• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଅଙ୍ଗଦାନ କରି ଅମର । ବ୍ରେନ ଷ୍ଟ୍ରୋକରେ ମୃତ୍ୟୁ ପରେ ଦୁଇଟି ଯାକ କିଡନୀ ଓ ଲିଭର ଦେଇ ତିନି ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି ମହିଳା ସଂଯୁକ୍ତା ପାତ୍ର । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସଂଯୁକ୍ତାଙ୍କ ମସ୍ତିଷ୍କ ଆଘାତ ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହାପରେ ତାଙ୍କର ଦୁଇଟି କିଡନୀ ଓ ଲିଭର କଢାଯାଇ ଗୋଟିଏ ଏସସିବି ମେଡିକାଲ ଓ ଅନ୍ୟ କିଡନୀଟି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପ୍ରତିରୋପଣ କରାଯିବା ପାଇଁ ସ୍ଥିର ହୋଇଥିଲା ।

ସେହିପରି ଲିଭରକୁ ହାଇଦ୍ରାବାଦର IGH ହସ୍ପିଟାଲକୁ ପଠାଯାଇଥିଲା। ଏସସିବିରେ ତିଗିରିଆ ଅଞ୍ଚଳର ରାଜୀବ ଦାସଙ୍କ ଠାରେ କିଡନୀ ପ୍ରତିରୋପଣ କରାଯାଇଛି। ଏସସିବିର ନେଫ୍ରୋଲୋଜି ଓ ୟୁରୋଲୋଜି ଡାକ୍ତରଙ୍କ ମିଳିତ ଉଦ୍ୟମରେ କିଡନୀ ପ୍ରତ୍ୟାରୋପଣ କରାଯାଇଛି । କିଡନୀ ପ୍ରତିରୋପଣ ପରେ ରାଜୀବଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

 

ତେବେ ଆପଣ ଜାଣିଛନ୍ତି କି ଅଙ୍ଗଦାନ କ’ଣ ? କିପରି ଓ କେଉଁ ଅବସ୍ଥରେ କରାଯାଏ ଅଙ୍ଗଦାନ ?

ଆଧୁନିକ ଚିକିତ୍ସା ବିଜ୍ଞାନ ଦ୍ୱାରା ଅଙ୍ଗକୁ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣଙ୍କ ଠାରେ ପ୍ରତିରୋପଣ କରିବାରେ ସମ୍ଭବ ହୋଇପାରିଛି । 1954 ମସିହାରେ, ଯୁକ୍ତରାଷ୍ଟ୍ରରେ ପ୍ରଥମେ ସଫଳ ଅଙ୍ଗ ପ୍ରତିରୋପଣ କରାଯାଇଥିଲା । ଯାଆଁଳା ଭାଇ ରୋନାଲ୍ଡ ଏବଂ ରିଚାର୍ଡ ହେରେକଙ୍କ କିଡନୀ ପ୍ରତିରୋପଣ ପାଇଁ, ଡାକ୍ତର ଜୋସେଫ ମୁରେଙ୍କୁ 1990ରେ ଫିଜିଓଲୋଜି ତଥା ମେଡିସିନରେ ନୋବେଲ ପୁରସ୍କାର ଦିଆଯାଇଥିଲା ।

ଅଙ୍ଗଦାନର ପ୍ରକାର...

-ଜୀବନ ଥିବା ସମୟରେ ଅଙ୍ଗଦାନ

-ମୃତ୍ୟୁପରେ ଅଙ୍ଗଦାନ

ଅଙ୍ଗ ଦାନ ବିଷୟରେ ଲୋକେ ଧିରେ ଧିରେ ସଚେତନ ହେଉଛନ୍ତି । ତେଣୁ ଦିନକୁ ଦିନ ଅଙ୍ଗଦାନ ସଂଖ୍ୟା ବଢ଼ିବାରେ ଲାଗିଛି । ଲୋକଙ୍କୁ ଆହୁରି ଅଧିକ ସଚେତନ କରାଗଲେ ଏହାର ସଂଖ୍ୟା ଆହୁରି ବୃଦ୍ଧି ହୋଇପାରନ୍ତା ବୋଲି ଆଶା କରାଯାଉଛି । ଅନେକ ଏନଜିଓ ଏବଂ ଜନସାଧାରଣ ସଂଗଠନ ଏ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଧିରେ ଧିରେ ତାହା ଫଳପ୍ରଦ ହେଉଛି । 

ତେବେ ଅଙ୍ଗ ଦାନ ପାଇଁ ଜଣେ ବ୍ୟକ୍ତି ସୁସ୍ଥ ରହିବା ଆବଶ୍ୟକ। ମୃତ ବ୍ୟକ୍ତିଙ୍କଠାରେ ଏଚ୍.ଆଇ.ଭି, କର୍କଟ, ମଧୁମେହ, କିଡନୀ ରୋଗ ଏବଂ ହୃଦରୋଗ ଭଳି ରୋଗ ନଥିବା ଉଚିତ୍ । ଅଙ୍ଗଦାନ ଦୁଇଟି ଉପାୟରେ କରାଯାଇପାରିବ । ଯେତେବେଳେ ଜଣେ ବ୍ୟକ୍ତିର ବ୍ରେନ ଡେଡ ହୋଇଯାଇଥାଏ କିନ୍ତୁ ହୃଦସ୍ପନ୍ଦନ ଜାରି ରହିଥିବ ସେମାନେ ଚାହିଁଲେ ଅଙ୍ଗଦାନ କରିପାରିବେ । ଏହି ସମସ୍ତ ରୋଗ ଥିଲେ କୌଣସି ବ୍ୟକ୍ତି ଅଙ୍ଗଦାନ କରିପାରିବ ନାହିଁ ।