ ଘାଟିରୁ ବସଟି ଓଲଟି ପଡ଼ିଥିବା ଜଣାପଡ଼ିଛି । ଜିରାଙ୍ଗରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିପଡିଥିଲା ବସ । ଏହି ଦୁର୍ଘଟଣାଗ୍ରସ୍ତ ବସ୍ରେ ମୋଟ୍ ୬୦ଜଣ ଥିଲେ ।
ବର୍ତ୍ତମାନର ଡିଜିପି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଆଜି ସରିଥିବାବେଳେ ୧୯୯୦ ବ୍ୟାଚ୍ର IPS ଅରୁଣ ଷଡ଼ଙ୍ଗୀଙ୍କୁ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ନୂଆବର୍ଷରେ ମନ୍ଦିର ସବୁଦିନ ଭଳି ସକାଳ ୫ଟାରେ ଖୋଲିବା ସହ ନିୟମିତ ନୀତିକାନ୍ତି ଚାଲିବ। ଅନ୍ୟପକ୍ଷରେ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ପାଇଁ ପ୍ରସ୍ତୁତ ହେବ ପରିଚୟ ପତ୍ର।
ଅନ୍ୟପକ୍ଷରେ ଆସନ୍ତାକାଲିଠୁ ନୂଆ ଏସି ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିର ଭିତରକୁ ଯିବେ ଶ୍ରଦ୍ଧାଳୁ । ଆଜି ପରୀକ୍ଷାମୂଳକ ଭାବେ ଏହି ନୂଆ ବ୍ୟାରିକେଡ୍ ଦେଇ ଶ୍ରଦ୍ଧାଳୁଙ୍କୁ ଛଡ଼ା ଯାଇଛି ।
ତନ୍ମୟ ମହାନ୍ତିଙ୍କୁ ଛୁରାମାଡ଼ କରିଛନ୍ତି ଦୁଇ ଜଣ । ରେମୁଣା ବିଧାୟକ ସୁଂଧାଶୁ ପରିଡ଼ାଙ୍କୁ ଦାୟୀ କଲେ ।
ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୧୮କୁ ବୃଦ୍ଧି, ଜଣେ ସୁସ୍ଥ ସୂଚନା ।
ଗୁଜରାଟ ଅହମ୍ମଦାବାଦ ସ୍ଥିତ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଅଛନ୍ତି ମନୋରମା । ମନୋରମାଙ୍କ ପଦୋନ୍ନତି ହେବା ସହ ନୂଆ ଦାୟିତ୍ବ ଦିଆଯାଇଛି।
ସିନେମା ଜଗତଠାରୁ ଆରମ୍ଭ କରି ରାଜନୈତିକ କ୍ଷେତ୍ରରେ ମଧ୍ୟ ଦେଖାଯାଇଛି ଅନେକ ପରିବର୍ତ୍ତନ । ସାମରିକ କ୍ଷେତ୍ରରେ ମଧ୍ୟ ଭାରତ ଆହୁରି ସୁଦୃଢ଼ ହୋଇଛି ।
ପୂର୍ବରୁ ବ୍ୟବସାୟୀ ଜଣଙ୍କୁ କିଛି ଦୁର୍ବୁତ୍ତ ୧୦ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲେ। ଦାଦାବଟି ନଦେବାରୁ ଏହି ଆକ୍ରମଣ ହୋଇଥିବା କୁହାଯାଉଛି।
ଆସନ୍ତା ଜାନୁଆରି ୭ ତାରିଖରୁ ମାଲଦାରୁ ନିୟମିତ ଭାବେ ଚାଲିବ ଏହି ଟ୍ରେନ।
ନୂଆ ବର୍ଷ ଆରମ୍ଭରୁ ବର୍ଷା ! ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ସମ୍ଭାବନା ।
ଦିଗବାରେଣୀରୁ ବତୀଘର ଯାଏଁ ସମୁଦ୍ରକୂଳ ରାସ୍ତା ନୋ- ଭେହିକିଲ୍ ଜୋନ୍ । ସମସ୍ତ ଟୁରିଷ୍ଟ ବସ୍ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବ ।